୧୧ ବର୍ଷ ହେଲା ଛାଡ଼ପତ୍ର ପାଇଁ ଲଢ଼ି ଲଢ଼ି ନୟାନ୍ତ ମହିଳା ଓକିଲ, ଶେଷରେ ପିଇଦେଲେ ବିଷ…

Women Advocate Drink Poison In Premises Of Family Court Balasore

ବାଲେଶ୍ୱର: ଛାଡ଼ପତ୍ର ପାଇଁ ଦୀର୍ଘ ୧୧ ବର୍ଷ । ନିଜେ ଓକିଲ ହୋଇ ବି ହୋଇ ପାରିଲାନି ଛାଡ଼ପତ୍ର । ଶେଷରେ କୋର୍ଟ ପରିସରରେ ବିଷ ପିଇଦେଲେ ମହିଳା ଓକିଲ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ପରିବାର ଅଦାଲତରେ । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଓକିଲ ଜଣକ ନିଜେ ନିଜ ଛାଡ଼ପତ୍ର ମାମଲା ଲଢ଼ୁଥିଲେ । ତେବେ ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ ହେବା ଅଭିଯୋଗ କରି ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି ।

Women Advocate Drink Poison In Premises Of Family Court Balasore

ମହିଳା ଓକିଲ ଜଣକ ହେଉଛନ୍ତି ରାଜଶ୍ରୀ ବାରିକ । ସ୍ୱାମୀଙ୍କୁ ଛାଡ଼ପତ୍ର ନେଇ ୨୦୧୧ରୁ ପରିବାର ଅଦାଲତରେ ମାମଲା ବିଚାରାଧୀନ ରହିଛି । ଆଜି କୋର୍ଟ ରୁମରେ ସ୍ୱାମୀଙ୍କୁ ଜେରା କରିଥିଲେ ରାଜଶ୍ରୀ । ଏହାପରେ ସେ କୋର୍ଟ ପରିସରରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।