ମୌସୁମୀ ଓପାଡିଲା ଗଛ, ଉଡାଇଲା ଟିଣ

1 min read

ମୁମ୍ବାଇ: ମହାରାଷ୍ଟ୍ରରେ ପହଞ୍ଚିଲା ମୌସୁମୀ  । ପହଞ୍ଚିବା କ୍ଷଣି ତାଣ୍ଡବ ରଚିଛି ମୌସୁମୀ  । ଉଡିଲା ଟିଣ, ଓପାଡି ଦେଲା ବଡବଡ ଗଛ  । ଗତ ୨୪ ଘଣ୍ଟା ମଧ୍ୟରେ ଥାଣେର ୬ ଟି ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି  । ଜୁହୁ ବିମାନ ବନ୍ଦର ଅଞ୍ଚଳରେ ୫୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି  । ମୌସୁମୀର ତାଣ୍ଡବରେ କେହି ମୃତାହତ ହୋଇ ନାହାନ୍ତି  ।

ଆଗାମୀ ୩ ରୁ ୪ ଘଣ୍ଟା ମଧ୍ୟରେ ଥାଣେ, ରାଇଗଡ, ପାଲଘର, ରତ୍ନଗିରି, ସିନ୍ଧୁଦୁର୍ଗ ଓ ମୁମ୍ବାଇରେ ଘଡଘଡି ବର୍ଷା ସହ ୩୦ ରୁ ୪୦ କିମି ବେଗରେ ପବନ ବହିବ  । ଅନ୍ୟପଟେ ମୌସୁମୀ ବର୍ଷା ପରେ ଅସହ୍ୟ ଗରମରୁ ଲୋକଙ୍କୁ ମିଳିଛି ତ୍ରାହି  । ଆହୁରି ୪ ଦିନ ତାପମାତ୍ରା ହ୍ରାସ ହେବା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ।

ଏହା ବର୍ଷର ପ୍ରଥମ ପ୍ରାକ ମୌସୁମୀ ବର୍ଷା ହୋଇଥିବାବେଳେ ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ୧୫ ମିମି ବର୍ଷା ରେକର୍ଡ କରାଯାଇଛି  । ଗତ ବର୍ଷ ୨ ଦିନ ପୂର୍ବରୁ ମୌସୁମୀ ମୁମ୍ବାଇରେ ପହଞ୍ଚିଥିଲା  । ସେହି ସମୟରେ ସହରରେ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା  ।