spot_img
Home Blog Page 4422

୫ ଦିନରେ ଜଳିଗଲା ୪ଟି ଇଲେକ୍ଟ୍ରିକ୍‌ ସ୍କୁଟର, ନିଆଁ ପଛରେ ଚୀନ୍ !

ଦେଶରେ ଗତ କିଛି ଦିନ ମଧ୍ୟରେ  ଇଲେକ୍ଟ୍ରିକ୍‌ ସ୍କୁଟରରେ ନିଆଁ ଲାଗିବା ଭଳି ପ୍ରାୟ ୪ଟି ଘଟଣା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ।  ଏହି ନିଆଁ କୌଣସି ଗୋଟିଏ କମ୍ପାନୀର ସ୍କୁଟରରେ ନୁହେଁ ବରଂ ଭିନ୍ନ କମ୍ପାନୀର ସ୍କୁଟରରେ ଲାଗିଛି । ଯେଉଁଥିରେ ଇଲେକ୍ଟ୍ରିକ୍‌ ଗାଡ଼ି ବା ଇଭିକୁ ନେଇ ପ୍ରଶ୍ନ ଉଠୁଛି ।

କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟକୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ କିଭଳି ସ୍କୁଟରରେ ନିଆଁ ଲାଗିବା ଘଟଣା ବଢ଼ିଲା ଆସନ୍ତୁ ଆଲୋଚନା କରିବା ।

ପ୍ରଥମ ଘଟଣା ୨୫ ମାର୍ଚ୍ଚ ତାମିଲନାଡୁର ବିଲୋର ଜିଲ୍ଲାରେ ଘଟିଥିଲା । ଓକିନାବା କମ୍ପାନୀର ଏକ ସ୍କୁଟରକୁ ଚାର୍ଜିଂ ପାଇଁ ଦେଇଥିବାବେଳେ ନିଆଁ ଲାଗିଥିଲା । ଏଥିରେ ଜଣେ ୪୫ ବର୍ଷୀୟ ବ୍ୟକ୍ତି ଏବଂ ତାଙ୍କ ୧୩ ବର୍ଷୀୟ ଝିଅଙ୍କ ମୃତ୍ୟୁ ହୋଇଛି ।

ଦ୍ୱିତୀୟ ଘଟଣା ଘଟିଥିଲା ୨୬ ମାର୍ଚ୍ଚରେ । ଯେଉଁଠାରେ ଓଲାର ଏସ୧ ଏକ ସ୍କୁଟରରେ ହଠାତ୍‌ ନିଆଁ ଲାଗିଗଲା ।

ତୃତୀୟ ଘଟଣା ୨୮ ମାର୍ଚ୍ଚରେ ତାମିଲନାଡୁର ଚିରୁଚିଲ୍ଲାପଲ୍ଲିରେ ଘଟିଥିଲା । ଯେଉଁଠାରେ ଓକିନାବାର ଏକ ସ୍କୁଟରରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଲା ।

ଚତୁର୍ଥ ଘଟଣା  ୩୦ ମାର୍ଚ୍ଚରେ ତାମିଲନାଡୁର ରାଜଧାନୀ ଚେନ୍ନାଇର । ହାଇଦ୍ରାବାଦର ଷ୍ଟାର୍ଟଅପ୍‌ ପ୍ୟାରର ଲାଲ ରଙ୍ଗର ସ୍କୁଟିରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଲା ।

ତେବେ ଏହି ସମସ୍ତ କମ୍ପାନୀ ଉକ୍ତ ଘଟଣାକୁ ନେଇ ତଦନ୍ତ ଜାରି ରଖିଥିବା କହିଛନ୍ତି  ।

ଇଲେକ୍ଟ୍ରିକ୍‌ ଗାଡ଼ି ନିର୍ମାତା ଏହି ଗାଡ଼ିର ବ୍ୟାଟେରୀ ଚୀନରୁ ଆଣୁଛନ୍ତି । ଏଠାରୁ ନିମ୍ନ ମାନର ବିଏମଏସ ବ୍ୟାଟେରୀ ଆସିଥାଏ । ଏଥିରେ ବ୍ୟାଟେରୀରେ ନିଆଁ ଲାଗିବା ବ୍ୟତୀତ ଅନ୍ୟ କେତେକ ସମସ୍ୟା ଦେଖା ଦେଇଥାଏ ।

ଷ୍ଟାଟିଷ୍ଟା ରିପୋର୍ଟ ଅନୁସାରେ ୨୦୨୧ରେ ବିଶ୍ୱରେ ଲିଥିୟମ ଆୟନ ବ୍ୟାଟେରୀ ସବୁଠାରୁ ବଡ଼ ମ୍ୟାନୁଫ୍ୟାକଚରର ଥିଲା । ଏହି ସମୟରେ ବିଶ୍ୱର ୭୯ ପ୍ରତିଶତ ଲିଥିୟମ ଆୟନ୍‌ ବ୍ୟାଟେରୀ ଚୀନରେ ତିଆରି ହୋଇଥିଲା ।

କିଛି ବିଶେଷଜ୍ଞଙ୍କ କହିବା ହେଉଛି ଏହାର କାରଣ ହେଉଛି ଥର୍ମାଲ ରନ ଓ୍ୱେ । ବ୍ୟାଟେରୀରରେ ଅଧିକ ତାପମାତ୍ରା ହେତୁ ଏହା ସୃଷ୍ଟି ହୋଇଥାଏ । ଭାରତରେ ୪୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ପହଞ୍ଚିଯାଏ । ଥର୍ମାଲ ରନ୍‌ ଓ୍ୱେ ହେତୁ ଏହା ୯୦ରୁ ୧୦୦ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଯାଏ । ଯେଉଁ କାରଣରୁ ସ୍କୁଟରରେ ନିଆଁ ଲାଗିଯାଏ ।

 

ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ

ଚିଲିକା: ବାଣପୁର ଥାନା ଭିତରେ ଗଣ୍ଡଗୋଳ ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ । ବାଣପୁର ଜେଏମଏଫସି କୋର୍ଟ ମାମଲାର ବିଚାର କରି ବିଧାନୟଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।

ଗତ ଫେବୃଆରୀ ମାସରେ ପଞ୍ଚାୟତ ନିର୍ବାଚନ ପରେ ଭେଟେଶ୍ବର ପଞ୍ଚାୟତର ଭେଟେଶ୍ବର ଛକରେ ଦୁଇ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ଜିତେନ୍ଦ୍ର ଭୋଳ ବାଣପୁର ଥାନାରେ ଅଭିଯୋଗ କରିଥିଲେ । ଜିତେନ୍ଦ୍ର ଥାନାରେ ଥିବା ବେଳେ ବିଧାୟକ ସମର୍ଥକଙ୍କ ସହ ଥାନାରେ ପଶି ଜିତେନ୍ଦ୍ରଙ୍କ ଭାଇଙ୍କୁ ମାଡ଼ ମାରିଥିଲେ । ଏହି ମାମଲାରେ ବିଧାୟକଙ୍କ ପକ୍ଷରୁ ଜାମିନ ପାଇଁ ଆବେଦନ କରାଯାଇଛି । ଯାହାର ଶୁଣାଣି କରି କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ।

ମାନସ ହତ୍ୟା ମାମଲା: ନିରଞ୍ଜନ କହିଲା ‘ସମ୍ପୂର୍ଣ୍ଣ’ ସତ

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ଆଗରେ ୭ ତାରିଖର ସତ ଖୋଲିଲେ ନିରଞ୍ଜନ । ଅପହରଣ ପରେ ଦୟାଲ ଆଶ୍ରମରୁ ସମ୍ପୂର୍ଣ୍ଣ ଅଫିସ ଅଣାଯାଇଥିଲା । ସେଠାକୁ ନିରଞ୍ଜନ ଯିବା ବେଳକୁ ଆଗରୁ ଶର୍ମିଷ୍ଠା, ଝୁନା, ଝୁନାର ସ୍ୱାମୀ ଓ ରଂଜନ ଥିଲେ । କମ୍ପ୍ୟୁଟର ଚଳାଉଥିବା ଜଣେ ବ୍ୟକ୍ତି ଓ ଶର୍ମିଷ୍ଠାର ଭାଉଜ ମଧ୍ୟ ଥିଲେ । ଅଫିସରେ ମାନସକୁ ମାରିଥିବା ମାନିଛନ୍ତି ନିରଞ୍ଜନ । ମାର୍ଚ୍ଚ ୮ ତାରିଖରେ ଶର୍ମିଷ୍ଠା ନିରଞ୍ଜନର ପ୍ରଶାନ୍ତି ବିହାର ଘରକୁ ଆସିଥିଲା । ଶର୍ମିଷ୍ଠାକୁ ୧୦ ହଜାର ଟଙ୍କା ଦେବା ସହ ଗାଡ଼ି କରାଇ ଦେଇଥିଲା ନିରଞ୍ଜନ । ସେହି ଗାଡ଼ିରେ ଯାଜପୁରର କାଳିଆପାଣି ଯାଇଥିଲା ଶର୍ମିଷ୍ଠା । ଆଜି ସମ୍ପୂର୍ଣ୍ଣ ଅଫିସ୍‌ରେ ଡେମୋ ଦେଖାଇଛନ୍ତି ନିରଞ୍ଜନ ଓ ଶର୍ମିଷ୍ଠା । ଅଫିସ୍‌ ପରେ ଫ୍ଲାଟରୁ ଶର୍ମିଷ୍ଠାର ଫୋନ୍‌ ଓ ନିରଞ୍ଜନର ଡାଏରୀ ଜବତ କରିଛନ୍ତି ତଦନ୍ତକାରୀ ଟିମ୍ ।

‘ସମ୍ପୂର୍ଣ୍ଣ’ ଅଫିସରେ କ୍ରାଇମସିନ୍ ରିକ୍ରିଏସନ

ଚାନ୍ଦବାଲିରୁ ମାନସଙ୍କୁ ଅପହରଣ କରି ଦୟାଲ ଆଶ୍ରମ ଆଣିଥିଲେ ଅଭିଯୁକ୍ତ । ସେଠାରୁ ‘ସମ୍ପୂର୍ଣ୍ଣ‘ ଅଫିସ ଅଣାଯାଇ ପୁଣି ଆଶ୍ରମକୁ ନିଆଯାଇଥିଲା । ଅଫିସକୁ ମାନସକୁ ଅଣିବା ବେଳେ ଉପସ୍ଥିତ ଥିଲା ନିରଞ୍ଜନ । ସେଦିନର ପୂରା କାହାଣୀ ଗୋଟି ଗୋଟି କାହାଣୀ ଡେମୋ କରି ଦେଖାଇଛନ୍ତି ନିରଞ୍ଜନ ଓ ଶର୍ମିଷ୍ଠା । ଏହି ଅଫିସରେ କେବଳ ନ୍ୟୁଜ୍‌ ସମ୍ପର୍କିତ ସୁଟିଂ ହେଉଥିଲା ନା ଅନ୍ୟ କିଛି ସୁଟିଂ ବି କରାଯାଉଥିଲା ? ଅଫିସରେ କ’ଣ ଥିଲା ନିରଞ୍ଜନର ଭୂମିକା ? ରେଜିଷ୍ଟରରେ ଦସ୍ତଖତ ନକରି ସମ୍ପୂର୍ଣ୍ଣ ଅଫିସକୁ କାହିଁକି ଆସୁଥିଲା ନିରଞ୍ଜନ ? ମାନସଙ୍କୁ କାହିଁକି ହତ୍ୟା ପୂର୍ବରୁ ଅଫିସକୁ ଅଣାଯାଇଥିଲା ? ପୂରା ପ୍ଲଟ୍‌ ନେଇ ତଦନ୍ତ କରାଯାଇଛି । ଏପରିକି ଏହି ଫ୍ଳାଟରେ ଶର୍ମିଷ୍ଠାର ନଣନ୍ଦ କିଛି ଦିନ ପାଇଁ ରହିଥିଲା । ତାର ଏକ ଅଣ୍ଡରଟେକିଂ ପୋଲିସ୍ ହାତରେ ଲାଗିଛି ।

ଫ୍ଲାଟ୍‌ରେ କ୍ରାଇମବ୍ରାଞ୍ଚ ଖୋଳତାଡ଼

ସମ୍ପୂର୍ଣ୍ଣ ଅଫିସରୁ ଶର୍ମିଷ୍ଠାକୁ ତା’ ଫ୍ଲାଟକୁ ନିଆଯାଇଥିଲା । ହତ୍ୟା ପରେ ପୋଲିସକୁ ଚକ୍‌ମା ଦେବା ପାଇଁ ଫ୍ଲାଟରେ ମୋବାଇଲ ଛାଡ଼ି ଯାଇଥିଲା ଶର୍ମିଷ୍ଠା । ମାଷ୍ଟରମାଇଣ୍ଡ ଶର୍ମିଷ୍ଠାର ମୋବାଇଲ୍‌ ଫ୍ଲାଟ୍‌ରୁ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଫ୍ଲାଟ୍‌ରେ ଆଉ କିଛି ଗୁରୁତ୍ବପୂର୍ଣ୍ଣ ପ୍ରମାଣ ନେଇ ବି ଖୋଳତାଡ କରିଛି ଟିମ୍ । ଏହାପରେ ସିଆରପି ଛକ ନିକଟରେ କ୍ୟାମେରାମ୍ୟାନ୍ ମାନସ ରହୁଥିବା ଭଡାଘରେ ତନାଘନା କରାଯାଇଛି ।

ଶର୍ମିଷ୍ଠା-ନିରଞ୍ଜନ କ୍ରାଇମ୍‌ ପାର୍ଟନର

ମାନସଙ୍କ କିଡନାପିଂ ହେଉ କି ହତ୍ୟା କିମ୍ବା ପ୍ରମାଣ ନଷ୍ଟର ପ୍ଲାନ୍‌, ସବୁବେଳେ ଶର୍ମିଷ୍ଠାଙ୍କ କ୍ରାଇମ ପାର୍ଟନର ଥିଲା ନିରଞ୍ଜନ । ମାନସଙ୍କୁ ଦୟାଲ ଆଶ୍ରମରେ ମାଡ଼ ମାରିଥିଲା । ଏପରିକି ଶର୍ମିଷ୍ଠାକୁ ଫେରାର ହେବାରେ ବି ସହାୟତା କରିଥିଲା । ୧୦ହଜାର ଟଙ୍କା ଦେବା ସହ ଗାଡ଼ି କରାଇ ଦେଇଥିଲା । ସେହି ଗାଡିରେ ଶର୍ମିଷ୍ଠା ଯାଜପୁର କାଳିଆପାଣିସ୍ଥିତ ନିଜ ଶାଶୂଘରକୁ ଯାଇଥିଲେ ।

୫ ଦିନିଆ ରିମାଣ୍ଡ ବେଳେ ୪ ଅଭିଯୁକ୍ତଙ୍କୁ ମାରାଥନ୍‌ ଜେରା କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ୍‌ ଟିମ୍ । କ୍ରସ ଇଣ୍ଟେରୋଗେସନରେ ସତ ଓଗାରିଛନ୍ତି ଅଭିଯୁକ୍ତ । କେମିତି ମାନସଙ୍କୁ ମାରିଥିଲେ ? କେମିତି ପ୍ରମାଣ ନଷ୍ଟ କରିଥିଲେ ? କ୍ରାଇମସିନ୍‌ ରିକ୍ରିଏସନ୍ କରାଯାଇଛି । ତେବେ ମାନସ ମର୍ଡର ପଛର କାରଣ ଏବେବି ରହସ୍ୟ ହୋଇରହିଛି । କେବଳ ମେମୋରୀ ଚିପ୍‌ ପାଇଁ ହୋଇଥିଲା କି ମର୍ଡର ପ୍ଲାନ୍ ? ନା ହତ୍ୟା ପଛରେ ରହିଛି ଆଉ କିଛି କାରଣ ? ବ୍ଲାକମେଲିଂ ଦିଗକୁ ନେଇ ବି ତନାଘନା କରୁଛି କ୍ରାଇମବ୍ରାଞ୍ଚ ।

ଖଣି ରାଜସ୍ବ ସଂଗ୍ରହରେ ଓଡ଼ିଶାର ବମ୍ପର ରେକର୍ଡ

ଭୁବନେଶ୍ବର: ଖଣି ରାଜସ୍ବ ସଂଗ୍ରହରେ ଓଡ଼ିଶା ସରକାରଙ୍କ ରେକର୍ଡ । ୨୦୨୧-୨୨ ଆର୍ଥିକ ବର୍ଷରେ ଖଣି ରାଜସ୍ବ ସଂଗ୍ରହ ଲକ୍ଷ୍ୟ ଥିଲା ୧୫ ହଜାର କୋଟି । ଆଦାୟ ହୋଇଛି ୩ ଗୁଣା ଅଧିକ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୪୯ ହଜାର ୬୦୦ କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇଛି। ଯାହା ଓଡ଼ିଶା ଖଣି ଇତିହାସରେ ସର୍ବକାଳୀନ ରେକର୍ଡ । ଚଳିତ ଆର୍ଥିକ ବର୍ଷରେ ଏହି ରାଜସ୍ବ ସଂଗ୍ରହ ୭୫ ହଜାର କୋଟି ଛୁଇଁବ ବୋଲି ବିଜେଡି ଆକଳନ କରିଛି । ରାଜ୍ୟ ସରକାରଙ୍କ 5ଟି ସଂସ୍କାର ଯୋଗୁଁ ଦେଶରେ ଏକ ନମ୍ବର ରାଜ୍ୟ ହେବ ଓଡ଼ିଶା ।

ଏବେ ରାଜ୍ୟରେ ଚାଲୁ ରହିଛି ୨୩ଟି ଲୁହା ଓ ମାଙ୍ଗାନିଜ ଖଣି । ଏସବୁ ଖଣିର ପ୍ରିମିୟମ୍‌ ଓ ରୟାଲଟି ବାବଦରେ ସରକାରଙ୍କୁ ମିଳିଛି ଏହି ବମ୍ଫର୍‌ ସଫଳତା । ଆଉ ୧୨ଟି ଖଣି ନିଲାମ ପାଇଁ ପାଇପ୍‌ ଲାଇନ୍‌ରେ ରହିଛି । କୋଭିଡ ପରେ ଉତ୍ପାଦନ ବଢିବାରୁ ଅନ୍ତର୍ଜାତୀୟ ବଜାରରେ ଇସ୍ପାତର ଚାହିଦା ବୃଦ୍ଧି ପାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଗୋଟିଏ ମେଟ୍ରିକ୍‌ ଟନ୍‌ ଲୁହାପଥରର ବିକ୍ରି ମୂଲ୍ୟ ପ୍ରାୟ ୫ ହଜାର ଟଙ୍କା ରହିଛି । ସେଥିରୁ ୧୫ ପ୍ରତିଶତ ରୟାଲଟି ବାବଦରେ ସରକାର ଆଦାୟ କରୁଛନ୍ତି । ଚଳିତ ଆର୍ଥିକ ବର୍ଷରେ ସରକାର ୪୩ ହଜାର ୪୪୪ କୋଟି ଖଣି ରାଜସ୍ବ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଇସ୍ପାତ ଚାହିଦା ବଢିଲେ, ୨୦୨୨-୨୩ ଆର୍ଥିକ ବର୍ଷରେ ସରକାରଙ୍କୁ ଆହୁରି ଅଧିକ ରାଜସ୍ବ ମିଳିବ ।

୧୨ଟି ଖଣି ନିଲାମ ହେବାକୁ ବାକି ଥିବା ବେଳେ ସେଥିରୁ ୪ଟି ଖଣି ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଓଡ଼ିଶା ଲୁହାପଥର, କ୍ରୋମାଇଟ୍‌ ଭଳି ଖଣିଜ ସମ୍ପଦରେ ଭରପୂର । ଚାହିଦା ବଢ଼ିଲେ ଉତ୍ତୋଳନ ବି ସେହି ଅନୁପାତରେ ବଢ଼ିବ । କେନ୍ଦ୍ର ଓଡ଼ିଶାକୁ ଅବହେଳା କଲେ ବି ନିଜସ୍ବ ଆୟରେ ରାଜ୍ୟ ସରକାର ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିପାରିବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଖଣି ରାଜସ୍ବ ୭୫ ହଜାର କୋଟିରେ ପହଞ୍ଚିବ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଆକଳନ କରିଛନ୍ତି ।

ଖଣି ରାଜସ୍ବ ବୃଦ୍ଧି ଯୋଗୁଁ ଓଡ଼ିଶା ଆର୍ଥିକସ୍ତରରେ ସ୍ବାବଲମ୍ବୀ ହେଉଛି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଂସ୍କାର ବଡ଼ ଭୂମିକା ରହିଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୨ଲକ୍ଷ କୋଟି ଟଙ୍କାର ବଜେଟ୍‌ ବ୍ୟୟ ବରାଦ କରିଛନ୍ତି । କେବଳ ଗୋଟିଏ ଅଣଟିକସ ରାଜସ୍ବ ସଂଗ୍ରହରେ ଓଡ଼ିଶା ସରକାରଙ୍କ ମୋଟ ବଜେଟ୍‌ ଆଉଟଲେଟ୍‌ର ସିଂହଭାଗ ଆସିବ । ଆଗାମୀ ଦିନରେ ଓଡ଼ିଶା ନମ୍ବର ଓ୍ବାନ୍‌ ରାଜ୍ୟ ଭାବେ ପରିଗଣିତ ହେବ ବୋଲି କହିଛନ୍ତି ଅର୍ଥନୀତି ସମୀକ୍ଷକ ।

କୋଭିଡ କଟକଣା ହଟିବା ପରେ ଅଟୋ ମୋବାଇଲଠାରୁ ଆରମ୍ଭ କରି ବିଭିନ୍ନ ଇସ୍ପାତ ଶିଳ୍ପ ଉତ୍ପାଦନ ଡବଲ୍‌ କରିଛନ୍ତି । ଏହାସହ ଋଷ-ୟୁକ୍ରେନ୍‌ ଯୁଦ୍ଧ ପାଇଁ ଆଗକୁ ଅନ୍ତର୍ଜାତୀୟ ବଜାରରେ ଇସ୍ପାତ ଚାହିଦା ବଢିବ । ଏହାର ସୁଫଳ ଓଡ଼ିଶା ସରକାର ପାଇବେ ।

ଭିନ୍ନ ଶୈଳୀରେ ମାଛ ଧରୁଛି କୁନି ପୁଅ, ଭିଡ଼ିଓ ସେୟାର କଲେ ଆନନ୍ଦ ମହିନ୍ଦ୍ରା

ନନ୍ଦିଘୋଷ ବ୍ୟୁରୋ: ମହିଦ୍ରା ଗ୍ରୁପ ଚେୟାର ମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କ ସୋସିଆଲ ମିଡିଆ ପୋଷ୍ଟ ସର୍ବଦା ଚର୍ଚ୍ଚାରେଲ ରହିଥାଏ  ।  ଯେଉଁ ସମୟରେ ସେ ଯାହା ପୋଷ୍ଟ କରିଥାନ୍ତି, ତାହାର ପଛରେ ଥାଏ ବିରାଟ ବାର୍ତ୍ତା  । ସାଧାରଣ ଭିଡ଼ିଓରେ ଲୁଚି ରହିଥାଏ ଅନେକ ବାସ୍ତବବାଦୀ ଚିତ୍ର  । କେତେବେଳେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସା କରିଥାନ୍ତି ତ, କେତେବେଳେ କିଛି ନୂତନ କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଥାନ୍ତି ଆନନ୍ଦ ମହିନ୍ଦ୍ରା  ।

ଶନିବାର ନିଜ ଟ୍ବିଟର ପେଜରେ ଆନନ୍ଦ ମହିନ୍ଦ୍ରା ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି  । ଉକ୍ତ ବିଡ଼ିଓରେ ଜଣେ ନାବାଳକ ମାଛ ଧରିବାର ପ୍ରୟାସ କରୁଛି  । ତାହା ପୁଣି ଭିନ୍ନ ଏକ ଉପାୟରେ  । ଅର୍ଥାତ ପାଣି ଥିବା ଏକ ସ୍ଥାନରେ ଦୁଇଟି ଛୋଟିଆ ବାଡ଼ି ପୋତିଛି, ଉକ୍ତ ବାଡିରେ ଲାଗିଥିବା କଣ୍ଟାରେ ଅଟା ଗୁଳା କରି ପାଣି ମଧ୍ୟକୁ ପିଙ୍ଗି ଦେଉଛି  । ଦୀର୍ଘ ସମୟ ଧରି ପାମିର ତଟରେ ବସି ରହୁଛି ପିଲାଟି  । ଏବଂ ଧର୍ଯ୍ୟର ସହ ଅପେକ୍ଷା କରି ପରବର୍ତ୍ତୀ ସମୟରେ ବଡ଼ ସଫଳତା ହାସଲ କରୁଛି  । ଅର୍ଥାତ ବଡ଼ ବଡ଼ ମାଛ ଧରିବାରେ ସକ୍ଷମ ହେଉଛି  ।

ଏହି ଭିଡ଼ିଓଟି ପୋଷ୍ଟ କରିବା ସହ ଆନନ୍ଦ ମହିନ୍ଦ୍ରା ପିଲାଟିର ଧର୍ଯ୍ୟ ଏବଂ ଦୃଢ ବିଶ୍ୱାସକୁ ପ୍ରଶଂସା କରିଛନ୍ତି  । ଏହା ଏକ ସାଧାରଣ ଭିଡ଼ିଓ ନୁହେଁ  । ଏହା ଏକ ସ୍ୱଳ୍ପ କାହାଣୀ  । ଯାହା ଭିତରେ ଅନେକ କିଛି ଜୀବନର ଉପଦେଶ ଲୁଚି ରହିଥିବା କହିଛନ୍ତି ଆନନ୍ଦ ମହିନ୍ଦ୍ରା  । ଏବଂ ଶେଷରେ ଏକଥା ମଧ୍ୟ ସେ କହିଛନ୍ତି, ଦୃଢ ସଂକଳ୍ପ + ସରଳତା + ଧର୍ଯ୍ୟର ସମାହାରରେ ସଫଳତା ମିଳିଥାଏ  ।

କରୋନାର ଚତୁର୍ଥ ପର୍ଯ୍ୟାୟ: ମା’ଠାରୁ ପିଲାକୁ ଅଲଗା କରୁଛି ଚୀନ୍‌

କରୋନା ଉତ୍ପତ୍ତିସ୍ଥଳ ଚୀନରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଆସିଛି ଏକ ଭିନ୍ନ ଖବର । ଯାହା ଚୀନରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ କୋଭିଡ ସଂକ୍ରମିତଙ୍କ ପିଲାଙ୍କୁ ନିଜ ବାପା-ମା’ଙ୍କ ଠାରୁ ଅଲଗା କରି ଦେଉଛନ୍ତି ଡାକ୍ତର । ଦେଖୁ ନାହାଁନ୍ତି ବୟସ । ଯୋଗାଯୋଗ ମଧ୍ୟ ବିଛିନ୍ନ ।

ସୂଚନା ଅନୁସାରେ ଏସଥର ଝାଓ ନାମକ ଜଣେ ମହିଳା ଗତ ମାର୍ଚ୍ଚ ୨୬ରେ ତାଙ୍କର ଅଢ଼େଇ ବର୍ଷର ଝିଅକୁ ଜ୍ୱର ହେବାରୁ ସଂଘାଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । କିନ୍ତୁ ରିପୋର୍ଟ ଆସିବା ପରେ ଜଣାଗଲାଯେ ଉଭୟ ମା’ ଓ ଝିଅ କରୋନା ପଜିଟିଭ୍‌ । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଉଭୟଙ୍କ୍ ପୃଥକ୍‌ ରହିବାକୁ କହିଲେ । ଝିଅର ବୟସ ଖୁବ୍‌ କମ୍ । ତେଣୁ କୁନି ଝିଅଠାରୁ ଦୂରେଇ ନରଖିବାକୁ ଝାଓ ସେମାନଙ୍କୁ ଖୁବ୍‌ ଅନୁରୋଧ କଲେ । କିନ୍ତୁ ତାଙ୍କ କଥାକୁ କେହି ମଧ୍ୟ କର୍ଣ୍ଣପାତ କଲେନାହିଁ । ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଧମକ ଦେଇଥିଲେ ।  ଯଦି ସଂଘାଇ ପବ୍ଲିକ୍‌ ହେଲ୍ଥ କ୍ଲିନିକାଲ ସେଣ୍ଟରକୁ ଛାଡ଼ିବାକୁ ସେ ସହମତ ନ ହୁଅନ୍ତି ତେବେ ତାଙ୍କ ଝିଅକୁ ସେହି ହସ୍ପିଟାଲରେ ଛାଡ଼ିଦିଆଯିବ ବୋଲି ଧମକ ଦେଲେ । ଝାଓଙ୍କ ନିକଟରେ ଝିଅକୁ ଛାଡ଼ିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା ।

ଏହାପରେ କେବଳ ଝାଓଙ୍କୁ ଏକ ମେସେଜ୍‌ ଆସିଥିଲାଯେ, ତୁମ ଝିଅ ଠିକ୍‌ ଅଛି । ଏହାପରେ କୌଣସି ମଧ୍ୟ ଖବର ଆସିନଥିଲା । ଏମିତିକି ଏକ ଫଟୋ ମଧ୍ୟ ଦେଖିବାକୁ ପାଇନଥିଲେ ଝାଓ ।  ଏହି ଘଟଣା ଝାଓଙ୍କୁ ଖୁବ୍‌ ବ୍ୟସ୍ତ ବିବ୍ରତ କରିଥିଲା । ସେ ଖୁବ୍‌ ଡରି ଯାଇଥିଲେ । ଅନ୍ୟପଟେ ସାମ୍ନାକୁ ଆସିଥିବା ଏକ ଫଟୋରୁ ଜଣାପଡ଼ିଲାଯେ, ଗୋଟିଏ ଖଟରେ ୪ ଜଣ ପିଲାଙ୍କୁ ରଖାଯାଉଛି ଖୁବ୍‌ ଅବ୍ୟବସ୍ଥାର ସହିତ । ତେବେ ସଂଘାଇ ଚୀନର ଏକ ବଡ଼ ସହର ହୋଇଥିବାବେଳେ ହସ୍ପିଟାଲରେ ଏଭଳି ଘଟଣା ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ଚର୍ଚ୍ଚାରେ ଗୁଜୁରାଟର ଗୃହମନ୍ତ୍ରୀଙ୍କ ବୟାନ୍‌, କହିଲେ ଦୁଷ୍ମର୍ମର କାରଣ ମୋବାଇଲ ଫୋନ୍‌

ଅହମଦାବାଦ:  ଚର୍ଚ୍ଚାରେ  ଗୁଜୁରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଘବୀଙ୍କ ବୟାନ୍‌ । କହିଲେ ମୋବାଇଲ ଫୋନରେ ଉପଲବ୍ଧ ହେଉଥିବା ଅଶ୍ଳୀଳ ଭିଡ଼ିଓ ହିଁ  ଆଜିକାଲି ହେଉଥିବା ଦୁଷ୍ମର୍ମ ପଛର କାରଣ । କେବଳ ସେତିକି ନୁହେଁ ବରଂ ପଡ଼ୋଶୀ ଏବଂ ନିଜ ପରିବାର ସଦସ୍ୟଙ୍କ ସମ୍ପୃକ୍ତି ମଧ୍ୟ ଏକ ପ୍ରମୁଖ କାରଣ ବୋଲି କହିଛନ୍ତି ଗୁଜୁରାଟ ଗୃହମନ୍ତ୍ରୀ  ହର୍ଷ ସାଙ୍ଘବୀ ।

ହର୍ଷ ସାଙ୍ଘବୀ କହିଛନ୍ତିଯେ, ନିକଟରେ ଏହାକୁ ନେଇ ଏକ ସର୍ଭେ କରାଯାଇଥିଲା ।  ହୋଇଥିବା ଏହି ସର୍ଭେରୁ ଜଣାପଡ଼ିଛିଯେ, ମୋବାଇଲ ଫୋନ୍‌ କେଉଁଭଳି ଭାବରେ ଏଥିପାଇଁ ଦାୟୀ । କିଭଳି ଲୋକ ସମ୍ପୂର୍ଣ୍ଣ ଭାବରେ ଏହା ସହିତ ଜଡ଼ିତ ରହୁଛନ୍ତି ଏବଂ ଦୁଷ୍କର୍ମ କରୁଛନ୍ତି । ସେ କହିଛନ୍ତିଯେ, ଆମେ ସର୍ବଦା ଏଭଳି ଘଟଣା ପାଇଁ କେବଳ ପୋଲିସକୁ ଦାୟୀ କରୁ, କିନ୍ତୁ ବାସ୍ତବ କଥା ହେଉଛି ଆମେ କେବଳ ପୋଲିସକୁ ଏଥିପାଇଁ ଦାୟୀ କରିପାରିବା ନାହିଁ ।

କେବଳ ସେତିକି ନୁହେଁ ଯଦି ଏକ ବାପା ତା’ର କୁନି ଝିଅ ସହିତ ଦୁଷ୍କର୍ମ କରୁଛି ତାହା ପଛର କାରଣ ମଧ୍ୟ ମୋବାଇଲ ଫୋନ୍‌ ବୋଲି କହିଛନ୍ତି ଗୃହମନ୍ତ୍ରୀ   । କିନ୍ତୁ ଏହି ମାମଲାରେ ଗୁଜୁରାଟ ସବୁଠାରୁ ନିରାପଦ ସ୍ଥାନ ବୋଲି ସେ ମତ ରଖିଛନ୍ତି ।

 

ବିନା ବିଜୁଳି ଖର୍ଚ୍ଚରେ ଜମିକୁ ମାଡୁଛି ମହାନଦୀ ପାଣି

ସମ୍ବଲପୁର: ଜଳସେଚନ ପାଇଁ ନାହିଁ ଆଉ ବିଦ୍ୟୁତ ଚିନ୍ତା । ବିନା ବିଜୁଳିରେ ଜମିକୁ ମାଡୁଛି ମହାନଦୀ ପାଣି । ସୌର ଚାଳିତ ଉଠା ଜଳସେଚନ ପ୍ରକଳ୍ପରେ ଉପକୃତ ହେଉଛନ୍ତି ଚାଷୀ । ଧାନ ସାଙ୍ଗକୁ ଡାଲି ଜାତୀୟ ଫସଲ ଓ ପନିପରିବା ଚାଷ କରି ଲାଭବାନ ହେଉଛନ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ସାହସପୁର ପଞ୍ଚାୟତର ଚାଷୀ । ଆଉ ପାଣି ପଞ୍ଚାୟତ ଗଠନ କରି ପ୍ରକଳ୍ପର ଦେଖାଶୁଣା କରୁଛନ୍ତି ।

ରେଢାଖୋଲ ବିଧାୟକ ଇଂ ରୋହିତ ପୂଜାରୀଙ୍କ ଉଦ୍ୟମରେ ଏହି ସୌର ଲିଫ୍ଟ ପଏଣ୍ଟ ତିଆରି ହୋଇଛି । ସହାରପୁର ପଞ୍ଚୟାତର ପ୍ରାୟ ୨୨ ଏକରରୁ ଅଧିକ ଜମି ଏହି ପ୍ରକଳ୍ପ ମାଧ୍ୟମରେ ଜଳସେଚିତ ହେଉଛି । ସକାଳ ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପାଣି ଯୋଗାଇବାରେ ପ୍ରକଳ୍ପ ସକ୍ଷମ ହୋଉଛି । ଯାହାକୁ ନେଇ ସ୍ଥାନୀୟ ବିଧାୟକଙ୍କ ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚାଷୀ ।

ବିଧାୟକଙ୍କ ଉଦ୍ୟମରେ ସରକାରୀ ଯୋଜନା ସାହାସପୁରରେ ଫଳପ୍ରଦ ହୋଇଛି । ଆଗକୁ ରେଢାଖୋଲରେ ସୌର ଚାଳିତ ଲିଫ୍ଟ ପଏଣ୍ଟ ବସିବ ବୋଲି ଇଂ ରୋହିତ ପୂଜାରୀ କହିଛନ୍ତି ।

ଘର ଲୋକ ବଏଫ୍ରେଣ୍ଡକୁ ନେଇଯିବାରୁ ଆତ୍ମହତ୍ୟା କଲେ ଛାତ୍ରୀ

କୋୟମ୍ବାଟୁର: ତାମିଲନାଡୁର କୋୟମ୍ବାଟୁରରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଚାଂଚଲ୍ୟ ସୃଷ୍ଟି ହୋଇଛି ।   ସୂଚନା ଅନୁସାରେ ନିଟ୍‌ କୋଚିଂ ସେଣ୍ଟରରେ ଉକ୍ତ ଛାତ୍ରୀ ଜଣକ ପାଠ ପଢ଼ୁଥିଲେ ଏବଂ ସେଠାରେ ହଷ୍ଟେଲରେ ମଧ୍ୟ ରହୁଥିଲେ ।  କିନ୍ତୁ ଶନିବାର ଉକ୍ତ ଛାତ୍ରୀଙ୍କ  ଝୁଲନ୍ତା ମୃତଦେହ ଫ୍ୟାନରୁ  ଉଦ୍ଧାର କରାଯାଇଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲାଯେ, ଛାତ୍ରୀଙ୍କ ପୁରଷ ବନ୍ଧୁ ସେହି ସମାନ କୋଚିଂ ସେଣ୍ଟରରେ ପଢ଼ୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ଉଭୟଙ୍କ ସମ୍ପର୍କକୁ ନେଇ ସେମାନଙ୍କ ପରିବାର ଲୋକ ରାଜି ନଥିଲେ ।

ପୋଲିସର କହିବା ଅନୁସାରେ ଉକ୍ତ ଯୁବକଙ୍କ ପରିବାର ତାଙ୍କୁ  ମଦୁରାଇ ସ୍ଥିତ ନିଜ ଘରକୁ ଫେରିଯିବାକୁ ବାରମ୍ବାର ଚାପ ପକାଉଥିଲେ । ଯେଉଁଥିପାଇଁ ଛାତ୍ରୀ ଜଣକ ଖୁବ୍‌ ଚିନ୍ତାରେ ଥିଲେ । ମାନସିକ ଚାପଗ୍ରସ୍ତ ହୋଇ  ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି ।

ଅନ୍ୟପଟେ ଏହି ସମାନ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଛିନ୍ଦଓ୍ୱାଡ଼ାରେ । ୧୬ ବର୍ଷୀୟ ଜଣେ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।  ତେବେ ଦଶମ ଶ୍ରେଣୀର ଉକ୍ତ ଛାତ୍ରୀ ପରୀକ୍ଷାରେ ବିଫଳ ହୋଇ ଏଭଳି କରିଥିବା କୁହାଯାଉଛି ।

କେବଳ ସେତିକି ନୁହେଁ ନିକଟରେ ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ଜଣେ ଯୁବକଙ୍କ ବାରମ୍ବାର ଫୋନ କଲ ମାଧ୍ୟମରେ ବ୍ଲାକମେଲ ହେତୁ ଜଣେ ଛାତ୍ରୀ ଆତ୍ମହତ୍ୟା କରି ଦେଇଥିଲେ । ଛାତ୍ରୀ ଜଣକ ପାଣିଟାଙ୍କିରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

ମାନସ ହତ୍ୟା ମାମଲା: ମିଳିଲା ଶର୍ମିଷ୍ଠା ଛାଡ଼ି ଯାଇଥିବା ମୋବାଇଲ୍  

ଭୁବନେଶ୍ବର: କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚଳର ତନାଘନା ଜାରି । ସ୍କାଏ ଟାଓ୍ବାରରେ ତାଲା ଭାଙ୍ଗି ହତ୍ୟା ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କୁ ଧରି ପଶିଲେ ତଦନ୍ତକାରୀ ଟିମ । ଫ୍ଲାଟରେ ହେଲା ସିନ୍ ରିକ୍ରିଏସନ୍ । ମାନସଙ୍କୁ ହତ୍ୟା କରି ପୋତିବା ପରେ ଫେରାର ହେବା ପୂର୍ବରୁ ଏହି ଫ୍ଲାଟରେ ଶର୍ମିଷ୍ଠା ଛାଡି ଯାଇଥିଲେ ମୋବାଇଲ୍ । ଯାଞ୍ଚ ବେଳେ ଫ୍ଲାଟରୁ ତଦନ୍ତକାରୀ ଟିମ୍ ମୋବାଇଲଟି ଜବତ କରିଛନ୍ତି । କ୍ରାଇମ ସିନ୍ ରିକ୍ରିଏସନ ବେଳେ ଆଜି ବି କାନ୍ଦି ପକାଇଥିଲେ ଶର୍ମିଷ୍ଠା । ପରେ ମାନସ ରହୁଥିବା ଭଡା ଘରକୁ ଶର୍ମିଷ୍ଠାଙ୍କୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏଠାରୁ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବା ସମ୍ଭାବନା ରହିଛି ।

ପୂର୍ବରୁ ‘ସମ୍ପୂର୍ଣ୍ଣ’ ଅଫିସରେ କରାଯାଇଥିଲା ସିନ ରିକ୍ରିଏସନ । ଉଭୟ ଶର୍ମିଷ୍ଠା ଓ ନିରଞ୍ଜନ ଅଫିସରେ ଦେଖାଇଥିଲେ କ୍ରାଇମ ବେଳର ଡେମୋ । ସିନ୍ ରିକ୍ରିଏସନ୍ ପରେ  ନିରଞ୍ଜନଙ୍କୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳଳୟକୁ ପଠାଇଦିଆଯାଇଛି ।

ସେପଟେ ଜେରା ବେଳେ ମୁହଁ ଖୋଲିଛି ଅଭିଯୁକ୍ତ ନିରଞ୍ଜନ ସେଠୀ । ଶର୍ମିଷ୍ଠା ଫେରାର କରିବା ଲାଗି ୧୦ ହଜାର ଟଙ୍କା ଦେଇଥିଲା ନିରଞ୍ଜନ । ଖାଲି ଟଙ୍କା ଦେଇ ନଥିଲା, ଫେରାର ହେବାକୁ ଗାଡି ମଧ୍ୟ ଯୋଗାଡ କରିଦେଇଥିଲା । ସେହି ଗାଡିରେ ଶର୍ମିଷ୍ଠା ଯାଜପୁର ସ୍ଥିତ କକିଆପାଣି ନିଜ ଶାଶୂ ଘରକୁ ଯାଇଥିଲେ । ମାନସକୁ ଆପହରଣ କରିବା ପରେ ପ୍ରଥମେ ଦୟାଲ ଆଶ୍ରମକୁ ନିଆଯାଇଥିଲା । ତା’ପରେ ତାକୁ ସମ୍ପୂର୍ଣ୍ଣ ଅଫିସକୁ ବି ଅଣାଯାଇ ଥିବା କହିଛି ନିରଞ୍ଜନ ।

ଆଜି ସରୁଛି ଶର୍ମିଷ୍ଠା, ଝୁନା, ନିରଞ୍ଜନ ଓ ରଞ୍ଜନଙ୍କ 5 ଦିନିଆ ରିମାଣ୍ଡ । ତେବେ ରିମାଣ୍ଡର ଶେଷ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଫେବ୍ରୁଆରୀ ୭ରେ ଭଦ୍ରକରୁ ମାନସଙ୍କୁ ଅପହରଣ କରାଯାଇଥିଲା । ଅପହରଣ ପରେ ଦୟାଲ ଆଶ୍ରମରେ ଦିଆଯାଇଥିଲା ନିର୍ଯାତନା । ହତ୍ୟା ପରେ ନୟାଗଡ଼ ବଧିପାଟଣାରେ ପୋତିଥିଲେ ମାନସ ମୃତଦେହ ।

ଗିରଫଦାରୀ ଏଡାଇବାକୁ ମାର୍ଚ୍ଚ ୧୪ରେ ଝୁନା ଭୋଇଙ୍କୁ ସାଙ୍ଗରେ ଧରି ଫେରାର ହୋଇଥିଲେ ଶର୍ମିଷ୍ଠା । ମାର୍ଚ୍ଚ 28ରେ ବସରେ କୋଲକାତାରୁ ଫେରୁଥିବା ବେଳେ ଶର୍ମିଷ୍ଠା ଓ ଝୁନାଙ୍କୁ ଗିରଫ କରିଥିଲା ପୋଲିସ । ଶର୍ମିଷ୍ଠା ଗିରଫ ହେବା ପୂର୍ବରୁ ନିରଞ୍ଜନକୁ ବାନ୍ଧିଥିଲା ପୋଲିସ । ମାନସ ହତ୍ୟା ଘଟଣାରେ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।