spot_img
Home Blog Page 4489

ଡ୍ରାଇଭରକୁ ପ୍ରେମ କରି ସ୍ୱାମୀ ହତ୍ୟା ପାଇଁ ସୁପାରୀ

ଭୁବନେଶ୍ୱର: ପତି, ପତ୍ନୀ ଓ ସେ । ଡ୍ରାଇଭର ପ୍ରେମରେ ରେଳୱେ ସିନିୟର ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ପତ୍ନୀ। ନିଜ ମଥା ସିନ୍ଦୁର ପୋଛିବା ପାଇଁ ରଚିଥିଲେ ସାଂଘାତିକ ଷଡଯନ୍ତ୍ର । ସ୍ୱାମୀଙ୍କୁ ସବୁଦିନ ପାଇଁ ରସ୍ତାରୁ ହଟାଇବା ପାଇଁ ୧ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ । ଏନେଇ ମଞ୍ଚେଶ୍ୱର ଥାନାରେ ସ୍ୱାମୀ ଏତଲା ଦେବା ପରେ ଡ୍ରାଇଭର ଗିରଫ ହୋଇଛି । ତେବେ ସ୍ତ୍ରୀ ଓ ସୁପାରୀ କିଲର ଫେରାର ହୋଇଯାଇଛନ୍ତି । ଅଭିଯୋଗକାରୀ ସ୍ୱାମୀ  ମଞ୍ଚେଶ୍ଵରରେ ଅଞ୍ଚଳରେ ଚାକିରୀ କରୁଥିବା ବେଳେ ଅଭିଯୁକ୍ତ ଅଶୋକ ସାହୁଙ୍କୁ ଡ୍ରାଇଭର ଭାବେ ରଖିଥିଲେ।

ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ପୁରୀକୁ ବଦଳି ହେବାର ସୁଯୋଗ ନେଇ ପତ୍ନୀଙ୍କୁ ଭଲ ପାଇବା ସହ ଅନୈତିକ ସମ୍ପର୍କ ରଖିଥିଲେ ଡ୍ରାଇଭର । ଅନୈତିକ ସମ୍ପର୍କ କଥା ଜଣାପଡିବା ପରେ ପାରିବାରିକ କଳହ ସୃଷ୍ଟି ହୋଇଥିଲା।ଏହାପରେ ସ୍ତ୍ରୀ ଓ ଡ୍ରାଇଭର ମିଶି  ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲେ । ଉଭୟ ଦୁଇ ଜଣ ଅପରାଧୀଙ୍କୁ ପ୍ରାୟ ଏକ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ । ଗତ ୧୬ ତାରିଖରେ ଅଭିଯୋଗକାରୀ ସାନ୍ଧ୍ୟ ଭ୍ରମଣରେ ଯାଉଥିବା ବେଳେ ସ୍ପୋର୍ଟସ କ୍ୟମ୍ପ୍ଲେକ୍ସ ନିକଟରେ ଦୁଇ ଜଣ ସୁପାରୀ କିଲର ଏକ ଷ୍ଟିଲ ପାଇପ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା, ତେବେ କୌଣସି ମତେ ଜୀବନ ବଞ୍ଚାଇଥିଲେ।

ସେପଟେ ଏଭଳି  ଘଟଣା ଘଟିବା ପରେ  ଅଭିଯୁକ୍ତମାନେ ଧରା ନପଡିବା ଲାଗି ଘର ବଦଳାଇଥିଲେ । ମଞ୍ଚେଶ୍ଵର ପୋଲିସ ମାମଲା ରୁଜୁ କରିବା ସହ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ଆପାର୍ଟେମେଣ୍ଟରେ ଚଢାଉ କରିଥିଲା । ପଚରା ଉଚରା ସମୟରେ ଡ୍ରାଇଭର ନିଜର ଦୋଷ ମାନିଛନ୍ତି । ଆପାର୍ଟମେଣ୍ଟରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ପତ୍ନୀ ଡ୍ରାଇଭର ଅଶୋକଙ୍କୁ ନିଜର ସ୍ୱାମୀ ପରିଚୟ ଦେଇଥିବା ଜେରା ବେଳେ ପୋଲିସ ଜାଣିବାକୁ ପାଇଛି । ଅନ୍ୟପଟେ ଏହି ହତ୍ୟା ଷଡ଼ଯନ୍ତ୍ର ପଛରେ ଥିବା ପତ୍ନୀ ଓ ସୁପାରୀ କିଲରଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ଜାଗାରେ ଚଢାଉ କରିଛି ।

ଆଳୁ-ଲେମ୍ବୁ ପରେ ଉତୁରିଲା କ୍ଷୀର, ରାଜ୍ୟରେ ବଢ଼ିଲା ଓମଫେଡ କ୍ଷୀର ଦାମ୍‌

ଭୁବନେଶ୍ୱର: ଆଳୁ ପରେ ଉତୁରିଲା କ୍ଷୀର। ରାଜ୍ୟରେ ବଢ଼ିଲା ଓମଫେଡ କ୍ଷୀର ଦାମ୍‌। ଦୁଗ୍ଧ ହିତକୁ ଦୃଷ୍ଟିରେ ରଖି ଲିଟର ପିଛା ୨ଟଙ୍କା ବଢିଛି । ଏହାଦ୍ବାରା ଦୁଗ୍ଧଜାତ ସାମଗ୍ରୀର ଦରବୃଦ୍ଧି ଆଶଙ୍କା ସୃଷ୍ଟି ହୋଇଛି । ଦୀର୍ଘ ଦୁଇବର୍ଷ ପରେ ଓମଫେଡ କ୍ଷୀରର ମୂଲ୍ୟ ବୃଦ୍ଧିକୁ ନେଇ ଚାଷୀ ଖୁସି ବ୍ୟକ୍ତ କରିଥିବାବେଳେ ନେଇ ସାଧାରଣରେ ଦେଖିବାକୁ ମିଳିଛି ମିଶ୍ର ପ୍ରତିକ୍ରିୟା ।

ବଢିଲା ଓମ୍‌ଫେଡ କ୍ଷୀରର ମୂଲ୍ୟ । ଦୁଇ ବର୍ଷରେ ଲିଟର ପିଛା ୨ଟଙ୍କା ବୃଦ୍ଧି । ପ୍ରଭାବିତ ହେବନି ଚାହା କପର ମୂଲ୍ୟ । ବଜାରକୁ ଆସିଲା ନୂଆ ବ୍ରାଣ୍ଡ । ଦୁଇବର୍ଷ ପରେ ବର୍ଦ୍ଧିତ ଦରରେ ବଜାରକୁ ଆସିଲା ଓମଫେଡ କ୍ଷୀର । ଲିଟର ପିଛା ୪୬ ଟଙ୍କାରୁ ୪୮ଟଙ୍କାକୁ ବୃଦ୍ଧି ପାଇଛି ମୂଲ୍ୟ । ବର୍ଦ୍ଧିତ ୨ଟଙ୍କା ମଧ୍ୟରୁ ଦୁଗ୍ଧଚାଷୀଙ୍କୁ ସିଧାସଳଖ ୧ ଟଙ୍କା ୩୫ ପଇସା ମିଳିବ । ପରିବହନ ଓ ପ୍ୟାକେଜିଂ ସହିତ ଅନ୍ୟାନ୍ୟ ଖର୍ଚ୍ଚ ବୃଦ୍ଧି ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଓମଫେଡ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ କ୍ଷୀରର ମୂଲ୍ୟ ବୃଦ୍ଧି ଫଳରେ ଯେଭଳି ଚାହା କପର ମୂଲ୍ୟ ବୃଦ୍ଧି ନହୁଏ ସେଥିପାଇଁ ଓମ୍ଫେଡ ପକ୍ଷରୁ ଚାଏ ସ୍ପେଶାଲ କ୍ଷୀର ବଜାରକୁ ଆସିଛି । ଯାହା ପୁରୁଣା ମୂଲ୍ୟରେ ଅର୍ଥାତ୍ ଲିଟର ପିଛା ୪୬ ଟଙ୍କାରେ ଉପଲବ୍ଧ ହେବ ।

ବର୍ତ୍ତମାନ କେବଳ କଟକ, ପୁରୀ ଓ ଭୁବନେଶ୍ବରରେ ଏହା ଉପଲବ୍ଧ ହେଉଥିବା ବେଳେ ଖୁବଶୀଘ୍ର ରାଜ୍ୟବ୍ୟାପୀ ମିଳିବ । ଦୀର୍ଘଦିନ ଧରି କ୍ଷୀରର ମୂଲ୍ୟ ବୃଦ୍ଧି ପାଇନଥିବା ଯୋଗୁଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ଦରଦାମ ବୃଦ୍ଧି ସାଙ୍ଗକୁ ଗୋଖାଦ୍ୟର ଦର ଦୁଗ୍ଧଚାଷୀଙ୍କ ପାଇଁ ଚିନ୍ତାର ବିଷୟ ଥିଲା । ତେବେ ବିଳମ୍ବରେ ହେଲେ ମଧ୍ୟ ୨ ଟଙ୍କା ବୃଦ୍ଧି ପାଇଥିବାରୁ ଦୁଗ୍ଧ ଚାଷୀ ଖୁସି ବ୍ୟକ୍ତ କରିଛନ୍ତି ।

ସେପଟେ କ୍ଷୀର ଦର ବୃଦ୍ଧି ହେବାପରେ ଚାହା କପର ମୂଲ୍ୟ ୧ ଟଙ୍କା ବୃଦ୍ଧି କରିଛନ୍ତି ଦୋକାନୀ । ପେଟ୍ରୋଲ ଓ ଡିଜେଲ ସହିତ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ କ୍ଷୀରର ମୂଲ୍ୟ ବୃଦ୍ଧିକୁ ସାଧାରଣଲୋକେ ମଧ୍ୟ ଗ୍ରହଣ କରି ନେଇଛନ୍ତି । ତେବେ ଓମଫେଡ ବଜାରକୁ ଛାଡିଥିବା ଚାଏ ସ୍ପେଶାଲ କ୍ଷୀରକୁ ଗ୍ରାହକ କେତେ ଗ୍ରହଣ କରୁଛନ୍ତି ଏହାର ସ୍ବାଦ ଓ ମାନ କଣ ତାହା ଉପରେ ଚାହାର ମୂଲ୍ୟ ନିର୍ଭର କରୁଛି ବୋଲି କହିଛନ୍ତି ଦୋକାନୀ । ଓମଫେଡ କ୍ଷୀର ମୂଲ୍ୟ ଯଦିଓ ବୃଦ୍ଧି ପାଇଛି ତେବେ କମ୍ପାନୀ ଦ୍ବାରା ପ୍ରସ୍ତୁତ ଦହି, ଚହ୍ଲା ଓ ଛେନାପୋଡ ଭଳି ଦୁଗ୍ଧଜାତ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇନାହିଁ ।

ସାବରମତି ଆଶ୍ରମରେ ଚରଖା ଚଲାଇଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌  ଗୁରୁବାର ସାବରମତି ଆଶ୍ରମକୁ ଯାଇଥିଲେ । ସେଠାରେ ୟୁକେ ପ୍ରଧାନମନ୍ତ୍ରୀ ବୋରିସ୍‌  ଚରଖା ମଧ୍ୟ ଚଲାଇଲେ । ଗୋଟିଏ ମିନିଟର ଭିଡ଼ିଓ ଦେଖିବା ପରେ ଜଣାପଡ଼ୁଛିଯେ, କିଭଳି ବୋରିସ୍‌ ଉକ୍ତ ସମୟକୁ ଖୁବ୍‌ ଉପଭୋଗ କରୁଥିଲେ ।

 

ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଭାରତରେ ପହଞ୍ଚିବା ପରେ ସେ ପ୍ରଥମେ ଗୁଜରାଟର ଅହମଦାବାଦ ସ୍ଥିତ ସାବରମତି ଆଶ୍ରମ ପରିଦର୍ଶନ କରିଥିଲେ। କେବଳ ଏତିକି ନୁହେଁ, ବୋରିସ୍ ଏଠାରେ ଚରଖା ଚଲାଇବା ମଧ୍ୟ ଶିଖିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।  ତେବେ ସାଧାରଣ ଲୋକଙ୍କ ଭଳି ବସି ଚରଖା ଚଳାଉଥିବା ଭିଡ଼ିଓ ସୋସିଅଲ ମିଡିଆରେ ଲୋକଙ୍କ ମନ କିଣୁଛି । ତେବେ ଏହି ସମୟରେ ତାଙ୍କ ସହିତ ଗୁଜୁରାଟର ମୁଖ୍ୟମନ୍ତ୍ରୀ  ଭୂପେଶ ପଟେଲ ମଧ୍ୟ ଉପସ୍ଥିତ ଥିଲେ ।

‘Guide To London’ ହେଉଛି ମହାତ୍ମା ଗାନ୍ଧିଙ୍କ ଦ୍ୱାରା ଲେଖା ଯାଇଥିବା ଏକ ପୁସ୍ତକ, ଯାହା କେବଳ ମଧ୍ୟ ଉନ୍ମୋଚନ ହୋଇପାରିଲା ନାହିଁ । କିନ୍ତୁ ଏହି ପୁସ୍ତକକୁ ପ୍ରଧାନମନ୍ତ୍ରୀ ବୋରିସଙ୍କୁ ସାବରମତି ଆଶ୍ରମ ପକ୍ଷରୁ ଉପହାରରେ ଦିଆଯିବ । କେବଳ ସେତିକି ନୁହେଁ ବରଂ  ‘The Spirit’s Pilgrimage’ ମଧ୍ୟ ବୋରିସଙ୍କୁ ଉପହାରରେ ଦିଆଯିବ ।

RCBର ଏହି ଖେଳାଳିଙ୍କୁ ବେଷ୍ଟ ଫ୍ରେଣ୍ଡଙ୍କ ସହ ମିଶି ପତ୍ନୀ ଦେଇଥିଲେ ଧୋକା, ଏମିତି କଲେ କମବ୍ୟାକ୍

ନୂଆଦିଲ୍ଲୀ: ଆତ୍ମହତ୍ୟା କରିଥାନ୍ତେ ଦିନେଶ କାର୍ତ୍ତିକ । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ପାଇଁ ଖେଳୁଥିବା ଦିନେଶ ଏବେ ଭଲ ଫର୍ମରେ ଅଛନ୍ତି । ୩୬ ବର୍ଷୀୟ ଦିନେଶ କାର୍ତ୍ତିକ ନିଜ ଦମରେ ଦଳକୁ ଜିତାଉଛନ୍ତି । ତାଙ୍କରି ବୟସର ଖେଳାଳି କ୍ରିକେଟକୁ ବାଏ ବାଏ କହୁଥିବା ବେଳେ ଦିନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଆଚମ୍ବିତ କରିଛି । ତେବେ ସଫଳତାର ସିଡ଼ି ଚଢ଼ି ଏତେ ବାଟ ପହଞ୍ଚିବା ସହଜ ନଥିଲା ଦିନେଶ କାର୍ତ୍ତିକଙ୍କ ପାଇଁ ।

୨୦୦୭ରେ ବିବାହ କରିଥିବା ଦିନେଶ ୨୦୧୨ରେ ପତ୍ନୀଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ଆଉ ଏହା ହିଁ ଥିଲା ତାଙ୍କ ପତ୍ତନର କାରଣ । ୨୦୦୭ରୁ ୨୦୧୧ ମସିହା ମଧ୍ୟରେ ୱିକେଟ୍ କିପର ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ବିକଳ୍ପ ଥିଲା ଦିନେଶ । ଧୋନି ଦଳରୁ ବିଶ୍ରାମ ନେଲେ ଦିନେଶ ୱିକେଟ୍ କିପର ରହୁଥିଲେ । ଭାରତୀୟ ଦଳ ସହ ଘରୋଇ କ୍ରିକେଟରେ ଚମତ୍କାର ଥିଲା ଦିନେଶଙ୍କ ପ୍ରଦର୍ଶନ । ଭଲ ପ୍ରଦର୍ଶନ ପାଇଁ ଦିନେଶ ତାମିଲନାଡ଼ୁ ଟିମର ଅଧିନାୟକ ହୋଇଥିଲେ । କିନ୍ତୁ ଗୋଟିଏ ଝଟକା ସବୁକିଛି ବିଗାଡ଼ି ଦେଲା ।

IPL 2022 Dinesh Karthik Story Murali Vijay Dipika Pallikal-

ପିଲାଦିନର ସାଙ୍ଗ ନିକିତା ବଞ୍ଜାରାକୁ ୨୦୦୭ରେ ବିବାହ କରିଥିଲେ ଦିନେଶ । ବିବାହର କିଛିବର୍ଷ ପରେ ଦିନେଶଙ୍କ ସାଙ୍ଗ ତଥା ଦଳର ସାଥୀ ଖେଳାଳି ମୂରଲୀ ବିଜୟଙ୍କ ସହ ନିକିତାଙ୍କ ଆଫେୟାର୍ ଆରମ୍ଭ ହୋଇଥିଲା । ଆଉ ନିକିତା, ମୂରଲୀଙ୍କ ଛୁଆର ମାଆ ହେବାକୁ ଯାଉଥିଲେ । ଏକଥା କାର୍ତ୍ତିକଙ୍କୁ ଛାଡ଼ି ତାମିଲନାଡ଼ୁର ସମସ୍ତ ଖେଳାଳି ଜାଣିଥିଲେ । ଆଉ ହଠାତ୍ ଗୋଟିଏ ଦିନ ନିକିତା, କାର୍ତ୍ତିକଙ୍କୁ ଗୁପ୍ତ ସମ୍ପର୍କ ନେଇ କହିବା ସହ ଛାଡ଼ପତ୍ର ମାଗିଥିଲେ ।

IPL 2022 Dinesh Karthik Story Murali Vijay Dipika Pallikal-

ଛାଡ଼ପତ୍ର ପରେ ନିକିତା, ମୂରଲୀ ବିଜୟଙ୍କ ସହ ରହିଥିଲେ । ସମୟ ବଦଳିବା ସହ ମୂରଲୀ ଆଇପିଏଲରେ ଚେନ୍ନାଇ ପାଇଁ ଖେଳି ଭଲ ପ୍ରଦର୍ଶନ କରୁଥିଲେ । ଭାରତୀୟ ଦଳରେ ବି ମୂରଲୀଙ୍କୁ ସୁଯୋଗ ମିଳିଲା । ଅନ୍ୟପଟେ ବିଚ୍ଛେଦ ଦୁଃଖରେ ଭାଙ୍ଗି ପଡ଼ିଥିବା ଦିନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ଖରାପ ହେବା ସହ ତାଙ୍କୁ ଦଳରୁ ବାହାର କରି ଦିଆଯାଇଥିଲା । ଏପରିକି ଖରାପ ପ୍ରଦର୍ଶନ ପାଇଁ ତାମିଲନାଡ଼ୁ ଅଧିନାୟକ ପଦରୁ ଦିନେଶ କାର୍ତ୍ତିକଙ୍କୁ ହଟାଇ ମୂରଲୀ ବିଜୟଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହାରି ଭିତରେ ଡିପ୍ରେସନକୁ ଚାଲି ଯାଇଥିଲେ ଦିନେଶ କାର୍ତ୍ତିକ । ଜୀବନ ଏତେ କଷ୍ଟକର ହୋଇ ପଡ଼ିଥିଲା ଯେ ସେ ଆତ୍ମହତ୍ୟା କରିବାକୁ ବାରମ୍ବାର ଭାବୁଥିଲେ ।

IPL 2022 Dinesh Karthik Story Murali Vijay Dipika Pallikal-

ଏପରିକି ଟ୍ରେନିଂ ମଧ୍ୟ ଛାଡ଼ି ଦେଇଥିଲେ ଦିନେଶ କାର୍ତ୍ତିକ । ଜିମ୍ ଯିବା ବନ୍ଦ କରି ଦେଇଥିଲେ । ଯାହାକୁ ନେଇ ଚିନ୍ତିତ ହୋଇ ପଡ଼ିଥିଲେ ତାଙ୍କ ଟ୍ରେନର । ଘରକୁ ଆସି ଦେଖନ୍ତି ତ ଦେବଦାସ ଭଳି ଦାଢ଼ି ଛାଡ଼ି ଘରକୋଣରେ ବସିଛନ୍ତି ଦିନେଶ କାର୍ତ୍ତିକ । ଆଉ ଟ୍ରେନର ତାଙ୍କୁ ଟ୍ରେନିଂ ପୁଣି ଆରମ୍ଭ ପାଇଁ ପ୍ରବର୍ତ୍ତାଇ ଥିଲେ । ଦିନେଶ ଟ୍ରେନରଙ୍କ କଥା ମାନିବା ସହ ଜିମ୍ ଯିବା ଆରମ୍ଭ କରିଥିଲେ । ଜିମରେ ଦିନେଶ, ଦୀପିକା ପଲ୍ଲିକଲଙ୍କୁ ଭେଟିଥିଲେ । କିଛିଦିନ ମଧ୍ୟରେ ଉଭୟଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ନେଇଥିଲା ପ୍ରେମର ରୂପ । ଦିନେଶ କାର୍ତ୍ତିକ ପୁରୁଣା ଫର୍ମକୁ ଫେରିବା ସହ ଭାରତୀୟ ଦଳକୁ ମଧ୍ୟ ଫେରିଥିଲେ । ଦୀପିକାକୁ ବିବାହ କରିବା ସହ ଆଇପିଏଲରେ କୋଲକାତା ଦଳର ଅଧିନାୟକ ହୋଇଥିଲେ । ଏବେ ଆଇପିଏଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ପାଇଁ ଖେଳୁଛନ୍ତି ଦିନେଶ କାର୍ତ୍ତିକ ।

କୋଲାବ ଜଳଭଣ୍ଡାରରେ ଭାସୁଛି ନିଖୋଜ ସପ୍ଟୱେର ଇଞ୍ଜିନିୟରଙ୍କ ମୃତଦେହ

କୋରାପୁଟ: କୋଲାବ ଜଳ ଭଣ୍ଡାରରୁ ନିଖୋଜ ସପ୍ଟୱେର ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର । ଜଳ ଭଣ୍ଡାରର ପୋଲ ନିକଟରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ମୃତକ ହେଲେ କୋରାପୁଟ ସହରର ପୂଜାରିପୁଟର ସମୀର ପାଢୀ । ହାଇଦ୍ରାବାଦରେ ଚାକିରି କରୁଥୁଲେ ସମୀର । ଗତ ୩ ଦିନ ତଳେ ହାଇଦ୍ରାବାଦରୁ ଘରକୁ ଆସିଥିଲେ । ହେଲେ ସେ ଗତ ୨ଦିନ ହେଲା ନିଖୋଜ ଥିଲେ ।

ସମୀରଙ୍କ ବାଇକଟି ରେଳ ପୋଲ ନିକଟରୁ ଉଦ୍ଧାର କରାଯାଇଥିଲା । ତେବେ ସେ ବାଇକ ରଖି ପ୍ରାୟ ୧୦୦ ମିଟର ଉଚ୍ଚାଥିବା ପୋଲରୁ ଜଳ ଭଣ୍ଡାରକୁ ଡେଇଁ ଆତ୍ମ ହତ୍ୟା କରିଥିବା ଅନୁମାନ କରାଯାଇଛି । ପୋଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ମେଡିକାଲକୁ ପଠାଇଛି । ମୃତ୍ୟୁର ପ୍ରକୃତ କାରଣ କଣ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ  ।

 

ଦୋକାନୀଙ୍କ ଭୁଲ୍‌ ପାଇଁ ଚମକିଲା ଗ୍ରାହକଙ୍କ ଭାଗ୍ୟ, ଏକାଥରକେ ୬ କୋଟି

ନୂଆଦିଲ୍ଲୀ:  ଜଣେ ବ୍ୟକ୍ତି ଲଟେରୀରେ ୬ କୋଟିରୁ ଅଧିକ ଟଙ୍କା ଜିତିଛନ୍ତି । ଏଥିପାଇଁ ସେ ଲଟେରୀ ଟର୍ମିନାଲର କ୍ଲର୍କଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ବ୍ୟକ୍ତିଙ୍କ କହିବା ହେଉଛି କ୍ଲର୍କଙ୍କ ଗୋଟିଏ ଭୁଲ୍‌ ପାଇଁ ତାଙ୍କୁ ଏତେ ବଡ଼ ଲଟେରୀ ମିଳିଛି ।

ଲଟେରୀ ଜିତିଥିବା ବ୍ୟକ୍ତିଙ୍କ ନାଁ ହେଉଛି ଜୋଶ୍‌ ବଷ୍ଟର । ମାମଲା ଆମେରିକାର ଲୋମ୍ବା ଅଞ୍ଚଳର । ଶୁକ୍ରବାର ରାତିରେ ହେବାକୁ ଥିବା ମେଗା ମିଲିୟନ୍ସ ଡ୍ର’ର ଟିକେଟ୍‌ ନେବାକୁ ଏକ ଲଟେରୀ ଟର୍ମିନାଲରେ ପହଞ୍ଚିଲେ । ସେଠାରେ ୫ ନମ୍ବର ମାଗିଲେ । କିନ୍ତୁ ଭୁଲବଶତଃ ଦୋକାନୀ ଗୋଟିଏ ଟିକେଟରେ କେବଳ ଗୋଟିଏ ହିଁ ନମ୍ବର ଛାପିଥିଲେ । ପରେ ଅନ୍ୟ ଟିକେଟ୍‌ ଗୁଡ଼ିକରେ ବାକି ରହିଥିବା ୪ଟି ନମ୍ବରକୁ ଛାପି ଦେଲେ । ଜୋଶଙ୍କ କହିବା ହେଉଛି, ଦୋକାନୀଙ୍କ ଏହି ଭୁଲ୍‌ ପାଇଁ ତାଙ୍କ ଭାଗ୍ୟ ଚମକିଲା । ଯଦି ଦୋକାନୀ ଭୁଲ କରିନଥାନ୍ତେ ତେବେ ସସମ୍ତ ନମ୍ବରକୁ ଗୋଟିଏ ଟିକେଟରେ ଛାପିଥାନ୍ତେ । ତେବେ ସସମ୍ତ ନମ୍ବର ମଧ୍ୟରେ ଗ୍ୟାପ୍‌ ରହିନଥାନ୍ତା ।

ସକାଳୁ ଉଠୁ ଉଠୁ ଯେତେବେଳେ ଭାଗ୍ୟଶାଳୀ ବିଜେତାଙ୍କ ନାଁ ଦେଖିଲେ ଜୋଶ୍‌ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । କ୍ଲାଇବର ଲୋବା ଲଟେରୀ ହେଡକ୍ୱାର୍ଟରରୁ ନିଜ ପ୍ରାଇଜ୍‌ ମନି ବା ୬ କୋଟି ଅର୍ଥରାଶିକୁ ସଂଗ୍ରହ କଲେ ଜୋଶ୍‌ ।

ଜେସିବି ଉପରେ ଚଢ଼ିଲେ ଜନସନ୍

ନୂଆଦିଲ୍ଲୀ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଆଜି ସକାଳେ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ଜନସନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିମାନ ବନ୍ଦରରୁ ବାହାରି ଅହମ୍ମଦାବାଦସ୍ଥିତ ସାବରବତି ଆଶ୍ରମରେ ପହଞ୍ଚିଥିଲେ । ସେଠାରେ ସେ ଗାନ୍ଧିଜୀଙ୍କ ଅରଟ ଚଲାଇ ସୂତା କାଟିଥିଲେ ।

ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାପରେ ସନସନ୍ ହଲୋଲର ଜେସିବି ଫ୍ୟାକ୍ଟ୍ରି ବୁଲି ଦେଖିଥିଲେ । ଫ୍ୟାକ୍ଟ୍ରିରେ ସେ ଏକ ଜେସିବି ଉପରକୁ ଚଢ଼ି ଯାଇଥିଲେ । ଜେସିବି ଉପରେ ଚଢ଼ିବା ଫଟୋ ଏବଂ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ଭାରତ ଆସିବା ନେଇ ବୋରିସ୍ ଉତ୍ସାହିତ ଥିବା ଟ୍ବିଟ୍ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ନେଇ ମଧ୍ୟ ଉତ୍ସାହିତ ଥିବା କହିଛନ୍ତି । ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।

ଉଭୟ ଦେଶ ମଧ୍ୟରେ ୧ ବିଲିୟନ ଡଲାରରର ଚୁକ୍ତି ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଋଷ – ୟୁକ୍ରେନ ଯୁଦ୍ଧ ଓ ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଉଭୟପକ୍ଷ ଆଲୋଚନା କରିବେ । ଆସନ୍ତାକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାମରିକ ଓ ଅର୍ଥନୈତିକ ପ୍ରସଙ୍ଗରେ ଆଲୋଚନା କରିବେ ପ୍ରତିପକ୍ଷ ବୋରିସ୍ ଜନସନ୍ ।

ଅକ୍ଷୟଙ୍କ କ୍ଷମାପତ୍ର ଉପରେ କ’ଣ କହିଲେ ଅଜୟ ଦେବଗନ ?

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ପାନ ମସଲା ବିଜ୍ଞାପନକୁ ନେଇ ସୋସିଅଲ ମିଡିଆରେ ଛାଇ ଯାଇଛନ୍ତି । ସମସ୍ତେ ତାଙ୍କୁ ଟ୍ରୋଲ କରୁଛନ୍ତି । ଅବଶ୍ୟ ଲୋକଙ୍କ ଟ୍ରୋଲିଂର ଶିକାର ହେବାପରେ ଖିଲାଡ଼ୀ କୁମାର ଏହି ବିଜ୍ଞାପନରୁ ନିଜକୁ ବାହାର କରି ନେଇଛନ୍ତି । ତଥାପି ମଧ୍ୟ ଲୋକେ ଆଲୋଚନା କରିବା ବନ୍ଦ କରୁ ନାହାଁନ୍ତି । ଏହା ମଧ୍ୟରେ ସମାନ ଘଟଣା ଘଟିଛି ଅଜୟ ଦେବଗନ ଏବଂ ଶାହାରୁଖ ଖାନଙ୍କ ସହିତ  । ଏହିଭଳି ବଡ଼ ବଡ଼ ସେଲିବ୍ରିଟି ପାନ ମସଲା ବିଜ୍ଞାପନ ସହିତ ଜଡ଼ିତ । କିନ୍ତୁ ଲୋକଙ୍କୁ ଏହା ପସନ୍ଦ ଆସୁନାହିଁ ।

 

ନିକଟରେ ପାନ ମସଲାର ବିଜ୍ଞାପନ କରିବାକୁ ସାଉଥ୍‌ ସୁପରଷ୍ଟାର ଆଳ୍ଲୁ ଅର୍ଜୁନ ମନା କରି ଦେଇଥିଲେ । ଏହା ପଛର ଏକମାତ୍ର କାରଣ ହେଉଛି ତାଙ୍କ ପ୍ରଶଂସକଙ୍କୁ ସେ ଆଘାତ ଦେବାକୁ ଚାହାଁନ୍ତି ନାହିଁ । ଯାହା ଲୋକଙ୍କୁ ବେଶ୍‌ ପସନ୍ଦ ଆସିଛି । ଏଭଳି ସ୍ଥିତିରେ ବଲିଉଡ ଷ୍ଟାରଙ୍କ ଟ୍ରୋଲ ହେବା ସାଧାରଣ କଥା । ଯଦିଓ ଅକ୍ଷୟ କୁମାର କ୍ଷମା ମାଗି ନିଜକୁ ଏହି ବିଜ୍ଞାପନରୁ ନିବୃତ୍ତ କରି ସାରିଛନ୍ତି ତଥାପି ଏପର୍ଯ୍ୟନ୍ତ ଶାହାରୁଖ ଖାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । କିନ୍ତୁ ଅଜୟ ଦେବଗନ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।  ତାଙ୍କ କହିବା ହେଉଛି କିଏ କେଉଁଭଳି ବିଜ୍ଞାପନ କରିବ ତାହା ତା’ର ବ୍ୟକ୍ତିଗତ ପସନ୍ଦ । ଲୋକଙ୍କର ବୁଦ୍ଧି ବିଚାର କରି ନିଷ୍ପତ୍ତି ନେବାର ଜ୍ଞାନ ଏବଂ ଅଭିଜ୍ଞତା ଅଛି । ଲୋକେ ଜାଣନ୍ତି କେଉଁଟି ଠିକ୍‌ ଏବଂ କେଉଁଟି ଭୁଲ୍‌ ।

ଗଞ୍ଜାମରେ IPL ବେଟିଂ: ବନ୍ଧା ହେଲେ ୬, ଜବତ ହେଲା ଦେଢ ଲକ୍ଷ ଟଙ୍କା

ଗଞ୍ଜାମ: ଆଇପିଏଲ ମ୍ୟାଚ ଚାଲିଥିବାବେଳେ ଗଞ୍ଜାମରେ ଚାଲିଛି ବେଟିଂ  । ବେଟିଂ ଚଳାଇଥିଲେ ସିଧା ହାଜତକୁ ଗଲେ  ।  ଗଞ୍ଜାମ ଜିଲ୍ଲା ପାଟପୁରରେ ଆଇପିଏଲ ବେଟିଂ ଅଭିଯୋଗରେ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୬ଟି ମୋବାଇଲ ସହିତ ନଗଦ ଏକ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି ପୋଲିସ । ଗତକାଲି ପାଟପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ପୋଡାମାରି କଲେଜ ପଡିଆ ନିକଟରେ ଯୁବକ ମାନେ ମୋବାଇଲରେ ଆଇପିଇଲରେ ବେଟିଂ କରୁଥିବା ସମୟରେ ଚଢ଼ାଉ କରିଥିଲା ପୋଲିସ ।

ଏହା ଏକ ଅପରାଧିକ କାର୍ଯ୍ୟ ହୋଇଥିବା ସ୍ୱତେ ଆଇପିଏଲକୁ ନେଇ କିଛି ଯୁବକ ଏହି କାର୍ଯ୍ୟ କରୁଥିଲେ  । ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏନେଇ ଅବଗତ ହୋଇଥିଲା  । ପରବର୍ତ୍ତୀ ସମୟରେ ସିଧା ସଳଖ ଭାବେ ବେଟିଂ ଆଡ୍ଡାରେ ଚଢାଉ କରିଥିଲା ପାଟପୁର ପୋଲିସ  । ଘଟଣାସ୍ଥଳରେ ୬ ଜଣ ରହିଥିବାବେଳେ ସମସ୍ତ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଅତିରିକ୍ତ ଏସପି ପିକେ ଦଳେଇ।

ଅରଟରେ ସୂତା କାଟିଲେ ବୋରିସ୍

ନୂଆଦିଲ୍ଲୀ: ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଆଜି ସକାଳେ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ଜନସନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିମାନ ବନ୍ଦରରୁ ବାହାରି ଅହମ୍ମଦାବାଦସ୍ଥିତ ସାବରବତି ଆଶ୍ରମରେ ପହଞ୍ଚିଥିଲେ । ସେଠାରେ ଗାନ୍ଧିଜୀଙ୍କ ଅରଟ ଚଲାଇ ସୂତା କାଟିଥିଲେ ।

ଏହାପରେ ସେ ଆଦାନି ଶାନ୍ତିଗ୍ରାମଠାରେ ପହଞ୍ଚି ଉଦ୍ୟୋଗପତି ଗୗତମ ଆାଦିନଙ୍କୁ ଭେଟିବେ । ଏହା ପରେ ଗୁଜରାଟ ବାୟୋଟେକ୍ନୋଲୋଜି ବିଶ୍ବବିଦ୍ୟାଳୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗୁଜରାଟର ଦୁଗ୍ଧ ଚାଷୀ ଓ ବ୍ୟବସାୟୀଙ୍କ ସହ ମଧ୍ୟ ଜନସନ୍ ଆଲୋଚନା କରିବେ । ଏହି ଗସ୍ତ ସମୟରେ ସ୍ବାସ୍ଥ୍ୟରୁ ସଫ୍ଟଓୟାର କ୍ଷେତ୍ରରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକାଧିକ ଦ୍ବିପାକ୍ଷିକ ରାଜିନାମା ସ୍ବାକ୍ଷରିତ ହେବ ।

ଉଭୟ ଦେଶ ମଧ୍ୟରେ ୧ ବିଲିୟନ ଡଲାରରର ଚୁକ୍ତି ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଋଷ – ୟୁକ୍ରେନ ଯୁଦ୍ଧ ଓ ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଉଭୟପକ୍ଷ ଆଲୋଚନା କରିବେ । ଆସନ୍ତାକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାମରିକ ଓ ଅର୍ଥନୈତିକ ପ୍ରସଙ୍ଗରେ ଆଲୋଚନା କରିବେ ପ୍ରତିପକ୍ଷ ବୋରିସ୍ ଜନସନ୍ । ଦିଲ୍ଲୀରେ ସେ ଅକ୍ଷରଧାମ ମନ୍ଦିର ବୁଲିଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ବ୍ରିଟନରେ ସକ୍ରିୟ ଥିବା ଖଲିସ୍ଥାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି ରଖିବ ନୂଆଦିଲ୍ଲୀ ।