କେଜିଏଫ୍-୩ରେ ନଜର ଆସିବେ ହ୍ରିତିକ୍ ରୋଶନ ! ଫିଲ୍ମ କାଷ୍ଟିଂକୁ ନେଇ ଏମିତି କହିଲେ ନିର୍ମାତା

1 min read

ମୁମ୍ବାଇ: କେଜିଏଫ୍-୨ ଫିଲ୍ମର ନାଁ ହିଁ ତାର ସଫଳତା ବୟାନ କରୁଛି । ସାଉଥ୍ ସୁପରଷ୍ଟାର୍ ୟଶଙ୍କ ଫିଲ୍ମ କେଜିଏଫ୍-୨ ବକ୍ସ ଅଫିସ୍‌ରେ ସବୁ ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମଟି ୪୬ ଦିନରେ ୧୨୩୦ କୋଟି ଟଙ୍କା ରୋଜଗାର କରିସାରିଛି ​​। ଯଦିଓ ଫିଲ୍ମଟି ହଲରୁ ଉଠି ସାରିଛି ତଥାପି ଲୋକଙ୍କର କ୍ରେଜ କମି ନାହିଁ । ଫିଲ୍ମର ୟଶଙ୍କ ରକି ଭାଇର ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଛି । ଏଭଳିପରିସ୍ଥିତିରେ, ବର୍ତ୍ତମାନ ପ୍ରଶଂସକମାନେ କେଜିଏଫ୍‌-୩ ପାଇଁ ବହୁତ ଉତ୍ସାହିତ ଅଛନ୍ତି ।

ତେବେ ଫିଲ୍ମର ଶେଷ ଆଡକୁ କେଜିଏଫ୍ ୩କୁ ନେଇ ଖୁଲାସା କରାଯାଇଥିଲା । ନିକଟରେ ନିର୍ମାତାମାନେ ବର୍ତ୍ତମାନ କେଜିଏଫ୍‌-୩ ନେଇ ମଧ୍ୟ ଘୋଷଣା କରିସାରିଛନ୍ତି । ଏହି ସମୟରେ, ଖବର ମଧ୍ୟ ଆସୁଛି କି କେଜିଏଫ୍ ନିର୍ମାତାମାନେ ମଧ୍ୟ ପାର୍ଟ-୩ ପାଇଁ ହ୍ରିତିକ୍ ରୋଶନଙ୍କ ପାଖକୁ ଅଫର ଦେଇଛନ୍ତି । ନିର୍ମାତାମାନେ ଏହାକୁ ନେଇ ଖୁଲାସା ମଧ୍ୟ କରିଛନ୍ତି ।

କେଜିଏଫ୍-୨ ର ଦବ୍‌ଦବା ଅନେକ ହଲରେ ଦେଖାଯାଉଛି । ଏହି ସମୟରେ ନିର୍ମାତାମାନେ କେଜିଏଫ୍ -୩ ମଧ୍ୟ ଘୋଷଣା କରିଛନ୍ତି । କେଜିଏଫ୍ ପ୍ରଡକ୍ସନ୍ ହାଉସ୍ ହୋମ୍ବଲେ ଫିଲ୍ମର ସହ-ସିଇଓ ବିଜୟ କିରାଙ୍ଗଡୋର ଏକ ସାକ୍ଷାତକାରରେ ହ୍ରିତିକଙ୍କ କାଷ୍ଟିଂ ବିଷୟରେ ମଧ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଚଳିତ ବର୍ଷ କେଜିଏଫ୍ -୩ ପ୍ରସ୍ତୁତ ହୋଇପାରିବ ନାହିଁ । ଆମର କିଛି ଯୋଜନା ଅଛି, କାରଣ ଏହି ସମୟରେ କେଜିଏଫର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ସାଲାର ଫିଲ୍ମରେ ବ୍ୟସ୍ତ ଅଛନ୍ତି ।

ତେଣୁ ୟଶ୍‌ ସମୟ ଦେଲେ ହିଁ ସମସ୍ତେ ଏକାଠି ହୋଇ କେଜିଏଫ-୩ରେ କାମ ଆରମ୍ଭ କରିବୁ । ଆମର ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ତାରିଖ ଠିକ୍‌ ହୋଇ ନାହିଁ । ପାର୍ଟ-୩ କାମ କେବେ ଆରମ୍ଭ ହେବ ଜାଣା ନାହିଁ । ଥରେ ଆମେ ତାରିଖ ଚୂଡାନ୍ତ କରିଦେଲେ, ଆମେ କାଷ୍ଟିଂ ପ୍ରକ୍ରିୟା ଆରମ୍ଭ କରିବୁ ।