ଭିଜିଲାନ୍ସ ରେଡ୍ ବେଳେ ଖସିଗଲେ ବିଇଓ, ଡ୍ରରୁ ମିଳିଲା ୨୦ ହଜାର ଲାଞ୍ଚ ଟଙ୍କା

Marshaghai BEO Escaped During Vigilance Raid

କେନ୍ଦ୍ରାପଡ଼ା: ଭିଜିଲାନ୍ସକୁ ଚକମା ଦେଇ ଖସିଗଲେ ମାର୍ଶାଘାଇ ବ୍ଲକ ଶିକ୍ଷା ଅଧିକାରୀ । ମାର୍ଶାଘାଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ ସେକ୍ସନ ଅଫିସର ଭଞ୍ଜକିଶୋର ନାୟକ ଗତ ଫେବ୍ରୁଆରୀ ମାସରେ ଅବସର ଗ୍ରହଣ କରିଥିଲେ । ଭଞ୍ଜକିଶୋରଙ୍କ ଗ୍ରାଚୁଇଟି ଓ ପେନସନ୍ କରାଇ ଦେବାକୁ ବ୍ଲକ ଶିକ୍ଷାଧିକାରୀ ଶତ୍ରୁଘ୍ନ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ।

Marshaghai BEO Escaped During Vigilance Raid

କେମିକାଲ୍ ବୋଳା ୨୦ ହଜାର ଲାଞ୍ଚ ଟଙ୍କା ନେଇ ଅଫିସ୍ ଟେବୁଲ ଡ୍ରରେ ରଖୁଥିବା ବେଳେ କଟକ ଓ କେନ୍ଦ୍ରାପଡ଼ାର ଭିଜିଲାନ୍ସ ବିଭାଗର ଏକ ସ୍ଵତନ୍ତ୍ର ଟିମ ତାଙ୍କୁ ଧରିବା ପାଇଁ ଯିବା ସମୟରେ ବ୍ଲକ ଶିକ୍ଷାଧିକାରୀ ଶତ୍ରୁଘ୍ନ ବେହେରା କୌଶଳକ୍ରମେ ଖସି ପଳାଇ ଯାଇଛନ୍ତି । ବିଇଓଙ୍କ ଅଫିସ ଡ୍ରରୁ କେମିକାଲ ବୋଳା ୨୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ ।

ଘଟଣା ସମ୍ପର୍କରେ ଜାଣିଥିବା ୨ ଜଣ କର୍ମଚାରୀଙ୍କୁ ଭିଜିଲାନ୍ସ ବିଭାଗ ଉଠାଇ ଆଣି ତଦନ୍ତ ଜାରି ରଖିଛି । ବିଇଓ ଶତ୍ରୁଘ୍ନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ । ତଦନ୍ତ ଚାଲୁଥିବାରୁ ଏନେଇ ଭିଜିଲାନ୍ସ ବିଭାଗ ଏବଂ ଅଭିଯୋଗକାରୀ ଭଞ୍ଜ କିଶୋରଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।