ନବୀନଙ୍କ ପଞ୍ଚମ ପାଳି ସରକାରକୁ ୩ ବର୍ଷ

1 min read
Successful 3 Years Of Naveen Patnaik Government 5th Term

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ପୂରିଛି ତିନି ବର୍ଷ । ୨୦୧୯ ମେ ୨୯ ତାରିଖ । ୧୧୨ ଆସନରେ ବାଜି ମାରି ଲଗାତାର ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିଲା ବିଜୁ ଜନତା ଦଳ । ଆରମ୍ଭ ହୋଇଥିଲା ନବୀନ ଶାସନର ଆଉ ଏକ ସଫଳ ଅଧ୍ୟାୟ । ସେ ଐତିହାସିକ ଅଧ୍ୟାୟକୁ ଆଜି ପୂରିଛି ୩ ବର୍ଷ । ଏହାରି ଭିତରେ ଦୁର୍ନୀତିମୁକ୍ତ ଶାସନ ଦେବାରେ ଶ୍ରେଷ୍ଠ ଦୃଷ୍ଟାନ୍ତ ସାଜିଛନ୍ତି ନବୀନ ସରକାର । ଶିକ୍ଷାଠୁ ସ୍ୱାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମି ଓ ମୌଳିକ ସୁବିଧା ଯୋଗାଇ ଦେବାରୁ ମଡେଲ ସାଜିଛି ବିଜେଡି ସରକାର । ନୂତନ ଓଡ଼ିଶା ଗଠନର କର୍ଣ୍ଣଧାର ସାଜିଛି 5T । ନୂଆ ଓଡ଼ିଶା ଗଠନର ପଡ଼ିଛି ନୂଆ ମୂଳଦୁଆ । ଲୋକଙ୍କ ଘର ଦୁଆର ମୁହଁରେ ପହଞ୍ଚିଛି ପ୍ରଶାସନ ।

Successful 3 Years Of Naveen Patnaik Government 5th Term

ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାର ଉପରେ ରୋକ୍ ଲଗାଇବାକୁ ଆରମ୍ଭ ହୋଇଛି ମୋ ସରକାର ଅଭିଯାନ । ବିଦା ହେଉଛନ୍ତି ଦୁର୍ନୀତିଖୋର ଓ ଅପାରଗ ଅଫିସର । ସ୍ୱଚ୍ଛତା ସହ ରୂପାନ୍ତରଣରେ ଲେଖା ହୋଇଛି ନୂଆ ଅଧ୍ୟାୟ । ଘରୋଇ ସ୍କୁଲ୍ ଠାରୁ ସରକାରୀ ସ୍କୁଲ୍ ଅଧିକ ବିକଶିତ ହୋଇଛି ସରକାରୀ ସ୍କୁଲ୍ । ସ୍ୱାସ୍ଥ୍ୟସେବାରେ ଆସିଛି ଐତିହାସିକ ପରିବର୍ତ୍ତନ । ରାଜ୍ୟର ସବୁଠୁ ଅନୁନ୍ନତ ଓ ଦୁର୍ଗମ ଅଞ୍ଚଳକୁ ପହଞ୍ଚିଛି ସ୍ୱାସ୍ଥ୍ୟସେବା । କେବଳ ଏତିକି ନୁହେଁ ପଞ୍ଚମ ପାଳିର ପ୍ରଥମରୁ ବିଶ୍ୱକୁ ଗ୍ରାସ କରିଥିଲା କରୋନା ।

Successful 3 Years Of Naveen Patnaik Government 5th Term

କରୋନା ବିରୋଧରେ ବି ଦମ୍ଭର ସହ ଛିଡ଼ା ହୋଇଥିଲେ ନବୀନ । ଦ୍ଵିତୀୟ ବର୍ଷ କରୋନା ପିକରେ ଥିବା ବେଳେ ଏହାର ସଫଳ ମୁକାବିଲା କରି ବିଶ୍ୱରେ ରୋଲ ମଡେଲ ସାଜିଥିଲେ ମୁଖ୍ୟମନ୍ତ୍ରୀ । ଏହାଛଡ଼ା ବନ୍ୟା, ବାତ୍ୟା ଓ ଦୁର୍ବିପାକ ମୁକାବିଲାରେ ନବୀନଙ୍କୁ ପ୍ରଶଂସା କରୁଛି ସାରା ବିଶ୍ୱ । ସବୁକ୍ଷେତ୍ରରେ ବିକାଶ ଧାରାରେ ଆଗକୁ ଚାଲିଛି ଓଡ଼ିଶା । ୨୨ ବର୍ଷ ତଳେ ଚିତ୍ର ଭିନ୍ନ ଥିଲା । ନବୀନ ପଟ୍ଟନାୟକ ଶାସନଭାର ନେବା ପରେ ଓଡ଼ିଶା ଭୋକର ଭୂଗୋଳରୁ ପାଲଟିଛି  ବିକାଶର ପରୀକ୍ଷାଗାର ।