ଶ୍ରୀନାଥଙ୍କୁ ଓଡ଼ିଆ ଫ୍ୟାନ୍ସଙ୍କ ରସଗୋଲା ଗିଫ୍ଟ

ଭୁବନେଶ୍ୱର: ଓଡ଼ିଆ ଫ୍ୟାନ୍ସଙ୍କ ହାତରୁ ଗୁଡ଼ ରସଗୁଲା ଓ ଛେନାପୋଡ଼ ନେଲେ ଜଭଗଲ ଶ୍ରୀନାଥ । ଓଡ଼ିଆ ଫ୍ୟାନ୍ସ ଦୀପକ ଓଝା ଆଜି ଶ୍ରୀନାଥଙ୍କୁ ଭେଟିବାକୁ ମେ ଫେୟାର ହୋଟେଲ ସମ୍ମୁଖରେ ପହଞ୍ଚି ଯାଇଥିଲେ । ଦିପକଙ୍କ ହାତରେ ଥିଲା ଗିପ୍ଟ ପ୍ୟାକେଟ । ଏହି ଗିଫ୍ଟ ପ୍ୟାକେଟରେ ଗୁଡ଼ ରସଗୋଲା, ଛେନାପୋଡ଼ ଓ ଗାଣ୍ଠିଆ ଥିଲା । ତେବେ ଶ୍ରୀନାଥ ଖବର ପାଇ ଫ୍ୟାନ୍ସଙ୍କୁ ଭେଟିବାକୁ ହୋଟେଲ ରୁମରୁ ଚାଲି ଚାଲି ହୋଟେଲ ବାହାରକୁ ଆସିଥିଲେ । ଏବଂ ସେଠାରେ ଅପେକ୍ଷା କରିଥିବା ଫ୍ୟାନ୍ସଙ୍କୁ ଭେଟି ଗିପ୍ଟ ପ୍ୟାକେଟ ଗ୍ରହଣ କରିବା ସହ ଖୁସି ପ୍ରକଟ କରି ପୁଣି ହୋଟେଲ ରୁମକୁ ଫେରିଯାଇଥିଲେ ।