spot_img
Home Blog Page 4470

ଯୋଗୀ 2.0: ଡର୍ଜେନ ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

ଲକ୍ଷ୍ନୌ: ୟୁପିରେ ଯୋଗୀ ୨.୦ ଆରମ୍ଭ । ଶପଥ ନେଇ ନାହାଁନ୍ତି ଯୋଗୀ ଆଦିତ୍ୟନାଥ  । ପ୍ରଥମପାଳିରେ ବୁଲଡୋଜର ବୁଲୁଥିଲା ବେଳେ ଶପଥ ପୂର୍ବରୁ ସାବାଡ ହୋଇଛନ୍ତି ଅପରାଧୀ  । ୟୁପିର ଗ୍ୟାଙ୍ଗଷ୍ଟାର ତଥା ବଡ଼ ଅପରାଧିକୁ ଆଜି ଉତ୍ତର ପ୍ରଦେଶ ପୋଲିସର ଏକ ସ୍ୱତନ୍ତ୍ର ଦଳ ଏନକାଉଣ୍ଟର କରିଛି  । ୨ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା ଥିବା ଅପରାଧି ମନୀଷ ସିଂ ସୋନୁର ଏନକାଉଣ୍ଟରରେ ମୃତ୍ୟୁ ହୋଇଛି  । କଳାଧନକୁ ଗଛିତ ରଖି ରାଜ କରୁଥିବା ଦଲାଲଙ୍କ ବିରୋଧରେ ଉତ୍ତରପ୍ରଦେଶ ସରକାର ନେଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ  । ଗୋଟି ଗୋଟି କରି ଚିହ୍ନଟ କରିବା ସହ ଛାପା ମାରିଥିଲା ଉୁପି ପୋଲିସ ଏବଂ ଜବତ ହୋଇଥିଲା ବ୍ୟାପକ ଅର୍ଥ  ।

ମନୀଷ ସିଂହ ସୋନୁ ବିଷୟରେ ଯେକୌଣସି ବ୍ୟକ୍ତି ପୋଲିସକୁ ସୂଚନା ଦେବେ, ପୋଲିସ ଉକ୍ତ ବ୍ୟକ୍ତିକୁ ୨ ଲକ୍ଷ ଟଙ୍କାର ପୁରଷ୍କାର ରାଶି ପ୍ରଦାନ କରିବା ନେଇ ଘୋଷଣା କରିଥିଲା  । ଏନଡି ତିୱାରୀ ହତ୍ୟାକାଣ୍ଡ ସମେତ ୧୦ଟି ଅପରାଧିକ ଗଟଣାରେ ସଂଶ୍ଲିଷ୍ଟ ରହିଥିଲା ମନୀଷ  । ଜୋନଗପୁର, ଗାଜୀପୁର, ବାରଣାସୀ, ଏବଂ ଚନ୍ଦୈଲୀରେ ମନୀଷ ସିଂ ସୋନୁ ନାମରେ ଥିଲା ଡର୍ଜେନରୁ ଅଧିକ ଅପରାଧିକ ମାମଲା  । ତେବେ STF  ମନୀଷକୁ ଗିରଫ କରିବା ନେଇ ବାରଣାସୀର ଲୋହତା ଅଞ୍ଚଳରେ ଛାପା ମାରିଥିଲା  । ଖବର ପାଇ ମନୀଷଶ ରହୁଥିବା ଅଞ୍ଚଳରେ ପହଁଚିଥିଲା ଏସଟିଏଫ  ।

ସୂଚନା ମୁତବାକ ମନୀଷ ଏହି ଘଟଣା ବିଷୟରେ ଜାଣିପାରି ଓଲଟା ପୋଲିସ ଅପରକୁ କରିଥିଲା ଫାୟାରିଂ  । ତେବେ ଦୀର୍ଘ ଘଣ୍ଟା ଧରି STF ଏବଂ ମନୀଷ ମଧ୍ୟରେ ଛକାପଞ୍ଝା ଜାରି ରହିଥିଲା  । ଏହି ସମୟରେ ପୋଲିସ ପକ୍ଷରୁ ହୋଇଥିବା ଫାୟାରିଂରେ ମନୀଷ ଆହତ ହୋଇଥିଲା  । ଗୁଳିଟି ସିଧାସଳଖ ଭାବେ ମନୀଷ ଦେହରେ ବାଜିଥିଲା  । ତେବେ ପରବର୍ତ୍ତୀ ସମୟରେ ମନୀଷର ମୃତ୍ୟୁ ହୋଇଥିଲା  । ତେବେ ଏକଥା ମଧ୍ୟ ଚର୍ଚ୍ଚା ହେଉଛି ଯେ, ଯୋଗୀ ରାଜ୍ୟରେ ଅପରାଧି ସାବାଡ ହେବା ନେଇ ମିଶନ ୨.୦ ଆରମ୍ଭ ହୋଇଯାଇଛି  । ଆସନରେ ଯୋଗୀ ଆଦିତ୍ୟନାଥ ଅଭିଷିକ୍ତ ହେବା ପୂର୍ବରୁ ଅପରାଧିଙ୍କୁ ସାବାଡ କରିବା ନେଇ ପ୍ରସ୍ତୁତ ହୋଇଛି ମାଷ୍ଟରପ୍ଲାନ  ।

ଆଟମବମ୍ ଭୟ: ସାଇବେରିଆ ବଙ୍କରରେ ଅଛନ୍ତି ପୁତିନଙ୍କ ପରିବାର

ନନ୍ଦିଘୋଷ ବ୍ୟୁରୋ: ଯୁଦ୍ଧ ଥମୁନି କିମ୍ବା ନିଷ୍କର୍ସ ଛିଡୁନି । ଦିନକୁ ଦିନ ବଢିବାରେ ଲାଗିଛି ଆଣବିକ ଆକ୍ରମଣର ବିପଦ । ସେପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପରିବାରକୁ ନେଇ ମଧ୍ୟ ଲାଗି ରହିଛି ସସପେନ୍ସ । ପ୍ରାୟ ୪ ସପ୍ତାହ ଧରି ଯୁଦ୍ଧ ଜାରି ରହିଥିବାବେଳେ ଉଭୟ ଦେଶର ହଜାର ହଜାର ସେନା ନିହତ ହୋଇଛନ୍ତି  । ତେବେ ଏହାରି ଭିତରେ ଯଦି ବା ଋଷ ରାଷ୍ଚ୍ରପତି ଭ୍ଲାଦିମିର ପୁତିନ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି  । କିନ୍ତୁ ତାଙ୍କ ପରିବାର ସଦସ୍ୟଙ୍କୁ ନେଇ ପ୍ରଶ୍ନ ଉଠିଛି  । କେଉଁଠି ଅଛନ୍ତି ପୁଟିନଙ୍କ ପରିବାର? ମସ୍କୋରେ ନା ଋଷର ଅନ୍ୟ କେଉଁ ସହରରେ? ଦେଶ ବାହାରେ ନା ଦେଶ ଭିତରେ?

କୁହାଯାଉଛି- ସାଇବେରିଆର ବିଳାସମୟ ବଙ୍କରରେ ଆଶ୍ରୟ ନେଇଛନ୍ତି ହାଇପ୍ରୋଫାଇଲ ପୁଟିନଙ୍କ ପରିବାର । ସମ୍ଭାବ୍ୟ ଆଣବିକ ଆତଙ୍କକୁ ନେଇ ପରିବାର ଲାଗି ସୁରକ୍ଷା ବ୍ୟବସ୍ଥା କରିସାରିଛନ୍ତି ପୁଟିନ । ପୁଟିନଙ୍କ ପ୍ରଥମ ପତ୍ନୀ ଲ୍ୟୁଦମିଲା ସେରେନଭା । ୧୯୮୩ରେ ଏହି ଫ୍ଲାଇଟ ଆଟେଣ୍ଡାଣ୍ଟେଙ୍କୁ ବିବାହ କରିଥିଲେ ପୁଟିନ । ମାତ୍ର ୨୦୧୩ରେ ହୋଇଥିଲା ବିବାହ ବିଚ୍ଛେଦ । ପ୍ରଥମ ପତ୍ନୀଙ୍କ ଦୁଇ କନ୍ୟା ମାରିଆ ଭୋରନସୋବା ଓ କାଟେରିନା ତିଖୋନୋଭା । ସେମାନଙ୍କ ପରିବାରକୁ ପୁଟିନ ବଙ୍କରକୁ ନେଇଯାଇଥିବା ଚର୍ଚ୍ଚା ଚାଲିଛି । ତେବେ ପୁଟିନଙ୍କ ଚର୍ଚ୍ଚିତ ଗର୍ଲଫ୍ରେଣ୍ଡ ତଥା ପୂର୍ବତନ ଅଲିମ୍ପିକ ସ୍ବର୍ଣ୍ଣବିଜେତା ଜିମ୍ନାଷ୍ଟ ଏଲିନା କାବାଏଭା ଓ ଦୁଇ ଜଣ ସନ୍ତାନ ସୁଇଜରଲ୍ୟାଣ୍ଡରେ ବାସ କରୁଥିବା କୁହାଯାଏ ।

ବହୂ ପୂର୍ବରୁ ନିଜର ସୁରକ୍ଷା ଲାଗି ପୁଟିନ ସାଇବେରିଆରେ ବଙ୍କର ପ୍ରତିଷ୍ଠା ଉପରେ ଗୁରୁତ୍ବ ଦେଇଛନ୍ତି । ଏହି ଅତ୍ୟାଧୁନିକ ବଙ୍କରରେ ରହିଛି ସମସ୍ତ ପ୍ରକାର ସୁବିଧା । ଏହାକୁ ଅଣ୍ଡରଗ୍ରାଉଣ୍ଡ ସହର କହିଲେ ବି ଠିକ୍ ହେବ । ବଙ୍କର ଏପରି ମଝବୁତ ଭାବେ ନିର୍ମିତ ଯେ ଏହାକୁ ଆଣବିକ ଆକ୍ରମଣ କୌଣସି କ୍ଷତି କରିପାରିବ ନାହିଁ । ସାଇବେରିଆରେ ଅଲତାଇ ମାଉଣ୍ଟେନ ଅନ୍ତର୍ଗତ ଆଲତେସ୍କୋୟ ପୋଦଭରି ରିସର୍ଟ ତଳେ ରହିଛି ଏହି ବଙ୍କର । ସେପଟେ ପୁଟିନଙ୍କ ସମ୍ପତ୍ତି ନେଇ ଏବେ ବି ସସପେନସ । ବାର୍ଷିକ ୧ ଲକ୍ଷ ୪୦ ହଜାର ଡଲାର ଦରମା ନେଉଥିବା ପୁଟିନଙ୍କ ମୋଟ ସମ୍ପତ୍ତି ପରିମାଣ ୨୦୦ ବିଲିୟନ ଡଲାର କୁହାଯାଏ । ସେ ବିଶ୍ବର ସର୍ବୋଚ୍ଚ ଧନୀଙ୍କ ମଧ୍ୟରେ ଅନ୍ୟତମ । ତାଙ୍କର ଏକ ସୁଦୃଶ୍ୟ ଅଟ୍ଟାଳିକା ରହିଛି ଯାହାର ଦାମ ୧୪୦ କୋଟି ଡଲାର ।

ୟୁକ୍ରେନରୁ ଆସିଲା ଡାକ୍ତରୀ ଛାତ୍ର ନବୀନଙ୍କ ମୃତଦେହ

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲା ୟୁକ୍ରେନରେ ମୃତ ଛାତ୍ର ନବୀନ ଶେଖରପ୍ପାଙ୍କ ମରଶରୀର । ୨୦ଦିନ ପରେ ନବୀନଙ୍କ ମରଶରୀର ଭାରତ ଆସିଛି । ତେବେ ଅନ୍ତିମ ସଂସ୍କାର ପରିବର୍ତ୍ତେ ମୃତଦେହ ହସ୍ପିଟାଲକୁ ଦାନ କରିବେ ବୋଲି କହିଛନ୍ତି ପରିବାର ଲୋକେ । ନବୀନଙ୍କ ଶରୀରକୁ ଅନ୍ୟ ଡାକ୍ତରୀ ଛାତ୍ରମାନେ ଅଧ୍ୟୟନ ପାଇଁ ବ୍ୟବହାର କରିପାରିବେ। ସେଥିପାଇଁ ନବୀନଙ୍କ ମୃତଦେହ ଦାନ କରିବାକୁ ନିଷ୍ପତ୍ତି ନେଇଥିବା ପରିବାର ଲୋକେ ପୂର୍ବରୁ କହିଥିଲେ ।

ବେଙ୍ଗାଲୁରୁ ଏୟାରପୋର୍ଟରେ ନବୀନଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ । ଅପରାହ୍ଣ ଗୋଟାଏରେ ନବୀନଙ୍କ ପୈତୃକ ଗ୍ରାମକୁ ମୃତଦେହ ନିଆଯାଇଛି । ପରେ ଦେବନଗରୀସ୍ଥିତ ଏସ ଏସ ମେଡିକାଲକୁ ତାଙ୍କ ମରଶରୀର ପ୍ରଦାନ କରାଯିବ । ସେପଟେ ନବୀନଙ୍କ ମୃତ୍ୟୁକୁ ନେଇ ପ୍ରକୃତ ତଥ୍ୟ ସାମ୍ନାକୁ ଆସୁ ନଥିବା ନେଇ ଭାରତର ଅଭିଯୋଗ ପରେ ଘଟଣାର ଉପଯୁକ୍ତ ତଦନ୍ତ କରାଯିବ ବୋଲି ଋଷ ରାଜଦୂତ କହିଛନ୍ତି ।

ନବୀନଙ୍କ ମରଶରୀର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ନବୀନଙ୍କ ଶେଷ ଦର୍ଶନ କରିଥିଲେ ।

ପାହାଡରେ ପିଟିହେଲା ବୋଇଂ-୭୩୭, ବିମାନରେ ଥିଲେ ୧୩୩ ଯାତ୍ରୀ

ଗ୍ୱାନସି: ଚୀନରେ ବଡ଼ ଧରଣର ବିମାନ ଦୁର୍ଘଟଣା ହୋଇଥିବା ସାମ୍ନାକୁ ଆସିଛି । ସେଠାରେ ବୋଇଂ-୭୩୭ ବିମାନଟି କ୍ରାସ ହୋଇଛି । ବିମାନରେ ପାଖାପାଖି ୧୩୩ ଯାତ୍ରୀ ଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଧା ମୃତାହତ ନେଇ କୌଣସି ସୂଚନା ମିଳିପାରିନାହିଁ । କୁନମିଙ୍ଗରୁ ଗ୍ୱାଙ୍ଗଝୋ ଯାଉଥିବା ବେଳେ ଗ୍ୱାନସିଠାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଯଦିଓ ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ ।

ତେବେ ସିସିଟିଭିରେ କଏଦ ହୋଇଛି ବିମାନ ଦୁର୍ଘଟଣାର ସମସ୍ତ ଦୃଶ୍ୟ ।  ସିସିଟିଭିରେ ସ୍ପଷ୍ଟ ଦେଖାଯାଉଛି ଯେ, ଗ୍ୱାନସି ଅଞ୍ଚଳର ବୁଝୋଓ ସହର ପାଖରେ ଦୁର୍ଘଟଣା ଶୀକାର ହୋଇଥିଲା ବିମାନ । ପାହାଡ଼ ମଝିରେ ହିଁ ବିମାନରେ ନିଆଁ ଲାଗିଯାଇଥିଲା । ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପଠାଯାଇଛି ।

ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ କର୍ମୀ

ଦେବଗଡ଼: ପୌର ନିର୍ବାଚନ ପୂର୍ବରୁ ଦେବଗଡ଼ରେ ବଢ଼ିଲା ବିଜେଡିର ବଳ । ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ମିଶିଲେ ଶହ ଶହ କର୍ମୀ । ଶ୍ରମ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ଯୁବ କଂଗ୍ରେସ ସଭାପତି ଅମିତ ରଞ୍ଜିତଙ୍କ ସମେତ ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡି ମିଶିଛନ୍ତି । ପୌର ନିର୍ବାଚନରେ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରତିଫଳିତ ହେବା ଆଶାଥିବା କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ ।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ନେତା ଏବଂ କର୍ମୀଙ୍କ ବିଜେଡିରେ ମିଶ୍ରଣ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ତଥା ବିକାଶମୂଳକ ଯୋଜନାରେ ଆକୃଷ୍ଟ ହୋଇ ଦୁଇ ବିରୋଧୀ ଦଳର ନେତା ବିଜେଡିରେ ସାମିଲ ହେଉଛନ୍ତି ।

ବିଜେଡି ପାଇଁ ପ୍ରଚାର କଲେ ଅଭିନେତ୍ରୀ ବର୍ଷା ଏବଂ ଏଲିନା

ଯାଜପୁର: ୨୪ ତାରିଖରେ ପୌର ନିର୍ବାଚନ । ଆସନ୍ତାକାଲି ସନ୍ଧ୍ୟାରେ ସରିବ ପ୍ରଚାର । ହାତରେ ଆଉ ଗୋଟିଏ ଦିନ ବାକି ଥିବା ବେଳେ ସବୁ ଦଳ ପ୍ରଚାରରେ ଲଗାଇ ଦେଇଛନ୍ତ ପୂରା ଦମ । ପ୍ରଚାରରେ ଆଗରେ ରହିଛି ବିଜେଡି । ବରିଷ୍ଠ ନେତାଙ୍କ ସହ ସେଲିବ୍ରେଟି କରୁଛନ୍ତି ବିଜେଡି ପାଇଁ ପ୍ରଚାର ।

ଆଜି ଯାଜପୁରରେ ବିଜେଡି ପକ୍ଷରୁ ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଛି । ଏଥିରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଏଲିନା ଦାଶ । ଏହାସହ ଯାଜପୁର ପୌରପାଳିକାରେ ଭବପ୍ରସାଦ ଦାସ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।

ଏମାନେ ବିଶାଳ ବାଇକ୍ ରାଲିରେ ଯାଜପୁର ପୌରାପାଳିକାର ୧୮ଟି ଓ୍ବାର୍ଡ ବୁଲି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ବିଜେଡିର ୧୮ଟି କାଉନସିଲର ଓ ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କ ସହ ହଜାର ହଜାର କର୍ମୀ ଓ ସମର୍ଥକ ବାଇକ ରାଲିରେ ସାମିଲ ହୋଇଛନ୍ତି ।

ଦିଲ୍ଲୀରୁ ଦୋହା ଯାଉଥିବା ଫ୍ଲାଇଟକୁ ପାକିସ୍ତାନରେ କରାଗଲା ଅବତରଣ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଦିଲ୍ଲୀରୁ ଦୋହା ଅଭିମୁଖେ ଯାଉଥିବା କତାର୍‌ ଏୟାର୍‌ୱେଜ୍‌କୁ କରାଚୀରେ ଜରୁରୀ ଅବତରଣ କରାଯାଇଛି । କତାର୍‌ ଏୟାର୍‌ୱେଜ୍‌ର ଗୋଟାଏ ବିମାନର ମାଲ୍‌ପତ୍ର ଥିବା ପ୍ରକୋଷ୍ଠରେ ଧୂଆଁ ବାହାରିବାରୁ ଫ୍ଲାଇଟର ଗତିପଥ ପରିବର୍ତ୍ତନ କରି ତାହାକୁ ପାକିସ୍ତାନର କରାଚୀରେ ଜରୁରୀ ଅବତରଣ କରାଯାଇଛି । ଉକ୍ତ ବିମାନ (କ୍ୟୁଆର୍‌୫୭୯)ରେ ୧୦୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ।

ଘଟଣା ସଂକ୍ରାନ୍ତରେ ବ୍ୟାଖ୍ୟା ଦେଇ କତାର୍‌ ଏୟାର୍‌ୱେଜ୍‌ କହିଛି, ସମ୍ପ୍ରତି ଘଟଣା ବିଷୟରେ ତଦନ୍ତ ଚାଲିଛି ଏବଂ ଯାତ୍ରୀମାନଙ୍କୁ ଦୋହା ନେଇ ଯିବା ଲାଗି ଗୋଟାଏ ରିଲିଫ୍‌ ବିମାନର ବ୍ୟବସ୍ଥା କରାଯାଉଛି । ଅସୁବିଧା ନିମନ୍ତେ ଆମେ ଯାତ୍ରୀମାନଙ୍କ ନିକଟରେ କ୍ଷମାପ୍ରାର୍ଥୀ।

ଅନ୍ୟପଟେ, ଟୁଇଟରେ ଏହି ଘଟଣାକୁ ନେଇ ଖୁବ ହଙ୍ଗାମା ହୋଇଛି । ଏହାପରେ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ୱିଟ କରି କହିଛନ୍ତି ଯେ, ଫ୍ଲାଇଟରେ ଯାନ୍ତ୍ରୀକ ତ୍ରୁଟି କାରଣରୁ ଏହାକୁ ପାକିସ୍ତାନର କରାଚୀରେ ଜରୁରୀ ଅବତରଣ କରାଯାଇଛି । ବର୍ତ୍ତମାନ ଯାତ୍ରୀମାନଙ୍କୁ ଦୋହା ନେଇଯିବା ପାଇଁ ଅନ୍ୟ ଫ୍ଲାଇଟର ବ୍ୟବସ୍ଥା ହୋଇଯାଇଛି ।

ସୂଚନାଯୋଗ୍ୟ, ଦିଲ୍ଲୀରୁ ଆଜି ପାହାନ୍ତା ୩.୫୦ରେ ଉଡ଼ାଣ ଆରମ୍ଭ କରିଥିବା ବିମାନଟି ଭୋର୍‌ ୫.୩୦ରେ କରାଚୀରେ ଅବତରଣ କରିଥିବା କଥା ରମେଶ ରାଲିୟା ନାମକ ଜଣେ ଯାତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି। କିନ୍ତୁ, ବିମାନଟି କେତେବେଳେ କରାଚୀରୁ ଉଡ଼ାଣ ଆରମ୍ଭ କରିବ ତାହା ଜାଣିପାରୁ ନାହାନ୍ତି। ବିମାନ ଅବତରଣ କରିବା ପରେ ସେମାନେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇ ବିମାନ ବନ୍ଦରରେ ଅପେକ୍ଷା କରିବାକୁ କହିଥିଲେ।

କୋରାପୁଟରେ ଆଇନଶୃଙ୍ଖଳା ସମୀକ୍ଷା କଲେ ଡିଜିପି

ଜୟପୁର: କୋରାପୁଟରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ନକ୍ସଲ ଗତିବିଧି ଉପରେ ରଖାଯାଇଛି କଡ଼ା ନଜର । ଆଜି କୋରାପୁଟ ଗସ୍ତରେ ଯାଇଥିବା ପୋଲିସ ଡିଜି ସୁନୀଲ ବଂଶଲ ଆଇନଶୃଙ୍ଖଳା ଓ ନକ୍ସନ କାର୍ଯ୍ୟକଳାପ ନେଇ ସମୀକ୍ଷା କରିବା ପରେ ଏମିତି କହିଛନ୍ତି ।

କୋରାପୁଟ ବିଏସଏଫ ସେକ୍ଟର ପଡ଼ିଆରେ ଡିଜି ଅବତରଣ କରିବା ପରେ ଓଏସଏପି ତୃତୀୟ ବାଟାଲିଅନ ପରିଦର୍ଶନ କରିଥିଲେ । ପରେ ଏସଓଜି ଓ ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । କୋରାପୁଟରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଥିଲେ ଡିଜିପି ବଂଶଲ।

ଗତ ପଞ୍ଚାୟତ ନିର୍ବାଚନ ଭଳି ଆସନ୍ତା 24 ତାରିଖ ପୌର ନିର୍ବାଚନ କିଭଳି ସୁରୁଖୁରୁରେ ହେବ ସେ ନେଇ ପୋଲିସ ଡିଜି ସମୀକ୍ଷା କରିଛନ୍ତି । କୋରାପୁଟରୁ ଡିଜିପି ବଂଶଲ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି ।

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ତନାଘନା । ୨ ଅଭିଯୁକ୍ତଙ୍କୁ ଚାନ୍ଦବାଲି ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଏନେଇ ଅପରାହ୍ନ ୩ଟାରେ ପ୍ରେସମିଟରେ ସବିଶେଷ ସୂଚନା ଦେବ ଭଦ୍ରକ ପୋଲିସ । ହତ୍ୟାକାଣ୍ଡ ଘଟଣାରେ ରାଜ୍ କମ୍ୟୁନିକେସନ ମାଲିକ ସମେତ ୨ ଜଣ ଗିରଫ ହୋଇଛନ୍ତି । ଫେବ୍ରୁଆରୀ ୭ ତାରିଖରେ ମାନସକୁ ଚାନ୍ଦବାଲିରୁ ଅପହରଣ କରାଯାଇଥିଲା । ମାର୍ଚ୍ଚ ୮ରେ ଅପହରଣରେ ବ୍ୟବହୃତ ଗାଡିକୁ ଜବତ କରାଯାଇଥିଲା । ଡ୍ରାଇଭର ଓ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

Police Found Cameraman Manas Swain Mobile

ଘଟଣାରେ ଅଭିଯୁକ୍ତଙ୍କୁ ଧରିବାକୁ ହୋଇଥିଲା ବ୍ଲୁପ୍ରିଣ୍ଟ । ଫେବ୍ରୁଆରୀ ୭ରେ ବାହାଘର ସୁଟିଂ ପାଇଁ ଚାନ୍ଦବାଲି ଯାଇଥିଲେ ମାନସ । ହତ୍ୟାକାରୀ ପ୍ରସ୍ତୁତ କରି ସାରିଥିଲେ ଫୁଲପ୍ରୁଫ୍ ପ୍ଲାନ୍ । ସୁଟିଂ ସାରି ଫେରିବା ବାଟରେ ମାନସଙ୍କୁ କିଡନାପ୍ କରିଥିଲେ ଅଭିଯୁକ୍ତ । ପୋଲିସକୁ ଚକ୍‌ମା ଦେବା ପାଇଁ ଭୁବନେଶ୍ବରରେ ମର୍ଡର ପରେ ନୟାଗଡ଼ ରାଜସୁନାଖଳା ବଧିପାଟଣା ପାହାଡ଼ ତଳେ ମାନସଙ୍କ ମୃତଦେହ ପୋତିଥିଲେ । ସେପଟେ ବହୁ ଖୋଜାଖୋଜି ପରେ ମାନସଙ୍କୁ ନପାଇ ପରିବାର ଲୋକେ ପ୍ରଥମେ ରଣପୁର, ଭୁବନେଶ୍ବର ଏବଂ ପରେ ଚାନ୍ଦବାଲି ଥାନାରେ ଗତ ମାସ ୧୪ତାରିଖରେ ଅଭିଯୋଗ କରିଥିଲେ ।

https://nandighoshatv.compolice-found-cameraman-manas-swain-mobile/

ତଦନ୍ତ ବେଳେ ପୋଲିସ ସ୍କାନରକୁ ଆସିଥିଲା ବୋଲେରୋ ଡ୍ରାଇଭର ଭାଗ୍ୟଧର ନାୟକ । ହେପାଜତକୁ ନେଇ ପଚରାଉଚରା ପରେ ସତ ଉଗାରିଥିଲା ଭାଗ୍ୟଧର । ଶବ ପୋତାଯାଇଥିବା ସ୍ଥାନକୁ ନେଇଥିଲା । ଗତ ୧୨ ତାରିଖରେ ମାଟି ତଳୁ ମାନସଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

୨୪ରେ ଭୋଟ, ୨୬ରେ ଗଣତି: ମୁତୟନ ହେବେ ୧୯୫ ପ୍ଲାଟୁନ୍ ପୋଲିସ ଫୋର୍ସ

ଭୁବନେଶ୍ବର: ପୌର ନିର୍ବାଚନ ପକ୍ରିୟାକୁ ନେଇ ନେଇ ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । କହିଲେ- କଡାକଡି ହେବ ସୁରକ୍ଷା ବ୍ୟବସ୍ଥା । ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ବିଏମିସି ପାଇଁ ୩୦, ସିଏମସି ପାଇଁ ୨୦ ଓ ବ୍ରହ୍ମପୁର ମୁନିସପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ପୋଲସି ଫୋର୍ସ ମୁତୟନ କରାଯିବ । ଏହାସହ ୩୦୦ ମୋବାଇଲ ପାର୍ଟି ରହିବେ । ସେଥି ମଧ୍ୟରୁ ୩ ମହାନଗର ନିଗମରେ ୧୦୯ଟି ରହିବେ । ପ୍ରତି ବୁଥରେ ଜଣେ ଲେଖାଏଁ କନେଷ୍ଟବଳ କିମ୍ବା ହାବିଲଦାର କିମ୍ବା ଆର୍ମ ଫୋର୍ସ ରହିବେ । କ୍ଲଷ୍ଟର ବୁଥରେ ଜଣେ ପୋଲିସ ଅଫିସର ସହ ୱାନ ଫୋରଥ ଫୋର୍ସ ରହିବେ । ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌର ପରିଷଦର ପୋଲିସ ଷ୍ଟେସନରେ ଗୋଟିଏ ଲେଖାଏଁ ଷ୍ଟ୍ରାଇକିଂ ଫୋର୍ସ ରହିବେ । ଜିଲ୍ଲାରେ ଜରୁରୀ ପରିସ୍ଥିତି ପାଇଁ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ ଫୋର୍ସ ରହିବେ । ୫ଟି ସ୍ଥାନରେ ବଡ଼ର ସିଲି ପଏଣ୍ଟ ରହିବ ।

୨୪ ମାର୍ଚ୍ଚ ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଏଥିରେ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ । ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଙ୍ଗ ଅଫିସର ଏବଂ ୪ ଜଣ ପୋଲିଂ ଅଫିସର ରହିବେ ।

ରାଜ୍ୟରେ ସମୂଦାୟ ୧୭୩୭ ୱାର୍ଡରେ ହେବ ପୌର ପରିଷଦ ନିର୍ବାଚନ । ୪୩୭୩ ବୁଥରେ ୪୦ ଲକ୍ଷ ୫୫ ହଜାର ୫୩ ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ । ୫୮ଟି ୱାର୍ଡରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଆସନ୍ତା କାଲି ୫ଟା ସୁଦ୍ଧା ପ୍ରଚାର ବନ୍ଦ ହେବ । ୨୬ ତାରିଖରେ କଡା ସୁରକ୍ଷା ବଳୟ ଭିତରେ ଭୋଟ ଗଣତି ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।