ଏବେ ବିନା କାର୍ଡ଼ରେ ATMରୁ ଟଙ୍କା ଉଠାଇ ପାରିବେ

1 min read

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର କହିଛନ୍ତିଯେ, RBI  ଭାରତର ସମସ୍ତ ବ୍ୟାଙ୍କର ସମସ୍ତ ଏଟିଏମରେ କାର୍ଡ଼ଲେସ ନଗଦ ଟଙ୍କା ଉଠାଇବାର ସୁବିଧା ଉପଲବ୍ଧ କରିବା ପାଇଁ ପ୍ରସ୍ତାବ ଦେଇଛି । ଦାସଙ୍କ କହିବା ହେଉଛି ଏହି ସୁବିଧା ୟୁନିଫାଇଡ୍‌ ପେମେଣ୍ଟ୍ସ ଇଣ୍ଟଫେସ୍‌ ବା ୟୁପିଆଇ ଜରିଆରେ କରାଇବାର ଏକ ପ୍ରସ୍ତାବ ।

କାର୍ଡ଼ଲେସ ଅର୍ଥ ଜଣାପଡ଼ୁଛିଯେ, ଟଙ୍କା ଉଠାଇବା ବେଳେ କ୍ରେଡିଟ୍‌ ବା ଡେବିଟ କାର୍ଡ଼ର ଆବଶ୍ୟକତା ପଡ଼ିବ ନାହିଁ । ଏହି ବ୍ୟବସ୍ଥା ବର୍ତ୍ତମାନ କେତେକ ବ୍ୟାଙ୍କରେ ଉପଲବ୍ଧ । ଏହାକୁ କୋଭିଡ ମହାମାରୀକୁ ନଜରରେ ରଖି ଉପଲବ୍ଧ କରାଯାଇଥିଲା । କାରଣ ଲୋକମାନେ ଏଟିଏମକୁ ଯିବାକୁ ଚାହୁଁନଥିଲେ । SBI, ICICI, AXIS ଏବଂ BANK OF BARODA ସମେତ ବିଭିନ୍ନ ବ୍ୟାଙ୍କର ଜମାକାରୀ ନିଜ ଫୋନ୍‌ ମାଧ୍ୟମରେ ଡେବିଟ୍‌ କାର୍ଡ଼ ବିନା ନଗଦ ଟଙ୍କା ଉଠାଇ ପାରିବେ ।  ଜମାକାରୀଙ୍କୁ ଅଧିକତର ମୋବାଇଲ ବ୍ୟାଙ୍କିଂ ଆପର ଉପଯୋଗ କରିବାକୁ ପଡ଼ିଥାଏ ।

ବିଶେଷଜ୍ଞଙ୍କ ଅନୁସାରେ, ଏହି ବ୍ୟବସ୍ଥା ଏଟିଏମ୍‌ ଠକେଇ ଉପରେ ଅଙ୍କୁଶ ଲଗାଇବ । କାରଣ ଏହାଦ୍ୱାରା ମୋବାଇଲ ପିନ୍‌କୋର୍ଡ଼ର ଆବଶ୍ୟକତା ପଡ଼ିବ ।