ପୁରୀରୁ ମଙ୍ଗଳାଘାଟ ଅଞ୍ଚଳରୁ ୩ କୋଟିର ଧଳା ଜହର ଜବତ

ପୁରୀ: ପୁରୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ୩ କେଜିରୁ ଅଧିକ ବ୍ରାଉନସୁଗାରର ଜବତ ହୋଇଛି । ମଙ୍ଗଳାଘାଟ ଅଞ୍ଚଳରୁ ବ୍ରାଉନସୁଗାର ଚାଲାଣ ବେଳେ ବାସେଳିସାହି ଥାନା ପୋଲିସ ଜବତ କରିଛି ବିପୁଳ ପରିମାଣର ଧଳାଜହର । ଘଟଣାରେ କିଙ୍ଗପିନ୍ ସୁଶାନ୍ତ ପଟ୍ଟନାୟକ ଓରଫ ନଣ୍ଡା ଓ ତା’ର ସହଯୋଗୀଙ୍କୁ ଗିରଫ କରାଯାଇଛି । ଅଧିକ ତଦନ୍ତ ପାଇଁ ନଣ୍ଡାକୁ ରିମାଣ୍ଡରେ ଆଣିବ ପୋଲିସ । ପୋଲିସ ନଣ୍ଡାଠାରୁ ୨୦ ହଜାର ଟଙ୍କା, ୩ଟି ମୋବାଇଲ ସହ ଏକ କାର୍ ଜବତ କରିଛି ।

୨୦ ହଜାର ଟଙ୍କା, ୩ଟି ମୋବାଇଲ ସହ ଏକ କାର୍ ଜବତ କରାଯାଇଛି । ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ପୁରୀ ଏସପି କନଓ୍ବର ବିଶାଲ ସିଂ ।