IPL ୨୦୨୨: ଆଜି ପଞ୍ଜାବ କିଙ୍ଗ୍ସକୁ ଭେଟିବ ଗୁଜୁରାଟ ଟାଇଟନ୍ସ

1 min read

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୧୬ ତମ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ । ଏହି ମ୍ୟାଚ ଆଜି ସନ୍ଧ୍ୟା ୭ଟା୩୦ରେ ମୁମ୍ବାଇରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ନେଟ୍ସରେ ଜୋରଦାର ପ୍ରସ୍ତୁତ କରିଛନ୍ତି । ଚଳିତ ଆଇପିଏଲରେ ଗୁଜୁରାଟ ୨ଟି ମ୍ୟାଚ ଖେଳି ୨ଟିରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ପଞ୍ଜାବ କିଙ୍ଗ୍ସ ୩ଟି ମ୍ୟାଚରୁ ୨ଟିରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି ।

ପଞ୍ଜାବ କିଙ୍ଗ୍ସ ଚଳିତ ସିଜିନର ପ୍ରଥମ ମ୍ୟାଚରେ ଆରସିବିଠାରୁ ଦମଦାର ବିଜୟ ଲାଭ କରି ସିଜିନ୍ ଆରମ୍ଭ କରିଥିଲା । ଦ୍ୱିତୀୟ ମ୍ୟାଚରେ କୋଲକାତାଠାରୁ ପରାସ୍ତ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ପରାଜୟ ପରେ ଦମଦାର କମବ୍ୟାକ୍ କରିଥିଲା ପଞ୍ଜାବ । ତୃତୀୟ ମ୍ୟାଚରେ ପଞ୍ଜାବ ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇକୁ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କରିଥିଲା । ସେହିପରି ଗୁଜୁରାଟ ଟାଇଟନ୍ସ କଥା କହିବା ତାହାଲେ ଗୁଜୁରାଟ ଚଳିତ ସିଜିନରେ ଲଗାତର ଦୁଇଟି ମ୍ୟାଚରେ ବିଜୟ ଲାଭ କରିଛି । ତେବେ ଆଜିର ମ୍ୟାଚରେ ଉଭୟ ଦଳ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟା କରିବ ।