5T ଆଧାରରେ ଏକ ନବୀନ ଓ ନିଆରା ଓଡ଼ିଶା ଗଠନର ଆଭିମୁଖ୍ୟ ନେଇ ଆଗେଇଛି ରାଜ୍ୟ

1 min read
Naveen Patnaik Government 5T And Mo Sarkar Zero Tolerance

ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିକୁ ପୁରିଲା ୩ ବର୍ଷ । ରାଜ୍ୟର ବିକାଶ ଓ ଲୋକାଭିମୁଖୀ ଯୋଜନା ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚିଛି । 5T ସହିତ ‘ମୋ ସରକାର’ ବ୍ୟବସ୍ଥା । ଥାନାଠୁ ଡାକ୍ତରଖାନା ଯେ କୌଣସି ସରକାରୀ ଅଫିସରେ ଉତ୍ତମ ସେବା ମିଳୁଛି କି ନାହିଁ, ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଖୋଲିଛି ‘ମୋ ସରକାର’ ଫିଡ୍‌ ବ୍ୟାକ୍‌ ସେଲ୍‌ । ଦୁର୍ନୀତି ବିରୋଧରେ ନିରନ୍ତର ଜିରୋ ଟଲେରାନ୍ସ ନୀତି ଯୋଗୁ ଅନେକ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବାଦ ପଡିନାହାନ୍ତି ବରିଷ୍ଠ ଆଇଏଏସ୍ କି ଆଇପିଏସ୍ ଅଫିସର ।

‘ଲୋକଙ୍କ ସମୃଦ୍ଧିରେ ରାଜ୍ୟର ଉନ୍ନତି’ । ଆଉ ଏଥିପାଇଁ ଆବଶ୍ୟକ ଏକ ଲୋକାଭିମୁଖୀ ଏବଂ ଉତ୍ତରଦାୟୀ ପ୍ରଶାସନ । ତେବେ ଏ ରାଜ୍ୟ ଲୋକଙ୍କର, ଏହାର ରାଜସ୍ୱ ଲୋକଙ୍କର । ଆଉ ଏ ରାଜ୍ୟକୁ ଚଳାଉଥିବା ସରକାର ବି ଲୋକଙ୍କର । ଉଭୟ ରାଜ୍ୟବାସୀ ଓ ସରକାରୀ କଳକୁ ସରକାରର ବାସ୍ତବ ଭୂମିକା ବୁଝାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ ବିଭାଗରେ 5T ପ୍ରକରଣ ଲାଗୁ କରି ଜନସାଧାରଣଙ୍କ ପାଇଁ ଏକ ଲୋକାଭିମୁଖୀ ଏବଂ ଉତ୍ତରଦାୟୀ ପ୍ରଶାସନ ଉପଲବ୍ଧ କରାଇଛନ୍ତି ନବୀନ ସରକାର । 5T ଆଧାରରେ ଏକ ନବୀନ ଓ ନିଆରା ଓଡ଼ିଶା ଗଠନର ଆଭିମୁଖ୍ୟ ନେଇ ଆଗେଇଛି ଓଡ଼ିଶା । 5T ଗଭର୍ଣ୍ଣାସ ମଡେଲର ଅଭିନବ ବ୍ୟବସ୍ଥା ଭାବେ ‘ମୋ ସରକାର’ ଭଳି ବ୍ୟବସ୍ଥା ଆଣି ପ୍ରଶାସନକୁ ସାଧାରଣ ଜନତାଙ୍କର ଆହୁରି ନିକଟତର କରିଛନ୍ତି ରାଜ୍ୟ ସରକାର ।

Naveen Patnaik Government 5T And Mo Sarkar Zero Tolerance

ଜନସାଧାରଣଙ୍କ ନିକଟରେ ସେବା ପହଞ୍ଚାଇବାର ତରିକାକୁ ନେଇ ଏକ ନୂଆ ଆଦର୍ଶ ସୃଷ୍ଟି କରିଛି ‘ମୋ ସରକାର’ ବ୍ୟବସ୍ଥା । ସରକାରୀ କର୍ମଚାରୀଙ୍କୁ ବୁଝାଇ ଦେଇଛି ସମୟର ଗୁରୁତ୍ୱ । ଅମାନିଆଙ୍କୁ ଶିଖାଇଛି ଆଦାବ କାଇଦା । ବେପରୁଆ ନୀତି ଓ ଦୁର୍ନୀତି ଉପରେ ଲଗାଇଛି ଲଗାମ । ଲୋକଙ୍କ ନିକଟରେ ଠିକ୍ ସମୟରେ ପହଞ୍ଚିପାରୁଛି ସୁବିଧା । ଥାନାଠୁ ଆରମ୍ଭ କରି ପାସପୋର୍ଟ ଅଫିସ୍ । ସବୁ ସରକାରୀ କାର୍ଯ୍ୟାଳୟରେ ବଢ଼ିଛି ସାଧାରଣ ଲୋକଙ୍କ ଅଭିଯୋଗ ପ୍ରତି ଗୁରୁତ୍ୱ । ଉଚିତ୍ ସମୟରେ ସେବା ପ୍ରଦାନ ନେଇ ବଢିଛି ତତ୍ପରତା । ସମୟ ପୂର୍ବରୁ ହେଉଛି ସମସ୍ୟାର ସମାଧାନ । ଲୋକଙ୍କ ମୁହଁରେ ଏବେ ରହିଛି ମୋ ସରକାରର ପ୍ରଶଂସା ।

ଓଡ଼ିଶାର ସମୃଦ୍ଧି ପଛରେ ଖଟିଖିଆଙ୍କ ପରିଶ୍ରମ । ଏଣୁ ଯେମିତି ଦୁର୍ନୀତିର ଚୋଟରେ କୌଣସି ଓଡ଼ିଆ ଆହତ ନ ହୁଅନ୍ତି । ଏଥିପାଇଁ ନବୀନ ଆପଣାଇଛନ୍ତି ’ଜିରୋ ଟଲରାନ୍ସ’ । ନୀତି ‘ମୋ ସରକାର, 5T’ ଛାଟରେ ସାବାଡ଼ କରିଛନ୍ତି ଅମାନିଆଙ୍କୁ । ଏ ଭିତରେ ପାଖାପାଖି ୧୭୦ ଦୁର୍ନୀତିଖୋରଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଆଇଏଏସ୍ ବିନୋଦ କୁମାର, ଆଇଏଫଏସ ଅଭୟ ପାଠକଙ୍କ ଭଳି ସର୍ବଭାରତୀୟ ସ୍ତରର ଅଧିକାରୀ । ‘ମୋ ସରକାର, 5T’ ଛାଟରୁ ବାଦ ପଡିନାହାନ୍ତି କେହି । ରାଜ୍ୟ ସରକାରଙ୍କ କଡ଼ା ନୀତି । ଦୁର୍ନୀତି କଲେ ଯିବ ଚାକିରି ଅଥବା ମିଳିବ ବାଧ୍ୟତାମୂଳକ ଅବସର କିମ୍ବା ବନ୍ଦ ହୋଇପାରେ ବାର୍ଦ୍ଧକ୍ୟର ଭରସା ପେନସନ । ଖାଲି ସରକାରୀ ଦପ୍ତର ନୁହେଁ, ଦଳୀୟ ସ୍ତରରେ ମଧ୍ୟ ନବୀନଙ୍କ ଆଭିମୁଖ୍ୟ ସମାନ ରହିଛି । ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦୁର୍ନୀତିକୁ ନେଇ ଦେଶ ଟେନସନରେ ଥିବା ବେଳେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଉଦାହାରଣ ପାଲଟିଛି ଓଡ଼ିଶା ।