ବଡ଼ ଆଶ୍ୱସ୍ତି: ପେଟ୍ରୋଲ ୯ ଟଙ୍କା ଡିଜେଲ୍ ୭ ଟଙ୍କା ଶସ୍ତା

1 min read
Central excise duty Reduced on Petrol by Rs 8 per litre and on Diesel by Rs 6 per litre

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର କମିବ । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି । ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା ଓ ଡିଜେଲ ୭ ଟଙ୍କା ଶସ୍ତା ହେବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି । ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ଗତ ମାର୍ଚ୍ଚ ୨୨ରୁ ଲଗାତର ୧୫ରୁ ଅଧିକ ଥର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିଲା ।

ସେପଟେ ଉଜ୍ଜ୍ୱଳା ହିତାଧିକାରୀଙ୍କ ଲାଗି ଗ୍ୟାସ ସିଲିଣ୍ଡର ପିଛା ମିଳିବ ୨୦୦ ଟଙ୍କା ରିହାତି । ଏହି ରିହାତି ବାର୍ଷିକ ୧୨ଟି ସିଲିଣ୍ଡର ଲାଗି ଉଦ୍ଦିଷ୍ଟ । ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେହିପରି ଲୁହା ଓ ଇସ୍ପାତ ଲାଗି ହ୍ରାସ ପାଇଛି ଉତ୍ପାଦ ଶୁଳ୍କ । ସେହିପରି ଇସ୍ପାତ ସାମଗ୍ରୀ ଉପରେ ଲାଗୁ ହୋଇଛି ରପ୍ତାନି ଶୁଳ୍କ ।