ରାଷ୍ଟ୍ରପତି ନିର୍ବାଚନରେ କିଏ ଦେଇଥାନ୍ତି ଭୋଟ, କେମିତି ହୁଏ ନିର୍ବାଚନ ?

ନନ୍ଦିଘୋଷ ବ୍ୟୁରୋ: ଦେଶରେ ରାଷ୍ଚ୍ରପତି ନିର୍ବାଚନ ନେଇ ଘୋଷଣା ହୋଇସାରିଛି ତାରିଖ  ।  ଜୁଲାଇ ୨୧ ରେ ହେବ ନିର୍ବାଚନ, ୨୪ ରେ ନୂଆ ରାଷ୍ଚ୍ରପତି ଦେଖିବ ଦେଶ  । ତେବେ ସାଧାରଣ ଲୋକଙ୍କ ଭୋଟରେ ରାଷ୍ଟ୍ରପତି ନିର୍ବାଚିତ ହୋଇନଥାନ୍ତି  । ବଂର ଏଥିପାଇଁ ରହିଛି ଭାରତୀୟ ସମ୍ଭିଧାନର ଭିନ୍ନ ଏକ ନିୟମ । ରାଷ୍ଟ୍ରପତି ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି  । ଅର୍ଥାତ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ପ୍ରତିନିଧି ରାଷ୍ଚ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି  । ଯେମିତିକି ବିଧାୟକ, ସାଂସଦ ଓ ରାଜ୍ୟସଭା ସାଂସଦ ହିଁ ରାଷ୍ଟ୍ରପିତି ନିର୍ବାଚନ ପକ୍ରିୟାରେ ଭାଗ ନେଇଥାନ୍ତି  । ତେବେ ଆସନ୍ତା ମାସ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାନେଇ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ ଆୟୋଗ  ।

 ଭୋଟ ଦେଇଥାନ୍ତି ନିର୍ବାଚିତ ପ୍ରତିନିଧି

ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, କେମିତି ହୁଏ ରାଷ୍ଟ୍ରପତି ନିର୍ବାଚନ ? କିଏ ଏହି ଭୋଟପକ୍ରିୟାରେ ଭାଗ ନେଇଥାନ୍ତି  । ସମ୍ପୂର୍ଣ୍ଣ ଭାବରେ ଏହି ନିର୍ବାଚନରେ ଭାଗ ନେଇଥାନ୍ତି ଦେଶର ନିର୍ବାଚିତ ଜନ ପ୍ରତିନିଧି  । ଅର୍ଥାତ ବିଧାୟକ, ରାଜ୍ୟସଭା ସାଂସଦ ଏବଂ ଲୋକସଭା ସାଂସଦ ଭାଗ ନେଇଥାନ୍ତି  । କିନ୍ତୁ ରାଜ୍ୟ ଗୁଡିକରେ ଥିବା ବିଧାନପରିଷଦର ସଦସ୍ୟ ନିର୍ବାଚନରୁ ବାଦ ପଡିିଥାନ୍ତି  । ସେପଟେ ସମସ୍ତ ରାଜ୍ୟର ବିଧାୟକ ମାନଙ୍କର ମୂଲ୍ୟ ରହିଥାଏ  । ଏହି ଭୋଟ ମୂଲ୍ୟ ହିଁ ନିର୍ଣ୍ଣୟ କରିଥାଏ ଭୋଟର ପରିମାଣ  । ଏହି ପକ୍ରିୟା ଭାରତ ସାମ୍ବିଧାନିକ ଧାରା ୫୪ ଅନୁଯାୟୀ ରାଜ୍ୟର ଲୋକସଂଖ୍ୟା ଅନୁଯାୟୀ ନିର୍ଦ୍ଧାରିତ ହୋଇଥାଏ ନିର୍ବାଚିତ ଜନପ୍ରତିନିଧିଙ୍କ ବୋଟର ମୂଲ୍ୟ  । ଅର୍ଥାତ ରାଜ୍ୟର ସମୁଦାୟ ଲୋକସଂଖ୍ୟା ସହ ସମୁଦାୟ ବିଧାୟକଙ୍କ ସଂଖ୍ୟାକୁ ଭାଗ କରାଯାଏ  । ଯାହା ଫଳ ବାହାରିଥାଏ ତାହାକୁ ୧୦୦୦ ଅଙ୍କ ସହ ପୁନର୍ବାର ଭାଗ କରାଯାଇଥାଏ  । ଏବଂ ଶେଷ ଭାଗଫଳ ହିଁ ହୋଇଥାଏ ବିଧାୟକଙ୍କ ଭୋଟ ମୂଲ୍ୟ  ।

ପ୍ରତି ରାଜ୍ୟର ଭୋଟ ମୂଲ୍ୟ ଭିନ୍ନ୍

ସେହିପରି ଯଦି ଦେଖିବା, ସାଂସଦ ମାନଙ୍କ ଭୋଟ ମୂଲ୍ୟ ମଧ୍ୟ ବିଧାୟକଙ୍କ ଭୋଟ ମୂଲ୍ୟ ଅନୁଯାୟୀ ନିର୍ଦ୍ଧାରିତ ହୋଇଥାଏ  । ଏହି ପକ୍ରିୟାରେ ଦେଖିଲେ ଉତ୍ତର ପ୍ରଦେଶର ବିଧାୟକମାନଙ୍କ ଭୋଟର ମୂଲ୍ୟ ଦେଶରେ ସର୍ବାଧିକ ରହିଛି  । ଏହାର ପରେ ରହିଛି ମହାରାଷ୍ଟ୍ରର ବିଧାୟକଙ୍କ ଭୋଟ ମୂଲ୍ୟ ଏବଂ ତୃତୀୟରେ ରହିଛି ପଶ୍ଚିମବଙ୍ଗର ବିଧାୟକଙ୍କ ଭୋଟ ମୂଲ୍ୟ  । ଯାହା ଦେଶର ପ୍ରଥମ ନାଗରିକଙ୍କୁ ବାଛିଥାଏ  । ଏଭଳି ପକ୍ରିୟାରେ ଆସନ୍ତା ଦିନରେ ଦେଶ ଦେଖିବାକୁ ଯାଉଛି ଜମେ ନୂଆ ରାଷ୍ଟ୍ର ମୂଖ୍ୟ  ।ଆସନ୍ତା ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ । ଜୁଲାଇ ୨୧ରେ ହେବ ଫଳ ଘୋଷଣା । ୧୫ ଜୁନରେ ନିର୍ବାଚନ ଲାଗି ଜାରି ହେବ ଅଧିସୂଚନା । ୨୯ ଜୁନ ରହିଛି ନାମାଙ୍କନ ଦାଖଲର ଶେଷ ତାରିଖ । ଜୁନ ୩୦ ତାରିଖରେ ହେବ ପ୍ରାର୍ଥିପତ୍ର ଯାଞ୍ଚ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଜୁଲାଇ ୨ । ଆସନ୍ତା ୨୫ ଜୁଲାଇରେ ଶପଥ ନେବେ ନୂଆ ରାଷ୍ଟ୍ରପତି । ଏନେଇ ଘୋଷଣା କରିଛନ୍ତି ସିଇସି ରାଜୀବ କୁମାର ।

ଦେଶର ୧୬ତମ ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ବିଧିବଦ୍ଧ ଭାବେ ସିଇସି କରିଛନ୍ତି ତାରିଖ ଘୋଷଣା । ଆସନ୍ତା ଜୁଲାଇ ୨୭ରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ଲାଗି ଜାତୀୟ ସ୍ତରରେ ଚାଲିଛି ଅଙ୍କକଷା । ଏହି ନିର୍ବାଚନରେ ମୋଟ ୪ ହଜାର ୮୦୯ଜଣ ସାଂସଦ ଓ ବିଧାୟକ ଭୋଟ ଦେବେ । ଏହି ନିର୍ବାଚନରେ ଲାଞ୍ଚ କାରବାରକୁ ନିଷିଦ୍ଧ କରାଯାଇଥିବାବେଳେ କୌଣସି ରାଜନୈତିକ ଦଳ ହୁଇପ୍ ଜାରି କରିପାରିବେ ନାହିଁ ବୋଲି ସିଇସି ନିର୍ଦ୍ଦେଶ ଦେଇଛନ୍ତି । ସୂଚୀତ ତାରିଖ ଅନୁସାରେ ପ୍ରାର୍ଥୀମାନେ ନିଜେ ହୁଅନ୍ତୁ ବା ତାଙ୍କର କୌଣସି ପ୍ରସ୍ତାବକ ବା ସମର୍ଥକଙ୍କ ଜରିଆରେ ସକାଳ ୧୧ଟାରୁ ଅପରାହ୍‌ଣ ୩ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରିପାରିବେ । ନିର୍ବାଚନ ବେଳେ କୋଭିଡ ନିୟମ ସମ୍ପୂର୍ଣ୍ଣ ଭାବେ ପାଳନ ହେବ ।