ଶ୍ୱଶୁର ଘରେ ପଶି ସ୍ତ୍ରୀକୁ ହାଣିଦେଲା ସ୍ୱାମୀ

Husband Killed Wife For Extra love Affairs In Keonjhar

କେନ୍ଦୁଝର: ପରକୀୟା ପ୍ରୀତିର କରୁଣ ପରିଣତି । ଶ୍ୱଶୁର ଘରେ ପଶି ସ୍ତ୍ରୀକୁ ହାଣିଦେଲା ସ୍ୱାମୀ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସିରିଗିଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୋଗ ଅନୁସାରେ, ସିରିଗିଡ଼ା ଗାଁ ରୁଗୁଡ଼ି ସାହିର ନରୋତ୍ତମ ପେଣ୍ଠେଇ ସେହି ଗାଁର ବବିତା ପେଣ୍ଠେଇକୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ଗାଁର ଆଉ ଜଣେ ଯୁବକଙ୍କ ସହିତ ବବିତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡ଼ି ପ୍ରମିକ ସହିତ ଫେରାର ହୋଇ ଯାଇଥିଲେ ବବିତା ।

Husband Killed Wife For Extra love Affairs In Keonjhar

ପରେ ପୁଣି ଗାଁକୁ ଫେରିବାରୁ ବବିତାଙ୍କୁ ଗ୍ରହଣ କରିନଥିଲେ ନରୋତ୍ତମ । ଏଣୁ ସେ ତାଙ୍କ ବାପ ଘରେ ରହିଥିଲେ । ଗତକାଲି ରାତିରେ ନରୋତ୍ତମ ଶ୍ୱଶୁର ଘରେ ପଶି ଟାଙ୍ଗିଆରେ ସ୍ତ୍ରୀଙ୍କୁ ହାଣି ଦେଇଥିବା ଅଭିଯୋଗ ହୋଇଛି । ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ ।