ଟି-ଟ୍ବେଣ୍ଟି ପାଇଁ ସ୍ବତନ୍ତ୍ର କଣ୍ଟୋଲ ରୁମ୍

1 min read

କଟକ: ଆସନ୍ତାକାଲି ବାରବାଟୀରେ ମହା ଲଢେଇ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି । ସେଥିପାଇଁ ସିଏମସି ତରଫରୁ ଖେଲା ଯାଇଛି ସ୍ବତନ୍ତ୍ର କେଣ୍ଟୋଲ ରୁମ୍ । କଣ୍ଟ୍ରୋଲ ରୁମରୁ କରାଯିବ ସମସ୍ତ ପ୍ରକାର ମ୍ୟାଚ ନିୟନ୍ତ୍ରଣ ବ୍ୟବସ୍ଥା । ବାରବାଟୀ ପ୍ୟାଲେସ ପରିସରରେ ଏହାକୁ ଉଦଘାଟନ କରିଛନ୍ତି ମେୟର ସୁବାସ ସିଂ। ଏଥିରେ ସବୁ ବିଭାଗର ଅଧିକାରୀ ଓ କର୍ମଚାରୀ ୨୪ଘଣ୍ଟା ନିୟୋଜିତ ରହିବେ। ଏଠାରେ ସବୁ ଜରୁରୀକାଳୀନ ସେବା ନିୟନ୍ତ୍ରଣ କରାଯିବ। ମ୍ୟାଚ ପୂର୍ବରୁ ଓ ମ୍ୟାଚ୍ ସମୟରେ ପୋଲିସ ସେବା, ଟ୍ରାଫିକ, ବାହାରେ ପିଇବା ପାଣି, ପରିମଳ, ବିଜୁଳି ସେବା ର ସମସ୍ୟା ସମାଧାନ କରିବେ ଅଧିକାରୀ ଓ କର୍ମଚାରୀ ।

ସେପଟେ ଆଜି ଉଭୟ ଦଳ ବାରବାଟୀ ଯାଇ ନେଟ ପ୍ରାକ୍ଟିସ କରିବେ । ପ୍ରଥମେ ଦକ୍ଷିଣ ଆଫ୍ରିକା ଟିମ୍ ବାରବାଟୀ ଗ୍ରାଉଣ୍ଡରେ ଅଭ୍ୟାସ କରିବ । ପରେ ସନ୍ଧ୍ୟା ୫ଟାରୁ ନେଟ ପ୍ରାକ୍ଟିସ କରିବ ଇଣ୍ଡିଆ । ଉଭୟ ଦଳ ୩ଘଣ୍ଟା ଲେଖାଏ ଅଭ୍ୟାସ କରିବାର ସୂଚନା ରହିଛି  । ନେଟ ପ୍ରାକ୍ଟିସ୍ ପାଇଁ ୪ଟି ପିଚ୍ ପ୍ରସ୍ତୁତ ହୋଇ ରହିଛି । ଏହାଛଡ଼ା ଆସନ୍ତାକାଲିର ମ୍ୟାଚକୁ ନେଇ ପ୍ରସ୍ତୁତ ରହିଛନ୍ତି କର୍ତ୍ତୁପକ୍ଷ ଏବଂ କ୍ରିକେଟ ପ୍ରେମୀଙ୍କ ମନରେ ଭରି ରହିଛି ଉତ୍କଣ୍ଠା ।