ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କଲେ ଅନୁଭବ

କଟକ:  ବର୍ଷା ପ୍ରିୟଦର୍ଶିନୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେଅନୁଭବ ମହାନ୍ତି  । କଟକ ଏସଡିଜେଏମ ଅଦାଲତଙ୍କ  ନିର୍ଦ୍ଦେଶ କ୍ରମେ ସାଂସଦ ଅନୁଭବ ମହାନ୍ତି, ଆଜି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିଛନ୍ତି । ଟଙ୍କା ଜମା କରିବା ପରେ ଅନୁଭବ ଓ ତାଙ୍କ ଓକିଲ କୋର୍ଟଙ୍କୁ ଅବଗତ କରାଇଛନ୍ତି । କୋର୍ଟରେ ହାଜର ହୋଇ ଟଙ୍କା ଜମା କରାଯାଇଥିବା ଅବଗତ କରିଛନ୍ତି ଅନୁଭବ।

ପ୍ରତି ମାସ ୧୦ ତାରିଖ କିମ୍ବା ଏହାର ପୂର୍ବରୁ ବର୍ଷାଙ୍କ ଆକାଉଣ୍ଟ ରେ ୩୦ ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।ଅନୁଭବ ଙ୍କ ପିଟିସନକୁ କୋର୍ଟ ଗ୍ରହଣ କରି ଏପରି ନିର୍ଦ୍ଦେଶ ଦେଇଥିଲେ । ବର୍ଷାଙ୍କ ରହଣି ପାଇଁ ଏହି ୩୦ ହଜାର ଟଙ୍କା ଜମା କରିବାକୁ ନେଇ ସ୍ୱାମୀ ଅନୁଭବ ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ  । ଅନୁଭବ ପିଟିସନରେ ଉଲ୍ଲେଖ କରିଥିଲେ ଯେ,   ବାପାଙ୍କ ଦେହ ଅସୁସ୍ଥ ଥିବାରୁ ବର୍ଷା, ଅନୁଭବଙ୍କ ପୈତୃକ ସମ୍ପତ୍ତି ପରିତ୍ୟାଗ କରନ୍ତୁ  । ଅର୍ଥାତ ବର୍ଷା ପ୍ରିୟଦର୍ଶିନୀ ଶାଶୁ ଘର ଛାଡି ଭଡ଼ା ଘରେ ରହିବାକୁ ନିବେଦନ କରିଥିଲେ  ।

ତେବେ କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ  । ଏବଂ ବର୍ଷାଙ୍କୁ ମାସିକ ୩୦ ହଜାର ଟଙ୍କା ଚଳିବା ପାଇଁ ପ୍ରଦାନ କରିବା ନିମନ୍ତେ ସ୍ୱାମୀ ଅନୁଭବ ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ  । ପ୍ରଥମ ମାସିକ ଟଙ୍କା ପୈଠ କରିବାର ଦୁଇ ମାସ ମଧ୍ୟରେ  ବର୍ଷା ଅନୁଭବଙ୍କ ପୈତୃକ ସମ୍ପତ୍ତି ଛାଡି ଅନ୍ୟତ୍ର ରହିବେ ବୋଲି କୋର୍ଟଙ୍କ ନିର୍ଦେଶ ରହିଛି। ତେବେ ଅନୁଭବ ମହାନ୍ତି ଆଜି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆକାଉଣ୍ଟକୁ ଅଗ୍ରୀମ ୩୦ ହଜାର ଟଙ୍କା ପ୍ରଦାନ କରିଛନ୍ତି  ।