ବିଷ୍ଣୁଙ୍କ ବୟାନକୁ କଂଗ୍ରେସର ବି ସମର୍ଥନ: ଓଡ଼ିଶାରେ ସଶକ୍ତ ହେଉଛି ବିଜେଡି

1 min read

ଭୁବନେଶ୍ବର: ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପଲିଟିକାଲ ବାଇଟକୁ ନେଇ ଝଡ଼ । ବିଷ୍ଣୁଙ୍କ ବୟାନକୁ କଂଗ୍ରେସର ସମର୍ଥନ । ଦେଶରେ ଶକ୍ତିଶାଳୀ ହେଉଛି ଆଞ୍ଚଳିକ ଦଳ । ଓଡ଼ିଶାରେ ସଶକ୍ତ ହୋଇଛି ବିଜେଡି । ତୃଣମୂଳସ୍ତରେ ବିଜେଡି ସହ ଲଢିବା କଷ୍ଟ ।

ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିଜେଡିକୁ  ନେଇ ଏପରି ବାସ୍ତବ ଚିତ୍ର ରଖିବା ରାଜ୍ୟ ରାଜନୀତିକୁ ଉଷ୍ମ କରି ରଖିଛି । ମୁଖ୍ୟ ବିରୋଧୀ ବିଜେପି ଉପନେତାଙ୍କ ବୟାନ ସଂପୂର୍ଣ୍ଣ ସତ ବୋଲି କହିଛି କଂଗ୍ରେସ । ଦରଦାମ ବୃଦ୍ଧି ଯୋଗଁ  ବିଜେପି ଉପରେ ଲୋକ ଅସନ୍ତୁଷ୍ଟ ହୋଇଛନ୍ତି  ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଫଳରେ ତୃଣମୂଳ ସ୍ତରରେ ପହଞ୍ଚିପାରୁନାହିଁ ଦଳ । ତେଣୁ ବିଜେପି ଉପନେତା ଯାହା କହିଛନ୍ତି ତାହା ସତ । ଅନ୍ୟପଟେ ଜାତୀୟ ଦଳ ଅପେକ୍ଷା ଆଞ୍ଚଳିକ ଦଳ ଶକ୍ତିଶାଳୀ ବୋଲି କଂଗ୍ରେସ ନେତାଏ ବି କହିଛନ୍ତି । ବିରୋଧୀ ଦଳ ନେତାମାନେ ବିଜେଡିକୁ ନେଇ ରଖୁଥିବା ଆଭିମୁଖ୍ୟ ନେଇ ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି । ବିଜେପି ଓ କଂଗ୍ରେସ ନେତାଙ୍କ ବୟାନ ମୁକାବିଲା ପୂର୍ବରୁ ମଇଦାନ ଛାଡ଼ିବା କଥା ପରି ବୋଲି ବରିଷ୍ଠ ରାଜନୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି ।

ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ମୁଖ୍ୟ ବିରୋଧୀ ବିଜେପି ଉପନେତା ବିଷ୍ଣୁ ସେଠୀ ବିଜେଡିକୁ ନେଇ ଦେଇଥିବା ବୟାନ ଏବେ ଚର୍ଚ୍ଚାରେ । ବ୍ରଜରାଜନଗରରେ ବିଜେଡିକୁ ଅନୁକମ୍ପା ଭୋଟ ମିଳିବ ବୋଲି କହିଥିବା ବିଷ୍ଣୁ କିନ୍ତୁ ମାରିଛନ୍ତି ୟୁ-ଟର୍ଣ୍ଣ । ୨୪ ଘଣ୍ଟା ନପୁରୁଣୁ ନିଜ ସ୍ବର ବଦଳାଇଛନ୍ତି ବିଷ୍ଣୁ ।

ପଞ୍ଚାୟତ ଓ ପୌର ନିର୍ବାଚନରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି ଓଡ଼ିଶାବାସୀ । ଅନ୍ୟପଟେ ଏବେ ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଉପନେତାଙ୍କ ବୟାନ ବିରୋଧୀ ଶିବିରଙ୍କୁ ଚିନ୍ତାରେ ପକାଇ ଦେଇଛି ।