ରାୟ ଦେଲା କାଳିଆ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀମନ୍ଦିର ସେବାୟତ

1 min read
ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଶ୍ରୀମନ୍ଦିର ସେବାୟତ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ରାୟ ପ୍ରକାଶ ପାଇବା ପରେ ଆନନ୍ଦିତ ହୋଇଛନ୍ତି ସେବାୟତ ସମୂହ । ଆଗାମୀ ଦିନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଶ୍ରୀମନ୍ଦିର ଶ୍ରୀ ବୃଦ୍ଧିରେ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାକୁ ସାଧୁବାଦ ଜଣାଇଛନ୍ତି ସେବାୟତ  ।
ସୁପ୍ରିମକୋର୍ଟଙ୍କ ରାୟ ହିଁ ଆନନ୍ଦର ଲହରି ବିଛାଇଦେଇଛି  । କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଶ୍ରୀକ୍ଷେତ୍ରର ନୂତନ ନକ୍ସା ପୂର୍ଣ୍ଣ ହେବାକୁ ଯାଉଛି  । ଯେଉଁଥିପାଇଁ ଶ୍ରୀମନ୍ଦିରର ସେବାୟତ ମାନେ ମୁକ୍ୟମନ୍ତ୍ରୀଙ୍କୁ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରିଥିଲେ  ।  ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ  ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ସେବାୟତ । ଆଗାମୀ ଦିନରେ ରଥଯାତ୍ରା ହେବାକୁ ଯାଉଥିବାବେଳେ କିପରି ସୁରୁଖୁରୁରେ କାର୍ଯ୍ୟ ସମାପନ୍ନ ହେବ ସେନେଇ ମଧ୍ୟ ଆଲୋଚନା କରିଥିଲେ  ।
ଏଥି ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ଆଲୋଚନା କରିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏହି ସେବାୟତ ବୃନ୍ଦ  । ନିକଟରେ ଉପସ୍ଥିତ ରହିଛନ୍ତି 5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ  । ସେହିପରି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ନିକଟରେ ଉପସ୍ଥିତ ରହିଛନ୍ତି  ।