spot_img
Home Blog Page 4488

ସ୍କୁଲ ରୂପାନ୍ତର ପରେ କେମିତି ଚାଲିଛି ପାଠପଢ଼ା, ଆଜି ସମୀକ୍ଷା କରିବେ 5T ସଚିବ

କେନ୍ଦୁଝର: ବଦଳିଛି ସ୍କୁଲ, ହାଇଟେକ୍ ହୋଇଛି କ୍ଲାସରୁମ୍ । ସ୍କୁଲ ରୂପାନ୍ତର ପରେ କେମିତି ଚାଲିଛି ପାଠପଢ଼ା । ଆଜି କେନ୍ଦୁଝର ବାସୁଦେବପୁର ବାଳିକା ଉଚ୍ଚବିଦ୍ୟାଳୟରେ ସମୀକ୍ଷା କରିବେ 5T ସଚିବ ଭି.କେ. ପାଣ୍ଡିଆନ । ଆଜି ୧୦ ଟା ୨୫ରେ ସ୍କୁଲରେ ପହଞ୍ଚି ଭିତ୍ତିଭୂମି ବୁଲି ଦେଖିବା ସହ ପିଲାଙ୍କ ସହ ଆଲୋଚନା କରିବେ । 5T ସ୍କୁଲ ରୂପାନ୍ତରଣ ପରେ ସ୍ମାର୍ଟ କ୍ଲାସରୁମରେ ପାଠ ପଢ଼ୁଛନ୍ତି ପିଲା । ଇ-କ୍ଲାସରୁମ୍ ଓ ଅତ୍ୟାଧୁନିକ ଲାଇବ୍ରେରୀରେ ପାଠପଢ଼ା ଆଗ୍ରହ ବଢ଼ାଇଛି । ସ୍କୁଲ ରୂପାନ୍ତରଣ ନେଇ ପିଲାଙ୍କ ଅନୁଭୁତି ଶୁଣିବେ 5T ସଚିବ । ପିଲାଙ୍କ ସହ ଭୋଜନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ ଗଞ୍ଜାମ ହିଞ୍ଜିଳିକାଟୁରୁ ଆରମ୍ଭ ହୋଇ ଯାଜପୁରରେ ଶେଷ ହୋଇଥିଲା । ଏଥିରେ ସାରା ରାଜ୍ୟରେ ୧୦୭୮ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି ।

 

କାନପୁର ଜଳସେଚନ ନିର୍ମାଣ କାର୍ଯ୍ୟ ତଦାରଖ କରିବେ ମୁଖ୍ୟ ଶାସନ ସଚିବ ଓ 5-T ସଚିବ

କେନ୍ଦୁଝର: ଆଜି କେନ୍ଦୁଝର ଗସ୍ତରେ ଯାଉଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ୍ ଓ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । କେନ୍ଦୁଝର ଯୋଡ଼ା ବ୍ଲକ ବାସୁଦେବପୁର ନିକଟ କାନପୁର ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତଦାରଖ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଫାଇଭ-ଟି ସଚିବ ଭି.କି. ପାଣ୍ଡିଆନ ।

ଆଜି ସକାଳ ୯ଟା ୫ରେ ଚିମଳାଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ସେଠାରୁ ସଡ଼କ ପଥରେ ନିର୍ମାଣାଧୀନ କାନପୁର ଡ୍ୟାମ୍ ଅଞ୍ଚଳକୁ ଯିବେ। ସେଠାରେ ୨ ହଜାର ୪୩୮ କୋଟି ଟଙ୍କାର ନିର୍ମାଣାଧୀନ କାନପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଓ ଅନ୍ୟ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁନି ପ୍ରତିଭା ଅନଭି, ଆଶୀର୍ବାଦ ଦେଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁନି ଝିଅ  । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି  ଶିଶୁ କନ୍ୟା ଅନଭି ଅଗ୍ରୱାଲ  । ଅଢେଇ ବର୍ଷର ଝିଅ ଅନଭି ଲଣ୍ଡନର ବୁକ୍ ଅଫ୍ ରେକର୍ଡସ ସହିତ ପେଣ୍ଟିଂ ପାଇଁ ଅନେକ ମାନ୍ୟତା ପାଇଛନ୍ତି  । ଅନେକ ସମ୍ମାନ ଓ ପୁରସ୍କାରର ଅଧିକାରୀ ହୋଇଛନ୍ତି ଏହଗି କୁନି ଝିଅ  ।

ଗୁରୁବାର ସନ୍ଧ୍ୟାରେ ଅନଭି ତାଙ୍କ ମାତା ଅନୁରାଧା ଡାଲମିଆ ଅଗ୍ରୱାଲଙ୍କ ସହ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତାଙ୍କର ଅନନ୍ୟ ଚିତ୍ର ଉପସ୍ଥାପନ କରିଥିଲେ। ପିଲା ଦିନୁ ଅନଭିଙ୍କ ନିକଟରେ ରହିଛି ଅନେକ ପ୍ରତିଭା  । ସେପଟେ ଅନଭିଙ୍କ କୃତିତ୍ୱରେ ଆନନ୍ଦ ପ୍ରକଟ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ଏଥି ସହିତ ମୁଖ୍ୟମନ୍ତ୍ରୀ ଆନଭିଙ୍କୁ ନିଜ ପୁସ୍ତକ ପ୍ରଦାନ କରିବା ସହ ଆଶୀର୍ବାଦ ମଧ୍ୟ ପ୍ରଦାନ କରିଥିଲେ  ।  ଅନଭି ୩୭ଟି ଟେକନିକ ସାହାଯ୍ୟରେ ୭୨ଟି ଚିତ୍ର ଆଙ୍କିଛନ୍ତି  । ଭୁବନେଶ୍ୱରରେ ରହୁଥିବା ଅନଭିଙ୍କୁ ଏବେ ଅଢେଇ ବର୍ଷ  । ସେ ଚୁମ୍ବକ ରଙ୍ଗ, ଇଙ୍କସ୍, ଛାଞ୍ଚ, ଆକ୍ରିଲିକ୍ ଏବଂ ପାଣି ସାହାଯ୍ୟରେ ଏହି ସମସ୍ତ ଚିତ୍ର  ଅଙ୍କନ କରିବାରେ ସଫଳ ହୋଇଛନ୍ତି  ।

ରାଜ୍ୟ ସରକାରଙ୍କୁ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଲାଭାଂଶ ପ୍ରଦାନ

ଭୁବନେଶ୍ୱର: ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯ ବର୍ଷ ପାଇଁ ୧,୪୦,୨୭,୧୦୩ ଟଙ୍କା ଲାଭାଂଶ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡିଶା କ୍ଷଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ  ଚିନ୍ମୟ ସାହୁ ଏହି ପରିମାଣର ଚେକ୍ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରିଥିଲେ।

ସୂଚନା ଯୋଗ୍ୟ ଯେ ୨୦୧୮-୧୯ ବର୍ଷରେ ଓଡିଶା କ୍ଷଦ୍ରଶିଳ୍ପ ନିଗମ ସମସ୍ତ କର ପ୍ରଦାନ କରି ବା ପରେ ୪,୬୭,୪୬,୯୯୬ ଟଙ୍କା ଲାଭ କରିଥିଲା। ତେଣୁ ରାଜ୍ୟ ସରକାରଙ୍କୁ ନିଗମ ୩0୦ ପ୍ରତିଶତ ଲାଭାଂଶ ବାବଦରେ ୧,୪୦,୨୭,୧୦୩ ଟଙ୍କା ପ୍ରଦାନ କରିଛି।

ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଅଣୁ, ଖୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ର ପ୍ରମୁଖ ସଚବ ରଞ୍ଜନା ଚୋପ୍ରା ପ୍ରମୁଖ ଲୋକ ସେବା ଭବନରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫ଟି ସଚିବ ଭି.କେ ପଣ୍ଡିଆନ ମଧ୍ୟ ଉପସ୍ଥିତ ରହିଥିଲେ।

ରାଜ୍ୟର ୪୫ ମିନିଟ୍ ହେବ ପାୱାର କଟ୍

ଭୁବନେଶ୍ୱର: ପାଣି ଅଭାବରୁ ଜଳ ବିଦ୍ୟୁତ ଉତ୍ପାଦନ କମିଛି। ଚଳିତ ଖରାଦିନେ ୩୦୦ମେଗାୱାଟ୍ ଜଳ ବିଦ୍ୟୁତ ଉତ୍ପାଦନ କମ୍ ହେଉଛି। ସେଥିପାଇଁ ଅସ୍ଥାୟୀ ଭାବେ ଦିନକୁ ରାଜ୍ୟର କେତେକ ଅଞ୍ଚଳରେ ଅଧଘଣ୍ଟାରୁ ୪୫ ମିନିଟ୍ ପର୍ଯ୍ୟନ୍ତ ପାୱାର କଟ୍ ହେବ । ଏନେଇ ଟିପିସିଓଡିଏଲ୍ ସିଇଓ ସ୍ପଷ୍ଟ କରିଛନ୍ତି। ଖରାଦିନେ ପିକ୍ ଆଓ୍ବାରରେ ୧୫୪୫ ମେଗାଓ୍ବାଟ୍ ବିଦ୍ୟୁତ ଆବଶ୍ୟକ ହେଉଛି। ବିଦ୍ୟୁତ ଗ୍ରାହକଙ୍କୁ ଖରାଦିନେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବର୍ଷକ ପୂର୍ବରୁ ବଣ୍ଟନ କମ୍ପାନୀ ପକ୍ଷରୁ ପ୍ରସ୍ତୁତି ହୋଇଛି । ଲୋ-ଭୋଲଟେଜ୍ ଅଞ୍ଚଳକୁ ଚିହ୍ନଟ କରାଯିବା ସହ ୧୦୦ଟି ଟ୍ରାନ୍ସଫର୍ମର୍ ବଦଳାଯାଇଛି।

ସେହିପରି ୧୦୦୦ ଟ୍ରାନ୍ସଫର୍ମରର ମରାମତି ସହ ୨୦ ହଜାର ଟ୍ରାନ୍ସଫର୍ମରର ରକ୍ଷଣାବେକ୍ଷଣ ହୋଇଛି । ଗ୍ରାହକଙ୍କୁ ୨୪ ଘଣ୍ଟିଆ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ପାଇଁ କମ୍ପାନୀ ପକ୍ଷରୁ ଭିତ୍ତିଭୂମି ବିକାଶ ପାଇଁ ୪୫୦ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରାଯିବ । ୨୦୨୦-୨୧ରେ ଏଟି.ଆଣ୍ଡ୍.ସି କ୍ଷତି ୨୯.୫୪ ପ୍ରତିଶତ କମା ଯାଇଥିବା ବେଳେ ୨୦୨୧-୨୨ରେ ଏଟି.ଆଣ୍ଡ୍.ସି କ୍ଷତି ୨୫.୪ ପ୍ରତିଶତକୁ ହ୍ରାସ କରାଯାଇପାରିଛି। ଗତ ମାର୍ଚ୍ଚ ଶେଷ ସୁଦ୍ଧା କମ୍ପାନୀର ୯ପ୍ରତିଶତ ବିଦ୍ୟୁତ ଗ୍ରାହକ ବୃଦ୍ଧି ହୋଇଛନ୍ତି ।

ଓଡ଼ିଶା ବନ୍ୟା ଓ ବାତ୍ୟାପ୍ରବଣ ରାଜ୍ୟ ହୋଇଥିବାରୁ ଉପକୂଳ ଜିଲ୍ଲାରେ ଏଚ୍ ପୋଲ ବଦଳରେ ଆଧୁନିକ ଜ୍ଞାନ କୌଶଳରେ ପ୍ରସ୍ତୁତ ବିଦ୍ୟୁତ ପୋଲ ପ୍ରତିଷ୍ଠା କରାଯିବ। ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ପବନ ବହିଲେ ବି ଖୁଣ୍ଟ ଉପୁଡିବ ନାହିଁ। କମ୍ପାନୀ ପକ୍ଷରୁ ଲଗାଯାଉଥିବା ମିଟର ତ୍ରୁଟିଶୂନ୍ୟ। ଏଥିରେ ଅଧିକ ବିଲ୍ ଆସିବ ନାହିଁ ବୋଲି ସିଇଓ କହିଛନ୍ତି ।

ଘରର କେଉଁ ଦିଗରେ ରଖିବେ ଆକ୍ୱାରିୟମ?

ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ସମସ୍ତେ ବିଭିନ୍ନ ଉପାୟ କରିଥାନ୍ତି । ତାହା କୌଣସି ପ୍ରକାରର ସାଜସଜ୍ଜା ହେଉ । ଆଜିକାଲି ଘରେ ମାଛ ଆକ୍ୱାରିୟମ ରଖିବା ମଧ୍ୟ ଏକ ଫ୍ୟାଶନ ହୋଇଗଲାଣି । କିନ୍ତୁ ଏହା ସହିତ ଯେ ବାସ୍ତୁ ସମ୍ବଦ୍ଧ ରହିଛି ତାହା ବୋଧହୁଏ ଖୁବ କମ ଲୋକ ଜାଣିଥିବେ । ପେଙ୍ଗ୍‌ସୁଇ ଅନୁସାରେ ଘରେ ଫିସ୍‌ ଆକୱାରିୟମ୍‌ ରଖିବା ଦ୍ୱାରା ଘରେ ସୁଖ, ଶାନ୍ତି ଆସିବା ସହ ଘରକୁ ଆସିବାକୁ ଥିବା ସବୁ ବିପତ୍ତିରୁ ଏହା ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି।କିନ୍ତୁ ଏହାର କେତେକ ନିୟମ ଅଛି, ଯାହାକୁ ପାଳନ କଲେ ଆପଣଙ୍କୁ ଏହାର ଶୁଭ ଫଳ ମିଳିବ। ଆଜି ମଧ୍ୟ ଏପରି ଲୋକ ଅଛନ୍ତି, ଯେଉଁମାନେ ଘରେ ଆକ୍ୱାରିୟମ୍‌ ତ ରଖିଛନ୍ତି, କିନ୍ତୁ ଏହାକୁ କେଉଁ ଦିଗରେ କିପରି ସ୍ଥାନରେ ରଖାଯାଏ ତାହା ଜାଣି ନଥାନ୍ତି। ତେବେ ଆଜି ଆପଣଙ୍କୁ ଏହି ବିଷୟରେ ସୂଚନା ଦେବୁ। ଆପଣ କେଉଁ ଦିଗରେ ଫିସ୍‌ ଆକ୍ୱାରିୟମ୍‌ ରଖିଲେ ଏହା ଆପଣଙ୍କୁ ଶୁଭ ଫଳ ଦେବ, ଆସନ୍ତୁ ଜାଣିବା ।

ଘରେ ରଙ୍ଗିନ୍‌ ମାଛ ରଖିବା ଦ୍ୱାରା ଘରକୁ ଆସିବାକୁ ଥିବା ବିପଦ ଟଳି ଯାଇଥାଏ।ଫେଙ୍ଗ୍ସୁଇ ମଧ୍ୟ ଏହି କଥା କହିଯାଏ ଯେ, ଘରେ ମାଛ ରଖିବା ଫଳରେ ଧନ ବଢ଼ିଥାଏ ଏବଂ ଏହା ସବୁ ବିପଦକୁ ଦୂରେଇ ଦେଇଥାଏ।

ଫେଙ୍ଗସୁଇ ଅନୁସାରେ ଘରେ ବା ଅଫିସ୍‌ରେ ଆକ୍ୱାରିୟମ୍‌ ରଖିବା ସମୟରେ କିଛି ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏହାକୁ ପୂର୍ବ, ଉତ୍ତର, ଉତ୍ତର-ପୂର୍ବ ଦିଗରେ ରଖିବା ଶୁଭ ବୋଲି ଧରାଯାଏ। ଏହା ସହ ଆପଣଙ୍କ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଅତିବାହିତ କରିବାକୁ ଏହାକୁ ମୁଖ୍ୟ ଦ୍ୱାରର ବାମ ପାଖରେ ରଖିବା ଆବଶ୍ୟକ।

ଫିସ୍‌ ଆକ୍ୱାରିୟମ୍‌କୁ ରୋଷେଇଘର ବା ବାଥ୍‌ରୁମ୍‌ରେ ରଖିବା ଉଚିତ୍‌ ନୁହେଁ। ଘରେ ସକରାତ୍ମକ ଚିନ୍ତାଧାରା ବଜାୟ ରଖିବାକୁ ଚାହିଁଲେ ମଝିରେ ମଝିରେ ତାହାର ପାଣି ବଦଳେଇବା ଦରକାର। ପେଙ୍ଗ୍‌ସୁଇ ଅନୁସାରେ କଳା ରଙ୍ଗର ମାଛ ଘର ଉପରେ କୌଣସି ବିପଦକୁ ଆସିବାକୁ ଦିଏନାହିଁ।

ତେବେ ଆକ୍ୱାରିୟମ୍‌ରେ ଥିବା ଅବସ୍ଥାରେ ଯଦି କୌଣସି ମାଛ ମରିଯାଇଥାନ୍ତି, ତେବେ ତୁରନ୍ତ ଉକ୍ତ ମାଛକୁ ବାହାର କରି କୌଣସି ପୋଖରୀ ବା ନଦୀରେ ଭସାଇ ଦିଅନ୍ତୁ। ପେଙ୍ଗସୁଇ ଅନୁସାରେ ଯେତେବେଳେ କୌଣସି ମାଛ ମରିଯାଏ, ସେତେବେଳେ ତାହା କୌଣସି ନା କୌଣସି ନକରାତ୍ମକ ଶକ୍ତିକୁ ନେଇ ଚାଲିଯାଇଥାଏ ବୋଲି ବିଶ୍ୱାସ ରହିଛି।

ମାଲକାନଗିରିରେ କାଳ ବୈଶାଖୀ ତାଣ୍ଡବ

ମାଲକାନଗିରି: ଉଡ଼ାଇଲା ଛାତ, ଭାଙ୍ଗିଲା ଗଛ । ମାଲକାନଗିରି ଜିଲ୍ଲାରେ ତାଣ୍ଡବ ରଚିଲା କାଳ ବୈଶାଖୀ । ଜିଲ୍ଲାର ମାଥିଲି ବ୍ଲକ ପୁଜାରୀଗୁଡାରେ ବ୍ୟାପକ କ୍ଷତି ଘଟାଇଛି ଏହି ଅଦିନିଆ ବର୍ଷା ଓ ପବନ । କୁଆଡେ ଥିଲା ମଧ୍ୟାହ୍ନରେ ମାଡି ଆସିଲା ଭୀଷଣ ପବନ । ପୁଜାରୀଗୁଡା ସମେତ ଟିଲିଗୁଡା, ଚାଲାଣଗୁଡା, ପେଦାଗୁଡା ଆଦି ଗାଁରେ କାଳ ବୈଶାଖୀ ପ୍ରଭାବରେ ଅନେକ ଘର ଭାଙ୍ଗି ଯାଇଛି । ଲୋକଙ୍କ ଆଜବେଷ୍ଟସ ଉଡାଇ ନେଇଛି ପବନ । ଗଛ ଉପୁଡି ପଡି ରାସ୍ତା ଅବରୋଧ ହୋଇଛି । ଅଗ୍ନୀଶମ ବାହିନୀ ପହଞ୍ଚି ରାସ୍ତାରୁ ଗଛ କାଟି ସଫା କରିଛନ୍ତି । ସେପଟେ ସୁନାବେଡା ଓ ସିମିଳିଗୁଡା ଅଂଚଳରେ ବର୍ଷା ସାଙ୍ଗକୁ ପବନ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ପ୍ରବଳ କୁଆପଥର ସହ ବର୍ଷା ହୋଇଥିଲା ।

ପ୍ରବଳ ଗରମ ପରେ କୁଆପଥର ବର୍ଷା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ଏନେଇ ପୂର୍ବରୁ ସତର୍କ ସୂଚନା ଜାରି କରିଥିଲା ପାଣିପାଗ ବିଭାଗ । ଖାଲି ଏହି ଦୁଇ ଜିଲ୍ଲା ନୁହେଁ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ପାଇଁ ୨୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ସୂଚନା ଦିଆଯାଇଛି । ଏହି ବର୍ଷା ପ୍ରଭାବରେ ସ୍ବାଭାବକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବ । ଆସନ୍ତା ୨୪ ତାରିଖରୁ ପୁଣି ପାଗରେ ପରିବର୍ତ୍ତନ ଆସିବ ବୋଲି ସୂଚନା ଦେଇଛି । ଅଧିକାଂଶ ଜିଲ୍ଲାରେ ୪୦ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି । ସେପେଟେ ଆଜି ୧୦ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ୪୨. ୫ ଡିଗ୍ରୀ ସହ ସୋନପୁର ପୁଣି ରାଜ୍ୟର ସବୁଠାରୁ ଉତପ୍ତ ସହର ରହିଛି ।

ସାଂଘାଇରେ ଲକଡାଉନ୍, ସମୁଦ୍ରରେ ଜାମ୍; ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ ?

ନୂଆଦିଲ୍ଲୀ: ଚୀନ୍ ଉପରେ କରୋନା ପ୍ରହାର । ଖରାପ ହୋଇ ଯାଇଛି ସାଂଘାଇର ଅବସ୍ଥା । ମାର୍ଚ୍ଚ ୨୭ରୁ ସାଂଘାଇରେ ଲକଡାଉନ୍ ଲାଗିଛି । ସ୍ଥିତି ଏମିତି ହୋଇଛି ଯେ ଲୋକେ ଖାଇବା ପିଇବା ସାମଗ୍ରୀର ଅଭାବ ସହ ଯୁଝୁଛନ୍ତି । ଲକଡାଉନକୁ କଡ଼ାକଡ଼ି କରା ଯାଇଥିବାରୁ ସାଂଘାଇ ବନ୍ଦରରେ ହଜାର ହଜାର କଣ୍ଟେନରର ଲମ୍ବା ଧାଡ଼ି ସମୁଦ୍ରରେ ଲାଗିଛି । ସଂଖ୍ୟାଧିକ ଜାହାଜ ପାଳିକୁ ଅପେକ୍ଷା କରି ସମୁଦ୍ରରେ ରହିଛନ୍ତି । ଫଳରେ ଦୁନିଆବ୍ୟାପୀ ବିତରଣ ପ୍ରକ୍ରିୟା ଉପରେ ସୃଷ୍ଟି ହୋଇଛି ସଂକଟ ।

Covid Lockdown In Shanghai Port Supply Chain Affected

ଚୀନର ଆର୍ଥିକ ରାଜଧାନୀ ହେଉଛି ସାଂଘାଇ । ଆଉ ଏହା ମଧ୍ୟ ଦୁନିଆର ସବୁଠୁ ବ୍ୟସ୍ତବହୁତ ବନ୍ଦର । ଲକଡାଉନ୍ କଟକଣା କଡ଼ାକଡ଼ି ହେବାଠୁ ସଂଖ୍ୟାଧିକ ଜାହାଜ ବନ୍ଦରରେ ଲାଇନରେ ଅଛନ୍ତି । ସାଂଘାଇ ବନ୍ଦରରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇଛି । ଫଳରେ ସାମଗ୍ରୀ ବିତରଣ ଓ ଲୋଡିଂରେ ବିଳମ୍ବ ହେଉଛି । ଏଥିଯୋଗୁଁ ବିଶ୍ୟବ୍ୟାପୀ ବିତରଣ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି । ଏପରିକି ବିଳମ୍ବ ହେଲେ ଦରଦାମ ବଢ଼ିଯିବ ବୋଲି ଆଶଙ୍କା କରିଛନ୍ତି ବିଶେଷଜ୍ଞ ।

ଖବର ଅନୁସାରେ, ଚୀନର ସାଂଘାଇ ବନ୍ଦର ବାହାରେ ୫ ଶହରୁ ଅଧିକ ଜାହାଜ ଫସି ରହିଛି । ଆଉ ଏସବୁ ଜାହାଜରେ ଥିବା କଣ୍ଟେନର ଅନଲୋଡ୍ କରିବାରେ ବିଳମ୍ବ ହେଉଛି । ବନ୍ଦରରେ କାମ ବନ୍ଦ ହୋଇ ନଥିଲେ ମଧ୍ୟ କର୍ମଚାରୀ ଅଭାବରୁ ଅନଲୋଡିଂ ହୋଇପାରୁ ନାହିଁ । ଏପରିକି ଅନଲୋଡିଂ ହେଲେ ମଧ୍ୟ ପରିବହନ ପାଇଁ ନାହାନ୍ତି ଆବଶ୍ୟକ ଟ୍ରକ୍ ଡ୍ରାଇଭର । ପରିସ୍ଥିତି ବିଗୁଡ଼ି ଥିଲେ ବି ଲଡଡାଉନ୍ କଟକଣାକୁ ଟିକିଏ ବି କୋହଳ କରୁନାହାନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ।

Covid Lockdown In Shanghai Port Supply Chain Affected

ପ୍ରତିବର୍ଷ ସାଂଘାଇ ବନ୍ଦରରେ ପ୍ରାୟ ୪ରୁ ୫ କୋଟି କଣ୍ଟେନରକୁ ନିୟନ୍ତ୍ରଣ କରାଯାଇଥାଏ । ଏବେ କିନ୍ତୁ ଲକଡାଉନ୍ କଟକଣା ପାଇଁ ସଂକଟ ସୃଷ୍ଟି ହୋଇଛି । ଚୀନ ଉପରେ ଏହାର ପ୍ରଭାବ ପଡ଼ିବାରେ ଲାଗିଛି । ଖାଦ୍ୟାଭାବ ଦେଖା ଦେଇଥିବା ବେଳେ ସୁପରମାର୍କେଟରେ ଷ୍ଟକ ସରିବା ଉପରେ । ଏପରିକି ବିଭିନ୍ନ କମ୍ପାନୀ ଉତ୍ପାଦନ ବନ୍ଦ କରି ସାରିଲେଣି ।

ଭାରତ ଉପରେ ପ୍ରଭାବ ?

ବାଣିଜ୍ୟ: ଆମେରିକା ପରେ ଭାରତ ସବୁଠୁ ଅଧିକ ଚୀନ ଉପରେ ନିର୍ଭର କରେ । ୨୦୨୧ ଏପ୍ରିଲରୁ ୨୦୨୨ ଫେବ୍ରୁଆରୀ ମଧ୍ୟରେ ଭାରତ, ଚୀନ ମଧ୍ୟରେ ୭.୮୦ ଲକ୍ଷ କୋଟି କାରବାର ହୋଇଛି । ଯେଉଁଥିରେ ୬.୩୩ ଲକ୍ଷ କୋଟି ଟଙ୍କା ଆମଦାନୀ ହୋଇଥିବା ବେଳେ ୧.୪୭ ଲକ୍ଷ କୋଟି ଟଙ୍କା ରପ୍ତାନୀ ହୋଇଛି । ଯେତେବେଳେ କି ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତ ଓ ଚୀନ ମଧ୍ୟରେ ୬.୪୦ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିଲା ।

Covid Lockdown In Shanghai Port Supply Chain Affected

ଔଷଧ ଶିଳ୍ପ: ସାଂଘାଇ ବନ୍ଦର ବାହାରେ ଜାହାଜଙ୍କ ଭିଡ଼ ପାଇଁ ଭାରତୀୟ ଔଷଧ ଶିଳ୍ପ ପ୍ରଭାବିତ ହୋଇପାରେ । ଔଷଧ ତିଆରିରେ ବ୍ୟବହୃତ କଞ୍ଚା ମାଲ୍ ପାଇଁ ଭାରତ ଚୀନ ଉପରେ ନିର୍ଭରଶୀଳ । ଲୋକସଭାରେ ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ଚୀନ ଠାରୁ ଭାରତ ୬୮ ପ୍ରତିଶତରୁ ଅଧିକ କଞ୍ଚାମାଲ୍ ଆମଦାନୀ କରେ । ଗୋଟିଏ ବର୍ଷରେ ଭାରତ, ଚୀନ ଠାରୁ ୧୪୬୪ କୋଟି ଟଙ୍କାର ଏପିଆଇ ଆମଦାନୀ କରିଛି ।

Covid Lockdown In Shanghai Port Supply Chain Affected

ଇଲେକ୍ଟ୍ରୋନିକ୍ସ: ଚୀନରୁ ଭାରତ ଟେଲିକମ୍ ଯନ୍ତ୍ରପାତି, କମ୍ପ୍ୟୁଟର ହାର୍ଡୱେର, ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଓ ଉପକରଣ ଆମଦାନୀ କରିଥାଏ । ଭାରତୀୟ ଇଲେକ୍ଟ୍ରୋନିକ୍ସ ବଜାରରେ ଚୀନର ଦବଦବା ରହିଛି । ବିଶେଷକରି ସ୍ମାର୍ଟଫୋନ୍ ମାର୍କେଟରେ ୬୦ ପ୍ରତିଶତ ଅଂଶ ଚୀନର କମ୍ପାନୀର ରହୁଛି । ୨୦୨୦-୨୧ ବର୍ଷରେ ଭାରତ ଚୀନ ଠାରୁ ୧.୮୨ ଲକ୍ଷ କୋଟି ଟଙ୍କାର ଇଲେକ୍ଟ୍ରୋନିକ୍ସ ପାର୍ଟ୍ସ ଆମଦାନୀ କରିଥିଲା ।

କରୋନା ନୁହେଁ, ପିଶାଚ ଭୟରେ ଗାଁ’ରେ ତାଲା

ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଅଜବ ଘଟଣା । ପିଶାଚ ଭୟରେ ପୂରା ଗାଁ’ରେ ତାଲା । ଭେନେଲାଭାଲସା ଗାଁ’ର ପ୍ରତ୍ୟେକଟି ପରିବାର ଜାଣିଶୁଣି ଗାଁ’ରେ ଲକଡାଉନ୍‌ ଲାଗୁ କରିଛନ୍ତି । ତେବେ ଗତ ଏକ ମାସରେ ଚାରିଜଣ ଗ୍ରାମବାସୀଙ୍କର ମୃତ୍ୟୁ ହେବା ପରଠାରୁ ଗାଁ ଲୋକଙ୍କୁ ଘାରିଛି ପିଶାଚ ଭୟ ।

କେବଳ ଗାଁ କାହିଁକି ସରକାରୀ ଅଫିସରେ ମଧ୍ୟ ତାଲା ଝୁଲୁଛି । ବାହାରର ଲୋକଙ୍କୁ ଗାଁ ମଧ୍ୟକୁ ପ୍ରବେଶ ନିଷେଧ କରାଯାଇଛି ।  ଗାଁ’ର ଅଙ୍ଗନଓ୍ୱାଡ଼ି କେନ୍ଦ୍ର ଠାରୁ ଆରମ୍ଭ କରି ସ୍କୁଲ ସବୁ ବନ୍ଦ । ବାହାରର ଲୋକଙ୍କୁ ଅନୁମତି ନଥିବାରୁ ଡାକ୍ତରଖାନାରେ ମଧ୍ୟ ତାଲା ଝୁଲୁଛି ।

ଶ୍ରୀକାକୁଲମ ଜିଲ୍ଲାର ସରୁବୁଜିଲ୍ଲି ମଣ୍ଡଳରେ ଅବସ୍ଥିତ ଏହି ଗାଁ ।  ଯାହା ଓଡ଼ିଶା ସୀମାରେଖା ସହିତ ସଂଲଗ୍ନ । ଗ୍ରାମବାସୀଙ୍କ କହିବା ହେଉଛି ଗତ କିଛି ଦିନ ହେବ ଗାଁର କିଛି ଲୋକ ଜ୍ୱରରେ ପିଡ଼ିତ ଥିଲେ । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଲୋକଙ୍କ କହିବା ହେଉଛି ରୋଗ ନୁହେଁ ବରଂ ପିଶାଚ ପାଇଁ ଲୋକଙ୍କ ଜୀବନ ଯାଇଛି ।

ଗାଁର ବୟସ୍କ  ପଡ଼ୋଶୀ ରାଜ୍ୟ ବା ଓଡ଼ିଶାର କିଛଇ ପୁରୋହିତଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ । ଯେଉଁମାନେ ତାଙ୍କୁ ଲକଡାଉନ୍‌ କରିବାକୁ ପରାମର୍ଶ ଦେଇଥିଲେ । ଏହାକୁ ବାଦ୍‌ ଦେଲେ ଗାଁର ଚାରିପାଖରେ  ଲେମ୍ବୁ ମଧ୍ୟ ପେତି ଦିଆଯାଇଛି ।

ଭାରତକୁ ଘେରୁଛି ଚୀନ, ଦେଶ ବାହାରେ କେଉଁଠି କେଉଁଠି ଅଛି ଭାରତର ସାମରିକ ଘାଟି ଜାଣନ୍ତୁ…

ନୂଆଦିଲ୍ଲୀ: ବିଦେଶ ମାଟିରେ ସାମରିକ ଘାଟି । ଉଦ୍ଦେଶ୍ୟ ସୈନ୍ୟ ଉପକରଣ ଓ ଯବାନଙ୍କ ସୁରକ୍ଷା ସହ ଶତ୍ରୁର ଗତିବିଧି ଉପରେ ନଜର । ଏସବୁ ସାମରିକ ଘାଟିରେ ସେନାର ଅପରେସନ୍ ସମେତ ଅନେକ ପ୍ରକାରର ଟ୍ରେନିଂ ଦିଆଯାଇଥାଏ । ଏଥିସହ ବିଦେଶ ମାଟିରେ ସାମରିକ ଘାଟି ପ୍ରତିଷ୍ଠା କରିଥିବା ଦେଶ ଅନ୍ତର୍ଜାତୀୟ ସ୍ତରରେ ନିଜ ଶକ୍ତି ପ୍ରଦର୍ଶନ କରିଥାଏ । ଦୁନିଆରେ ଆମେରିକା ହେଉଛି ଏକମାତ୍ର ଦେଶ ଯାହା ପାଖରେ ରହିଛି ୩୮ଟି ଅନ୍ତରାଷ୍ଟ୍ରୀୟ ମିଲିଟାରୀ ବେସ୍ । ଆଜି ଆମେ ଜାଣିବା ବିଦେଶ ମାଟିରେ କେଉଁ କେଉଁ ଦେଶରେ ରହିଛି ଭାରତର ସାମରିକ ଘାଟି ।

Indian Military Bases Outside India And Benefits

ତାଜିକିସ୍ତାନ, ଭୁଟାନ, ମ୍ୟାଡାଗାସ୍କାର, ମରିସସ୍, ଓମାନରେ ରହିଛି ଭାରତର ସାମରିକ ଘାଟି । ତାଜିକିସ୍ତାନର ରାଜଧାନୀ ଦୁଶାମ୍ବେ ଠାରୁ ପ୍ରାୟ ୧୩୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବରେ ଅବସ୍ଥିତ ଫରଖୋରରେ ରହିଛି ଭାରତୀୟ ସାମରିକ ଘାଟି । ଏହି ଘାଟିର ପରିଚାଳନା ଭାରତୀୟ ବାୟୁ ସେନା କରୁଛି । ବିଦେଶ ମାଟିରେ ଏହା ହେଉଛି ଭାରର ପ୍ରଥମ ସାମରିକ ଘାଟି । ଏଠାରେ ଭାରତୀୟ ବାୟୁସେନା ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ମୁତୟନ କରିଛି । ଯାହାର ସାଥ୍ ଦେଉଛି ତାଜିକିସ୍ତାନ ଏୟାରଫୋର୍ସ ।

Indian Military Bases Outside India And Benefits

ସେହିଭଳି ଭୁଟାନରେ ରହିଛି ଭାରତୀୟ ସାମରିକ ଘାଟିର ଏକ ସ୍ଥାୟୀ ଟ୍ରେନିଂ ସେଣ୍ଟର । ଏହାକୁ ଭାରତୀୟ ମିଲିଟାରୀ ଟ୍ରେନିଂ ଟିମ୍ କୁହାଯାଏ । ଏହା ପଶ୍ଚିମ ଭୁଟାନରେ ରହିଛି । ୧୯୬୧-୬୨ ମସିହାରେ ଭୁଟାନରେ ସ୍ଥାପିତ ହୋଇଥିଲା ଭାରତର ସାମରିକ ଘାଟି । ଏଠାରେ ଭୁଟାନର ରୟାଲ ଭୁଟାଲ୍ ଆର୍ମିର ଯବାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥାଏ । ଏଠାକାର କମାଣ୍ଡେଣ୍ଟ ଭୁଟାନର ରାଜାଙ୍କୁ ପ୍ରତିରକ୍ଷା ମାମଲାରେ ପରାମର୍ଶ ଦେଇଥାନ୍ତି । କାରଣ ଭୁଟାନରେ ପ୍ରତିରକ୍ଷା ମନ୍ତ୍ରୀ ନାହାନ୍ତି ।

Indian Military Bases Outside India And Benefits

ଭାରତୀୟ ସେନା ଉତ୍ତର ମ୍ୟାଡାଗାସ୍କାରରେ ଲିସନିଙ୍ଗ ପୋଷ୍ଟ ସହ ଏକ ରାଡାର ସିଷ୍ଟମ ତିଆରି କରିଛି । ଯାହାର ନିର୍ମାଣ ୨୦୦୭ରେ ଆରମ୍ଭ ହୋଇଥିଲା । ଉଦ୍ଦେଶ୍ୟ ଥିଲା ଭାରତୀୟ ମହାସାଗର ଦେଇ ଯାଉଥିବା ଜାହାଜ ଉପରେ ନଜର ରଖିବା । ଏହା ସାହାଯ୍ୟରେ ମ୍ୟାଡାଗାସ୍କାର ନୌସେନା ସର୍ଭିଲାନ୍ସ କରୁଛି । ମ୍ୟାଡାଗାସ୍କାର ନୌସେନା ଆତଙ୍କବାଦୀ ଗତିବିଧି କିମ୍ବା ଅନୁପ୍ରବେଶ ରୋକିବା ପାଇଁ ଅସମର୍ଥ ଥିବାରୁ ଭାରତୀୟ ସେନା ସାହାଯ୍ୟ କରୁଛି ।

Indian Military Bases Outside India And Benefits

ମରିସସର ଉତ୍ତର ଭାଗରେ ଥିବା ଅଗାଲେଗା ଦ୍ୱୀପରେ ଭାରତ କୋଷ୍ଟାଲ ସର୍ଭିଲାନ୍ସ ରାଡାର ସିଷ୍ଟମ ଲଗାଇଛି । ଏହି ଦ୍ୱୀପ ଭାରତ ମହାସାଗରରେ ରହିଛି । ଭାରତ-ମରିସସ୍ ମଧ୍ୟରେ ସୈନ୍ୟ ସହାୟତା ଉଦ୍ଦେଶ୍ୟରେ ଏହାର ନିର୍ମାଣ କରାଯାଇଥିଲା । କୂଟନୀତି ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଏଠାରୁ ବହୁତ ବଡ଼ ସାମୁଦ୍ରିକ ଅଞ୍ଚଳ ଉପରେ ସିଧା ନଜର ରଖାଯାଇ ପାରୁଛି । ଏଠାରେ ଥିବା ପୂରା ଦ୍ୱୀପ ହେଉଛି ଭାରତର ସାମରିକ ଘାଟି ।

Indian Military Bases Outside India And Benefits

ଓମାନର ରାସ୍ ଅଲ ହଦରେ ରହିଛି ଭାରତୀୟ ସେନାର ଏକ ଲିସନିଂ ପୋଷ୍ଟ । ଏହାଛଡ଼ା ଭାରତ ପାଖରେ ମସ୍କଟ ନୌସେନା ଘାଟିରେ ବର୍ଥିଂର ଅଧିକାର ରହିଛି । ଅର୍ଥାତ୍ ସେଠାରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ, ବୁଡ଼ାଜାହାଜ ଆଦିକୁ ଇନ୍ଧନ ସହାୟତା ମିଳିଥାଏ । ଏହାଛଡ଼ା ଡକମରେ ଭାରତୀୟ ବାୟୁସେନା ଓ ଭାରତୀୟ ନୌସେନାର ଏକ ଛୋଟ ଘାଟି ରହିଛି । ବିଦେଶ ମାଟିରେ ଥିବା ଏସବୁ ସାମରିକ ଘାଟିରୁ ଶତ୍ରୁ ଉପରେ ନଜର ରଖିବା ସହ ଅନ୍ତର୍ଜାତୀୟ ସୀମାରେ ଚାଲିଥିବା ଗତିବିଧି ଜାଣି ହେଉଛି ।