ବିଜେପି-ବିଜେଡି-କଂଗ୍ରେସ ପରେ CPI ର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର:  ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ । ୨୦୧୯ ନିର୍ବାଚନରେ ବ୍ରଜରାଜନଗରରେ କଂଗ୍ରେସ ଓ ସିପିଆଇ ମିଳିତ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲେ । ଏଥିରେ ସିପିଆଇ ତରଫରୁ ପ୍ରାର୍ଥୀ ହୋଇଥିଲେ ରମେଶ । ନିର୍ବାଚନରେ ୯ହଜାର ୩୫୦ ଖଣ୍ଡ ଭୋଟ ପାଇ ସେ ପରାଜିତ ହୋଇଥିଲେ । ବିସ୍ଥାପିତ ସମସ୍ୟା ଦୂରୀକରଣ, ଲୋକଙ୍କୁ ମାଗଣା ବିଦ୍ୟୁତ ସହିତ ବିଭିନ୍ନ ପ୍ରତିଶ୍ରୁତି ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ରମେଶ ।

ବିଜେପି ଓ ବିଜେଡି ପରେ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାମ  । ବ୍ରଜରାଜନଗର ଉପ ନିର୍ବାଚନ ପାଇଁ କିଶୋର ପଟେଲକୁ ପ୍ରାର୍ଥୀ କରିଛି କଂଗ୍ରେସ  । ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କୁ ନେଇ ଦଳ ବ୍ରଜରାଜନଗର ଉପ ନିର୍ବାଚନରେ ବୈତରଣୀ ପାର ହେବା ନେନଇ ଆଶା ଓ ବିଶ୍ୱାସ ପ୍ରକଟ କରିଛି  । ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ ବିଜେଡି ଦିବଙ୍ଗତ  ବିଧାୟକ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିଛି  ।