ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋଷ ସାବ୍ୟସ୍ତ

ଚଣ୍ଡିଗଡ଼: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଚୌତାଲାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ମେ ୨୬ ତାରିଖରେ ମାମଲାର ହେବ ପରବର୍ତ୍ତୀ ଶୁଣାଣି । ୧୯୯୩ରୁ ୨୦୦୬ ମଧ୍ୟରେ ୬ କୋଟି ୯ ଲକ୍ଷ ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ସେ ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଏନେଇ ଚୌତାଲାଙ୍କ ବିରୋଧରେ ଗତ ୨୦୧୦ ମାର୍ଚ୍ଚ ୨୬ରେ ସିବିଆଇ ଏକ ଚାର୍ଜସିଟ ଦାଖଲ କରିଥିଲା । ୨୦୧୩ରେ ଶିକ୍ଷକ ନିଯୁକ୍ତି ସ୍କାମରେ ଉଭୟ ଓମପ୍ରକାଶ ଓ ପୁଅ ଅଜୟ ଚୌତାଲାଙ୍କୁ ୧୦ ବର୍ଷ ଲେଖାଁଏ ଜେଲ ଦଣ୍ଡ ହୋଇଥିଲା । ୮୭ ବର୍ଷ ବୟସ୍କ ଓମ ପ୍ରକାଶ ଏହି ମାମଲାରେ ଗତବର୍ଷ ଜୁଲାଇରେ ଜେଲରୁ ବାହାରିଥିଲେ ।

ଏଥିସହିତ ପଢ଼ନ୍ତୁ: ବଡ଼ ଆଶ୍ୱସ୍ତି: ପେଟ୍ରୋଲ ୯ ଟଙ୍କା ଡିଜେଲ୍ ୭ ଟଙ୍କା ଶସ୍ତା