spot_img
Home Blog Page 4480

ମିଳିଲା ଆଉ ଜଣଙ୍କ ମୃତଦେହ, ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

ଯାଜପୁର: ଖରସ୍ରୋତା ନଦୀରେ ୭ ଜଣ ବୁଡ଼ିଯିବା ଘଟଣାରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଲେ କରନ ଜେନା । ଆଜି ସକାଳୁ କ୍ରିଷ୍ଣା ଏବଂ ଗତକାଲି ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗତକାଲି ଜଣେ ଯୁବକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କରନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୨ ଜଣ ନିଖୋଜ ଅଛନ୍ତି ।

ଗତକାଲି ହୋଲି ଖେଳିସାରି ଗାଧୋଇବାକୁ ଯାଇ ଭାସିଯାଇଥିଲେ ୭ଜଣ । ମଙ୍ଗଳା ଘାଟରେ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ସମସ୍ତେ ଭାସିଯାଇଥିଲେ । ଫେରିବାରେ ବିଳମ୍ବ ହେବାରୁ ଘର ଲୋକଙ୍କ ଖୋଜାଖୋଜି ପରେ ନଦୀ କୂଳରେ ସମସ୍ତଙ୍କର ସାର୍ଟପ୍ୟାଣ୍ଟ ଚପଲ ଦେଖି ପିଲାମାନେ ଭାସି ଯାଇଥିବା ଜାଣିବାକୁ ପାଇଥିଲେ ।

ଋଷ-ୟୁକ୍ରେନ ଯୁଦ୍ଧ: ଭୋକରେ ଲେବାନନ ଲୋକ, ଏବେ ଭାରତ ଭରସା

ନୂଆଦିଲ୍ଲୀ: ଋଷ ଆକ୍ରମଣରେ ଛାରଖାର ହେଉଛି ୟୁକ୍ରେନ୍ । ରଣକ୍ଷେତ୍ର ପାଲଟିଛି ୟୁକ୍ରେନ ମାଟି । ଏହି ଯୁଦ୍ଧ ଯେକୌଣସି ସମୟରେ ବିଶ୍ବଯୁଦ୍ଧର ରୂପ ନେଇପାରେ । ଏହା ବିଶ୍ବଯୁଦ୍ଧରେ ପରିଣତ ହେଉ କି ନହେଉ ପ୍ରଭାବ ତ ସାରା ଦୁନିଆକୁ ଭୋଗିବାକୁ ପଡିବ । ଯାହା ଦୃଶ୍ୟମାନ ହେବାରେ ଲାଗିଛି । ଏହି ଯୁଦ୍ଧ କିଛି ଦେଶରେ ଖାଦ୍ୟ ସଙ୍କଟ ସୃଷ୍ଟି କରିଛି । ମଧ୍ୟପ୍ରାଚ୍ୟ ଦେଶରେ ଏବେ ଖାଦ୍ୟ ପାଇଁ ହାହାକାର ପଡିଛି । ବିଶେଷ କରି ଯେଉଁ ଦେଶଗୁଡିକ ଋଷ ଓ ୟୁକ୍ରେନ ଖାଦ୍ୟ ସାମଗ୍ରୀ ଉପରେ ନିର୍ଭର କରିଥାନ୍ତି ସେମାନଙ୍କ କଥା ନକହିବା ଭଲ । ଏମିତି ସ୍ଥିତିରେ ଏବେ ଏମାନେ ଭାରତ ଆଡକୁ ନାଚାର ଆଖିରେ ଅନାଇ ବସିଛନ୍ତି । ଏବେ ଏମାନଙ୍କ ଭୋକିଲା ଦେଶବାସୀଙ୍କ ପେଟକୁ ଭାରତ ହିଁ ଦାନା ଯୋଗାଇ ପାରିବ । ଏମିତି କିଛି ସହାୟତାର ଆଶା ନେଇ ଭାରତ ଦୁଆରେ ପହଞ୍ଚିଛି ମଧ୍ୟପ୍ରାଚ୍ୟ ଦେଶ ଲେବାନନ୍ ।

ଲେବାନନ୍ ଆବଶ୍ୟକ ଗହମରୁ ୬୦ ପ୍ରତିଶତ ଋଷ ଓ ୟୁକ୍ରେନରୁ ଆମଦାନୀ କରିଥାଏ । ଏବେ ଏହି ଦୁଇ ଦେଶ ମୁହାଁମୁହିଁ ଅବସ୍ଥାରେ ଥିବାରୁ  ସେଠାରୁ ରପ୍ତାନୀ ବନ୍ଦ ହୋଇଯାଇଛି । ଫଳରେ ଲେବାନନରେ ଘୋର ଖାଦ୍ୟ ସଙ୍କଟ ଦେଖା ଦେଇଛି । ସ୍ଥିତି ଏମିତି ଯେ, ଏଠିକାର ଲୋକେ ଖାଇବାକୁ ମଧ୍ୟ ଠିକରେ ପାଉନାହାନ୍ତି । ଏବେ ଲେବାନନ ଭାରତରୁ ଗହମ ଆମଦାନୀ କରିବାକୁ ଚାହୁଁଛି ।

ତୁର୍କୀ ମିଡିଆ ଅନୁସାରେ, ଲେବାନନର ଅର୍ଥ ଓ ବ୍ୟାପାର ମନ୍ତ୍ରୀ ଅମିନ ସଲାମ ଭାରତୀୟ ରାଜଦୂତ ଡ. ସୋହେଲ ଏଜାଜ ଖାନଙ୍କୁ ଭେଟି ଦେଶରେ ଦେଖା ଦେଇଥିବା ଖାଦ୍ୟ ସଙ୍କଟ ସମ୍ପର୍କରେ ଅବଗତ କରିବା ସହ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।

ଏହି ଆଲୋଚନା ପରେ ଲେବାନନ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି, ‘ମନ୍ତ୍ରୀ ସଲାମ, ଭାରତୀୟ ରାଜଦୂତ ଏଜାଜ ଖାନଙ୍କୁ ଭେଟିଛନ୍ତି । ଭାରତ ପାଖରେ ପର୍ଯ୍ୟାପ୍ତ ଗହମ ମହଜୁଦ ଅଛି । ଆବଶ୍ୟକ ଅନୁସାରେ ସହାୟତା ଯୋଗାଇ ଦେବାକୁ ଭାରତ ପ୍ରତିଶ୍ରୁତି ଦେଇଛି ।’

କେବଳ ଭାରତ ନୁହେଁ, ଖାଦ୍ୟାଭାବ ଦୂର କରିବାକୁ ଲେବାନନ୍ ତୁର୍କୀ ସହ ମଧ୍ୟ ସମ୍ପର୍କରେ ରହିଛି । ସୂଚନାଯୋଗ୍ୟ ଲେବାନନ୍ ପ୍ରତିମାସ ୫୦ ହଜାର ଟନ୍ ଗହମ ଆମଦାନୀ କରିଥାଏ । ୟୁକ୍ରେନ ସଙ୍କଟ କାରଣରୁ ଏହା ଆମଦାନୀ କରିହେଉନି ।

ବସ୍ ଓଲଟି ୮ ଜଣଙ୍କ ମୃତ୍ୟୁ, ୨୦ ଜଣ ଆହତ

ବେଙ୍ଗଳୁରୁ: କର୍ଣ୍ଣାଟକର ତୁମକୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ବସ୍ ଓଲଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପାୱାଗଡ଼ା ନିକଟରେ ବସ୍ ଓଲଟି ପଡ଼ିଥିଲା । ବସରେ ୬୦ରୁ ଅଧିକ ଯାତ୍ରୀ ଥିଲେ । ବସ୍ ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇବା ପରେ ଓଲଟି ପଡ଼ିଥିଲା । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ସୂଚନା ଅନୁସାରେ, ୨୦ ଜଣ ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତ ଓ ଆହତଙ୍କ ମଧ୍ୟରେ କେତେଜଣ ଛାତ୍ରଛାତ୍ରୀ ରହିଛନ୍ତି । ଏହା ପୂର୍ବରୁ ମଙ୍ଗଳବାର କର୍ଣ୍ଣାଟକର ବିଜୟନଗର ଜିଲ୍ଲା ବନୱିକଲ୍ଲୁ ଜାତୀୟ ରାଜପଥରେ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଲୋକ ଆହତ ହୋଇଥିଲେ ।

କାଳ ହେଲା ହୋଲି ଖେଳ, ନଦୀରେ ବୁଡ଼ି ଦୁଇ ମୃତ

ସମ୍ବଲପୁର: ହୋଲି ଖେଳ ହେଲା କାଳ । କୁଚିଣ୍ଡାରେ ରଙ୍ଗ ଖେଳରୁ ଘଟିଲା ଅଘଟଣ । ହୋଲି ଖେଳି ସାରି ଭେଡେନ ନଦୀରେ ଗାଧୋଉଥିବା ବେଳେ ଭାସିଯାଇ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ଉତ୍ତରପ୍ରଦେଶ ବଳରାମପୁର ଜିଲ୍ଲାର ମୁକେଶ ଯାଦବ ଓ କୈଳାଶ ଯାଦବ । ସେମାନେ ଓଡ଼ିଶାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ବିଳମ୍ବରେ ଖବର ପାଇ କୁଚିଣ୍ଡା ଅଗ୍ନିଶମ ବାହିନୀ ପହଂଚି ଦୁଇଜଣଙ୍କୁ ଉଦ୍ଧାର କରିଥିଲା । ପରେ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଗତକାଲି ଅର୍ଥାତ ଶୁକ୍ରବାର ଯାଜପୁରରେ ଘଟିଥିଲା ସମାନ ଅଘଟଣ  । ହୋଲି ଖେଳିସାରି ଗାଧୋଇ ଯାଇଥିବା ସାତ ଜଣ ସାଙ୍ଗ ନଦୀରେ ଭାସି ଯାଇଥିଲେ  । ସେମାନଙ୍କୁ ମଧ୍ୟରୁ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିବାବେଳେ ଜଣଙ୍କୁ ମୃତ ଶରୀର ଉଦ୍ଧାର କରାଯାଇଥିଲା  । ସେହିପରି ୫ ଜଣ ନିଖୋଜ ରହିଥିଲେ  । ଶନିବାର ସୁଦ୍ଧା ୩ ଜଣଙ୍କୁ ମୃତ୍ୟୁ ଭାବେ ଉଦ୍ଧାର କରାଯାଇଛି  । ବର୍ତ୍ତମାନ ମଧ୍ୟ ୩ ଜଣ ନିଖୋଜ ରହିଛନ୍ତି  ।

ଭାରତରେ ୪୨ ଅରବ ଡଲାର ନିବେଶ ପାଇଁ ଜାପାନର ଯୋଜନା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ । ଇଣ୍ଡୋ-ପେସିଫିକ୍ ଅଞ୍ଚଳରେ ଉଭୟ ଦେଶ ସୁରକ୍ଷା ମଜଭୁତ୍ କରିବା ଲକ୍ଷ୍ୟ ରହିଛି । ଏଥିସହ ଦୁଇ ଦେଶର ପ୍ରଧାନମନ୍ତ୍ରୀ ୟୁକ୍ରେନ୍ ପ୍ରସଙ୍ଗରେ ଆଲୋଚନା କରିବେ ।

ସୂଚନା ଅନୁସାରେ, ଜାପାନ ପ୍ରଧାନମନ୍ତ୍ରୀ ଆଗାମୀ ୫ ବର୍ଷରେ ଭାରତରେ ୪୨ ଅରବ ଡଲାର ପୁଞ୍ଜି ନିବେଶ ଘୋଷଣା କରିପାରନ୍ତି । କୁହାଯାଉଛି ଗସ୍ତ ସମୟରେ ଦୁଇ ଦେଶର ମୁଖ୍ୟ ୟୁକ୍ରେନର ଯୁଦ୍ଧ ସ୍ଥିତି ନେଇ କଥା ହେବେ ।

ଭାରତ ସହ ସୁରକ୍ଷା ଓ ଆର୍ଥିକ କ୍ଷେତ୍ରରେ ସମ୍ପର୍କକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି ଜାପାନ । ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ୨୦୧୪ରେ ଭାରତ ଗସ୍ତରେ ଆସିଥିଲେ । ସେତେବେଳେ ସିଞ୍ଜୋ ୩.୫ ଟ୍ରିଲିୟନ୍ ପୁଞ୍ଜି ନିବେଶ ଘୋଷଣା କରିଥିଲେ । ଭାରତରେ ଦ୍ରୁତ ସହରୀକରଣ ଓ ବୁଲେଟ୍ ଟ୍ରେନ୍ କ୍ଷେତ୍ରରେ ଜାପାନ ସହାୟତା ଯୋଗାଉଛି ।

‘ମାନ୍’ଙ୍କ ମନ୍ତ୍ରିମଣ୍ଡଳରେ ଶପଥ ନେଲେ ୧୦ ମନ୍ତ୍ରୀ, କିଛି ସମୟ ପରେ କ୍ୟାବିନେଟ୍ ବୈଠକ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳ ଆଜି ଶପଥ ନେଇଛି । ମାନଙ୍କ ମନ୍ତ୍ରିମଣ୍ଡଳରେ ୧୦ ମନ୍ତ୍ରୀ ସାମିଲ୍ ହୋଇଛନ୍ତି । ୧୦ ମନ୍ତ୍ରୀଙ୍କ ମଧ୍ୟରେ ଜଣେ ମହିଳା ମନ୍ତ୍ରୀ ରହିଛନ୍ତି । ଚଣ୍ଡିଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ବନୱାରୀଲାଲ୍ ପୁରୋହିତ, ବିଧାୟକଙ୍କୁ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ପରେ ସମସ୍ତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ ଆଲୋଚନା କରିଛନ୍ତି । ମାନଙ୍କ କ୍ୟାବିନେଟର ପ୍ରଥମ ବୈଠକ ଆଜି ଦିନ ୨ଟାରେ ବସିବ । ଯେଉଁଥିରେ ସରକାର କିଛି ବଡ଼ ଫଇସଲା ନେଇପାରନ୍ତି ।

Punjab's Bhagwant Mann Cabinet Expansion Ceremony AAP Leaders Take Oath As Ministers

ଆମ୍ ଆଦମୀ ପାର୍ଟିରୁ ଦ୍ୱିତୀୟ ଥର ଲାଗି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ୨ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଛି । ପ୍ରଥମଥର ଲାଗି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ୮ ଜଣଙ୍କୁ ମନ୍ତ୍ରୀ କରାଯାଇଛି । ତେବେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିବା ୧୦ ମନ୍ତ୍ରୀ କିଏ କେଉଁ ବିଭାଗ ପାଇବେ ତାହା ଘୋଷଣା କରାଯାଇ ନାହିଁ ।

କିଏ କ୍ୟାବିନେଟ୍ ମନ୍ତ୍ରୀ ?

  • ହରପାଲ ଚିମା
  • ଡା. ବଲଜିତ୍ କୌର
  • ହରଭଜନ ସିଂହ ଇଟିଓ
  • ଡା. ବିଜୟ ସିଙ୍ଗଲା
  • ଲାଲଚନ୍ଦ କଟାଋଚକ
  • ଗୁରମିତ ସିଂହ ମିତ ହେୟର
  • କୁଲଦୀପ ସିଂହ ଧାଲିୱାଲ
  • ଲାଲଜିତ୍ ସିଂହ ଭୁଲ୍ଲର
  • ବ୍ରହ୍ମା ଶଙ୍କର
  • ହରଜୋତ୍ ସିଂହ ବୈଂସ

ପଞ୍ଜାବ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ପଦ ସହ ୧୮ ପଦ ରହିଛି । ଗତ ବୁଧବାର ଭଗତ ସିଂହଙ୍କ ଗାଁରେ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଶପଥ ନେଇଥିଲେ । ୧୧୭ ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଏକାକୀ ୯୨ଟି ଆସନରେ ବିଜୟ ଲାଭ କରିଛି । ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସକୁ ୧୮ଟି ଆସନ ମିଳିଥିବା ବେଳେ ଶିରୋମଣି ଅକାଳୀ ଦଳ ମେଣ୍ଟକୁ ୪ଟି ଆସନ ମିଳିଛି ।

ଛକ ଛକରେ ଜଗିଛି ପୋଲିସ, କଟକଣା ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ହୋଲି ପାଇଁ ଭୁବନେଶ୍ୱରରେ କମିସନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା କଡାକଡ଼ି  ।  ସହରରେ ମୁତୟନ ହୋଇଛନ୍ତି ୩୨ ପ୍ଲାଟୁନ ଫୋର୍ସ । ସହରର ପ୍ରମୁଖ ୨୦ଟି ଛକରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପଇଁତାରା ମାରୁଛନ୍ତି ୨୦ଟି ମୋବାଇଲ ପାଟ୍ରୋଲିଂ ଭ୍ୟାନ । ଡିସିପିଙ୍କ ନେତୃତ୍ୱରେ ୩ ଜଣ ଅତିରିକ୍ତ ଡିସିପି, ୮ ଏସିପି, ୨୪ ଜଣ ଆଇଆଇସି, ୪୨ ଜଣ ଏଏସଆଇ ନଜର ରଖିଛନ୍ତି ।

ରାଜଧାନୀ ରାସ୍ତାରେ ହୋଲି ଉତ୍ସବ ଚାଲିଛି  । ବିଭିନ୍ନ ସ୍ଥାନରେ ଯୁବକ ଯୁବତୀ ହୋଲି ପାଳନରେ ମସଗୁଲ ରହିଛନ୍ତି  । ତେବେ ଏପରି ସ୍ଥିତିରେ କୋଭିଡ କଟକଣା ଭିତରେ ହୋଲି ଖେଳିବାକୁ ସରକାରଙ୍କ ପକ୍ଷରୁ ଗାଇଡଲାଇନ ପାଳନ କରାଯାଇଛି  । ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଖାସ କରି ମଦ ପିଇ ରାସ୍ତାରେ ବୁଲୁଥିବା ମଦୁଆଙ୍କ ଉପରେ ନଜର ରଖିବ ପୋଲିସ । ସରକାରଙ୍କ ଗାଇଡ଼ ଲାଇନ ମାନି ହୋଲି ଖୋଲି ଖେଳିବା ଉପରେ ଗୁରୁତ୍ବ ଦିଆଯାଇଛି । ଗାଧୁଆ ତୁଠରେ ଅଗ୍ନିଶମ ବିଭାଗ ମୁତୟନ ହୋଇଛନ୍ତି ।

ଇମ୍ରାନଙ୍କ ବିରୋଧରେ ନିଜ ଦଳର ନେତା, ୨୮ରେ ଆସିବ ଅନାସ୍ଥା ପ୍ରସ୍ତାବ

ଇସଲମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ବଡ଼ ଧରଣର ବିଦ୍ରୋହ । ନିଜ ଦଳ ପାକିସ୍ତାନ ତେହରିକ-ଇ-ଇନସାଫର 24 ସାଂସଦ ବିଦ୍ରୋହ ଘୋଷଣା କରିଛନ୍ତି । ଦେଶରେ ତୀବ୍ର ଆର୍ଥିକ ସଂକଟ, ମୁଦ୍ରାସ୍ଫୀତିକୁ ନେଇ ଇମ୍ରାନଙ୍କ ବିରୋଧରେ ବିରୋଧୀ ପାକିସ୍ତାନ ମୁସଲିମ ଲିଗ୍ ନଓ୍ବାଜ ଓ ପାକିସ୍ତାନ ପିପୁଲସ ପାର୍ଟି ପକ୍ଷରୁ ଗତ 8 ତାରିଖରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ଆସନ୍ତା ମାର୍ଚ୍ଚ 21ରେ ନ୍ୟାସନାଲ ଆସେମ୍ୱ୍ଲି ଅଧିବେଶନ ଆହୂତ ହେବାକୁ ଯାଉଥିବା ବେଳେ, 28 ତାରିଖରେ ଅନାସ୍ଥା ପ୍ରସ୍ତାବ ନେଇ ଭୋଟ ହେବାର ସମ୍ଭାବନା ରହିଛି ।

ତେବେ ତା ପୂର୍ବରୁ ଦଳୀୟ ବିଦ୍ରୋହ ଇମ୍ରାନଙ୍କ ଲାଗି ସଙ୍କଟ ସୃଷ୍ଟି କରିଛି । ବିଦ୍ରୋହୀ ସାଂସଦଙ୍କ ନେତୃତ୍ବ ନେଉଛନ୍ତି ରାଜା ରିଆଜ ଓ ନୁର ଆଲାମ ଖାଁ । ଏହି ଅସନ୍ତୁଷ୍ଟ ସାଂସଦମାନେ ଇସଲାମାବାଦର ସିନ୍ଧ୍ ହାଉସରେ ରହୁଛନ୍ତି । ଯାହାକି ପାକିସ୍ତାନ ପିପୁଲ୍ସ ପାର୍ଟି ଦ୍ବାରା ପରିଚାଳିତ ସିନ୍ଧ୍ ସରକାରଙ୍କ ଅନ୍ତର୍ଗତ । ପାକିସ୍ତାନ ସରକାର କହିଛନ୍ତି ଯେ, ଏହି ସାଂସଦଙ୍କୁ ସିନ୍ଧ ସରକାର ଅପହରଣ କରି ନେଇଛନ୍ତି ଏବଂ ପ୍ରଚୁର ଅର୍ଥ ଦେଇ ସେମାନଙ୍କୁ ହାତେଇବାରେ ସକ୍ଷମ ହୋଇଛନ୍ତି । ସେପଟେ ସିନ୍ଧରେ ରାଜ୍ୟପାଳ ଶାସନ ଲାଗୁ କରିବା ଲାଗି ଇମ୍ରାନ ସରକାର ଚିନ୍ତା କରୁଥିବା ସୂଚନା ମିଳିଛି ।

ନିଜ ଦବଦବାର ପ୍ରମାଣ ଲାଗି ଆସନ୍ତା 27ରେ ଇମ୍ରାନ ଇସଲାମାବାଦରେ 10 ଲକ୍ଷ ଲୋକଙ୍କୁ ନେଇ ଏକ ସମାବେଶ ଆୟୋଜନ କରିବାକୁ ଘୋଷଣା କରିଛନ୍ତି । ତା ପୂର୍ବରୁ 25 ତାରିଖରେ ଆସେମ୍ବ୍ଲି ସମ୍ମୁଖରେ ଥିବା ଡି-ଚୌକକୁ ସମ୍ପୂର୍ଣ୍ଣ କବଜା କରିଦେବା ଲାଗି କର୍ମୀଙ୍କୁ ଆହ୍ବାନ ଜଣାଇଛନ୍ତି ବିରୋଧୀ ଦଳ । ତେବେ ଏହି ଅସ୍ଥିରତା କ୍ଷେତ୍ରରେ ପାକିସ୍ତାନ ସେନା ନିରପେକ୍ଷ ରହିବ ବୋଲି କହିଛନ୍ତି ସେନା ମୁଖପାତ୍ର । 342 ସଦସ୍ୟ ବିଶିଷ୍ଟ ଆସେମ୍ବ୍ଲିରେ ଇମ୍ରାନଙ୍କ ଦଳର 155 ସାଂସଦ ଥିବା ବେଳେ, 6ଟି ଦଳର 23 ସାଂସଦ ତାଙ୍କୁ ସମର୍ଥନ କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଛା, କଟକଣାରେ ହୋଲି ପାଳିବାକୁ ପରାମର୍ଶ

ଭୁବନେଶ୍ୱର: ରଙ୍ଗର ପର୍ବ ହୋଲିରେ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ହୋଲି ଅବସରରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ନିବେଦନ ମଧ୍ୟ କରିଛନ୍ତି, କୋଭିଡ ନିୟମ ପାଳନ କରି ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୋଭିଡର ଭୟବହତା ଭିତରେ ପ୍ରଥମ ଥର ପାଇଁ ସମଗ୍ର ଦେଶରେ ହୋଲି ଉତ୍ସବ ପାଳନ କରାଯାଉଛି  । ଆନନ୍ଦ ଉତ୍ସାହର ସହ ସଭିଏଁ ହୋଲି ପାଳନ କରୁଛନ୍ତି  ।

ତେବେ କୋଭିଡର ପ୍ରାଦୁର୍ଭାବ କମିଥିଲେ ମଧ୍ୟ କୋଭିଡ ସମ୍ପୂର୍ଣ୍ଣ ରୂପେ କମିନାହିଁ  । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସତର୍କତାର ସହ ହୋଲି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି  ।

ପ୍ରେମ ଓ ଆନନ୍ଦର ଅବୀର ଛିଟା..

ନନ୍ଦିଘୋଷ ବ୍ୟୁରୋ: ଚତୁର୍ଦିଗ ରଙ୍ଗମୟ । ସବୁଠି ଅବୀରର ଛିଟା  । ଏ ପର୍ବ ପ୍ରେମ-ଭାତୃତ୍ୱ ଓ ଭାଇଚାରର ପ୍ରତୀକ  । ସେଥିପାଇଁ ଆଜି ରଙ୍ଗର ପର୍ବ ହୋଲି । ଆଧ୍ୟାତ୍ମିକ ଭାରତ ବର୍ଷରେ ସବୁ ସମ୍ପ୍ରଦାୟ ଲୋକେ ହୋଲିକୁ  ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି । ଗାଁଠୁ ସହର ସବୁଠି ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି ଲୋକେ । ସବୁଠି ଜମୁଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ସମସ୍ତେ । ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ ।

ସମଗ୍ର ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଅନ୍ୟତମ ହୋଲି । ବସନ୍ତ ଋତୁର ଏଇ ଖେଳକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ଏଇ ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଫଗୁ ପୁନେଇଁଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚନା କରାଯାଏ । ଏଇ ପାଞ୍ଚଦିନ କାଳ ନାନାଦି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି ଲାଗିରହେ । ପୁନେଇଦିନ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ ।

ଓଡ଼ିଶା ଭଳି ସଂସ୍କୃତି ସମ୍ମନ ରାଜ୍ୟରେ ପ୍ରଭୁ ଦୋଳ ଗୋବିନ୍ଦ ପାଞ୍ଚ ଦିନ ଧରି ଗ୍ରାମ ଗ୍ରାମ ବୁଲି ଭୋଗ ଖାଇଥାନ୍ତି  । ସଭିଙ୍କୁ ଆଶୀଷ ପ୍ରଦାନ କରିଥାନ୍ତି  । ଶେଷରେ ଭକ୍ତଙ୍କ ଗହଳରେ ହୋଲି ଖେଳିଥାନ୍ତି  । ଫଗୁ ରଙ୍ଗରେ ପ୍ରିୟଜନଙ୍କୁ ଭିଜାଇଥାନ୍ତି । ବିନା ବିଚାର ବିଦ୍ୱେଷର ଉର୍ଦ୍ଧ୍ୱରେ ରହି ଭକ୍ତଙ୍କ ମେଳରେ ଅବୀର ବୋଲିଥାନ୍ତି  । ଭାରତର ପ୍ରତି ରାଜ୍ୟରେ ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ  । ସମସ୍ତେ ସଭିଙ୍କ ମୁହଁରେ ରଙ୍ଗ ବୋଳିଥାନ୍ତି  ।