ଅମାନତ ହରାଇଲା ବିଜେପି, ବିଜୟ ବାନା ଉଡାଇଲା ବିଜେଡି

ବ୍ରଜରାଜନଗର: ବ୍ରଜରାଜନଗର ଉପ ନିର୍ବାଚନରେ ବିରୋଧି ବିଜେପିର ଦୟନୀୟ ସ୍ଥିତି । ବିଜୁ ଜନତା ଦଳର ପ୍ରାର୍ଥୀ ଅଳକା ମହାନ୍ତି କରିଛନ୍ତି ହ୍ୟାଟ୍ରିକ ଜିତ  । ପାଖାପାଖି ୯୪ ହଜାର ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାର୍ଥୀ  । ସେପଟେ ବିପକ୍ଷ ପ୍ରାର୍ଥୀ ତଥା ବିଜେପିରୁ ବିଧାୟିକା ପ୍ରାର୍ଥୀ ହୋଇଥିବା ରାଧାରାଣୀ ପଣ୍ଡା ଅମାନତ ହରାଇଛନ୍ତି  ।  ମୋଟ ଭୋଟର ଏକ ଷଷ୍ଠାଂଶରୁ କମ ଭୋଟ ପାଇଛନ୍ତି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ।

ଉପନିର୍ବାଚନରେ ପଡ଼ିଥିବା ମୋଟ ୧ ଲକ୍ଷ ୫୩ ହଜାର ୯୬ ଭୋଟ ମଧ୍ୟରୁ ବିଜେପିକୁ ମିଳିଛି ୨୨ ହଜାର ୫୬୦ ଖଣ୍ଡ ଭୋଟ୍ । ଜନପ୍ରତିନିଧି ଆଇନ ଅନୁସାରେ ମୋଟ ଭୋଟର ୧୬ ଦଶମିକ ୭ ପ୍ରତିଶତରୁ କମ ଭୋଟ ମିଳିଲେ ପ୍ରାର୍ଥୀ ନିଜର ଅମାନତ ରାଶି ହରାଇଥାନ୍ତି । ସେହି ଅନୁସାରେ ସର୍ବନିମ୍ନ ୨୫ ହଜାର ୫୧୬ ଖଣ୍ଡ ଭୋଟ୍ ମିଳିଥିଲେ ଅମାନତ ରାଶି ବଞ୍ଚିରହିଥାନ୍ତା । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଏଥିରୁ କମ ଭୋଟ ପାଇଥିବାରୁ ଅମାନତ ହରାଇଛନ୍ତି  ।