spot_img
Home Blog Page 4405

ଶ୍ୱଶୁର ଘରେ ପଶି ସ୍ତ୍ରୀକୁ ହାଣିଦେଲା ସ୍ୱାମୀ

କେନ୍ଦୁଝର: ପରକୀୟା ପ୍ରୀତିର କରୁଣ ପରିଣତି । ଶ୍ୱଶୁର ଘରେ ପଶି ସ୍ତ୍ରୀକୁ ହାଣିଦେଲା ସ୍ୱାମୀ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସିରିଗିଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୋଗ ଅନୁସାରେ, ସିରିଗିଡ଼ା ଗାଁ ରୁଗୁଡ଼ି ସାହିର ନରୋତ୍ତମ ପେଣ୍ଠେଇ ସେହି ଗାଁର ବବିତା ପେଣ୍ଠେଇକୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ଗାଁର ଆଉ ଜଣେ ଯୁବକଙ୍କ ସହିତ ବବିତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡ଼ି ପ୍ରମିକ ସହିତ ଫେରାର ହୋଇ ଯାଇଥିଲେ ବବିତା ।

Husband Killed Wife For Extra love Affairs In Keonjhar

ପରେ ପୁଣି ଗାଁକୁ ଫେରିବାରୁ ବବିତାଙ୍କୁ ଗ୍ରହଣ କରିନଥିଲେ ନରୋତ୍ତମ । ଏଣୁ ସେ ତାଙ୍କ ବାପ ଘରେ ରହିଥିଲେ । ଗତକାଲି ରାତିରେ ନରୋତ୍ତମ ଶ୍ୱଶୁର ଘରେ ପଶି ଟାଙ୍ଗିଆରେ ସ୍ତ୍ରୀଙ୍କୁ ହାଣି ଦେଇଥିବା ଅଭିଯୋଗ ହୋଇଛି । ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ ।

ଚିଲିକାରେ ଚଢ଼ାଉ, ମାଛ ମାରିବାକୁ ଯିବାବେଳେ ୬ ଡଙ୍ଗା ଜବତ

ଟାଙ୍ଗୀ: ବାତ୍ୟା ପାଇଁ ଅଶାନ୍ତ ସମୁଦ୍ର । ସମୁଦ୍ର ସହ ଚିଲିକାରେ ମାଛ ମାରିବାକୁ ବାରଣ କରିଛି ପ୍ରଶାସନ । ସତର୍କତା, ସଚେତନତା ସତ୍ତ୍ୱେ ମାନୁନାହାନ୍ତି ମତ୍ସ୍ୟଜୀବୀ । ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ଥିବା ବେଳେ ମାଛ ମାରିବାକୁ ଯାଉଥିବା ୬ରୁ ଅଧିକ ଡଙ୍ଗାକୁ ଜବତ କରିଛି ପୋଲିସ ।

Police Seized 6 Boats In Chilika Ahead Of Cyclone Asani

ଅଶାନ୍ତ ସମୁଦ୍ରକୁ ନଯିବାକୁ ବାରମ୍ବାର ସତର୍କ କରାଯାଉଥିଲେ ବି ଅନେକ ଏହାକୁ ଖାତିର କରୁନାହାନ୍ତି । ଅମାନିଆଙ୍କୁ ଧରିବା ପାଇଁ ଆଜି ଚିଲିକାରେ ପୋଲିସ ଟିମ୍ ପଇଁତରା ଦେଉଥିବା ବେଳେ ୬ଟି ଡଙ୍ଗା ଜବତ କରିଛି । ପୋଲିସ ସହ ମତ୍ସ୍ୟ ବିଭାଗର ଅଧିକାରୀ ଡଙ୍ଗାରେ ପଇଁତରା ମାରୁଥିବା ଦେଖା ଯାଇଛି । ସୋରଣ ଜେଟି ନିକଟ ଚିଲିକାରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି ।

୧୧ ବର୍ଷ ହେଲା ଛାଡ଼ପତ୍ର ପାଇଁ ଲଢ଼ି ଲଢ଼ି ନୟାନ୍ତ ମହିଳା ଓକିଲ, ଶେଷରେ ପିଇଦେଲେ ବିଷ…

ବାଲେଶ୍ୱର: ଛାଡ଼ପତ୍ର ପାଇଁ ଦୀର୍ଘ ୧୧ ବର୍ଷ । ନିଜେ ଓକିଲ ହୋଇ ବି ହୋଇ ପାରିଲାନି ଛାଡ଼ପତ୍ର । ଶେଷରେ କୋର୍ଟ ପରିସରରେ ବିଷ ପିଇଦେଲେ ମହିଳା ଓକିଲ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ପରିବାର ଅଦାଲତରେ । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଓକିଲ ଜଣକ ନିଜେ ନିଜ ଛାଡ଼ପତ୍ର ମାମଲା ଲଢ଼ୁଥିଲେ । ତେବେ ନ୍ୟାୟିକ ପ୍ରକ୍ରିୟାରେ ବିଳମ୍ବ ହେବା ଅଭିଯୋଗ କରି ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି ।

Women Advocate Drink Poison In Premises Of Family Court Balasore

ମହିଳା ଓକିଲ ଜଣକ ହେଉଛନ୍ତି ରାଜଶ୍ରୀ ବାରିକ । ସ୍ୱାମୀଙ୍କୁ ଛାଡ଼ପତ୍ର ନେଇ ୨୦୧୧ରୁ ପରିବାର ଅଦାଲତରେ ମାମଲା ବିଚାରାଧୀନ ରହିଛି । ଆଜି କୋର୍ଟ ରୁମରେ ସ୍ୱାମୀଙ୍କୁ ଜେରା କରିଥିଲେ ରାଜଶ୍ରୀ । ଏହାପରେ ସେ କୋର୍ଟ ପରିସରରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସକାଳେ ସମ୍ବିତ ପାତ୍ରଙ୍କୁ ଟମାଟୋ, ଅପରାହ୍ଣରେ କାଳିମାଡ଼

ପୁରୀ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କୁ ବିରୋଧ । ସକାଳେ ଟମାଟୋ ମାଡ଼ ହୋଇଥିବା ବେଳେ ଅପରାହ୍ଣରେ କାଳିମାଡ଼ ହୋଇଛି । ଶ୍ରୀମନ୍ଦିର ଐତିହ ପ୍ରକଳ୍ପକୁ ନେଇ ସମ୍ୱିତ ପାତ୍ରଙ୍କ ନାଟକ ବାଜି ପ୍ରତିବାଦରେ ସକାଳରେ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଟମାଟୋ ମାଡ଼ କରାଯାଇଥିଲା । ଦେବାଶିଷ ଦଇତାପତିଙ୍କ ନେତୃତ୍ୱରେ ଏହି ଟମାଟୋ ମାଡ଼ ହୋଇଥିଲା ।

 Youth Congress Thrown Ink On BJP National Spokesperson Sambit Patra

ଅପରାହ୍ଣରେ ରନ୍ଧନ ଗ୍ୟାସ ଏବଂ ତୈଳ ଦର ବୃଦ୍ଧି ପ୍ରତିବାଦରେ ସମ୍ବିତ ପାତ୍ରଙ୍କୁ ପୁରୀ ଝାଡ଼େଶ୍ୱରୀ ଠାରେ କାଳିମାଡ଼ କରାଯାଇଛି । ଛାତ୍ର କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ ସହ କାଳିମାଡ଼ କରାଯାଇଛି । ଆଗାମୀ ଦିନରେ ଓଡିଶା ଗସ୍ତରେ ଯେଉଁ କେନ୍ଦ୍ର ମନ୍ତ୍ରୀ ଓ ରାଷ୍ଟ୍ରୀୟ ନେତା ଆସିବେ ସମସ୍ତଙ୍କ ଗସ୍ତକୁ ବିରୋଧ କରିବ ଛାତ୍ର କଂଗ୍ରେସ । ଗତକାଲି ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ହୋଇଥିବା ରାଲିରେ କେନ୍ଦ୍ରୀୟ ବିଜେପି ନେତାଙ୍କୁ ବିରୋଧ କରିବ ବୋଲି ଚେତାବନୀ ଦେଇଥିଲା ଛାତ୍ର କଂଗ୍ରେସ ।

ନୀଳାଦ୍ରି ବିହାର ସାଇନ୍ସ ପାର୍କ ବସ୍ତିରୁ ହରିଣ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ନୀଳାଦ୍ରି ବିହାର ସାଇନ୍ସ ପାର୍କ ବସ୍ତିରୁ ହରିଣ ଉଦ୍ଧାର ହୋଇଛି । ହରିଣଟି ଭରତପୁର ଜଙ୍ଗଲର କାନ୍ଥ ଡେଇଁ ଜନ ବସତି ଆଡ଼କୁ ପଳାଇ ଆସିଥିଲା । ଜଙ୍ଗଲ କଡ଼ରେ ଥିବା ପାଚେରୀ ଡେଇଁ ପାର ହୋଇଥିବାରୁ ହରିଣ ଟିର ଗୋଡ, ସିଙ୍ଗ ଓ ବେକରେ ଆଘାତ ଲାଗିଛି ।

A Deer Rescued From Niladri Vihar BBSR

ସ୍ୱେଚ୍ଛାସେବୀ ସଂସ୍ଥା ‘ସେବା ହିଁ ସଂକଳ୍ପୃ’ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ହରିଣର ପ୍ରାଥମିକ ଚିତ୍କିସା ପରେ ଭରତପୁର ବନ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି । ହରିଣଟିକୁ ଖାଇବାକୁ ଦେବା ସହ ଚିକିତ୍ସା କରିଥିଲେ ବନ କର୍ମଚାରୀ । ହରିଣଟି ଆହତ ଥିବାରୁ ତାକୁ ସ୍ୱତନ୍ତ୍ର ରୁମରେ ରଖା ଯାଇଛି ।

ଭିଜିଲାନ୍ସ ରେଡ୍ ବେଳେ ଖସିଗଲେ ବିଇଓ, ଡ୍ରରୁ ମିଳିଲା ୨୦ ହଜାର ଲାଞ୍ଚ ଟଙ୍କା

କେନ୍ଦ୍ରାପଡ଼ା: ଭିଜିଲାନ୍ସକୁ ଚକମା ଦେଇ ଖସିଗଲେ ମାର୍ଶାଘାଇ ବ୍ଲକ ଶିକ୍ଷା ଅଧିକାରୀ । ମାର୍ଶାଘାଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ ସେକ୍ସନ ଅଫିସର ଭଞ୍ଜକିଶୋର ନାୟକ ଗତ ଫେବ୍ରୁଆରୀ ମାସରେ ଅବସର ଗ୍ରହଣ କରିଥିଲେ । ଭଞ୍ଜକିଶୋରଙ୍କ ଗ୍ରାଚୁଇଟି ଓ ପେନସନ୍ କରାଇ ଦେବାକୁ ବ୍ଲକ ଶିକ୍ଷାଧିକାରୀ ଶତ୍ରୁଘ୍ନ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ।

Marshaghai BEO Escaped During Vigilance Raid

କେମିକାଲ୍ ବୋଳା ୨୦ ହଜାର ଲାଞ୍ଚ ଟଙ୍କା ନେଇ ଅଫିସ୍ ଟେବୁଲ ଡ୍ରରେ ରଖୁଥିବା ବେଳେ କଟକ ଓ କେନ୍ଦ୍ରାପଡ଼ାର ଭିଜିଲାନ୍ସ ବିଭାଗର ଏକ ସ୍ଵତନ୍ତ୍ର ଟିମ ତାଙ୍କୁ ଧରିବା ପାଇଁ ଯିବା ସମୟରେ ବ୍ଲକ ଶିକ୍ଷାଧିକାରୀ ଶତ୍ରୁଘ୍ନ ବେହେରା କୌଶଳକ୍ରମେ ଖସି ପଳାଇ ଯାଇଛନ୍ତି । ବିଇଓଙ୍କ ଅଫିସ ଡ୍ରରୁ କେମିକାଲ ବୋଳା ୨୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ ।

ଘଟଣା ସମ୍ପର୍କରେ ଜାଣିଥିବା ୨ ଜଣ କର୍ମଚାରୀଙ୍କୁ ଭିଜିଲାନ୍ସ ବିଭାଗ ଉଠାଇ ଆଣି ତଦନ୍ତ ଜାରି ରଖିଛି । ବିଇଓ ଶତ୍ରୁଘ୍ନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ । ତଦନ୍ତ ଚାଲୁଥିବାରୁ ଏନେଇ ଭିଜିଲାନ୍ସ ବିଭାଗ ଏବଂ ଅଭିଯୋଗକାରୀ ଭଞ୍ଜ କିଶୋରଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଖଣି ମାଲିକ ଜିତେନ୍ଦ୍ର ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଇଡିର ଚଢାଉ

ଭୁବନେଶ୍ୱର: ଖଣି ମାଲିକ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଇଡିର ଚଢାଉ । ଜିତେନ୍ଦ୍ରଙ୍କ ଚାରୋଟି ଖଣି ଉପରେ ଚଢାଉ ହୋଇଛି । ମନି ଲଣ୍ଡରିଂ ମାମଲାରେ   ସକାଳୁ ଚଢାଉ କରିଛି ଇଡି । ଯୋଡାର ଦୁଇଟି ଓ ଭୁବନେଶ୍ବରର ଦୁଇଟି କାର୍ଯ୍ୟାଳୟରେ ଚଢାଉ ଚାଲିଛି ।

ପୂର୍ବତନ ବିଧାୟକ ଜିତେନ୍ଦ୍ର ପଟ୍ଟନାୟକଙ୍କ କାର୍ଯ୍ୟାଳୟରେ ଚଢାଉ । ଆଜି ସକାଳ ୮ଟାରୁ ଯୋଡାର ୨ଟି ଓ ଭୁବନେଶ୍ବରର ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭିଜିଲାନ୍ସ ପକ୍ଷରୁ ରୁଜୁ ହୋଇଥିବା ଏକ ମାମଲା ଆଧାରରେ ଇଡି ରେଡ୍ କରୁଥିବା ସୂଚନା ମିଳିଛି ।

 

ଦୁର୍ବଳ ହେଲା ’ଅସାନି’, ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା

ଭୁବନେଶ୍ୱର: ଆଜି ରାତିରେ ଗଭୀର ଅବପାତ ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା ଅସାନି । ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରେ ‘ଅସାନି’ ଗତ କରୁଛି । ଘଣ୍ଟାପ୍ରତି ୬ କିମି ବେଗରେ ବାତ୍ୟା ଗତି କରୁଛି । ଗୋପାଳପୁରଠାରୁ ଦକ୍ଷିଣ-ପଶ୍ଚିମରେ ୫୨୦ କିମି ଦୂରରେ କେନ୍ଦ୍ରୀଭୂତ । ପୁରୀଠାରୁ ଦକ୍ଷିଣ-ପଶ୍ଚିମରେ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି ବାତ୍ୟା ଅସାନି । ମଚ୍ଛଲିପଟ୍ଟନମଠାରୁ ୪୦ କିଲୋମିଟର ଓ କାକିନାଡାଠାରୁ ୧୪୦ କିଲୋମିଟର ଦୂରରେ ରହିଛି ବାତ୍ୟା ଅସାନି ।

ଗତ ୬ ଘଣ୍ଟା ଧରି ୬ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା ଅସାନି । ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରର ନର୍ସାପୁର, ୟନମ୍, କାକିନାଡା, ଟୁନି ଓ ବିଶାଖାପାଟ୍ଟନମ୍ ଉପକୂଳ ଦେଇ ପୁଣି ସମୁଦ୍ରରେ ଗତି କରିବ । କାକିନାଡାଠାରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିବ । ଏହା ପ୍ରଭାବରେ ଆଜି ଆନ୍ଧ୍ର ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

ଓଡ଼ିଶା ଉପକୂଳଠାରୁ ବାତ୍ୟା ସମୁଦ୍ର ମଧ୍ୟରେ ବହୁ ଦୂରରେ ଅତିକ୍ରମ କରିବ । ସେତେବେଳକୁ ଏହା ଅବପାତର ରୂପ ନେଇସାରିଥିବ । ସେପଟେ ଆସନ୍ତା ୧୩ ତାରିଖରୁ ରାଜ୍ୟରେ ପାଗ ବଦଳିବ । ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା । ବାତ୍ୟା ଦୁର୍ବଳ ହେଉଥିବାରୁ ରାଜ୍ୟରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ । ବାତ୍ୟା ଦୁର୍ବଳ ହୋଇ କାଲି ଅବପାତର ରୂପ ନେବା ସମ୍ଭାବନା । ହେଲେ ଏହାର ପ୍ରଭାବରେ ରାଜ୍ୟର ୧୦ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ,ରାୟଗଡା, ଗଞ୍ଜାମ,ନବରଙ୍ଗପୁର, ଗଜପତି ,କେଉଁଝର, ମୟୁରଭଞ୍ଜଓ ପୁରୀରେ ବର୍ଷା ସମ୍ଭାବନା ରହିଛି ।

ଅନ୍ୟପଟେ ୧୨ ତାରିଖ ରାତି ଯାଏଁ ସମୁଦ୍ର ଅଶାନ୍ତ ରହିବ ଆସନ୍ତା କିଛି ଘଣ୍ଟାରେ ଓଡିଶା ଉପକୂଳବର୍ତ୍ତୀ ଜିଲ୍ଳାଗୁଡିକରେ ୪୦ରୁ ୫୦ କିମି ଏବଂ ଝଟକା ପବନ ୬୦ କିମି ବେଗରେ ପବନ ବହିପାରେ । ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ପୁରୀ, ଚାନ୍ଦବାଲି/ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

 

କାକିନାଡାରେ ଲ୍ୟାଣ୍ଡଫଲ କରିବ ଅସାନି ! ବର୍ତ୍ତମାନ ୮୦ରୁ ୮୫ କିଲୋମିଟର ବେଗରେ ପବନ ବହୁଥିବା ରେକର୍ଡ

ଅମରାବତୀ:  ବାତ୍ୟା ଅସାନି ପ୍ରଭାବରେ ଆନ୍ଧ୍ରପ୍ରଦେଶ ସମେତ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବାତ୍ୟା ଦୂର୍ବଳ ହେଉଥିଲେ ବି ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ପରିମାଣ ବଢ଼ିଛି । ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟା ଆହୁରି ଦୂର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର । ଆନ୍ଧ୍ରର ବିଭିନ୍ନ ସ୍ଥାନରେ ୮୦ରୁ ୮୫ କିଲୋମିଟର ବେଗରେ ପବନ ବହୁଥିବା ରେକର୍ଡ ହୋଇଛି ।

ଆସନ୍ତା କିଛି ଘଣ୍ଟା ମଧ୍ୟରେ ବାତ୍ୟା ଆନ୍ଧ୍ର ଉପକୂଳରେ ପହଞ୍ଚିବା ପରେ ପୁଣି ସମୁଦ୍ରକୁ ରିକର୍ଭ କରିବ । ଏହା ପ୍ରଭାବରେ ଆନ୍ଧ୍ରର ମାଚିଲିପାଟନମ, ନରସାପୁର, ୟାନମ, କାକିନଡ଼ା, ଟୁନି, ବିଶାଖାପାଟଣା ଆଜି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ଗୋପାଳପୁର ଠାରୁ ଦକ୍ଷିଣ-ପଶ୍ଚିମରେ ୫୨୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୬୩୦ କିମି ଦୂରରେ ରହିଛି ବାତ୍ୟା ଅସାନି ।

ବର୍ତମାନ ଏହାର ଗତି ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୬କିମି ରହିଛି । ୧୨ ତାରିଖ ସକାଳ ସୁଦ୍ଧା ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି । କାକିନାଡାରେ କରିପାରେ ଲ୍ୟାଣ୍ଡଫଲ କରିବା ନେଇ କୁହାଯାଇଛି ।

ବାତ୍ୟା ଆଶଙ୍କାରେ ବଢ଼ିଲା ଆଳୁ ଦର, ପଶ୍ଚିମବଙ୍ଗରୁ ଆଳୁ ଆସିଲେ ନିୟନ୍ତ୍ରିତ ହେବ ଦର

ଭୁବନେଶ୍ୱର: ବାତ୍ୟା ଆଶଙ୍କାରେ ବଢ଼ିଛି ଆଳୁ ଦର । ପଶ୍ଚିମବଙ୍ଗର ପରିବହନ ଦର ଅନୁସାରେ ଦର ବୃଦ୍ଧି ପାଏ । ତେବେ ବାତ୍ୟା ଅସାନି ଓଡ଼ିଶାରେ ଲାଣ୍ଡଫଲ କରିବନି । ଯାହା ଫଳରେ ଓଡ଼ିଶାରେ ବିଶେଷ ଭାବରେ କିଛି କ୍ଷୟକ୍ଷତି ହେବ ନାହିଁ । ତେଣୁ ଯଦି ଆଳୁ ଠିକ ଭାବେ ପଶ୍ଚିମବଙ୍ଗରୁ ଆସେ ତେବେ ଦର କମିବ ବୋଲି କହିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ।

ବର୍ତ୍ତମାନ ଆଳୁ କୁଇଣ୍ଟାଲ ପିଛା ୧୯୦୦ ଟଙ୍କାରେ ବିକ୍ରି ହେଉଛି। ଯେଉଁ ସବୁ ସ୍ଥାନରେ ଆଳୁ ଓ ପିଆଜ ଚଢ଼ା ଦରରେ ବିକ୍ରି ହେଉଛି ସେହି ସବୁ ସ୍ଥାନରେ ଏନ୍ଫୋର୍ସମେଣ୍ଟ ଟିମକୁ ରେଡ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ । ଆଜି ସନ୍ଧ୍ୟା ସୁଦ୍ଧା ୫ରୁ ୬ଟି ସ୍ଥାନରେ ରେଡ୍‌ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।