ଘରୋଇ ମେଡିକାଲରେ ଦିଆଯିବ ବୁଷ୍ଟର ଡୋଜ, ୧୦ରୁ ଆରମ୍ଭ ଟିକାକରଣ

ଭୁବନେଶ୍ୱର: ସାଧରଣ ଲୋକେ ନେବେ କୋଭିଡ ବୁଷ୍ଟର ଡୋଜ  ।  ଆସନ୍ତା ରବିବାରରୁ ଆରମ୍ଭ ହେବ ଟିକାକରଣ ପକ୍ରିୟା  ।  ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ବୁଷ୍ଟର ଡୋଜ । ଦୁଇଟି ଯାକ ଡୋଜ ନେଇଥିବା ବ୍ୟକ୍ତି ଘରୋଇ ହସ୍ପିଟାଲରେ ନେଇପାରିବେ ବୁଷ୍ଟର ଡୋଜ । ଆସନ୍ତା ୧୦ରୁ ଆରମ୍ଭ ହେବ ବୁଷ୍ଟର ଡୋଜ ଟିକାକରଣ ପକ୍ରିୟା। ସରକାରୀ ମେଡିକାଲରେ ଦୁଇଟି ଯାକ ଟିକା ନେଇସାରିଥିବା ବେଳେ ବୁଷ୍ଟର ଡୋଜ ଘରୋଇ ହସ୍ପିଟାଲରୁ ନେଇ ପାରିବେ ।

କୋଭିଡର ଦୁଇଟି ଯାକ ଡୋଜ ନେବାର ୯ ମାସ ପରେ ବୁଷ୍ଟର ଡୋଜ ନେବେ । ମିଳିଥିବା ସୂଚନା ମୁତାବକ ଦେଶରେ ୧୫ ବର୍ଷରୁ ଅଧିକ ବୟସ୍କ ପିଲା ଗୋଟିଏ ଟିକା ନେଇଥିବା ସଂଖ୍ୟା ୯୬ ପ୍ରତିଶତ ରହିଛି  । ସେହିପରି ୮୩ ପ୍ରତିଶତ  ଡବଲ ଡୋଜ ଅର୍ଥାତ ଦୁଇଟି ଯାକ ଟିକା ନେଇସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ପର୍ଯ୍ୟନ୍ତ  ୨.୪ କୋଟିରୁ ଅଧିକ ବୁଷ୍ଟର ଡୋଜ ସ୍ୱାସ୍ଥ୍ୟ କର୍ମୀ ଏବଂ ୬୦ରୁ ଅଧିକ ବୟସ୍କ ଲୋକଙ୍କୁ ଦିଆସରିଛି । ଅନ୍ୟପଟେ ୧୨ ରୁ ୧୪ ବର୍ଷ ବୟସର ୪୫ ପ୍ରତିଶତ ପିଲା ଟିକା ନେଇସାରିଛନ୍ତି ।