ହାତୀ କଙ୍କାଳ ମିଳିବା ଘଟଣାରେ ରେଞ୍ଜର ନିଲମ୍ବିତ

ନରସିଂହପୁର: ବଡ଼ମ୍ବାରେ ହାତୀ କଙ୍କାଳ ମିଳିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ରେଞ୍ଜର । ବନ ବିଭାଗ ପକ୍ଷରୁ କରାଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ । ବନ ବିଭାଗ ପକ୍ଷରୁ ନିଲମ୍ବିତ ହେଲେ ବଡ଼ମ୍ବା ରେଞ୍ଜର ସୁରେଶ କୁମାର ଷଡଙ୍ଗୀ। ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଦେଇଛନ୍ତି ସୂଚନା ।

ସେପଟେ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ସେମାନଙ୍କ ମଧ୍ୟରେ ପୂର୍ବରୁ ନିଲମ୍ବିତ ହୋଇଥିବା ଫରେଷ୍ଟ ଗାର୍ଡ ନରେନ୍ଦ୍ର ଦେହୁରୀ ଥିବା ବେଳେ ୩ ଜଣ ୱାଚର୍ ଓ ଜଣେ ଜମିମାଲିକ  ଥିବାବେଳେ ତାଙ୍କର ଜଣେ ସହଯୋଗୀଙ୍କ ସମେତ ମୋଟ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ପୂର୍ବରୁ ନିଲମ୍ୱିତ ହୋଇଥିବା ଫରେଷ୍ଟର ମନୋଜ ଦାସ ଏବଂ ପ୍ରଦୀପ ପରିଡ଼ା ଫେରାର ଅଛନ୍ତି  । ସେମାନଙ୍କ ବିରୁଦ୍ଧରେ ଆଠଗଡ଼ ଡିଏଫ୍ଓ ଗିରଫ ପରୱାନା ଜାରି କରିଥିବା ସୂଚନା ମିଳିଛି । ଜୁନ ମାସ ୩ ଓ ୪ ତାରିଖ ଦିନ ବଡ଼ମ୍ବା ରେଞ୍ଜ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ଦୁଇଟି ହାତୀଙ୍କ କଙ୍କାଳ ମିଳିଥିଲା ।