spot_img
Home Blog Page 4487

ଦେଶଦ୍ରୋହୀଙ୍କୁ ପୁଟିନଙ୍କ ଚେତାବନୀ, ଦେଶଦ୍ରୋହୀଙ୍କ ସ୍ଥିତିକୁ ନିର୍ମୂଳ କରିଦିଆଯିବ

ମସ୍କୋ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ୟୁକ୍ରେନ ରାଜଧାନୀ କିଭକୁ ଦଖଲ କରିବା ପାଇଁ ଋଷ ଜୋରଦାର ଆକ୍ରମଣ କରୁଛି । ତେବେ ଏହାରି ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକ ବଡ଼ ଘୋଷଣା କରିଛନ୍ତି । ପୁଟିନ୍ କହିଛନ୍ତି ଯେଉଁମାନେ ଦେଶ ଭିତରେ ରହି ଋଷକୁ ବିରୋଧ କରୁଛନ୍ତି ସେମାନେ ଦେଶଦ୍ରୋହୀ । ସେମାନଙ୍କ ସ୍ଥିତିକୁ ନିର୍ମୂଳ କରିଦିଆଯିବ ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଦେଶବାସୀଙ୍କ ଉଦ୍ଦେଶ୍ୟରେ ଟେଲିଭିଜନ ବାର୍ତ୍ତା ଦେଇ ପୁଟିନ କହିଛନ୍ତି କିଛି ଲୋକ ଦେଶ ଭିତରେ ରହି ଜାତୀୟ ନୀତିକୁ ବିରୋଧ କରୁଛନ୍ତି ଏବଂ ଆମେରିକା ଓ ତା’ର ମିତ୍ରଶକ୍ତିଙ୍କୁ ଗୋପନରେ ସାହାଯ୍ୟ କରୁଛନ୍ତି ।

ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଋଷକୁ ଧ୍ୱଂସ କରିବା ଲାଗି ପାଶ୍ଚାତ୍ୟ ଶକ୍ତି ଯୋଜନା କରୁଥିବାବେଳେ ଦେଶଦ୍ରୋହୀମାନେ ଆମେରିକାକୁ ସହଯୋଗ କରିବା ଗ୍ରହଣୀୟ ବୋଲି କହିଛନ୍ତି ପୁଟିନ୍ । ସଚ୍ଚା ଦେଶପ୍ରେମୀମାନଙ୍କ ଯୋଗୁ ଦେଶ ଶକ୍ତିଶାଳୀ ହୋଇଥାଏ । ରାଷ୍ଟ୍ରାୟତ୍ତ ଚ୍ୟାନେଲ ଓ୍ବାନର ଲାଇଭ ଟେଲିକାଷ୍ଟ ହେଉଥିବାବେଳେ ଜଣେ ପ୍ରଡ୍ୟୁସର ପ୍ରତିବାଦ କରିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁଟିନ ।

ବିଜେପିକୁ ଭୋଟ ଦେଲେନି ବୋଲି ସିପିଆଇ କର୍ମୀଙ୍କ ପରିବାର ଲୋକଙ୍କୁ ଆକ୍ରମଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ବିଜେପି କର୍ମୀଙ୍କ ଗୁଣ୍ଡାଗିରି । ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଭୋଟ ଦେଲେନି ବୋଲି ସିପିଆଇ କର୍ମୀଙ୍କ ପରିବାର ଲୋକଙ୍କୁ ଆକ୍ରମଣ । ହୋଲି ଉତ୍ସବରେ ଯାତ୍ରାରେ ଚେୟାରରେ ବସିବାକୁ ନେଇ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ବି ହଇରାଣ କରୁଥିବାରୁ ନୀଳଗିରି ଥାନା ଘେରାଉ କରିଥନ୍ତି ଅଞ୍ଚଳବାସୀ । ସୂଚନା ଅନୁସାରେ ଗତ ୧୪ ତାରିଖ ରାତିରେ ଗାଁରେ ରାଉଳଖୁଣ୍ଟାରେ ରାଜନୈତିକ ଆକ୍ରୋଶ ରଖି  ଆକ୍ରମଣ କରିଥିଲେ ବିଜେପି କର୍ମୀ । ବିଜେପି କର୍ମୀଙ୍କ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇ ବାଲେଶ୍ୱର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବିଜେପି କର୍ମୀଙ୍କ ଆକ୍ରମଣ ପରେ ୧୫ ତାରିଖରେ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ । ତେବେ ଥାନା ଅଭିଯୋଗ ପରେ ପୋଲିସ ହଇରାଣ କରୁଥିବାରୁ ଲୋକେ ଥାନା ଘେରାଉ କରିଛନ୍ତି  ।

 

ଜାପାନରେ ବଡ଼ ଧରଣର ଭୂକମ୍ପ ପରେ ସୁନାମି ଆଲର୍ଟ ଜାରି

ଟୋକିଓ: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ । ଏହି ଭୂ-କମ୍ପରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ଏଥିରେ ୯୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଏହାସହ ଅନେକ ଘରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ବୁଧବାର ଦିନ ବିଳମ୍ବିତ ରାତ୍ରିରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୭.୪ ରହିଥିବା ଆକଳନ କରାଯାଇଛି ।

ଏହାର କେନ୍ଦ୍ର ସ୍ଥଳି ଟୋକିଓରୁ ୨୯୭ କିଲୋମିଟର ଦୂର ଉତ୍ତରପଶ୍ଚିମ ଦିଗରେ ବୋଲି କୁହାଯାଇଛି । ତେବେ ଏହାର ଗଭୀରତା ସମୁଦ୍ର ମଧ୍ୟରେ ୬୦ କିଲୋମିଟର ଗଭୀରରେ ଥିଲା । ତେଣୁ ତଟିୟ ଅଞ୍ଚଳରୁ ଲୋକଙ୍କୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଭୂକମ୍ପ ଝଟକା ପରେ ଜପାନର ଉତ୍ତରପୂର୍ବ ଅଞ୍ଚଳରେ ସୁନାମି ଆଲର୍ଟ ଜାରି କରାଯାଇଛି । ବିଶେଷକରି ସମୁଦ୍ରରେ ୧ ମିଟର ଉଚ୍ଚ ଜଜୁଆର ଆସିବା ନେଇ ସତର୍କ କରାଯାଇଛି । କିଛି ଅଞ୍ଚଳରେ ସ୍ୱଭାବିକଠାରୁ ୩୦ ସେମି ଉଚ୍ଚ ଜୁଆର ମାଡ଼ି ଆସିଥିବା ଆକଳନ କରାଯାଇଛି । ତେବେ ରାଜଧାନୀ ଟୋକିଓ ଅନ୍ଧାର ହୋଇ ପଡ଼ିଥିବା ବେଳେ ବର୍ତ୍ତମାନ ପ୍ରାୟ ୨୦ ଲକ୍ଷ ଲୋକ ଅନ୍ଧାରରେ ରହିଛନ୍ତି ।

ବକ୍ସ ଅଫିସରେ ଇତିହାସ ରଚିଲା ‘ଦି କଶ୍ମୀର ଫାଇଲସ୍’

ମୁମ୍ବାଇ: ଇତିହାସ ରଚିଲା ଫଲ୍ମ ଦି କଶ୍ମୀର ଫାଇଲସ୍’ । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମଟି ବକ୍ସ ଅଫିସରେ ସବୁ ରେକରେଡ ଭାଙ୍ଗିଛି । ଅଳ୍ପ ବ୍ୟୟରେ ନିର୍ମିତ ଏଭଳି ଫିଲ୍ମ ଖୁବ୍ କମ ଦେଖିବାକୁ ମିଳିଥାଏ । ଷଷ୍ଠ ଦିନରେ ମଧ୍ୟ ଅନୁପମ ଖେରଙ୍କ ଏହି ଫିଲ୍ମ ଭଲ ଆୟ କରିଛି । ଭାରତେ ଫିଲ୍ମଟି ୬ ଦୁନରେ ୭୯.୨୫ କୋଟି ଆୟ କରିଛି ।

କାଶ୍ମୀର ଫାଇଲସ କେତେ ଆୟ କରିଛି ?

କାଶ୍ମୀର ଫାଇଲସ ବଡ଼ ସଫଳତା ମୁହାଁ ହୋଇଛି । ଫିଲ୍ମଟି ସବୁ ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିଛି । ଶୁକ୍ରବାର ଦିନ ଫିଲ୍ମ ରିଲିଜ ହେବା ପରେ ୩.୫୫କୋଟି ରୋଜଗାର କରିଥିଲା । ପରେ ଏହା ଶନିବାର ଦିନ ୮.୫୦ କୋଟି ଟଙ୍କା, ରବିବାର ଦିନ ୧୫.୧୦ କୋଟି ଟଙ୍କା, ସୋମବାର ଦିନ ୧୫.୦୫ କୋଟି ଟଙ୍କା , ମଙ୍ଗଳବାର ଦିନ ୧୮ କୋଟି ଟଙ୍କା  ଓ ବୁଧବାର ଦିନ୧୯.୦୫ କୋଟି ଟଙ୍କା ରୋଜଗାର କରିଛି । ଭାରତୀୟ ବକ୍ସ ଅଫିସରେ ଫିଲ୍ମଟୁ ସମୁଦାୟ ୭୯.୨୫ କୋଟି ଟଙ୍କା ରୋଜଗାର କରିଛି ।

କରୋନା ମହାମାରୀ ପରେ କାଶ୍ମୀର ଫାଇଲସର ଷଷ୍ଠ ଦିନ ରୋଜଗାର ସବୁ ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇଦେଇଛି । ଏହି ଫିଲ୍ମଟି ସୁର୍ଯ୍ୟବଂଶୀ,  ଗଙ୍ଗୁବାଇ କାଠିୟାବାଡ଼ି, ଫିଲ୍ମ ୮୩କୁ ମାତ ଦେଇଛି । ଏହା ପୂର୍ବରୁ ତାନାଜୀର ଷଷ୍ଠ ଦିନର ଆୟ ୧୬.୭୨କୋଟି ଟଙ୍କା ଥିବା ବେଳେ ଉରୀର ୭.୭୩ କୋଟି ଟଙ୍କା ରୋଜଗାର ଥିଲା ।

ଏପ୍ରିଲ ୨୮ରୁ ଯୁକ୍ତ ଦୁଇ ପରୀକ୍ଷା, ଦୁଇଟି ପଦ୍ଧତିରେ ହେବ ମୂଲ୍ୟାୟନ

ଭୁବନେଶ୍ୱର: ଏପ୍ରିଲ ୨୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । କଳା, ବାଣିଜ୍ୟ ଓ ବିଜ୍ଞାନର ହେବ ପରୀକ୍ଷା । ମୋଟ ୩ ଲକ୍ଷ ୨୦ ହଜାର ପିଲା ଯୁକ୍ତ ଦୁଇ ପରୀକ୍ଷା ଦେବେ । ଯୁକ୍ତ ଦୁଇ ପରୀକ୍ଷା ନେଇ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି । କରୋନା ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଲ କରାଯାଇଛି । ଖରା ପାଇଁ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା । ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ । ନିଜ କଲେଜ ଓ ଶିକ୍ଷକଙ୍କ ଅଧୀନରେ ଚଳିତ ଥର ପ୍ରାକ୍ଟିକାଲ ପରୀକ୍ଷା ଦେବେ । ଶେଷ କ୍ୱାର୍ଟର ପରୀକ୍ଷାର ଥିଓରୀ ଓ ପ୍ରାକ୍ଟିକାଲ ମାର୍କରୁ ପିଲାଙ୍କୁ ୨୦ ପ୍ରତିଶତ ମାର୍କ ମିଳିବ ।

ସେହିପରି ମୂଲ୍ୟାୟନ ପାଇଁ ଦୁଇଟି ପଦ୍ଧତି ଅବଲମ୍ବନ କରାଯିବ । ପ୍ରଥମଟିରେ ପିଲାଙ୍କୁ ଫାଇନାଲ ପରୀକ୍ଷା ଆଧାରରେ ରେଜଲ୍ଟ ଘୋଷଣା କରାଯିବ । ଦ୍ୱିତୀୟଟିରେ ଫାଇନାଲ ପରୀକ୍ଷାରୁ ୮୦ ପ୍ରତିଶତ ଏବଂ ଶେଷ କ୍ୱାର୍ଟର ପରୀକ୍ଷାରୁ ୨୦ ପ୍ରତିଶତ ମାର୍କ ମିଳିବ । ଉଭୟ ମୂଲ୍ୟାୟନ ପଦ୍ଧତିରେ ସର୍ବାଧିକ ମାର୍କକୁ ରେଜଲ୍ଟ ଘୋଷଣା କରାଯିବ । ମହାମାରୀ ପରେ ଏଥର ପ୍ରଥମ ଥର ପାଇଁ ଅଫଲାଇନରେ ଯୁକ୍ତ ଦୁଇ ପରୀକ୍ଷା ହେଉଛି ।

୨୦ ମାର୍ଚ୍ଚରେ ଆରଜେଡିରେ ବିଲୟ ହେବ ଶରଦ ଯାଦବଙ୍କ ଏଲଜେଡି

ପାଟନା: ପୁଣି ଥରେ ସରଗରମ ହେବାରେ ଲାଗିଛି ବିହାର ରାଜନୀତି । ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନାଙ୍କ ମଧ୍ୟରେ ବିବାଦ ଏବେ ଶେଷ ହୋଇଛି । ଏହି ବିବାଦ ପରେ ଏବେ ବିହାର ରାଜନୀତି ପୁଣି ସରଗରମ ହେବାରେ ଲାଗିଛି । ଲୋକତାନ୍ତ୍ରିକ ଜନତା ଦଳର ମୁଖ୍ୟ ଶରଦ ଯାଦବ ଏବେ ଏକ ବଡ଼ ଘୋଷଣା କରିଛନ୍ତି । ଶରଦ ଯାଦବ ଖୁବଶୀଘ୍ର ତାଙ୍କ ପାର୍ଟି ଏଲଜେଡିକୁ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାର୍ଟି ରାଷ୍ଟ୍ରିୟ ଜନତା ଦଳରେ ବିଲୟ ହେବ । ଏହି ସୂଚନା ଏଲଜେଡି ମୁଖ୍ୟ ଶରଦ ଯାଦବ ଦେଇଛନ୍ତି । ଶରଦ ଯାଦବ କହିଛନ୍ତି କି ୨୦ ମାର୍ଚ୍ଚରେ ଅଧିକାରିକ ଭାବରେ ତାଙ୍କ ପାର୍ଟି ଏଲଜେଡିକୁ ଲାଲୁ ଯାଦବଙ୍କ ଆରଜେଡିରେ ବିଲୟ କରିବେ । ଏହି ଅବସରରେ ତାଙ୍କ ଦିଲ୍ଲୀ ସ୍ଥିତ ବାସ ଭବନରେ ଏକ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଶରଦ ଯାଦବ ସୂଚନା ଦେଇଛନ୍ତି ।

ଲାଲୁ ପ୍ରସାଦ ଯାଦବ ୩ ଅଗଷ୍ଟ ୨୦୨୧ରେ ନୂଆଦିଲ୍ଲୀରେ ଶରଦ ଯାଦବଙ୍କୁ ଭେଟିଥିଲେ । ଶରଦ ଯାଦବଙ୍କୁ ଭେଟିବା ପରେ ରାଜନୀତିକୁ ନେଇ ଖୋଲାଖୋଲି ଭାବରେ କହିଥିଲେ ଲାଲୁ । ଲାଲୁ ଯାଦବ ସେ ସମୟରେ କହିଥିଲେ କି ଶରଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ଏହା ସହ ସେ ମଧ୍ୟ ସାଂସଦ ନାହାନ୍ତି । ଯାହା ଫଳରେ ଶରଦ ଯାଦବ ତାଙ୍କ ପାର୍ଟିକୁ ନେଇ ବଡ଼ ଘୋଷଣା କରିପାରନ୍ତି ବୋଲି ଲାଲୁ ଯାଦବ କହିଥିଲେ ।

ସୂଚନା ଅନୁସାରେ ନିତୀଶ କୁମାରଙ୍କ ସହ ରାଜନୈତିକ ମତଭେଦ ପାଇଁ ୨୦୧୮ରେ ଜେଡୁୟୁରୁ ବାହାରି ଥିଲେ । ଜେଡୁୟୁରୁ ବାହାରିବା ପରେ ଲୋକତାନ୍ତ୍ରିକ ଜନତା ଦଳ ନାମକ ଏକ ରାଜନୈତିକ ପାର୍ଟି ଗଠନ କରିଥିଲେ । ଏହା ପରେ ଶରଦ ଯାଦବ ୨୦୧୯ ଲୋକସଭା ନିର୍ବାଚନରେ ଆରଜେଡି ଟିକେଟରେ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସେ ଜେଡିୟୁର ଦିନେଶ୍ୱର ଯାଦବଙ୍କ ଠାରୁ ୧ ଲକ୍ଷ ଭୋଟରେ ପରାଜୟ ବରଣ କରିଥିଲେ ।

୭୦ତମ ବିଶ୍ୱ ସୁନ୍ଦରୀ ହୋଇଛନ୍ତି ପୋଲାଣ୍ଡର କରୋଲିନା ବାଏଲସ୍କା

ନୂଆଦିଲ୍ଲୀ: ୭୦ତମ ବିଶ୍ୱ ସୁନ୍ଦରୀ ହୋଇଛନ୍ତି ପୋଲାଣ୍ଡର କରୋଲିନା ବାଏଲସ୍କା । ପ୍ୟୁଟ୍ରୋ ରିକୋରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗୀତା ୭୦ ତମ ଟାଇଟଲ୍ ଜିତିଛନ୍ତି କରୋଲିନା ବାଏଲସ୍କା । ପ୍ୟୁର୍ଟୋ ରିକୋର ସାନ ସ୍ଥିତ ଜୁଆନର କୋକାକୋଲା ମ୍ୟୁଜିକ୍ ହଲରେ ମିସ୍ ୱାର୍ଲ୍ଡ ୨୦୨୧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର ବିଜେତା କରୋଲିନା ବାଏଲସ୍କା ହୋଇଥିବାବେଳେ ପ୍ରଥମ ରନର୍ ଅପ୍ ଆମେରିକାର ଶ୍ରୀ ସୋନୀ ଏବଂ ଦ୍ୱିତୀୟ ରନର୍ ଅପ୍ ଓଲିଭିଆ ୟେସ୍ ହୋଇଛନ୍ତି  ।

ଗୁରୁବାର ଦିନ ଜାମାଇକର ଟୋନି-ଏନ୍ ସିଂହ କରୋଲିନା ବିଲାବସ୍କାଙ୍କୁ ବିଶ୍ୱ ସୁନ୍ଦରୀ ତାଜ ପିନ୍ଧାଇଛନ୍ତି। ଭାରତ ତରଫରୁ ଏଥିରେ ଅଂଶ ଗ୍ରହଣ କରିଥିଲେ ‘ଫେମିନା ମିସ୍‌ ଇଣ୍ଡିଆ ୱାଲ୍‌ର୍ଡ ୨୦୨୦’ ମାନସା ବାରାଣସୀ। ଶ୍ରେଷ୍ଠ ୧୩ ଅଂଶ ଗ୍ରହଣକାରୀଙ୍କ ମଧ୍ୟରେ ରହିଥିଲେ ବି ମାନସା ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିବା ୬ଜଣ ଶ୍ରେଷ୍ଠ ଅଂଶ ଗ୍ରହଣକାରୀଙ୍କ ମଧ୍ୟରେ ରହି ପାରି ନ ଥିଲେ।

ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନ୍ ଅନୁଯାୟୀ, କାରୋଲିନା ବର୍ତ୍ତମାନ ମାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ପଢୁଛନ୍ତି ଏବଂ ସେ ଆଗକୁ ପିଏଚଡି କରିବାକୁ ଚାହୁଁଛନ୍ତି । କରୋଲିନା  ଏକ ମଡେଲ ଭାବରେ ମଧ୍ୟ କାମ କରନ୍ତି । ଏହାସହ ତାଙ୍କୁ ଟେନିସ୍ ଏବଂ ବ୍ୟାଡମିଣ୍ଟନ୍ ଖେଳିବା ଖୁବ ପସନ୍ଦ ବୋଲି ସେ କହିଛନ୍ତି ।

ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଡ୍ରାଇଭର ଗିରଫ, ରଣପୁରରୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ପୋଲିସ୍ କବ୍ଜାରେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଡ୍ରାଇଭର । ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରୁ ରମେଶଙ୍କ ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ପପୁକୁ ଗିରଫ କରିଛି କମିଶନରେଟ ପୋଲିସ । ନକଲି ଡାକ୍ତର ରମେଶ ଗିରଫ ହେବା ପରଠାରୁ ଫେରାର ଥିଲା ତାଙ୍କ ଡ୍ରାଇଭର ଚିତ୍ତରଞ୍ଜନ । ଗିରଫ ପରେ ଚିତ୍ତରଞ୍ଜନକୁ ଅଜ୍ଞାତ ସ୍ଥାନରେ ରଖି ଜେରା କରୁଛି ପୋଲିସ । ରମେଶର ଠକେଇ ସିଣ୍ଡିକେଟରେ ଡ୍ରାଇଭର ଥିଲା ମୁଖ୍ୟ ସହଯୋଗୀ ।

ସୂଚନା ଅନୁସାରେ, ନକଲି ଡାକ୍ତରର ପରିଚୟ ଦେଇ ୧୮ ଜଣ ମହିଳାଙ୍କୁ ବିବାହ କରିଥିଲେ ରମେଶ । ଛତିଶଗଡ଼, ଆସାମ, ଓଡ଼ିଶାରୁ ଆଦି ବିଭିନ୍ନ ସ୍ଥାନରେ ବିବାହ କରିଥିଲେ ରମେଶ । ରମେଶଙ୍କର ଏହି ଠକେଇର ଶିକାର ହୋଇଥିଲେ ମହିଳା ଡାକ୍ତର, ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଉଚ୍ଚଶିକ୍ଷିତା ମହିଳା । କେବଳ ବିବାହ କରି ନୁହେଁ ଚାକିରି କରାଇଦେବା ନାଁରେ ମଧ୍ୟ ବହୁ ଲୋକଙ୍କୁ ଠକିଛନ୍ତି ରମେଶ । ତେବେ ଏହି ମାମଲାରେ ବୁଧବାର ମହାଠକ ରମେଶଙ୍କର ରାଜ୍ୟ ଫରେନସିକ ଲାବୋରେଟାରୀରେ ପଲିଗ୍ରାଫ୍‌ ଟେଷ୍ଟ ହୋଇଥିଲା । ପଲିଗ୍ରାଫ ଟେଷ୍ଟରେ ୬ ଘଣ୍ଟାରେ ୭୦ ପ୍ରଶ୍ନ ପଚରାଉଯାଇଥିଲା । ପୋଲିସକୁ ତଦନ୍ତ ବେଳେ ମିଛି କହୁଥିବା ଲାଗି ପୋଲିସ ଏପରି ପଲିଗ୍ରାଫ ଟେଷ୍ଟ କରିଛି । ତେବେ ଏହି ଟେଷ୍ଟରେ ରମେଶ କେତେ ସତ କହିଛନ୍ତି । ତାହା ରିପୋର୍ଟ ଆସିବା ପରେ ଜଣାପଡିବ ।

ଭାରତୀୟ ବିମାନ ହାଇଜାକ ଘଟଣା: ୯ଦିନ ମଧ୍ୟରେ ୨ଜଣ ଆତଙ୍କବାଦୀଙ୍କୁ ହତ୍ୟା

ନୂଆଦିଲ୍ଲୀ: ଭାରତୀୟ ବିମାନ ଆଇସି ୮୧୪ର ଆଉ ଜଣେ ଅପହରଣକାରୀ ଜଫରୁଲ୍ଲା ଜମାଲୀକୁ କରାଚିରେ ହତ୍ୟା କରାଯାଇଛି । ଗତ ସପ୍ତାହରେ ଦୁଇ ଜଣ ଦୁର୍ବୃତ ବାଇକରେ ଆସି ଜଫରୁଲ୍ଲାର ଆଉ ଜଣେ ସହଯୋଗୀ ଜହୁର ମିସ୍ତ୍ରୀକୁ ହତ୍ୟା କରିଥିଲେ । ଭାରତୀୟ ବିମାନକୁ ହାଇଜାକ କରିବା ସମୟରେ ମିସ୍ତ୍ରୀ ଜଣେ ନବବିବାହିତ ଭାରତୀୟ ଯାତ୍ରୀ ରୁପିନ କାତ୍ୟାଲକୁ ହତ୍ୟା କରିଥିଲା । କାତ୍ୟାଲକୁ ସେତେବେଳେ ହତ୍ୟା କରାଯାଇଥିଲା ଯେତେବେଳେ ହାଇଜାକ ବିମାନକୁ ଡିସେମ୍ବର ୧୯୯୯ରେ ଆତଙ୍କବାଦୀମାନେ ଦୁବାଇରେ ଅବତରଣ କରିବାକୁ ବାଧ୍ୟ କରିଥିଲେ ।

ତେବେ ଜଫରୁଲ୍ଲା ଜମାଲୀ ହେଉଛି ଆତଙ୍କବାଦୀ ମୁଖିଆ ଯିଏ କି ଇଣ୍ଡିଆନ ଏୟାରଲାଇନ୍ସର ବିମାନକୁ ହାଇଜାକ କରିନେଇଥିଲେ । ୫ଜଣ ଅପହରଣକାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ସୁଧା ୨ଜଣ ଜୀବିତ ଅଛନ୍ତି । ସେମାନେ ହେଉଛନ୍ତି ଇବ୍ରାହିମ ଅଜହର ଏବଂ ରଊଫ ଅସଗର । ସେତେବେଳେ ଅଟଳ ବିହାରୀ ବାଜପେୟୀ ସରକାର ଭାରତରେ ସମସ୍ତ ରାଜନୈତିକ ଦଳ ସହିତ ପରାମର୍ଶ ପରେ, ହାଇଜାକ ହୋଇଥିବା ବିମାନକୁ ମୁକୁଳାଇବା ପାଇଁ ମୌଲାନା ମସୁଦ ଅଜହର (ଯିଏ କି ଭାରତୀୟ ଜେଲରେ ବନ୍ଦିଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀ) ଛଡ଼ାଯାଇଥିଲା ।

ତେବେ ସପ୍ତାହେ ପୂର୍ବରୁ କରାଚିର ଅଖ୍ତର କଲୋନୀରେ ବାଇକରେ ଯାଉଥିବା ଦୁଇଜଣ ଦୁର୍ବୃତ୍ତ ମିସ୍ତ୍ରୀକୁ ଗୁଳି କରି ହତ୍ୟା କରିଥିଲେ । ମିସ୍ତ୍ରୀ ତାର ପରିଚୟ ବଦଳାଇ କରାଚିରେ ଲୁଚି ରହିଥିଲା ।  ଏବଂ ସେହିପରି ଜମାଲୀ ତାର ପରିଚୟ ବଦଳାଇ କରାଚିରେ ଫର୍ଣ୍ଣିଚର ବ୍ୟବସାୟ କରୁଥିବୂା ସ୍ପଷ୍ଟ ହୋଇଛି ।

IC-814 – ଘଟଣାଟି ହେଉଛି ୧୯୯୯ର ଯେତେବେଳେ ଭାରତୀୟ ବିମାନକୁ ହାଇଜାକ କରାଯାଇଥିଲା ।  ୫ଜଣ ଅପହରଣକାରୀ ୧୫ଜଣିଆ ପାଇଲଟ ଦଳ ସମେତ ୧୭୬ଜଣ ଯାତ୍ରୀଙ୍କ ସମେତ ୧୯୧ଜଣଙ୍କ ସହ ବିମାନଟି ଯାତ୍ରା ଆରମ୍ଭ କରିଥିଲା । କିନ୍ତୁ ପରେ ଏହି ବିମାନଟିକୁ ଅପହରଣକାରୀମାନେ ହାଇଜାକ କରିଥିଲେ । ଏହି ଘଟଣାରେ ଜଣଙ୍କର ମୃତ୍ୟ ହୋଇଥିଲା । ବିମାନଟି ଉଡ଼ାନ ଭରିବାର କିଛି ସମୟ ପରେ ହିଁ ୫ଜଣ ମୁଖା ପିନ୍ଧା ଆତଙ୍କବାଦୀ ଏହାକୁ ହାଇଜାକ କରିନେଇଥିଲେ । ଏବଂ ତାଙ୍କର ଦାବି ଭାରତୀୟ ଜେଲରେ ବନ୍ଦିଥିବା ୩ଜଣ ଆତଙ୍କବାଦୀଙ୍କୁ ଛାଡ଼ିବା । ତେବେ ଅନେକ ଆଲୋଚନା ପରେ ଏମାନଙ୍କୁ ଛାଡ଼ିବାକୁ ଭାରତ ସରକାର ସେ ସମୟରେ ରାଜି ହୋଇଯାଇଥିଲେ । ତେବେ ଏସବୁ ମଧ୍ୟରେ ଅପହରଣକାରୀଙ୍କ ଦ୍ୱାରା ହାଇଜାକ ହୋଇଥିବା ବିମାନର ଜଣେ ବ୍ୟକ୍ତିଙ୍କ ପ୍ରାଣ ଯାଇଥିଲା । ତେବେ ବିଗତ ୯ଦିନରେ ୨ଜଣ ଆତଙ୍କବାଦୀଙ୍କ ହତ୍ୟା ପରେ ଏହାର କାରଣ ଭାରତୀୟ ଗୁପ୍ତଚର ହୋଇପାରନ୍ତି ବୋଲି କୁହାଯାଉଛି । କାରଣ କୁହାଯାଉଛି IC-814କୁ ଯେଉଁମାନେ ହାଇଜାକ କରିଥିଲେ ଭାରତ ସେମାନଙ୍କୁ ଜଣ ଜଣ କରି ନିହତ କରିବାକୁ ମିଶନ ଜାରି ରଖିଛି ।

ସହରରେ ଜମୁଛି ପ୍ରଚାର, ପ୍ରଚାର ମଇଦାନକୁ ଓହ୍ଲାଇଲେଣି ହେଭିଓ୍ୱେଟ୍

ଭୁବନେଶ୍ୱର: ଚାଲିଛି ପୌର ନିର୍ବାଚନ ପାଇଁ ପ୍ରଚାର । ପୌର ନିର୍ବାଚନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ନିଜ ନିଜର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ପ୍ରଚାର ଜୋରଦାର କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ସଭା ସମିତିରେ କମ୍ପୁଛି ସହର । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ଏନଏସି ଅଧ୍ୟକ୍ଷଠୁ ନେଇ ମେୟର ପଦ ପର୍ଯ୍ୟନ୍ତ ତାତିଲାଣି ସହର । ପଞ୍ଚାୟତ ନିର୍ବାଚନରେ ବିରୋଧୀ ପରାଜୟ ଗ୍ରହଣ କରିଥିବାରୁ ପୌରରେ ସମ୍ମାନ ବଞ୍ଚାଇବା ପାଇଁ ଲାଗିପଡ଼ିଛନ୍ତି ।

ପୌର ନିର୍ବାଚନ ପାଇଁ ପ୍ରଚାରର ଆଗରେ ରହିଛି ବିଜୁ ଜନତା ଦଳ । ସୋସିଆଲ ମିଡିଆରେ ପ୍ରଚାରକୁ ବି ଅଧିକ ଫୋକସ କରିଛି ବିଜେଡି । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ୩ଟି ମହାନଗର ନିଗମ ଓ ସମସ୍ତ ପୌରାଞ୍ଚଳ ବିଜେଡି ଦଖଲ କରିବ ବୋଲି ଦୃଢକ୍ତି ପ୍ରକାଶ କରିଛି । ଯଦି ଭୁବନେଶ୍ବର କଥା କହିବା ତାହାଲେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଜୋରଦାର ପ୍ରଚାର କରୁଛନ୍ତି । ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପ୍ରାର୍ଥୀଙ୍କ ସହ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ସୁଲୋଚନା ଦାସ ।