spot_img
Home Blog Page 4548

ପଞ୍ଚାୟତ ଫଳାଫଳ: ବିଜେଡିକୁ ରେକର୍ଡ ବ୍ରେକିଂ ଜନମତ

ଭୁବନେଶ୍ବର: ୨୦୨୨ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଯେତେ ସରି ସରି ଆସୁଛି ବିଜେଡି ସେତେ ଆଗେଇ ଚାଲିଛି । ୨୦୧୨ ପଞ୍ଚାୟତ ନିର୍ବାଚନରେ ବିଜେଡି ପାଇଥିବା ସଫଳତାର ରେକର୍ଡକୁ ନିଜେ ଭାଙ୍ଗି ସାରିଛି । ସାରା ରାଜ୍ୟର କୋଣ ଅନୁକୋଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନ ଓ ବିକାଶମୂଳକ ଯୋଜନାକୁ ମିଳିଛି ଜନ ସମର୍ଥନ ।

ବର୍ତ୍ତମାନ ସୁଦ୍ଧା ୮୫୨ ଜିଲ୍ଲା ପରିଷଦ ଜୋନରୁ ୮୫୧ ଜୋନର ଫଳାଫଳ ଆସୁଛି । ୭୬୨ ଜୋନରେ ବିଜେଡି ଆଗରେ ଚାଲିଛି । ଏଥିମଧ୍ୟରୁ ୫୪୩ ଆସନରେ ବିଜେଡି ବିଜୟ ବାନା ଉଡାଇ ସାରିଛି । ବାକି ଆସନରେ ବିଜେଡି ପ୍ରତିପକ୍ଷଙ୍କଠାରୁ ବହୁ ଆଗରେ ଚାଲିଛି ।

ଅନ୍ୟପକ୍ଷରେ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ହାପ ସେଞ୍ଚୁରୀ ମାରିବାକୁ ମଧ୍ୟ ସକ୍ଷମ ହୋଇନାହାନ୍ତି । ୨୦୧୭ ନିର୍ବାଚନରେ ଅପ୍ରତ୍ୟାଶିତ ସଫଳତା ପାଇ ୨୫୦ରୁ ଜିଲ୍ଲା ପରିଷଦ ଜୋନ ଜିତିଥିବା ବିଜେପି ମାଟି କାମୁଡ଼ି ପଡିଛି । ବର୍ତ୍ତମାନ ସୁଦ୍ଧା ବିଜେପି ୩୧ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୫ଟି ଆସନରେ ଆଗରେ ଚାଲିଛି । ବିଜେପିର ମିଛ, ଛଳନା, ଅହଂକାରର ଉତ୍ତର ଓଡ଼ିଶାବାସୀ ବାଲାଟ ପେପରରେ ଦେଇଛନ୍ତି ।

କଂଗ୍ରେସ କଥା ନକହିବା ଭଲ । ସର୍ବ ପୁରାତନ ଜାତୀୟ ଦଳ କଂଗ୍ରେସ ପରାଜୟ ପରେ ପରାଜୟର ସମ୍ମୁଖୀନ ହେଉଥିଲେ ବି ଏଥିରୁ କିଛି ଶିଖିବା ଭଳି ମନେ ହେଉନାହିଁ । ଓଡ଼ିଶାରେ ଅସ୍ତିତ୍ବ ହରାଇବାକୁ ବସିଥିବା ଏହି ଜାତୀୟ ଦଳ ୪୬ଟି ଜୋନରେ ଆଗରେ ରହିଛି । ଏଥିରୁ ୩୧ଟିରେ ବିଜୟୀ ହୋଇଛି । ଅନ୍ୟପକ୍ଷରେ ଅନ୍ୟମାନଙ୍କ ଖାତାକୁ ୭ଟି ଆସନ ଯାଇଛି ।

୨୦୧୨ ମସିହା ପଞ୍ଚାୟତ ନିର୍ବାଚନରେ ବିଜେଡି ସର୍ବାଧିକ ୬୫୧ ଜିଲ୍ଲା ପରିଷଦ ଆସନରେ ବିଜୟ ହୋଇଥିଲା । ଜନତା ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ଅଦ୍ଭୁତପୂର୍ବ ସମର୍ଥନ ଦେଇ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ଓଡ଼ିଶାବାସୀଙ୍କ ଏହି ଜନମତ ପ୍ରମାଣିତ କରିଦେଇଛି ‘ବିକାଶ ଯେଉଁଠି, ଭୋଟ୍ ସେଇଠି ।’ ୨୨ ବର୍ଷ ଶାସନରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିଛି ବିଜେଡି । ଚଳିତ ଜନମତରେ ସବୁଠୁ ବଡ଼ ପଞ୍ଚାୟତ ସ୍କୋର କରିବାକୁ ଯାଉଛି ବିଜେଡି । ବିରୋଧୀ ଆଖପାଖରେ ନାହାନ୍ତି । ଏପରିକି ୫୦ ଅଙ୍କ ଛୁଇଁବାକୁ ଘୋଡାଡି ହେଉଛନ୍ତି ବିଜେପି ଓ କଂଗ୍ରେସ ।

ଶିକ୍ଷୟିତ୍ରୀଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ବର: ଶିକ୍ଷକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଗତସିଂହପୁର ଜିଲ୍ଲା ରାହାମା ଜବାହର ନବୋଦୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରମିଳା ସାହୁଙ୍କୁ ମିଳିଛି ଜାତୀୟ ଆଇସିଟି ପୁରସ୍କାର । ନୂଆଦିଲ୍ଲୀସ୍ଥିତ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରର ନାଳନ୍ଦା ଅଡିଟୋରିୟମରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏହି ପୁରସ୍କାର ପ୍ରଦାନ କରିଥିଲେ । ୨୦୧୮ ମସିହା ପାଇଁ ସେ ସର୍ବଭାରତୀୟସ୍ତରରେ ଜବାହର ନବୋଦୟ ସମିତି ପକ୍ଷରୁ ଏକମାତ୍ର ଶିକ୍ଷକ ଭାବେ ଏ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ତାଙ୍କର ଏ ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କ ଛୁଟିଛି ଅଭିନନ୍ଦନର ସୁଅ ।

ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ଶ୍ରେଣୀକକ୍ଷରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି କିଭଳି ଛାତ୍ରଛାତ୍ରୀଙ୍କୁ ଆହୁରି ବୋଧଗମ୍ୟ ଭାବେ ଶିକ୍ଷାଦାନ କରିହେବ ସେ ଦିଗରେ ଶ୍ରୀମତୀ ସାହୁଙ୍କ ନିଷ୍ଠା ଓ ପରିଶ୍ରମକୁ ବିଚାରକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ଏନସିଇଆରଟି ପକ୍ଷରୁ ତାଙ୍କୁ ଏ ପୁରସ୍କାର ପ୍ରଦାନ କରାଯାଇଛି । ମହାମାରୀ କରୋନା କାଳରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସହାୟତାରେ ସରଳ ପ୍ରଣାଳୀରେ ପାଠପଢ଼ାକୁ ସେ ସମ୍ଭବ କରାଇପାରିଥିଲେ । ନୂଆ ଜ୍ଞାନ କୌଶଳରେ କିଭଳି ପିଲାମାନଙ୍କୁ ଭିନ୍ନ ଢଙ୍ଗରେ ଶିକ୍ଷାଦାନ କରି ହେବ ସେଥିପ୍ରତି ସେ ଯତ୍ନବାନ । ଏ ପୁରସ୍କାର ତାଙ୍କୁ ଉତ୍ସାହ ଓ ପ୍ରେରଣା ଦେଇଛି । ଏହାସହ ତାଙ୍କ ଦାୟିତ୍ବ ମଧ୍ୟ ଅଧିକ ବଢ଼ିଛି । ସମର୍ପଣ ଭାବନା ନେଇ ସେ ଶିକ୍ଷାଦାନରେ ଅଧିକ ବ୍ରତୀ ହେବେ ବୋଲି ପ୍ରମିଳା କହିଛନ୍ତି । ଜାତୀୟସ୍ତରରେ ତାଙ୍କର ଏ ସଫଳତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ । ଏଥିପାଇଁ ସେ ନବୋଦୟ ସମିତି, ସ୍କୁଲର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସମସ୍ତ ସହଯୋଗୀ, ସ୍ବାମୀ ଆଇନଷ୍ଟାଇନ ଏକାଡେମୀ ଅଫ ଟେକନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଅଧ୍ୟକ୍ଷ ଡ. ଶୁଭେନ୍ଦୁ ସାହୁ, ଶ୍ବଶୁର ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଉଦୟନାଥ ସାହୁ, ପିତା ଗୌରଚରଣ ସାହୁ ଓ ପରିବାର ସଦସ୍ୟଙ୍କ ପ୍ରେରଣାକୁ ଶ୍ରେୟ ଦେଇଛନ୍ତି ।

ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ନୀତିକାନ୍ତି

ଆରଡି: ଆସନ୍ତାକାଲି ବାବା ଆଖଣ୍ଡଳମଣୀଙ୍କ ଜାଗର ଯାତ୍ରା । ବାବାଙ୍କ ନୀତିକାନ୍ତି କେତେ ବେଳେ ହେବ ଓ ମହାଦୀପ କେତେ ବେଳେ ଉଠିବ ତାହାର ଚୂଡ଼ାନ୍ତ ଚିଠା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି ।

ମଙ୍ଗଳବାର ଭୋର ୪ଟାରେ ହେବ ବାବାଙ୍କ ମଙ୍ଗଳବାର ଆଳତି । ୪ଟା ୩୦ ମିନିଟରେ କନିକା ରାଜାଙ୍କର ପହିଲି ଘର୍ଷଣଲାଗି ହେବ । ସକାଳ ୫ଟାରେ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡ଼ି ଅନ୍ନନୀତି ଭୋଗ ଲାଗି ହେବ । ସକାଳ ୫ଟାରୁ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବାବାଙ୍କ ଦର୍ଶନ କରିପାରିବେ ।

ସନ୍ଧ୍ୟା ୬ଟାରେ ପ୍ରଥମ ପ୍ରହର ଘର୍ଷଣଲାଗି, ଜଳାଭିଷେକ, ପଞ୍ଚ ଉପଚାର ପୂଜା କରାଯିବ । ସନ୍ଧ୍ୟା ୮ଟାରେ ଦ୍ବିତୀୟ ପ୍ରହର ଘର୍ଷଣଲାଗି, ଜଳାଭିଷାକ, ମଧୁସ୍ନାନ, ପଞ୍ଚ ଉପଚାର ପୂଜା ନୀତି ସମ୍ପନ୍ନ ହେବ । ରାତି ୧୦ଟାରେ ତୃତୀୟ ପ୍ରହର ଘର୍ଷଣଲାଗି, ଜଳାଭିଷେକ, ଦୁଗ୍ଧସ୍ନାନ, ପଞ୍ଚ ଉପଚାର ରୀତି ହେବ । ସେହିପରି ରାତି ୧୧ଟାରେ ବାବାଙ୍କ ଚତୁର୍ଥ ପ୍ରହର ପୂଜା, ଘୃତସ୍ନାନ, ଘର୍ଷଣଲାଗି, ୧୦୮ କଳସ ଜଳଲାଗି, ପଞ୍ଚ ଉପଚାର ପୂଜା ସମ୍ପନ୍ନ ହେବ ।

ରାତି ୧୨ଟାରେ ମଣିବାବାଙ୍କ ସୁନାବେଶ ଆରମ୍ଭ ହେବ । ରାତି ଗୋଟାଏ ୩୦ରେ ବାବାଙ୍କ ସୁନାବେଶ ସମ୍ପନ୍ନ ଓ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ରାତି ୨ଟାରେ ମହାଦୀପ ପ୍ରସ୍ତୁତି ହେବ । ରାତି ୩ଟା ୧୫ ମିନିଟରେ ମହାଦୀପ ଷୋଡଶ ଉପଚାରରେ ପୂଜା ପ୍ରତିଷ୍ଠା, ଅଗ୍ନି ସଂଯୋଗ, ଯଜ୍ଞ ଆରମ୍ଭ । ଭୋର ୪ଟାରେ ମହାଦୀପ ବେଢା ପରିକ୍ରମା କରିବ । ଭୋର ୪ଟା ୩୦ରୁ ୫ଟା ମଧ୍ୟରେ ମହାଦୀପ ମନ୍ଦିର ଚୂଡ଼ାରେ ସ୍ଥାପନ ହେବ ।

ଜଘନ୍ୟ ହତ୍ୟାକାରୀଙ୍କୁ ଯୁଦ୍ଧ ମୈଦାନକୁ ଛାଡ଼ିଲା ୟୁକ୍ରେନ

ନୂଆଦିଲ୍ଲୀ: ଋଷର ଘନ ଘନ ଆକ୍ରମଣ । ୟୁକ୍ରେନ ଉପରେ ସ୍ଥଳ, ଜଳ ଓ ଆକାଶ ମାର୍ଗରୁ ବୋମା ବର୍ଷଣ । ମାତ୍ର ୫ ଦିନରେ ଖଣ୍ଡର ପାଲଟି ଗଲାଣି ୟୁକ୍ରେନ ରାଜଧାନୀ କିଭ ସମେତ ପ୍ରାୟ ୩୦ ସହର । ଯେଉଁଠି ଯେଉଁଠି ଋଷର ବୋମା ବର୍ଷୁଛି, ସେହି ସ୍ଥାନ ନିମିଷକରେ ଭୂତ ଇଲାକାରେ ପରିଣତ ହୋଇଯାଉଛି । ଅନ୍ୟପକ୍ଷରେ ଋଷ ସେନାକୁ ମୁହଁତୋଡ ଜବାବ ଦେଉଛନ୍ତି ୟୁକ୍ରେନ ସେନା । ରାଷ୍ଟ୍ରପତିଙ୍କ ପାଖରୁ ବଳ ପାଇବା ପରେ ପୂରା ଆତ୍ମବିଶ୍ବାସର ସହ ଋଷ ଆକ୍ରମଣର କରୁଛନ୍ତି ମୁକାବିଳା ।

ଏହାରି ଭିତରେ ୟୁକ୍ରେନରୁ ଆସୁଛି ଏକ ବଡ଼ ଖବର । ଜଘନ୍ୟ ହତ୍ୟାକାଣ୍ଡରେ ଦୋଷୀ ୟୁକ୍ରେନର ପୂର୍ବ ସୈନିକ ଏବେ ପୁଣି ଅସ୍ତ୍ର ଧରିଛନ୍ତି । ଗରିଲା ଫାଇଟ୍ ହେଉ କି ଷ୍ଟ୍ରେଟ୍ ଫାଇଟ୍ ଏହି ଜଘନ୍ୟ ହତ୍ୟାକରୀ ଏବେ ଋଷ ଯବାନଙ୍କ ଉପରେ ଭାରି ପଡିବାକୁ ଯାଉଛନ୍ତି । ୟୁକ୍ରେନ ସହର ଭିତରେ ଏବେ ଏହି ହତ୍ୟାକରୀ ବୁଲି ବୁଲି ଋଷ ଯବାନଙ୍କ କରିବେ ନିପାତ ।

ମିଳିଥିବା ସୂଚନା ଅନୁସାରେ ହତ୍ୟା ଭଳି ଘଟଣାରେ ଦୋଷୀ ପୂର୍ବତନ ଯବାନଙ୍କୁ ୟୁକ୍ରେନ ସରକାର ଛାଡିବା ଆରମ୍ଭ କରି ଦେଇଛନ୍ତି । ନ୍ୟାସନାଲ ପ୍ରୋସିକ୍ୟୁଟର ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । କାର୍ଯ୍ୟାଳୟ ଅଧିକାରୀ ଏଣ୍ଡରୀ ସେନୁକଙ୍କ ଅନୁସାରେ, ଛଡା ଯାଉଥିବା ଏହି ହତ୍ୟାକରୀମାନେ ପୂର୍ବରୁ ସେନାରେ କାମ କରିସାରିଛନ୍ତି । ଏମାନଙ୍କ ପାଖରେ ଯୁଦ୍ଧ କରିବାର ଅନୁଭବ ମଧ୍ୟ ରହିଛି ।

ଏହି ହତ୍ୟାକରୀମାନଙ୍କ ମଧ୍ୟରୁ କିଏ ଏସିଡ ଫିଙ୍ଗି ତ କିଏ ଛୁରୀ ମାରି ଲୋକଙ୍କୁ ହତ୍ୟା କରି ଜେଲରେ ଅଛନ୍ତି । ହତ୍ୟାକରୀଙ୍କ ମଧ୍ୟରେ ସେରଗେଇ ଟୋର୍ବିନ ହେଉଛନ୍ତି ଜଣେ । ଟୋର୍ବିନ ପୁର୍ବରୁ ଡୋନେକ୍ସ ଓ ଲୁଗାନ୍ସ ପିପୁଲ ରିପବ୍ଲିକ ସହ ଯୁଦ୍ଧ କରିସାରିଛନ୍ତି । ସାମାଜିକ କର୍ମୀ କତେରିନା ହରଣ୍ଡଜୁକଙ୍କୁ ଏସିଡି ଫିଙ୍ଗି ହତ୍ୟା କରିବା ଅଭିଯୋଗରେ ଟୋର୍ବିନଙ୍କୁ ୨୦୧୮ରେ ୬ ବର୍ଷ ୬ ମାସର ଦଣ୍ଡାଦେଶ ଶୁଣାଯାଇଥିଲା । ଟୋର୍ବିନଙ୍କୁ ଜେଲରୁ ଛଡାଯିବା ପରେ ଋଷ ବିରୋଧରେ ଯୁଦ୍ଧ ଲଢିବାକୁ ସେ ନିଜର ଏକ ଟିମ୍ ପ୍ରସ୍ତୁତ କରୁଛି । ଏଥିରେ ସେ ୟୁକ୍ରେନର ପୂର୍ବତନ ଯବାନମାନଙ୍କୁ ବାଛି ବାଛି ଭର୍ତ୍ତି କରିଛନ୍ତି । ଯେଉଁମାନେ ଋଷ ସେନା ଉପରେ ଦାନବ ପରି ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ସେହିପରି ପୂର୍ବ ସୈନିକ ଦିମିସ୍ତ୍ରୀ ବାଲାବୁଖାଙ୍କୁ ବି ୟୁକ୍ରେନ ସରକାର ଋଷ ବିରୋଧରେ ଲଢ଼ିବାକୁ ଜେଲରୁ ଛାଡ଼ି ଦେଇଛନ୍ତି । ଏକ ବସଷ୍ଟପରେ ଏହି ପୂର୍ବତନ ଯବାନ ଛୁରୀ ମାରି ଜଣେ ଲୋକକୁ ହତ୍ୟା କରିବା ଅଭିଯୋଗରେ ୨୦୧୮ରୁ ଜେଲରେ ଦଣ୍ଡ ଭୋଗୁଥିଲେ ।

ସେତିକି ନୁହେଁ, ଋଷ ସେନା ବିରୋଧରେ ଲଢିବାକୁ ୟୁକ୍ରେନର ସାଧାରଣ ନାଗରିକ ମଧ୍ୟ ଅସ୍ତ୍ର ଧରିବା ଆରମ୍ଭ କରି ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏମାନଙ୍କୁ ଅସ୍ତ୍ରଶସ୍ତ୍ର ପ୍ରଦାନ ଜାରି ରହିଛି । ସେପଟେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁକ୍ରେନ ଯୁବଗୋଷ୍ଠୀଙ୍କ ପାଇଁ କଡା ନିର୍ଦ୍ଦେଶ ଜାରି କରିଛନ୍ତି । ସେନାରେ ସାମିଲ ହେବା ଯୋଗ୍ୟ କୌଣସି ଲୋକ ଦେଶ ଛାଡି ଯାଇପାରିବେ ନାହିଁ ବୋଲି ସେ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ।

ୟୁକ୍ରେନ ଫେରନ୍ତା ଓଡ଼ିଆ ଛାତ୍ରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ: ଅନ୍ୟ ଛାତ୍ରଙ୍କୁ ମଧ୍ୟ ଫେରାଇ ଆଣିବାକୁ ଭରସା ଦେଲେ

ଭୁବନେଶ୍ୱର: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଫେରିଥିବା ଓଡ଼ିଆଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ଛାତ୍ରମାନେ ସୁରକ୍ଷିତ ଫେରିଆସିଥିବାରୁ ଆଶ୍ୱସ୍ତି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ୟୁକ୍ରେନରୁ ଫେରି ଆସି ନୂଆଦିଲ୍ଲୀରେ ଥିବା ଓଡିଆ ଛାତ୍ରଛାତ୍ରୀଙ୍କ ସହିତ ଅନ୍‌ଲାଇନ୍ ଜରିଆରେ ଆଲୋଚନା ବେଳେ ଅନ୍ୟ ଛାତ୍ରଛାତ୍ରୀଙ୍କ ଫେରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଆ ଛାତ୍ରଛାତ୍ରୀ ମାନଙ୍କ ଫେରିବା ସଂପର୍କରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ସେ ଆଉଥରେ ମଧ୍ୟ ଏ ବିଷୟରେ କଥାବାର୍ତ୍ତା କରି ପଦକ୍ଷେପ ନେବେ ବୋଲି କହିଥିଲେ ।

ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ସେମାନେ ସମସ୍ତେ ରୋମାନିଆ ସୀମା ଅତିକ୍ରମ କରି ଭାରତୀୟ ଅଧିକାରୀ ମାନଙ୍କ ସହିତ ବୁକାରେଷ୍ଟ ଯାଇଥିଲେ ଏବଂ ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀ ଆସିଥିଲେ । ନୂଆଦିଲ୍ଲୀରେ ଅବସ୍ଥାପିତ ରେସିଡେଣ୍ଟ କମିଶନର ସେମାନଙ୍କ ସହିତ ସବୁ ସମୟରେ ଅନ୍‌ଲାଇନ ଜରିଆରେ ଯୋଗାଯୋଗରେ ଥିଲେ ବୋଲି ସେମାନେ କହିଥିଲେ । ୟୁକ୍ରେନର ଅନ୍ୟ ସ୍ଥାନରେ ଥିବା, ବିଶେଷକରି ଖାରକିବ୍‌ରେ ବହୁ ଓଡିଆ ଛାତ୍ରଛାତ୍ରୀ ଅଛନ୍ତି ଓ ସେମାନଙ୍କୁ ଫେରାଇ ଆଣିବାପାଇଁ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଥିଲେ ।

ୟୁକ୍ରେନରୁ ଫେରୁଥିବା ପିଲାଙ୍କ ସୁବିଧା ପାଇଁ ମୁମ୍ବାଇ ବିମାନ ବନ୍ଦରରେ ହେଲ୍ପ ଡେସ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଭୁବନେଶ୍ୱରରେ ପହଞ୍ଚି ବା ପରେ ପିଲାମାନଙ୍କୁ ଓଟିଡିସି ବସ୍ ଯୋଗେ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଲୋଚନାକୁ ସଂଯୋଜନା କରିଥିଲେ।

ଏଥିସହିତ ପଢ଼ନ୍ତୁ: ବିଜେଡିରେ ଯୋଗଦେଲେ ଅନୁଗୁଳ ମ୍ୟୁନିସିପାଲଟି ପୂର୍ବତନ ଅଧ୍ୟକ୍ଷ ଅକ୍ଷୟ

ଜେଲେଂସ୍କିଙ୍କ ହତ୍ୟା ପାଇଁ ପୁଟିନ ପଠାଇଛନ୍ତି ୪ ହଜାର ଭଡ଼ାଟିଆ ହତ୍ୟାକାରୀ !

ମସ୍କୋ: ୧୨ ଘଣ୍ଟାରେ ୟୁକ୍ରେନ ଉପରେ କବଜା ପାଇଁ ପୁଟିନ କରିଥିଲେ ଯୋଜନା । କିନ୍ତୁ ଯୋଜନ କେବଳ ଯୋଜନା ହୋଇ ରହିଗଲା । ଯୁଦ୍ଧର ୪ ଦିନ ପରେ ବି ସମ୍ପୂର୍ଣ୍ଣ ୟୁକ୍ରେନ ଋଷ ସେନା ଅଧିକାରକୁ ଆସିପାରିନାହିଁ । ଋଷକୁ ଛାଡନ୍ତୁ ୟୁକ୍ରେନର ସମର୍ଥକ ମଧ୍ୟ ଭାବିଥିଲେ ୧୨ ଘଣ୍ଟା ନହେଲେ ବି ୨୪ ଘଣ୍ଟାରେ ରାଜଧାନୀ କିଭ୍‌ର ପତନ ଅବଶ୍ୟମ୍ଭାବୀ । କିନ୍ତୁ ସମସ୍ତଙ୍କୁ ଚକିତ କରି ଏବେ ମଧ୍ୟ କିଭ୍ ଛିଡାହୋଇଛି । କିଭ୍‌ର ମୋର୍ଚ୍ଚାବନ୍ଦୀ ଋଷସେନାକୁ ଅଡ଼ୁଆରେ ପକାଇଛି । ଏଥିପାଇଁ ଅନେକ କାରଣ ରହିଛି । ତେବେ ତା’ ମଧ୍ୟରୁ ସବୁଠାରୁ ବଡ଼ କାରଣ ହେଉଛି କମେଡିଆନରୁ ରାଷ୍ଟ୍ରପତି ହୋଇଥିବା ଭ୍ଲାଦିମୋର ଜେଲେଂସ୍କି । ଜେଲେଂସ୍କିଙ୍କ ନେତୃତ୍ୱ ୟୁକ୍ରେନର ପ୍ରତିଟି ନାଗରିକଙ୍କୁ ଅସ୍ତ୍ର ଉଠାଇବାକୁ ଦେଇଛି ପ୍ରେରଣା । ଆମେରିକା ପଠାଇଥିବା ୩ଟି ଯୁଦ୍ଧ ବିମାନକୁ ଫେରାଇ ଦେଇ ଜେଲେଂସ୍କି ଯେଉଁଭଳି ଦେଶ ଛାଡିଯିବାକୁ ମନା କରିଦେଇଥିଲେ ତାହା ୟୁକ୍ରେନ ଯୁଦ୍ଧର ଟର୍ଣ୍ଣିଂ ପଏଣ୍ଟ୍ ବୋଲି କୁହାଯାଉଛି । ଏବେ ଋଷ ଜେଲେଂସ୍କି ନାମକ କଣ୍ଟାକୁ ବାହାର କରିବା ପାଇଁ ଗୁପ୍ତ ଯୋଜନା ଉପରେ କାମ କରୁଛି । ଆଉ ଏହି ଯୋଜନା ହେଉଛି ଭଡାଟିଆ ହତ୍ୟାକାରୀଙ୍କ ଏକ ଦଳ ।
ଯୁଦ୍ଧ ଆରମ୍ଭ ହେବା ପରେ ଜେଲେଂସ୍କି କହିଥିଲେ ଯେ, ମୁଁ ହେଉଛି ଋଷର ଟାର୍ଗେଟ୍ ନମ୍ବର ୱାନ୍ । ମୋ ପରିବାର ଟାର୍ଗେଟ୍ ନମ୍ବର ୨ । ପୁଟିନ୍ ମୋର ହତ୍ୟା କରିବାକୁ ଚାହୁଁଛନ୍ତି । ଏବେ ଜେଲେଂସ୍କିଙ୍କ ଦାବି ଉପରେ ମୋହର ମାରିଛି ଦି’ ଟାଇମ୍ସର ଏକ ରିପୋର୍ଟ୍ ।
ଜେଲେଂସ୍କିଙ୍କ ହତ୍ୟା ପାଇଁ ୟୁକ୍ରେନର ୪୦୦୦ ଭଡାଟିଆ ହତ୍ୟାକାରୀ
ଦ ଟାଇମ୍ସର ରିପୋର୍ଟ ଅନୁସାରେ ଜେଲଂସ୍କିଙ୍କ ହତ୍ୟା ପାଇଁ ପୁଟିନ୍ ୪ଶହ ଭଡାଟିଆ ହତ୍ୟାକାରୀଙ୍କୁ ନେଇ ତିଆରି ହୋଇଥିବା ଗୋଟିଏ ଡେଥ୍ ସ୍କ୍ୱାର୍ଡକୁ ୟୁକ୍ରେନ୍ ପଠାଇଛ୍ତି । ଏହି ଗ୍ରୁପର ନାମ ବୈଗନର । ଆଫ୍ରିକାରୁ ଏହି ଡେଥ୍ ଟିମକୁ ୟୁକ୍ରେନ୍ ପଠାଯାଇଛି । ସେମାନଙ୍କ ପାଖରେ ଥିବା ହିଟ୍ ଲିଷ୍ଟରେ ୨୩ ଜଣ ରାଜନୈତିକ ନେତା,ସରକାରୀ ଅଧିକାରୀ ଓ ସେନା ଅଧିକାରୀଙ୍କ ନାମ ରହିଛି । ଏହି ତାଲିକାରେ ରହିଛି ୟୁକ୍ରେନ୍ ପ୍ରଧାନମନ୍ତ୍ରୀ,କ୍ୟାବିନେଟ୍,କିଭ୍ ମେୟର ଓ ତାଙ୍କ ଭାଇଙ୍କ ନାମ ।

ଡେଥ୍ ସ୍କ୍ୱାର୍ଡର ମୁଖ୍ୟ ‘ପୁଟିନଙ୍କ ରୋଷେୟା’
ଦ ଟାଇମ୍ସ ଅନୁସାରେ ବୈଗନର ଟିମକୁ ୟେଭଘେନି ପ୍ରିଗୋଝିନ୍ ନାମକ କୁଖ୍ୟାତ ଭଡାଟିଆ ହତ୍ୟାକାରୀ ନେତୃତ୍ୱ ଦେଉଛି । ସେ ପୁଟିନଙ୍କ ଅତି ନିକଟତର । ପ୍ରିଗୋଝିନ୍ ଋଷରେ ‘ପୁଟିନଙ୍କ ରୋଷେୟା’ ନାମରେ କୁଖ୍ୟାତ । ୫ ସପ୍ତାହ ତଳେ ପ୍ରିଗୋଝିନ୍ ପୁଟିନଙ୍କୁ ସାକ୍ଷାତ କରିଥିଲା । ସେହି ସମୟରେ ମିଶନ ପାଇଁ ତାକୁ ମୋଟା ଅଙ୍କର ଟଙ୍କା ଦିଆଯାଇଥିଲା । ଏହି ହତ୍ୟାକାରୀଙ୍କୁ ଉନ୍ନତ ପ୍ରଶିକ୍ଷଣ ଦିଆଯାଇଥିଲା । ସେମାନେ ଜାନୁଆରି ମାସରେ ହିଁ ୟୁକ୍ରେନ୍ ମଧ୍ୟକୁ ପ୍ରବେଶ କରିଥିଲେ ।

ତେବେ ୟୁକ୍ରେନରେ ପହଂଚିବା ପରେ ସେମାନଙ୍କ ପ୍ଲାନକୁ ଝଟକା ଲାଗିଥିଲା । ଷଡ଼ଯନ୍ତ୍ର ବାବଦରେ ସୂଚନା ପାଇଁ କିଭ୍ ସହରରେ କର୍ଫ୍ୟୁ ଲଗାଇ ଦିଆଯାଇଥିଲା । ହତ୍ୟାକାରୀଙ୍କୁ ଖୋଜିବା ପାଇଁ ସେନା କର୍ଫ୍ୟୁ ଲଗାଇଥିଲା । ଏହି ସମୟରେ ଚେତାବନୀ ଦିଆଯାଇଥିଲା ଯେ, ୩୬ ଘଣ୍ଟା ମଧ୍ୟରେ ଯେଉଁମାନେ ଘରୁ ବାହାରକୁ ବାହାରିବେ ସେମାନଙ୍କୁ ହତ୍ୟା କରାଯିବ । ପ୍ଲାନ ବିଫଳ ହେବା ପରେ ମଧ୍ୟ ଏହି ହତ୍ୟାକାରୀଙ୍କ ମଧ୍ୟରୁ ଅନେକ ଏପର୍ଯ୍ୟନ୍ତ କିଭ୍ ଛାଡିନାହାନ୍ତି ।
ଏବେବି ଟାର୍ଗେଟରେ ଜେଲେଂସ୍କି
କୁହାଯାଉଛି ଯେ, ଏହି ଗ୍ରୁପ୍ ଏବେ ମଧ୍ୟ ଜେଲେଂସ୍କିଙ୍କ ହତ୍ୟା ପାଇଁ ସୁଯୋଗ ଖୋଜୁଛି । ସେମାନେ ଜେଲେଂସ୍କି ଓ ତାଙ୍କ ସାଥିଙ୍କ ଫୋନ୍ ଟ୍ରାକ୍ କରୁଛନ୍ତି । ଦ ରିପୋର୍ଟ ଏହା ମଧ୍ୟ ଦାବି କରିଛି ଯେ, ପୁଟିନ୍ ଓ ଜେଲେଂସ୍କିଙ୍କ ମଧ୍ୟରେ ଆଗକୁ ଶାନ୍ତିବାର୍ତ୍ତା ହେବାକୁ ଥିବାରୁ ଡେଥ୍ ଟିମକୁ କୌଣସି ପଦକ୍ଷେପ ନନେବାକୁ କୁହାଯାଇଛି । ତେବେ କ୍ରେମଲିନରୁ ସବୁଜ ସଂକେତ ମିଳିବା ପରେ ଅପରେସନ୍ ପୁଣିଥରେ ଆରମ୍ଭ ହେବ ।
ଆଫ୍ରିକା ଓ ମଧ୍ୟ ପ୍ରାଚ୍ୟରେ ପୁରା କରିଛି ଅନେକ ମିଶନ
ଏହି ଗ୍ରୁପ୍ ପୁଟିନଙ୍କ ଆଦେଶରେ ଆଫ୍ରିକା ଓ ମଧ୍ୟ ପ୍ରାଚ୍ୟରେ ଅନେକ ଅପରେସନ ସଫଳତାର ସହିତ ପୁରା କରିଛି । ବୈଗନର ଗ୍ରୁପରେ ସାମିଲ ଥିବା ଭଡାଟିଆ ହତ୍ୟାକାରୀ ଏବେ ଋଷ ସେନାକୁ ୟୁକ୍ରେନର ସାହାଯ୍ୟ କରୁଛନ୍ତି । ପୁଟିନଙ୍କର ଏହି ଗ୍ରୁପ ଉପରେ କେତେ ବିଶ୍ୱାସ ତାହା ଏଇଥିରୁ ଜଣା ପଡେ ଯେ, ଡିସେମ୍ବର ୨୦୨୧ରେ ସେ ନିଜ ୟୁକ୍ରେନ୍ ଅଭିଯାନ ବାବଦରେ ଗ୍ରୁପ୍ ମୁଖ୍ୟକୁ ଜଣାଇଥିଲେ । ଏହାର କେଇ ସପ୍ତାହ ପରେ ଋଷ ସେନାକୁ ଯୁଦ୍ଧ ଯୋଜନା ବାବଦରେ ସୂଚିତ କରାଯାଇଥିଲା ।

ବିଜେଡିରେ ଯୋଗଦେଲେ ଅନୁଗୁଳ ମ୍ୟୁନିସିପାଲଟି ପୂର୍ବତନ ଅଧ୍ୟକ୍ଷ ଅକ୍ଷୟ

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ବିଜେଡିର ମିଶ୍ରଣ ପର୍ବ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଅନୁଗୁଳ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅକ୍ଷୟ ସାମନ୍ତ ଓ ତାଙ୍କ ସମର୍ଥକ ।

ଏହି ମିଶ୍ରଣ ପର୍ବ ଅବସରରେ ପଞ୍ଚାୟତ ନିର୍ବାଚନ ଫଳାଫଳ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ । ସେ କହିଛନ୍ତି ରାଜ୍ୟବାସୀ ସେବା କରିବା ନେଇ ଯେଉଁ ଆଶୀର୍ବାଦ ଦେଇଛନ୍ତି ସେହି ସେବା ଜାରି ରହିବ । ବିରୋଧମାନେ ବିଭିନ୍ନ ପ୍ରସଂଗ ଉଠାଇଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ କହିବାକୁ ପଛାଇଲେ ନାହିଁ । ଯାହାର ଜବାବ ସେମାନେ ପାଇଛନ୍ତି । ପୌର ନିର୍ବାଚନରେ ମଧ୍ୟ ସମାନ ବିଜୟ ଧାରା ବଜାୟ ରହିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏଥିସହିତ ପୌର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସୂଚିତ କରି ସେ କହିଛନ୍ତି, ମାର୍ଚ୍ଚ ୨ରୁ ୭ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ହେବ । ଏଣୁ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ଯେଉଁ ଆଶାୟୀ ନିଷ୍ପଳଙ୍କ ଥିବେ, ସେବା ମନୋବୃତ୍ତି ଥିବା ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବେ ବୋଲି  ଶ୍ରୀ ମଙ୍ଗରାଜ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଦ୍ୱିତୀୟ ଦିନରେ ବିଜେଡି ହାତେଇଛି ୫୧୯ ଆସନ, ମୋଟ ୭୨୩ ଆସନରେ ଆଗୁଆ ବିଜେଡି 

ଭଦ୍ରକ: ତୃତୀୟ ଦିନର ଗଣତିରେ ୧୨ଟି ଯାକ ଜିଲ୍ଲା ପରିଷଦ ଆସନରେ ବିଜେଡି ଆଗୁଆ

ଭଦ୍ରକ: ତୃତୀୟ ଦିନର ଭଦ୍ରକ ଜିଲ୍ଲାରେ ୭ଟି ବ୍ଲକରେ ୧୨ଟି ଜିଲ୍ଲାପରିଷଦ ଜୋନ୍‌ରେ ଭୋଟ ଗଣତି ଆରମ୍ଭରୁ ସମସ୍ତ ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଚାନ୍ଦବାଲି ବ୍ଲକର ୪ ନମ୍ବର ଜୋନରେ ବିଜେଡି ପ୍ରାଥୀ ସ୍ମରଣୀକା ସମଦର୍ଶନୀ ବଳ ଆଗୁଆ, ଚାନ୍ଦବାଲି ବ୍ଲକର ୫ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ବଳଭଦ୍ର ଲେଙ୍କା ଆଗୁଆ ।ତିହିଡି଼ ବ୍ଲକର ୮ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ  ସୁମତି ସେଠୀ ଆଗୁଆ । ତିହିଡି଼ ବ୍ଲକର ୯ ନମ୍ବର ଜୋନରେ ବିଜେଡ଼ି ପ୍ରାଥୀ  ଲାଲମୋହନ ଦାସ  ଆଗୁଆ । ଧାମନଗର ବ୍ଲକର ୧୨ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଶାରଦା ପ୍ରସନ୍ନ ସାହୁ ଆଗୁଆ । ଧାମନଗର ବ୍ଲକର ୧୩ ନମ୍ବର ଜୋନରେ ବିଜେଡି ପ୍ରାଥୀ ପ୍ରଦୀପ ମଲ୍ଲିକ ଆଗୁଆ । ବନ୍ତ ବ୍ଲକର ୧୬ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ମୁନି ମୁଣ୍ଡା ଓ  ବାସୁଦେବପୁର ବ୍ଲକର ୨୦ ନମ୍ବର ଜୋନରେ ବିଜେଡ଼ି ପ୍ରାଥୀ ମାନସ ସେଠୀ , ବାସୁଦେବପୁର ବ୍ଲକର ୨୧ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଦିବ୍ୟଲଷ୍ମୀ ବାରିକ ଆଗୁଆ, ଭଣ୍ଡାରିପୋଖରୀ ବ୍ଲକର ୨୪ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ  ଉତ୍କଳ କେଶରୀ ମହାନ୍ତି , ଭଦ୍ରକ ବ୍ଲକର ୨୭ ନମ୍ବର ଜୋନରେ ବିଜେଡ଼ି ପ୍ରାଥୀ ମଳୟ ଜେନା, ଭଦ୍ରକ ବ୍ଲକର ୨୮ ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ପୂର୍ଣ୍ଣଶଶି ପାଣିଗ୍ରାହୀ ଆଗୁଆ ରହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଭଦ୍ରକ: ୭ଆସନରେ ବିଜେଡି ବିଜୟୀ

 

ପୌର ନିର୍ବାଚନ ନେଇ ବିଜ୍ଞପ୍ତି ଜାରି କଲା ବିଏମ୍‌ସି: ମାର୍ଚ୍ଚ ୨୪ରେ ନିର୍ବାଚନ, ୨୬ରେ ଫଳାଫଳ

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କଲା ଭୁବନେଶ୍ୱର ମହାନଗର ନିଗମ । ବିଏମସି କାର୍ଯ୍ୟାଳୟ, ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ୱାର୍ଡ ୱାରି ଜାରି ହେଲା ବିଜ୍ଞପ୍ତି। ମେୟର, ଡେ଼ପୁଟି ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ବିଜ୍ଞପ୍ତିରେ ତାରିଖ ପ୍ରକାଶ। ମାର୍ଚ୍ଚ ୨ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଦିନ ୧୧ଟା ଠାରୁ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ଆଶାୟୀ । ନାମାଙ୍କନ ପତ୍ର ୯ ତାରିଖରେ ଯାଞ୍ଚ ହୋଇଛି ।

୧୦ ତାରିଖରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ ସମୟ ୧୪ ତାରିଖ ୩ଟା। ଚୂଡାନ୍ତ ପ୍ରାର୍ଥୀ ତାଲିକା ୧୪ତାରିଖ ୫ଟାରେ ପ୍ରକାଶ ପାଇବ । ନିର୍ବାଚନ ତାରିଖ ୨୪ମାର୍ଚ୍ଚ ସକାଳ ୮ଟା ଠାରୁ ଅପରାହ୍ନ ୫ଟା। ଭୋଟ ଗଣତି ୨୬ତାରିଖ ସକାଳ ୮ଟାରୁ ଆରମ୍ଭ। ୨୯ରେ ନିର୍ବାଚିତ ମେୟର ଓ କର୍ପୋରେଟରଙ୍କ ନାମ ଘୋଷଣା ହେବ ।

୩୧ତାରିଖରେ ଡେପୁଟି ମେୟର ନିର୍ବାଚନ ପାଇଁ ମେୟରଙ୍କ ଦ୍ୱାରା ଆହୁତ ହେବ ବୈଠକ । ଏପ୍ରିଲ ୮ତାରିଖରେ ଡେପୁଟି ମେୟର ନିର୍ବାଚନ।ନିର୍ବାଚନ ପାଇଁ ଆଚରଣ ବିଧି ୨୫ତାରିଖ ଠାରୁ ଲାଗୁ ହୋଇସାରିଥିବା ବେଳେ ଏହା ମାର୍ଚ୍ଚ ୨୬ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ନିର୍ବାଚନ ଆଚରଣ ବିଧିକୁ କଡ଼ାକଡ଼ି ଲାଗୁ କରିବା ସହିତ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ସୂଚନା ଦେଲେ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।

ଋଷ ବିରୋଧରେ କଟକଣା କଠୋର ପରେ ବେଲାଋଷରେ ୟୁକ୍ରେନ ସହ ହେବ ଆଲୋଚନା

ବିବାଦର ଘଟିବ ଅନ୍ତ, ଯୁଦ୍ଧର ହେବ ଅବସାନ । ୟୁକ୍ରେନ ଆକାଶରୁ ହଟିଯିବ ଯୁଦ୍ଧର କଳାବାଦଳ । ଆଶ୍ୱସ୍ତ ହେବେ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଥିବା ୟୁକ୍ରେନ ନାଗରିକ । ବେଲାଋଷରେ ଋଷ ସହ ଆଲୋଚନା ପ୍ରସ୍ତାବ ଉପରେ ୟୁକ୍ରେନର ସମ୍ମତି ପରେ ଏଭଳି ଆଶା ଉଜ୍ଜିବୀତ ହୋଇଛି । ତେବେ ଏବେ ମଧ୍ୟ ଘଡ଼ିକେ ଘୋଡ଼ା ଛୁଟିବାରେ ଲାଗିଛି । ଋଷ ବିରୋଧରେ ଆମେରିକା ଓ ବ୍ରିଟେନ ଭଳି ଦେଶ କଟକଣାକୁ ଅଧିକ କଠୋର କରୁଥିବା ବେଳେ ଋଷକୁ ଉତ୍ତରକୋରିଆ ଓ ଚୀନ ଭଳି ରାଷ୍ଟ୍ର ସମର୍ଥନ ଜଣାଇଛନ୍ତି ।

ୟୁକ୍ରେନକୁ ୩୫୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ର ଯୋଗାଇବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଥିବାବେଳେ ଜର୍ମାନୀ ଓ ଫ୍ରାନ୍ସ ମଧ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ କରିଛନ୍ତି ଘୋଷଣା । ତେଣେ ମଇଦାନକୁ ଆସିଛି ଉତ୍ତରକୋରିଆ । ଶାସକ କିମ୍ ଜଙ୍ଗ ଉନ୍ ଯୁଦ୍ଧ ଲାଗି ଆମେରିକାକୁ ଦାୟୀ କରିଥିବାବେଳେ ଋଷକୁ କରିଛନ୍ତି ସମର୍ଥନ । କହିଛନ୍ତି- ଶାନ୍ତି ଓ ସ୍ଥିରତା ନାମରେ ଆମେରିକା ବିଶ୍ୱରେ ସବୁଠାରୁ ଅଧିକ ଅସ୍ଥିରତା ସୃଷ୍ଟି କରୁଛି । ଯୁଦ୍ଧ ଟେନସନ ଭିତରେ ଉତ୍ତରକୋରିଆ ପରୀକ୍ଷା କରିଛି ଅତି ଦୂରଗାମୀ କ୍ଷେପଣାସ୍ତ୍ର । ଏହାକୁ ମିଶାଇ ଚଳିତ ବର୍ଷ ୮ଟି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ଉତ୍ତରକୋରିଆ । ଅନ୍ୟତମ ସୁପରପାଓ୍ୱାର ଚୀନ ମଧ୍ୟ ଆମେରିକାକୁ ଦୋଷ ଦେଇଛି । ୟୁକ୍ରେନ ପ୍ରସଙ୍ଗରେ ଋଷ ଓ ଚୀନ ମଧ୍ୟରେ ସମ୍ପର୍କ ହେଉଛି ନିକଟତର । ଚୀନର ନମ୍ବର ଓ୍ୱାନ୍ ଟ୍ରେଡିଂ ପାର୍ଟନର ଭାବେ ଦୀର୍ଘ ଦଶନ୍ଧି ଧରି ରହିଆସିଛି ଋଷ । ଦିନକୁ ଦିନ ଜଟିଳ ହେଉଛି ଯୁଦ୍ଧସ୍ଥିତି । ବଦଳିବାରେ ଲାଗିଛି ବିଶ୍ୱର ସମୀକରଣ । ଗ୍ରେଟର ଋଷ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଭିମୁଖ୍ୟ ଉପରେ ରୋକ୍ ଲାଗି ନାଟୋ ହୋଇଛି ଅକ୍ଷମ ।

ତେବେ ଏହାରି ମଧ୍ୟରେ ବିଶ୍ୱର ବୃହତ୍ତମ ବିମାନକୁ ନଷ୍ଟ କଲା ଋଷ ସେନା । ୟୁକ୍ରେନ ସ୍ଥିତ ବିଶ୍ୱର ଏହି ବୃହତ୍ତମ ବିମାନଟିକୁ ଋଷ ସେନା ନଷ୍ଟ କରିଦେଇଥିବା ୟୁକ୍ରେନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁଲେବା କହିଛନ୍ତି । ଏଏନ୍‌-୨୨୫ ‘ମ୍ରିୟା’ ଯାହାର ଅର୍ଥ ହେଉଛି ‘ସ୍ୱପ୍ନ, ଏହି ବୃହତ୍ତକାୟ ବିମାନକୁ ୟୁକ୍ରେନୀୟ ବିମାନ ନିର୍ମାଣକାରୀ କମ୍ପାନୀ ‘ଆଣ୍ଟୋନୋଭ୍‌’ ନିର୍ମାଣ କରିଥିଲା। ଋଷ ସେନାଙ୍କ ବୋମା ବର୍ଷଣ ଯୋଗୁଁ କିଏଭ୍‌ ବାହାରେ ଥିବା ‘ହୋସ୍ତୋମେଲ୍‌ ବିମାନ ବନ୍ଦର’ରେ ବିଶ୍ୱର ସର୍ବବୃହତ୍ତ ମାଲବାହୀ ବିମାନ ଭାବେ ମାନ୍ୟତା ପାଇଥିବା ‘ମ୍ରିୟା’ ପୋଡ଼ିଯାଇଥିବା କୁହାଯାଉଛି।

ତେବେ ଆଶା ଆଶଙ୍କା ମଧ୍ୟରେ ୟୁକ୍ରେନ୍‌ ଏବଂ ରୁଷ୍‌ ମଧ୍ୟରେ ଲାଗିଥିବା ଯୁଦ୍ଧ ସଂକ୍ରାନ୍ତରେ ଆଲୋଚନା ପାଇଁ ସୋମବାର ଦିନ ୧୯୩ ସଦସ୍ୟବିଶିଷ୍ଟ ‘ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭା’ର (ୟୁଏନ୍‌ଜିଏ) ଜରୁରୀକାଳୀନ ତଥା ବିରଳ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ରବିବାର ଦିନ ଏଥିପାଇଁ ପ୍ରକ୍ରିୟାତ୍ମକ ଭୋଟ୍‌ ଗ୍ରହଣ କରାଯାଇଥିଲା । କିନ୍ତୁ, ପୂର୍ବ ଭଳି ଭାରତ, ଚୀନ୍‌ ଏବଂ ସଂଯୁକ୍ତ ଆରବ ଏମିରେଟସ୍‌ ଭୋଟ୍‌ ଦାନରୁ ନିବୃତ୍ତ ରହିଥିଲେ।