ସକାଳେ ସମ୍ବିତ ପାତ୍ରଙ୍କୁ ଟମାଟୋ, ଅପରାହ୍ଣରେ କାଳିମାଡ଼

Youth Congress Thrown Ink On BJP National Spokesperson Sambit Patra

ପୁରୀ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କୁ ବିରୋଧ । ସକାଳେ ଟମାଟୋ ମାଡ଼ ହୋଇଥିବା ବେଳେ ଅପରାହ୍ଣରେ କାଳିମାଡ଼ ହୋଇଛି । ଶ୍ରୀମନ୍ଦିର ଐତିହ ପ୍ରକଳ୍ପକୁ ନେଇ ସମ୍ୱିତ ପାତ୍ରଙ୍କ ନାଟକ ବାଜି ପ୍ରତିବାଦରେ ସକାଳରେ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଟମାଟୋ ମାଡ଼ କରାଯାଇଥିଲା । ଦେବାଶିଷ ଦଇତାପତିଙ୍କ ନେତୃତ୍ୱରେ ଏହି ଟମାଟୋ ମାଡ଼ ହୋଇଥିଲା ।

 Youth Congress Thrown Ink On BJP National Spokesperson Sambit Patra

ଅପରାହ୍ଣରେ ରନ୍ଧନ ଗ୍ୟାସ ଏବଂ ତୈଳ ଦର ବୃଦ୍ଧି ପ୍ରତିବାଦରେ ସମ୍ବିତ ପାତ୍ରଙ୍କୁ ପୁରୀ ଝାଡ଼େଶ୍ୱରୀ ଠାରେ କାଳିମାଡ଼ କରାଯାଇଛି । ଛାତ୍ର କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ ସହ କାଳିମାଡ଼ କରାଯାଇଛି । ଆଗାମୀ ଦିନରେ ଓଡିଶା ଗସ୍ତରେ ଯେଉଁ କେନ୍ଦ୍ର ମନ୍ତ୍ରୀ ଓ ରାଷ୍ଟ୍ରୀୟ ନେତା ଆସିବେ ସମସ୍ତଙ୍କ ଗସ୍ତକୁ ବିରୋଧ କରିବ ଛାତ୍ର କଂଗ୍ରେସ । ଗତକାଲି ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ହୋଇଥିବା ରାଲିରେ କେନ୍ଦ୍ରୀୟ ବିଜେପି ନେତାଙ୍କୁ ବିରୋଧ କରିବ ବୋଲି ଚେତାବନୀ ଦେଇଥିଲା ଛାତ୍ର କଂଗ୍ରେସ ।