ରାଜ୍ୟସଭା ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

1 min read
BJD Supreme Naveen Patnaik May Declare Rajya Sabha Ticket Today

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଓ ଉପନିର୍ବାଚନ ପାଇଁ ଆଜି ହୋଇପାରେ ପ୍ରାର୍ଥୀ ଘୋଷଣା । ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରସନ୍ନ ଆଚାର୍ଯ୍ୟ, ଏନ୍ ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ତିନିଟି ଆସନ ପାଇଁ ନିର୍ବାଚନ ହେଉଛି । ଆସନ୍ତା ୩୧ ତାରିଖ ଏହି ୩ଟି ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ।

BJD Supreme Naveen Patnaik May Declare Rajya Sabha Ticket Today
Dr. Sasmit Patra

ସେହିପରି ମେୟର ଭାବେ ବିଜୟୀ ହେବା ପରେ ସୁବାସ ସିଂହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ସୁବାସଙ୍କ ଇସ୍ତଫା ପରେ ଉପନିର୍ବାଚନ ହେଉଛି । ଉପନିର୍ବାଚନ ପାଇଁ ଜୁନ ୨ ତାରିଖ ରହିଛି ପ୍ରାର୍ଥିପତ୍ର ଦାଖଲର ଶେଷଦିନ । ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ଆସନ ବିଜେଡି ଅକ୍ତିଆର କରିବା ନିଶ୍ଚିତ । ତେବେ କେଉଁ ଚାରି ଜଣଙ୍କୁ ନବୀନ ଦିଲ୍ଲୀ ଦରବାରକୁ ପଠାଇବେ । ସେନେଇ ସସପେନ୍ସ ଜାରି ରହିଛି ।