ପୁରୀରେ ହୋଟେଲରେ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ପୁରୀ: ପୁରୀ ସମୁଦ୍ରକୂଳରେ ଥିବା ଏକ ହୋଟେଲର ତିନି ମହଲା ଉପରୁ ପଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକଙ୍କ ନାଁ ଚୟନ ସରକାର । ତାଙ୍କ ଘର ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ । ପୁରୀରେ ଛାତରୁ ପଡ଼ି ଯୁବକଙ୍କ ମୃତ୍ୟୁ ଘଟଣାରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁସାରେ ଗତ ୫ ତାରିଖ ସନ୍ଧ୍ୟାରେ କୋଲକାତା ଦମ୍ ଦମ୍ ଏୟାରପୋର୍ଟ ନିକଟସ୍ଥ ସଞ୍ଜୀବ କୁମାର ସରକାର ଓ ଲିପିକା ରାୟ ସରକାରଙ୍କ ୧୮ ବର୍ଷୀୟ ସାନ ପୁଅ ଚୟନ ରାୟ ସରକାର ୪ ଜଣ ସାଙ୍ଗଙ୍କ ସହ ପୁରୀ ଆସିଥିଲେ । କିନ୍ତୁ ଗତକାଲି ପୁରୀର ଏକ ହୋଟେଲ ଛାତରୁ ପଡ଼ିଯାଇଥିଲେ । ଏହା ପରେ ତାଙ୍କୁ ପୁରୀ ମେଡିକାଲ ଓ ପରେ ଗୁରୁତର ଥିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏମ୍ସରେ ତାଙ୍କର ମୃତ୍ୟ ହୋଇଥିଲା । ଚୟନ ସରକାରଙ୍କ ମୃତ୍ୟୁ ପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷରେ ଚୟନଙ୍କ ସାଙ୍ଗରେ ଆସିଥିବା ତାଙ୍କୁ ସାଙ୍ଗମାନେ ଏବେ ଫେରାର ହୋଇଯାଇଛନ୍ତି । ପରିବାରଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।