ଭଦ୍ରକ: ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । ଭିଜିଲାନ୍ସ ଜାଲରେ ଆନନ୍ଦପୁର ବୈତରଣୀ ଜଳସେଚନ ଡିଭିଜନର ସହକାରୀ ଯନ୍ତ୍ରୀ । ସହକାରୀ ଯନ୍ତ୍ରୀ ଉମେଶ କୁମାର ଶାସନୀଙ୍କ ଘରେ ଜାରି ରହିଛି ଭିଜିଲାନ୍ସ ରେଡ । ଉମେଶ କୁମାର ଶାସନୀଙ୍କ ଘରେ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଭିଜିଲାନ୍ସର ୯ ଜଣିଆ ଟିମ୍ ଶାଳପଡା ସରକାରୀ ବାସଭବନରେ ଚଢାଉ କରିଛି । ଆନନ୍ଦପୁର ସମେତ, ଭଦ୍ରକ, ଭୁବନେଶ୍ବର ମଧ୍ୟ ରେଡ୍ ଚାଲିଛି । ଉମେଶ ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ ଭାବେ ବନ୍ୟା ନିୟନ୍ତ୍ରଣ ବିଭାଗ ଦାୟିତ୍ବରେ ଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ ।
୨୬ଦିନର ୟୁକ୍ରେନ ଓ ରୁଷ ଯୁଦ୍ଧ, ୟୁକ୍ରେନ୍ ଉପରେ ଆକ୍ରମଣ କରି ଏବେ ସନ୍ତୁଷ୍ଟ ନାହିଁ ଋଷ୍
କିଭ୍: ୟୁକ୍ରେନ୍ ଉପରେ ଆକ୍ରମଣ କରି ବି ସନ୍ତୁଷ୍ଟ ନାହିଁ ଋଷ୍ । ପୁରା ଦେଶକୁ ହାତେଇବାରେ ବିଫଳ । ପ୍ଲାନ ବି ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ପୁଟିନ୍ । ଯେଉଁ ଗତିରେ ଋଷ୍ ସେନା ଆକ୍ରମଣ କରିଥିଲେ ସେହି ଗତିରେ ଆଉ ଅନ୍ୟ ଅଞ୍ଚଳକୁ ଅକ୍ତିଆର କରିବାକୁ ଆଗଭର ହେଉନାହାନ୍ତି ଋଷ୍ ସେନା । ସେମାନେ ଯଥାଶିଘ୍ର ପ୍ଲାନ ବି ଆଧାରରେ ପଦକ୍ଷେପ ନେବେ ବୋଲି ଅନୁମାନ କରିଛି ଆମେରିକା ।

୨୬ଦିନର ୟୁକ୍ରେନ ଓ ରୁଷ ଯୁଦ୍ଧ ପହଞ୍ଚିଥିବା ବେଳେ ଧ୍ୱଂସ୍ତସ୍ତୁପ ପାଲଟିଯାଇଛି ୟୁକ୍ରେନ । ଜନବସତିଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ସବୁ ଛାରଖାର ହୋଇଯାଇଛି । ଜୋରଦାର ଆକ୍ରମଣ କରୁଛନ୍ତି ପୁଟିନ ସେନା । ଗତକାଲି ସୁମିରେ ଥିବା କେମିକାଲ ପ୍ଲାଣ୍ଟ ଉପରେ ରୁଷ ସେନା ପକ୍ଷରୁ ପ୍ରଚଣ୍ଡ ଗୁଳିମାଡ କରାଯାଇଛି । ଫଳରେ ବିଷାକ୍ତ ଆମୋନିଆ ଗ୍ୟାସ୍ ଲିକ୍ ହେଉଥିବା ଜଣାପଡିଛି । ଏହାର ପ୍ରଭାବ ୫ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହେଉଛି । ଲୋକଙ୍କ ଉପରେ ଏହାର କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ତେଣୁ ଲୋକଙ୍କୁ ବନ୍ଦ ଘରେ ଓ ଅଣ୍ଡରଗ୍ରାଉଣ୍ଡ ସେଲଟରରେ ରହିବା ପାଇଁ କୁହାଯାଇଛି । ଆବଶ୍ୟକ ହେଲେ ତୁରନ୍ତ ଗାଧୋଇବା ପାଇଁ ମଧ୍ୟ ଲୋକଙ୍କୁ କୁହାଯାଇଛି ।

ଆକ୍ରମଣ କରି ରାଜଧାନୀ କିଭ ଓ ଖାରକିଭକୁ ମାଟିରେ ମିଶାଇ ସାରିଥିବା ପୁଟିନ ସେନା ଏବେ ମାରିୟୁପୋଲ ସହରକୁ ନିଜ କବଜାକୁ ନେବାକୁ ଚେଷ୍ଟା ଚଳାଇଛି ରୁଷ ସେନା । ଏପଟେ ୟୁକ୍ରେନ୍କୁ ସମର୍ଥନ ଦେବା ପାଇଁ ପୋଲାଣ୍ଡ ଯାଇ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସହ ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।
କମିଶନରେଟ୍ ପୋଲିସ ହାତରେ ବିହାରର ନଟ୍ ଗ୍ୟାଙ୍ଗ: କଶ୍ମୀରରୁ କନ୍ୟାକୁମାରୀ ସବୁଠି ଲୁଟିଛନ୍ତି
ଭୁବନେଶ୍ୱର: କମିଶନରେଟ ପୋଲିସ କବଜାରେ ବିହାରର ନଟ୍ ଗ୍ୟାଙ୍ଗ । ବୁଲଟେରେ ଭାରତ ବୁଲି କରୁଥିଲେ ଲୁଟତରାଜ । ଟାର୍ଗେଟରେ ଥିଲା ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଲୋକ । ଧୁମ ଷ୍ଟାଇଲରେ ଗ୍ୟାଙ୍ଗ କରୁଥିଲା ଅପରେସନ । ଲୁଟେରା ମାନେ ଅଣ୍ଡର ମାଟ୍ରିକ୍ । କାଶ୍ମିରୀରୁ କନ୍ୟା କୁମାରୀ । ଆସାମରୁ ରାଜସ୍ଥାନ । ସାରା ଭାରତରେ ଚୋରା ବାଇକରେ ବୁଲି ବୁଲି ଲୁଟ କରୁଥିଲେ । ଗିରଫ ହୋଇଥିବା ନଟ୍ ଗ୍ୟାଙ୍ଗରୁ ଦୁଇ ଜଣ ସଦସ୍ୟ ହେଲେ ବାଦଲ ଗୋୱାଲ ଓ ଅନିକେତ ଦାଶ ।
ଦୁଇ ଜଣଙ୍କ ଘର ହେଉଛି ବିହାର ଜିଲ୍ଲା କଟିହାରର କେଢା ଗାଁରେ । ଆଉ କେଢା ଗାଁ ଚୋରି ପାଇଁ ପ୍ରସିଦ୍ଧ । ଆଜି ଦୁଇ ଜଣଙ୍କୁ କୁଆଖାଇ ନିକଟରୁ ଧରିଛି ସ୍ପେଶାଲ ସ୍କ୍ୱାଡ୍ । ଲୁଟ ଟଙ୍କାରେ ବିଳାସପୂର୍ଣ୍ଣ ହୋଟେଲେ ରହି କରୁଥିଲେ ମଉଜ । ଘରକୁ ମାସିକ ୧୦ରୁ ୧୫ ହଜାର ଟଙ୍କା ଦେଉଥିଲେ ।
ଭୁବନେଶ୍ୱରରୁ ୫, ୬ ଓ ୧୦ ତାରିଖରେ ଲୋକ ମାନେ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଏହି ଗ୍ୟାଙ୍ଗ ଟାର୍ଗେଟ କରି ୧୦ ଲକ୍ଷରୁ ଅଧିକ ଟଙ୍କା ଛଡାଇ ନେଇଥିଲେ । ଏହି ଗ୍ୟାଙ୍ଗକୁ ଧରିବା ପାଇଁ ସ୍ପେଶାଲ ସ୍କ୍ଡ୍, ଟିମ ୬୦, ପିଓପିଡି ଓ ସମସ୍ତ ଥାନାକୁ ନେଇ ଗଠିତ ହୋଇଥିଲା ଟିମ । ଏପରିକି ଗତ ୧୦ ତାରିଖରେ ଚନ୍ଦ୍ରଶେଖପୁର ଅଞ୍ଚଳରୁ ଲୁଟରା ଖସି ପଳାଉଥିବା ବେଳେ ପୋଲିସ ଟିମ ପିଛା କରି ପିପିଲି ପର୍ଯ୍ୟନ୍ତ ଗୋଡାଇଥିଲା ।
ଟୋଲ ଗେଟ ପାର କରି ପୁରୀ ପଳାଇଥିଲେ ଦୁଇ ଜଣିଆ ଗ୍ୟାଙ୍ଗ । ଭୁବନେଶ୍ୱର ପୋଲିସ ପିଛା କରୁଥିବା ଜାଣିବା ପରେ ରାଉରକେଲା ଯାଇ ଲୁଟ କରିଥିଲେ । ଆଜି ଟଙ୍କା ନେଇ ଦୁଇ କାର ଭଡ଼ା କରି ହାୱଡା ଯିବା ପାଇଁ ଚଷ୍ଟା କରୁଥିବା ବେଳେ ମାଡ଼ି ବସିଥିଲା ପୋଲିସ । ସେପଟେ ଆଉ ଦୁଇଜଣ ଲୁଟେରା ୧୮ ଲକ୍ଷ ଟଙ୍କା ଧରି ବାଇକରେ ଫେରାର ହୋଇ ଯାଇଛନ୍ତି ।
ଦୁଇ ଜଣ ଲୁଟେରା ଠାରୁ ଏକ ଲକ୍ଷ ୬୦ ହଜାର ଟଙ୍କା, ୩ଟି ମୋବାଇଲ ଓ ଆଧାର କାର୍ଡ଼ ଜବତ ହୋଇଛି । ସେପେଟ ଭାରତରେ ଯେଉଁ ହୋଟେଲରେ ରହୁଥିଲେ ଫେକ ଆଇଡି ଦେଇ ରହୁଥିଲେ । ଏ ନେଇ ଭୁବନେଶ୍ୱର ସମସ୍ତ ହୋଟେଲ ମାଲିକମାନଙ୍କୁ ସରାଇ ନିୟମ ଅନୁସାରେ ପୋଲିସକୁ ଲୋକଙ୍କ ତଥ୍ୟ ଦେବାକୁ ପୋଲିସ ଅପିଲ କରିଛି ।


