spot_img
Home Blog Page 4390

ରାଷ୍ଟ୍ରପତି ଗୋଟାବାୟା ଗୋ-ବ୍ୟାକ ଧ୍ୱନିରେ କମ୍ପୁଛି ଶ୍ରୀଲଙ୍କା, ଆନ୍ଦୋଳନରେ ସାମିଲ ବୌଦ୍ଧ ସନ୍ନ୍ୟାସୀ

କଲମ୍ବୋ: ଘନୀଭୂତ ହେଉଛି ଶ୍ରୀଲଙ୍କା ସଂକଟ । ସାରା ଦେଶରେ ଜାରି ରହିଛି ବିକ୍ଷୋଭ ଆନ୍ଦୋଳନ । ରାସ୍ତାଘାଟରେ ସରକାର ବିରୋଧୀ ସ୍ୱର । ତେଣେ ଦେଶରେ ଦରବୃଦ୍ଧି ତୀବ୍ର ଆକାର ଧାରଣ କରିଛି । ଆନ୍ଦୋଳନକାରୀଙ୍କୁ ଘଉଡାଇବା ଲାଗି ପୋଲିସ ପ୍ରୟୋଗ କରିଛି ଲୁହବୁହା ଗ୍ୟାସ । ଶ୍ରୀଲଙ୍କାରେ ଚାଲିଥିବା ଏହି ଆନ୍ଦୋଳନରେ ବିଭିନ୍ନ ସ୍ଥାନରେ ସାମିଲ ହୋଇଛନ୍ତି ଶହ ଶହ ଛାତ୍ର । ଦେଶରେ ବର୍ତ୍ତମାନ ଖାଦ୍ୟ, ଇନ୍ଧନ, ମେଡିସିନର ବ୍ୟାପକ ଅଭାବ ଦେଖାଦେଇଛି । ଆନ୍ଦୋଳନକାରୀମାନେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ଦାବିରେ ଅଟଳ ଅଛନ୍ତି ।

ଶ୍ରୀଲଙ୍କାରେ ହୋଇଥିବା ଆନ୍ଦୋଳନରେ ବହୁ ସଂଖ୍ୟକ ବୌଦ୍ଧ ସନ୍ନ୍ୟାସୀ ସାମିଲ ହୋଇଛନ୍ତି । ସାରା ଦେଶରେ ଆନ୍ଦୋଳନକାରୀମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ଗୋଟାବାୟା ଗୋ ବ୍ୟାକ ଧ୍ୱନି ଦେଇଛନ୍ତି । ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କ ସୁଧହାର ୭୦୦ ବେସିସ ପଏଣ୍ଟ ବୃଦ୍ଧି କରିଛନ୍ତି । ତେଣେ ଦେଶର ଋଣଭାର ୫୧ ବିଲିୟନ ଡଲାର ହୋଇଥିବା ଯୋଗୁ ବହୁ ଆନ୍ତର୍ଜାତିକ ସଂସ୍ଥା ଶ୍ରୀଲଙ୍କାର ରେଟିଂକୁ ହ୍ରାସ କରିଛନ୍ତି ।

ଅଜବ ଗଜବ ବିହାର, ଚୋରି ହୋଇଗଲା ବ୍ରିଜ୍ !

ପାଟନା: ବିହାରର ରୋହତାଶ ଜିଲ୍ଲାର ସାସାରାମରେ ଦିନରେ ଲୁହାର ପୋଲ ଚୋରି ହୋଇଥିବା ମାମଲା ସାମ୍ନାକୁ ଆସିଛି । ଚୋର ଜଳସେଚନ ବିଭାଗର କର୍ମଚାରୀ ହୋଇ ଗାଁ’କୁ ଆସିଲେ ଏବଂ ଜେସିବି ମାଧ୍ୟମରେ ପୋଲ ଭାଙ୍ଗି ଚୋରି କରିନେଲେ। ଏହାପରେ ଗ୍ୟାସ୍‌ କଟର ଦ୍ୱାରା କାଟି ଲୁହା ଟ୍ରାକ୍‌ ଉପରେ ଲଦି ନେଇଗଲେ  । ଆଶ୍ଚର୍ଯ୍ୟର କଥା ହେଉଛି ଏତେ ବଡ଼ ଚୋରି ହୋଇଗଲା, କିନ୍ତୁ ବିଭାଗକୁ ତିଳେମାତ୍ର ଖବର ପହଞ୍ଚିଲା ନାହିଁ ।  ତେବେ ଚୋରିର ତିନି ଦିନ ପରେ ବିଭାଗ ଅଜଣା ଚୋରଙ୍କ ବିରୋଧରେ ମାମଲା ରୁଜୁ କରିଛି ।

୪୭ ବର୍ଷ ପୁରୁଣା ପୋଲ ଜିଲ୍ଲାର ନାସରିଗଞ୍ଜ ଅଞ୍ଚଳର ଅମିୟାବାରଠାରେ ନିର୍ମିତ ହୋଇଥିଲା । ଯାହାର ଲମ୍ବ ୧୦୦ ଫୁଟ ଏବଂ ପ୍ରସ୍ଥ ୧୦ ଥିଲା ୧୦ ଫୁଟ । ତେବେ ପୋଲରେ ପ୍ରାୟ ୫ ଶହ ଟନ୍‌ ଲୁହା ଲାଗିଥିଲା ବୋଲି କୁହାଯାଉଛି । ଚୋର ପୋଲ ଭାଙ୍ଗିବା ବେଳେ ଗାଁ ଲୋକ ପ୍ରଶ୍ନ କରିଥିଲେ, କିନ୍ତୁ ଜଳସେଚନ ବିଭାଗର କର୍ମଚାରୀର ପରିଚୟ ଦେଇ କାମକୁ ସହଜ କରି ଦେଇଥିଲେ ମିଛ କର୍ମଚାରୀ ବା ଚୋର ।

ଜଣେ ଗ୍ରାମବାସୀଙ୍କ କହିବା ହେଉଛି ପୂର୍ବରୁ ନହରରେ କୌଣସି ପୋଲ ନଥିଲା । ଲୋକ ଡଙ୍ଗା ମାଧ୍ୟମରେ ନଈ ପାର ହେଉଥିଲେ । କିନ୍ତୁ ୧୯୬୬ ମସିହାରେ ଗ୍ରାମବାସୀ ନଈ ପାର ହେବାବେଳେ ଡଙ୍ଗାଟି ବୁଡ଼ି ଯାଇ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହାପରେ ୧୯୭୨ରୁ ୧୯୭୫ ମଧ୍ୟରେ ପୋଲ ନିର୍ମାଣ ହୋଇଥିଲା । କିନ୍ତୁ ଏହା ଆଂଶିକ ଭାବରେ କ୍ଷତିଗ୍ରସ୍ତ ହେବାରୁ ଅନ୍ୟ ଏକ ପୋଲ ନିର୍ମାଣ କରାଗଲା ।ଏହି ପୋଲ ବ୍ୟବହାର ହେଉନଥିବାରୁ ଲୋକ ଚୋରଙ୍କ ଚାଲାକି ବୁଝି ପାରିଲେନି । ଚୋରଙ୍କୁ ସତ ଜଳସେଚନ କର୍ମଚାରୀ ବୋଲି ଭାବିନେଲେ । ତେବେ ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନଥିବା କହିଛନ୍ତି ଜଳସେଚନ ବିଭାଗର ଜୁନିଅର ଇଞ୍ଜିନିୟର ।

ଆଲିଆ ଭଟ୍ଟ ନୁହନ୍ତି ଭାରତୀୟ ନାଗରିକ ! ବିବାହ ପରେ ବଦଳାଇ ପାରନ୍ତି ନାଗରିକତା

ମୁମ୍ବାଇ: ବି-ଟାଉନରେ ଏବେ ବାହାଘର ମାହୋଲ୍। ଖୁବଶୀଘ୍ର ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ଏହି ଲଭବାର୍ଡ। ଆଲିଆ ହେବେ ମିସେସ୍‌ ରଣବୀର କପୁର। ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ ବିବାହ ହେବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ହେଲେ ଆପଣ ଜାଣନ୍ତି କି ଆଲିଆ ଭାରତୀୟ ନୁହଁନ୍ତି। ଅକ୍ଷୟ କୁମାର ଓ ଜ୍ୟକଲିନ ଫର୍ଣ୍ଣାଣ୍ଡେଜଙ୍କ ପରି ସେ ମଧ୍ଯ ଜଣେ ବିଦେଶୀ ନାଗରିକ।

ଏତେ କମ ବୟସରେ ବଲିଉଡରେ ନିଜର ଏକପ୍ରକାରର ଦବଦବା ବନାଇସାରିଲେଣି ଆଲିଆ। ଏବେ ତାଙ୍କ ନାଁ ଭାରତର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ଯରେ ଗଣାଯାଉଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବ ଯେ ଭାରତୀୟ ସିନେମାରେ ପରିଚୟ ପାଇଥିବା ଆଲିଆଙ୍କ ପାଖରେ କିନ୍ତୁ ଭାରତୀୟ ନାଗରିକତା ନାହିଁ। ତାଙ୍କ ପାଖରେ ଅଛି ବ୍ରିଟିଶ୍ ନାଗରିକତା। ଆଉ ଏହି କାରଣ ପାଇଁ ସେ ଭରତରେ ସରକାର ଗଠନ ପାଇଁ ନିଜର ମତ ବି ସାବ୍ୟସ୍ତ କରିପାରନ୍ତି ନାହିଁ।

ଆଲିଆଙ୍କ ବ୍ରିଟିଶ ନାଗରିକତା ନେଇ ପିତାମହଶ ଭଟ୍ଟ ଏକ ସାକ୍ଷାତକାରରେ କହିଥିଲେ ଯେ ଆଲିଆଙ୍କ ମାଆ ସୋନି ରାଜଦାନ ବ୍ରିଟିଶ ନାଗରିକ । ଆଲିଆଙ୍କ ଜନ୍ମ ବର୍ମିଙ୍ଘମରେ ହୋଇଥିଲା । ତେଣୁ ତାଙ୍କୁ ବ୍ରିଟିଶ ନାଗରିକତ୍ୱ ମିଳିଛି। ଆଲିଆ ମଧ୍ଯ ଅନେକଥର ନିଜ ପାଖରେ ଭାରତୀୟ ନାଗରିକତା ନଥିବାର ଦୁଃଖ ପ୍ରକାଶ କରିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଭାରତରେ ତ  ଦ୍ୱୈତତ ନାଗରିକତାର କୌଣସି ନିୟମ ନାହିଁ। ତେବେ ଆଲିଆ ରଣବୀର କପୁରଙ୍କୁ ବିବାହ କରିବା ପରେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିବେ କି?

ଜଣାଇଦେବାକୁ ଚାହୁଁ ଯେ ଅକ୍ଷୟ କୁମାର ବହୁ ବର୍ଷ ପୂର୍ବେ ଭାରତୀୟ ନାଗରିକତ୍ୱ ଛାଡି କାନାଡାର ନାଗରିକତ୍ୱ ପାଇଥିଲେ। ଏଭଳି ପରିସ୍ଥିତିରେ, ଆମର ଭାରତୀୟ ନିୟମ ଅନୁଯାୟୀ, ଅକ୍ଷୟ ଜଣେ ଭାରତୀୟ ନାଗରିକ ନୁହଁନ୍ତି କିମ୍ବା ତାଙ୍କର ଏଠାରେ ଭୋଟ୍ ଦେବାର ଅଧିକାର ନାହିଁ। ଏଥି ସହିତ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କର ଶ୍ରୀଲଙ୍କା ନାଗରିକତା ରହିଛି। ଜ୍ୟାକଲିନଙ୍କ ପିତା ଶ୍ରୀଲଙ୍କାରୁ ଏବଂ ମା ମାଲେସିଆର। ଜ୍ୟାକଲିନ୍ ୨୦୦୬ରେ ମିସ୍ ୟୁନିଭର୍ସ ପାଇଁ ଶ୍ରୀଲଙ୍କାର ପ୍ରତିନିଧିତ୍ୱ କରିଥିଲେ।

ଚମକାଇ ଦେଇଛି ଇଣ୍ଟେଲିଜେନ୍ସ ରିପୋର୍ଟ, ୫ ମହିଳାଙ୍କୁ ଗର୍ଭବତୀ କରିଛନ୍ତି ଏଲିୟନ୍ସ 

ନନ୍ଦିଘୋଷ ବ୍ୟୁରୋ: ମହିଳାଙ୍କୁ ଗର୍ଭବତୀ କରୁଛନ୍ତି ଏଲିୟନ୍ସ  । ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣ ମହିଳା ଏଲିୟନ୍ସ ଦ୍ୱାରା ଗର୍ଭବତୀ  । ଛାତି ଥରାଇଦେଇଛି ଆମେରିକାର The Defence Inteligence Agencyର ରିପୋର୍ଟ  । Inteligence ରିପୋର୍ଟ  ବିଶ୍ୱବାସୀଙ୍କୁ ଭୟଭୀତ କରିଛି  । ରିପୋର୍ଟ କହୁଛି ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀରେ ୫ ଜଣ ମହିଳାଙ୍କୁ ଏଲିୟନ୍ସ କରିଛନ୍ତି ପ୍ରେଗନାଣ୍ଟ  ।

କେଉଁଠି ଅଛନ୍ତି ଏଲିୟନ୍ସ  । କେମିତି ଦେଖିବାକୁ  । ସତରେ କଣ ପୃଥିବୀ ବାହାରେ ରହିଛନ୍ତି ଏହି ଜୀବ  । ଯଦିବା ଏଲିୟନ୍ସକୁ ଥିବାନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ  । ଅନେକ ସମୟରେ କିଛି ଲୋକ ସେମାନଙ୍କୁ ଦେଖିଥିବା ଦାବି କରନ୍ତି  । ଅର୍ଥାତ ଏଲିୟନ୍ସ ସଂସ୍ପର୍ଶରେ ଆସିଥିବା ନେଇ କହିଥାନ୍ତି, କିନ୍ତୁ ଏହାର କୌଣସି ବାସ୍ତବ ପ୍ରମାଣ ମିଳିନଥାଏ  । ଏଲିୟନସ୍ କଥା ପଡ଼ିଲେ ଆମେ ସମସ୍ତେ ଗୁଜବ ବୋଲି ଧରିନେଇଥାଉ   । କିନ୍ତୁ ଆମେରିକାର ଏକ ଗବେଷଣା ସଂସ୍ଥା ଏବଂ ଏହାର ରିସର୍ଚର ମାନଙ୍କ ତଥ୍ୟ ଭୟବୀତ କରିଥିଲା  । ଏଲିୟନ୍ସର ସିକ୍ରେଟ ଦୁନିଆ ବିଷୟରେ ଉଲ୍ଲେଖ କରିଥିଲେ ରିସର୍ଚ୍ଚର ମାନେ  ।

ପେଣ୍ଟାଗନ ଦ୍ୱାରା ପ୍ରକାଶ ପାୱଇଥିବା ରିପୋର୍ଟ ଏହି ଘଟଣାରେ ଆହୁରି ରୋଚକ କରିଛି  । ଏଲିୟନ୍ସକୁ ନେଇ ଉଠୁଥିବା ନିଆଁରେ ଘିଅ ଢାଳିଛି  । ପେଣ୍ଟାଗନ ରିପୋର୍ଟ ମୁତାବିକ ପୃଥିବୀର ମହିଳାଙ୍କୁ ପ୍ରେଗନାଣ୍ଟ କରୁଛନ୍ତି ଏଲିୟନ୍ସ  । ଏମିତିକି ସେମାନଙ୍କ ଗ୍ରହକୁ ବୁଲାଇନେବା ପାଇଁ ମଧ୍ୟ କହୁଥିବା ଉଲ୍ଲେଖ ରହିଛି  । ଉକ୍ତ ଫାଇଲ ଢିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସି ଦ୍ୱାରା ଫ୍ରିଡମ୍ ଅଫ୍ ଇନଫରମେସନ ରିପୋର୍ଟ୍ସରେ ରିଲିଜ କରାଯାଇଛି  । ସେହିପରି ଦ ସନ୍ସରେ ପ୍ରକାଶ ପାଇଥିବା ଖବର ମୁତାବକ ଏଲିୟନ୍ସ ଦ୍ୱାରା ପୃଥିବୀର ୫ ଜଣ ମହିଳା ଗର୍ଭବତୀ ହୋଇଛନ୍ତି  । ଏବଂ ଏହି ମହିଳା ମାନଙ୍କ ପରିଚୟ ଗୋପନୀୟ ରଖାଯାଇଛି  ।

ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି କି, ଏଲିୟନ୍ସ ବା ୟୁଏଫଓ ସମ୍ପର୍କରେ ଯେଉଁ ମଣିଷ ମାନେ ଆସିଥାନ୍ତି ସେମାନଙ୍କ ଜୀବନ ପାଇଁ ବିପଦ ରହିଥାଏ  । ତେବେ ଯେଉଁ ମଣିଷ ମାନେ ଏଲିୟନ୍ସ ସମ୍ପର୍କରେ ଆସିଥିବା ଖବର ପ୍ରକାଶ ପାଇଛି  । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ କ୍ଷତି ଘଟିଛି । ଅର୍ଥାତ ୟୁଏଫଓର ରାଡିଏସନ ଯୋଗୁଁ କିଛି ଲୋକେ ଜଳି ଯାଇଛନ୍ତି  । ଏମିତିକି କିଛି ଜଣଙ୍କର ବ୍ରେନ ହେମ୍ରେଜ ବା ନର୍ମ ସିଷ୍ଟମ ଡ୍ୟାମେଜ ହୋଇଯାଇଥିବା ଜଣାପଡ଼ିଛି  । ଆମେରିକାର ବୈଜ୍ଞାନିକ  ମାନେ ଦୀର୍ଘ ଦିନ ଧରି ଏଲିୟନ୍ସର ସତ୍ତା ନେଇ ରିସର୍ଚ ଜାରି ରଖିଛନ୍ତି  । ଏହାରି ଭିତରେ ଯେଉଁ ବ୍ୟକ୍ତି ଏଲିୟନ୍ସଙ୍କୁ ଏନକାଉଣ୍ଟର କରିଥିବା ନେଇ ଦାବି କରୁଥିଲେ, ତାଙ୍କୁ ମେଡିକାଲ ଅବଜରବେସନରେ ରଖାଯାଇଛି  ।

ରିପୋର୍ଟରେ କୁହାଯାଇଛି କି ଏବେ ସୁଦ୍ଧା ପ୍ରାୟ ୩ଶହ ମାମଲା ଲୁକାୟିତ ରହିଛି  । ମାତ୍ର ୪୨ଟି କେସ ରେଜଷ୍ଟାର କରାଯାଇଛି  । ଏହାକୁ ଛାଡ଼ି ଆହୁରି ଅନେକ ଘଟଣା ରହିଛି, ଯେଉଁମାନେ ଏହି ଜୀବକୁ ଦେଖିଥିବା ଦାବି କରିଛନ୍ତି  । ବିଶ୍ୱରେ ଏମିତି ତିନୋଟି ଘଟଣା ରହିଛି, ଯଦି ଏହା ସାମ୍ନାକୁ ଆସେ ତେବେ ବିଶ୍ୱବାସୀ ଭୟଭୀତ ହୋଇପଡିବେ  । ଏଲିୟନ୍ସ ମାନେ ଏକ ଏୟାରକ୍ରାଫ୍ଟକୁ ଧ୍ୱସଂ କରିଦେଇଥିବା ନେଇ ଆମେରିକାର ଜଣେ ରିସର୍ଚ୍ଚରଙ୍କ ନିକଟରେ ପ୍ରମାଣ ରହିଛି  ।

ଦେଶକୁ ପୁଣି ଡରାଇଲା କରୋନା, ୫ ରାଜ୍ୟରେ ହାଇ ଆଲର୍ଟ୍

ନୂଆଦିଲ୍ଲୀ: ବିଶ୍ୱରେ ପୁଣି ବଢ଼ିଲାଣି କରୋନା ସଂକ୍ରମଣ । ଚୀନ ଓ ଆମେରିକାରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଚୀନ ଓ ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ମଧ୍ୟରେ ଭାରତର ପାଞ୍ଚଟି ରାଜ୍ୟକୁ ଚେତାବନୀ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦିଲ୍ଲୀ, ହରିଆଣା, କେରଳ, ମହାରାଷ୍ଟ୍ର ଓ ମିଜୋରାମ ସରକାରଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ସ୍ୱାସ୍ଥ୍ୟ ସଚିବ ରାଜ୍ୟମାନଙ୍କୁ ସଜାଗତା ବୃଦ୍ଧି କରିବାକୁ ଓ ସଂକ୍ରମଣ ହାର ବୃଦ୍ଧି ହେବାର କାରଣକୁ ଗମ୍ଭୀରତାର ସହ ଅନୁଧ୍ୟାନ କରିବାକୁ କହିଛନ୍ତି ।

ତେବେ ଏହାରି ମଧ୍ୟରେ ଗୁଜୁରାଟର ଜଣେ ବ୍ୟକ୍ତି କରୋନାର XE ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗୁଜୁରାଟରେ XM ଭାରିଆଣ୍ଟର ଗୋଟିଏ ମାମଲା ମଧ୍ୟ ଚିହ୍ନଟ ହୋଇଛି । କିଛି ଦିନ ପୂର୍ବରୁ ମୁମ୍ବାଇର ଜଣେ ମହିଳା XE ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଖବରକୁ ଖଣ୍ଡନ କରିଥିଲା ।

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି କି ଏହି ୫ଟି ରାଜ୍ୟ ଗୁଡିକରେ ପ୍ରତିଦିନ ପଜିଟିଭିଟି ରେଟ୍‌ ବୃଦ୍ଧି ପାଉଛି । ଅର୍ଥାତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରିସ୍ଥିତିକୁ ଗମ୍ଭୀରତାର ସହ ସମୀକ୍ଷା କରିବା ଉଚିତ୍ । ଯଦି ଆବଶ୍ୟକ ହୁଏ ତେବେ କୋଭିଡ-୧୯କୁ ନେଇ ନୂଆ ଗାଇଡଲାଇନ ଜାରି କରିବାକୁ କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଗୋଟିଏ ପଟେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଛି । କିନ୍ତୁ ଗତ ସପ୍ତାହ ମଧ୍ୟରେ ଦିଲ୍ଲୀ, ମହାରାଷ୍ଟ୍ର, ହରିଆଣା, କେରଳ ଏବଂ ମିଜୋରାମରେ ହଠାତ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ପାଇଛି । ଯାହା ଫଳରେ ଏହି ୫ଟି ରାଜ୍ୟକୁ କେନ୍ଦ୍ର ସରକାର ସତର୍କ ସୂଚନା ପଠାଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୩୫୩, ମହାରାଷ୍ଟ୍ରରେ ୧୧୩, ହରିଆଣାରେ ୩୩୬ ଓ ମିଜୋରାମରେ ୧୨୩ଟି ମାମଲା ଚିହ୍ନଟ ହୋଇଛି । ଯଦି ପୂରା ଦେଶ ସ୍ଥିତି କଥା କହିବା ତାହାଲେ ଗତ ୨୪ ଘଣ୍ଟାରେ ଭାରତରେ ୧,୧୦୯ଟି ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୪୩ ଜଣଙ୍କର ମୃତ୍ୟୁ ହୋଇଛି ।

ଗୋଟିଏ ଚାପୁଡା ପାଇଁ ୧୦ ବର୍ଷ ବ୍ୟାନ୍

 ଲସ୍‌ ଆଞ୍ଜେଲ୍ସ:  ଓସ୍କାର ସେରମନି ସମୟରେ ହଲିଉଡ ଅଭିନେତା ଓ୍ୱିଲ ସ୍ମିଥଙ୍କୁ କମେଡିଆନ୍‌ କ୍ରିସ୍‌ ରକଙ୍କୁ ଚାପୁଡ଼ା ମାରିବା ମହଙ୍ଗା ପଡ଼ିଛି । ‘ଏମାଡେମି ମୋଶନ ଅଫ୍‌ ପିକଚର ଆର୍ଟସ ଆଣ୍ଡ୍‌ ସାଇନ୍ସେଜ’ (ଓସ୍କାର) ଓ୍ୱିଲ ସ୍ମିଥଙ୍କ ଉପରେ ଶୁକ୍ରବାର ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିଷ୍ପତ୍ତି ପରେ ଓ୍ୱିଲ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଓସ୍କାରର କୌଣସି ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ନାହିଁ ।

ଏକାଡେମିର ଅଧ୍ୟକ୍ଷ ଡେଭିଡ ରୁବିନ୍‌ କହିଛନ୍ତିଯେ, ଚଳିତ ବର୍ଷ ଓସ୍କାର ସେରମନି ସମୟରେ  ମଞ୍ଚ ଉପରେ କ୍ରିସ୍‌ ରକଙ୍କୁ ଚାପୁଡ଼ା ମାରିଥିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ବୋର୍ଡ଼ ଅଫ୍‌ ଗଭର୍ଣ୍ଣର୍ସ ମଧ୍ୟ ଏହି ନିଷ୍ପତ୍ତିକୁ ସହମତି ଜଣାଇଛନ୍ତି ।  ଡେଭିଡ ଏହା ମଧ୍ୟ କହିଛନ୍ତିଯେ,  ସେହି ଘଟଣା ପରେ ଓ୍ୱିଲଙ୍କୁ ହଲିଉଡର ଡଲ୍ବି ଥିଏଟରରେ ବସିବାକୁ ଅନୁମତି ଦିଆଗଲା ଏବଂ ତାଙ୍କୁ ପୁରସ୍କାର ମଧ୍ୟ ଦିଆଗଲା, ଯାହାପରେ ଏକାଡେମିରେ ଆଲୋଚନା ଜୋର ଧରିଥିଲା ।

କାହିଁକି ରାଗିଥିଲେ ଓ୍ୱିଲ ସ୍ମିଥ୍‌ ?

୨୭ ମାର୍ଚ୍ଚ ଲସ୍‌ ଆଞ୍ଜେଲ୍ସର ଡଲ୍ବି ଥିଏଟରରେ ୯୪ ତମ ଓସ୍କାର ଆଓ୍ୱାର୍ଡ଼ ସେରମନି ଆୟୋଜିତ ହୋଇଥିଲା ।  ଏହି ସମୟରେ କମେଡିଆନ୍‌ କ୍ରିସ୍‌ ରକ୍‌ ଅଭିନେତା ଓ୍ୱିଲ ସ୍ମିଥଙ୍କ ପ

ତ୍ନୀ ଜେଡା ପିଙ୍କେଟଙ୍କ ରୋଗକୁ ନେଇ ମଜାକ୍‌ କରିଥିଲେ । ଯାହା ଓ୍ୱିଲଙ୍କ ପସନ୍ଦ ଆସିନଥିଲା । ହଠାତ୍‌ ସେ ନିଜ ସ୍ଥାନରୁ ଉଠିଆସି ମଞ୍ଚ ଉପରକୁ ଯାଇ କ୍ରିସଙ୍କୁ ଜୋରରେ ଏକ ଚାପୁଡ଼ା ମାରିଥିଲେ ।

ସୂଚନାଯୋଗ୍ୟ ଓ୍ୱିଲଙ୍କ ପତ୍ନୀଙ୍କ ଲାଣ୍ଡି ହେବାକୁ ନେଇ ମଜାକ୍‌ ଉଡ଼ାଇଥିଲେ ରକ୍‌ । ପିଙ୍କେଟ ଏକ ରୋଗ କାରଣରୁ ଲାଣ୍ଡି ହୋଇଥିଲେ । ତେବେ କମେଡିଆନଙ୍କୁ ଚାପୁଡ଼ା ମାରିବା ପରେ ଓ୍ୱିଲ ସ୍ମିଥ୍‌ ୨୯ ମାର୍ଚ୍ଚରେ ଏମାଡେମି ଅଫ୍‌ ମୋଶନ ପିକଚରରୁ ଇସ୍ତଫା ଦେଇ ଦେଇଥିଲେ ।  ତେବେ ମଞ୍ଚ ଉପରେ  ଘଟିଥିବା ଘଟଣାକୁ ନେଇ ଲଜ୍ଜିତ ବୋଲି ମଧ୍ୟ କହିଥିଲେ । ବୋର୍ଡ଼ ଯାହା ନିଷ୍ପତ୍ତି ନେବ ତାହାକୁ ଗ୍ରହଣ କରିବି ବୋଲି ସେ କହିଥିଲେ ।

ଦୁଇ ମହିଳାଙ୍କ ହାତରେ ଭୁବନେଶ୍ୱର ଦାୟିତ୍ୱ, ସ୍ୱୟଂ ସହାୟିକାରୁ ଶାସନ ଦାୟିତ୍ୱ ନେଲେ ମଞ୍ଜୁଲତା

ଭୁବନେଶ୍ୱର: ଦୁଇ ମହିଳାଙ୍କ ହାତରେ ଭୁବନେଶ୍ୱର ଦାୟିତ୍ୱ । ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ହେଲେ ଆଦିବାସୀ ଝିଅ ମଞ୍ଜୁଲତା କହଁର । ସ୍ବୟଂ ସହାୟିକାରୁ ଶାସନ ଦାୟିତ୍ୱ ନେଲେ ମଞ୍ଜୁଲତା କହଁର । ଅନ୍ୟ ଦଳର କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମଞ୍ଜୁଲତା । ୨୨ ନମ୍ବର ୱାର୍ଡ କର୍ପୋରେଟର ଭାବେ ସେ ଚଳିତ ପୌର ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି । ଫୁଲବାଣୀରେ ଜନ୍ମିତ ୨୭ ବର୍ଷୀୟା ମଞ୍ଜୁଲତା ଟେଲରିଂ କରନ୍ତି । ଏହାସହ ସେ ଏସଏଚଜି ସଦସ୍ୟା ମଧ୍ୟ ଅଛନ୍ତି । ସେ ସଦସ୍ୟା ଥିବା ଏସଏଚଜି ସଂସ୍ଥାରେ ହଳଦୀ, ପାମ୍ପଡ଼, ଫିନାଇଲ ପ୍ରମୁଖ ସାମଗ୍ରୀ ଉତ୍ପାଦନ କରାଯାଉଛି । ପ୍ରଥମ ଥର ପାଇଁ କର୍ପୋରେଟର ହୋଇଥିବା ମଞ୍ଜୁଲତା ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ପାସ୍‌ କରିଛନ୍ତି ।

କୋଲକାତାରେ ଅଜବ ଘଟଣା, ମଣିଷ ମରା ମାଙ୍କଡକୁ କାବୁ କରି ଜେଲ ପଠାଇଲା ବନ ବିଭାଗ

କୋଲକାତା: ମଣିଷ ମାରି ଜେଲରେ ମାଙ୍କଡ । ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ହେଲେ ଏହା ସତ । କୋଲକାତା ବାଙ୍କୁଡ଼ା ଜିଲ୍ଲା ସ୍ଥିତ ଗଙ୍ଗା ଜଲ୍ ଘାଟି ଲାଲପୁର ଗାଁରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲାସ୍ଥିତ ଲାଲପୁର ଗାଁରେ ମାଙ୍କଡର ଉପଦ୍ରବ ଯୋଗୁଁ ଗ୍ରାମବାସୀ ଆତଙ୍କିତ ରହିଥିଲେ । ତେବେ ଉପଦ୍ରବ କରୁଥିବା ମାଙ୍କଡଟି ସେହି ଗ୍ରାମର କହ୍ନେୟାଲାଲ କୁଣ୍ଡୁ ନାମକ ବ୍ୟକ୍ତି ମାଙ୍କଡ ଆକ୍ରମଣ କରିଥିଲା । ମାଙ୍କଡ ଆକ୍ରମଣରେ ଗୁରୁତୁର ହେବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ହସ୍ପିଟାଲରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିଲା ।

କହ୍ନେୟାଲାଲ କୁଣ୍ଡୁଙ୍କ ମୃତ୍ୟୁ ପରେ ମାଙ୍କଡକୁ କାବୁ କରିଥିଲା ବନ ବିଭାଗ । ମାଙ୍କଡକୁ କାବୁ କରିବା ପରେ ଜେଲରେ ବନ୍ଦୀ କରି ରଖିଛି । ମାଙ୍କଡର ସ୍ୱାସ୍ଥ୍ୟ ପରକ୍ଷା କରାଯିବ । ତେବେ ଜେଲରେ ବନ୍ଦୀ ଭାବରେ ରହିଥିବା ହନୁ ମାଙ୍କଡଟି କେବେ ଜେଲରୁ ମୁକୁଳିବ ଦିନ ଗଣୁଛି ।

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଚେତାବନୀ, ୟୁରୋପ ଓ ଏସିଆରେ ବ୍ୟାପିଲା ଭାଇରସ

ନୂଆଦିଲ୍ଲୀ: ୟୁରୋପ ଓ ଏସିଆରେ ବ୍ୟାପିଲା କୋଭିଡ ଲହର । ୟୁରୋପରେ ସ୍ଥିତି ହେଲାଣି ସାଂଘାତିକ । ୟୁରୋପରେ ଦୈନିକ ୧୫ ଲକ୍ଷ ସଂକ୍ରମିତ ଚିହ୍ନଟ ହେବା ସହ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏନେଇ ସୂଚନା ଦେଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ସେ କହିଛନ୍ତି- ୟୁରୋପରେ ଜାରି ରହିଛି କୋଭିଡର ନୂଆ ଲହର । ଏହା ସହ ସାରା ଏସିଆରେ ବି ବ୍ୟାପୁଛି ମହାମାରୀ । ଏହାର ମୁକାବିଲା ଦିଗରେ ପଦକ୍ଷେପ ନେବାକୁ ସରକାର ଓ ଫାର୍ମା କମ୍ପାନିଙ୍କୁ ପରାମର୍ଶ ଦେଇଛନ୍ତି ଗୁଟେରସ । ସବୁଠି, ସମସ୍ତଙ୍କୁ ଟିକା ଦେବାକୁ ଗୁଟେରସ ଆହ୍ବାନ ଦେଇଛନ୍ତି ।

ସେପଟେ ଗୁଜୁରାଟରେ ଜଣେ XE ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହି ବ୍ୟକ୍ତିଜଣକ ବିଦେଶରୁ ଫେରିବା ପରେ ସଂକ୍ରମିତ ଥିଲେ । ପୂର୍ବରୁ ଗୁଜୁରାଟରେ XM ଭାରିଆଣ୍ଟ ଦ୍ୱାରା ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହି ଦୁଇ ସଂକ୍ରମିତଙ୍କୁ ସ୍ୱତନ୍ତ୍ର ଅଭଜର୍ଭେସନରେ ରଖାଯାଇଛି ।

 

ବିଏମସିରେ ବିଜେଡିର ଡେପୁଟି ମେୟର ପ୍ରାର୍ଥୀ ହେଲେ ମଞ୍ଜୁଲତା କହଁର

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ପ୍ରାର୍ଥୀ ହେଲେ ବିଜେଡି କର୍ପୋରେଟର ମଞ୍ଜୁଲତା କହଁର । ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ମଞ୍ଜୁଲତା ବିଏମସି ଡେପୁଟି ମେୟର ନିର୍ବାଚିତ ହେବା ନିଶ୍ଚିତ । ୨୨ ନମ୍ବର ୱାର୍ଡ କର୍ପୋରେଟର ଭାବେ ସେ ଚଳିତ ପୌର ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି । ପ୍ରଥମ ଥର ପାଇଁ କର୍ପୋରେଟର ହୋଇଥିବା ମଞ୍ଜୁଲତା ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ପାସ୍‌ କରିଛନ୍ତି । ୧୧ଟାରୁ ୧୨ଟା ସୁଦ୍ଧା ଡେପୁଟି ମେୟର ପ୍ରାର୍ଥୀଙ୍କ ନାମାଙ୍କନ ଯାଞ୍ଚ ଓ ଅପରାହ୍ନ ଗୋଟାଏ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ରହିଛି ।

 

ଏକାଧିକ ପ୍ରାର୍ଥୀ ରହିଲେ ଗୋଟାଏ ୩୦ରୁ ୩ଟା ୩୦ ଭିତରେ ନିର୍ବାଚନ ହେବ । ଭୁବନେଶ୍ୱରରେ ମୋଟ ୬୭ କର୍ପୋରେଟର ଆସନରୁ ବିଜେଡି ଖାତାକୁ ୪୮ ଆସନ ଆସିଛି । ବିଜେପିକୁ ୧୦ଟି ଆସନ ମିଳିଥିବାବେଳେ ସ୍ୱାଧୀନଙ୍କୁ ମିଳିଛି ୯ଟି ଆସନ । ତେବେ ସ୍ୱାଧୀନଙ୍କ ଭିତରୁ ଏକାଧିକ ବିଜୟୀ ପ୍ରାର୍ଥୀ ବିଜେଡିରେ ଯୋଗଦେଇଛନ୍ତି । ବିଜେଡି ୪୮ ଆସନ ଅକ୍ତିଆର କରିଥିବାରୁ ଡେପୁଟି ମେୟର ବିଜେଡିର ମଞ୍ଜୁଲତା କହଁର ହେବା ନିଶ୍ଚିତ ।