spot_img
Home Blog Page 4381

ନବକଳେବର ପରେ ଲୋକାର୍ପିତ ତାରାତାରିଣୀ ମନ୍ଦିର; ଶ୍ରୀମନ୍ଦିର କାର୍ଯ୍ୟରେ ବାଧା ନେଇ କ୍ଷୋଭ ପ୍ରକାଶ କଲେ ପିନାକୀ

ପୁରୀ: ମାଆ ତାରାତାରିଣୀ ପୀଠରେ ବିଭିନ୍ନ ସୁବିଧାର ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦକ୍ଷିଣ ଓଡ଼ିଶାର ଏହି ପ୍ରସିଦ୍ଧ ଶକ୍ତି ପୀଠର ନୂଆ ରୂପ ସମସ୍ତ ଭକ୍ତଙ୍କୁ ଅଭିଭୂତ କରିଛି । ରାଜ୍ୟ ସରକାର ପ୍ରଚେଷ୍ଟାରେ ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଗୁଡ଼ିକର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରେ ଚାଲିଥିବା ବେଳେ ପୁରୀ ଶ୍ରୀମନ୍ଦିର ବିକାଶ କାର୍ଯ୍ୟ ଦିଗରେ ସୃଷ୍ଟି ହୋଇଥିବା ବାଧା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।

ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, ଯେଉଁମାନଙ୍କୁ ଲୋକେ ପ୍ରତ୍ୟାଖ୍ୟାତ କରିଛନ୍ତି ସେମାନେ ଯେଣତେଣ ପ୍ରକାରେ ଶ୍ରୀମନ୍ଦିର ବିକାଶ କାର୍ଯ୍ୟକୁ ବନ୍ଦ କରିବାକୁ ଚାହୁଁଛନ୍ତି । ସେମାନେ କୌଣସି ପ୍ରକାର ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ହେବେନାହିଁ ।

ଏହା ସହିତ ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ଜିପିଏସ୍ ସର୍ଭେ ହୋଇନଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପିନାକୀ। ଏଏସଆଇ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଏନେଇ ଉଲ୍ଲେଖ ହୋଇଛି। ରାଜ୍ୟ ସରକାରଙ୍କ ସତ୍ୟପାଠ ସବୁ ସନ୍ଦେହ ଦୂର କରିବ । ଏଥିପାଇଁ ଧୌର୍ଯ୍ୟ ଦରକାର, ବିଦ୍ୱେଷ ଭାବ ନୁହେଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ ପ୍ରଥମ ଦିନରୁ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି । ନିଜର ରାଜନୈତିକ ପତିଆରା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ବିରୋଧ କରାଯାଉଛି। ହାଇକୋର୍ଟରେ ଏହି ପ୍ରସଙ୍ଗ ବିଚାରାଧୀନ ରହିଛି । ସେ ଦୃଷ୍ଟିରୁ ବିଷଦ ଭାବେ କହିବା ଠିକ୍ ହେବନି ବୋଲି ପିନାକୀ କହିଛନ୍ତି ।     

ସେ ସ୍ପଷ୍ଟ କରିଛନ୍ତି ରାଜ୍ୟରେ ହେଉଥିବା କାର୍ଯ୍ୟ ସାଢ଼େ ୪କୋଟି ଜନତାଙ୍କ ହିତ ପାଇଁ । କିନ୍ତୁ ଶ୍ରୀମନ୍ଦିର ବିକାଶ କାର୍ଯ୍ୟର ପ୍ରଥମ ଦିନରୁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଏହାକୁ ବିରୋଧ କରିଆସୁଛନ୍ତି । ଏଭଳି ବ୍ୟକ୍ତିଙ୍କୁ ପାର୍ଟିରୁ ଊର୍ଦ୍ଧ୍ୱକୁ ଉଠି କାର୍ଯ୍ୟ କରିବାକୁ ଶ୍ରୀ ମିଶ୍ର ଆହ୍ୱାନ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର, ଲୋକାର୍ପିତ ହେଲା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                                    

ଭାରତୀୟ ନୌସେନାର ଜାହାଜ ବିଧ୍ୱଂସୀ ମିସାଇଲର ସଫଳ ପରୀକ୍ଷଣ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ଭାରତୀୟ ନୌସେନାର ଆଣ୍ଟି ସିପ୍ ମିସାଇଲର ସଫଳ ପରୀକ୍ଷଣ । ବାଲେଶ୍ୱର ସ୍ଥିତ ଇଣ୍ଟରିମ ଟେଷ୍ଟ ରେଞ୍ଜରୁ ଆଜି ଭାରତୀୟ ନୌସେନାର ସିକିଙ୍ଗ୍ ୪୨ବି ହେଲିକପ୍ଟରରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ନିର୍ମାଣ କରାଯାଇଛି । ଏହି ପରୀକ୍ଷଣ ବେଳେ ନୌସେନାର ବରିଷ୍ଠ ଅଧିକାରୀ ଓ ଡିଆରଡିଓର ବୈଜ୍ଞାନିକମାନେ ଉପସ୍ଥିତ ଥିଲେ ।

ଏହା ଭାରତୀୟ ନୌସେନା ପାଇଁ ବିକଶିତ ହୋଇଥିବା ପ୍ରଥମ ସ୍ୱଦେଶୀ ଜାହାଜ ବିଧ୍ୱଂସୀ ମିସାଇଲ ସିଷ୍ଟମ । ମିସାଇଲ ପ୍ରଥମରୁ ନିଜ ମାର୍ଗରେ ଆଗକୁ ବଢ଼ିବା ସହିତ ସମ୍ପୂର୍ଣ୍ଣ ସଠିକ୍‌ତାର ସହ ଲକ୍ଷସ୍ଥଳରେ ପହଞ୍ଚିଥିଲା । ପରୀକ୍ଷଣକୁ ସମ୍ପୂର୍ଣ୍ଣ ସନ୍ତୋଷଜନକ ବୋଲି କହିଛି ଡିଆରଡିଓ ।  ଏହି ପରୀକ୍ଷଣର ଏକ ଭିଡିଓ ମଧ୍ୟ ଟ୍ୱିଟର ମାଧ୍ୟମରେ ନୌସେନା ପକ୍ଷରୁ ଜାରି କରାଯାଇଛି ।

ଏହି ମିସାଇଲ ନେଇ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରାଯାଇଛି । ଏଥିମଧ୍ୟରେ ହେଲିକପ୍ଟର ପାଇଁ ସ୍ୱଦେଶ ଭାବରେ ବିକଶିତ ଲଞ୍ଚର ଅନ୍ୟତମ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମେ ପ୍ରୟୋଗାତ୍ମକ ଉଡ଼ାଣ ପରୀକ୍ଷଣ ନେଇ ଡିଆରଡିଓ, ଭାରତୀୟ ନୌସେନା ଏବଂ ଏଥିରେ ଜଡ଼ିତ ପୂରା ଟିମ୍‌କୁ ଅଭିନନ୍ଦନ ଜଣାଇଥିଲେ । ଭାରତୀୟ ନୌସେନା ବିଶେଷଭାବେ ହିନ୍ଦ ମହାସାଗର ଅଞ୍ଚଳରେ ଭାରତର ସମୁଦ୍ରତଟକୁ ପ୍ରଭାବି ଢଙ୍ଗରେ ସୁରକ୍ଷିତ କରିବା ପାଇଁ ସମଗ୍ର ଯୁଦ୍ଧ କ୍ଷମତାକୁ ଲଗାତାର ବୃଦ୍ଧି କରିବାରେ ଲାଗିଛି ।

ଅନ୍ୟପକ୍ଷରେ ଏହି ସଫଳତା ନେଇ ଡିଆରଡିଓ ଏବଂ ଭାରତୀୟ ନୌସେନାକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଥିସହିତ ପଢ଼ନ୍ତୁ: ଆରମ୍ଭ ହେଲା ବିଶ୍ବର ଅଗ୍ରଣୀ କାନ୍ସ ଫିଲ୍ମ ଫେଷ୍ଟିଭଲ, ଭାରତକୁ ଏଥର କଣ୍ଟ୍ରି ଅଫ ଅନରର ମାନ୍ୟତା

ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଯୋଜନା ପାଇଁ ଓଡ଼ିଶା ଜଳ ନିଗମକୁ ମିଳିଲା ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର: ଓ୍ୱାଟର କର୍ପୋରେସନ୍ ଅଫ୍ ଓଡ଼ିଶା (WATCO)କୁ ମିଳିଲା ଆନ୍ତର୍ଜାତିକ ସମ୍ମାନ । WATCOକୁ ଗ୍ଲୋବାଲ ଓ୍ୱାଟର ଲିଡର ଆଓ୍ୱାର୍ଡ ୨୦୨୨ ମିଳିଛି । ସ୍ପେନର ମାଦ୍ରିଦରେ ହେଉଥିବା ଗ୍ଲୋବାଲ ଓ୍ୱାଟର ସମିଟରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଗ୍ଲୋବାଲ ଓ୍ୱାଟର ଇଣ୍ଟେଲିଜେନ୍ସ ପକ୍ଷରୁ WATCO ସମ୍ମାନିତ କରାଯାଇଛି । ୨୪ଘଣ୍ଟିଆ ଡ୍ରିଙ୍କ୍‌ ଫ୍ରମ ଟ୍ୟାପ୍‌ ଯୋଜନା ପାଇଁ ମିଳିଲା ସମ୍ମାନ । ପୁରସ୍କାର ଗ୍ରହଣ କଲେ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ।

ଏହି ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ପୁରୀରେ କାର୍ଯ୍ୟକାରୀ ହୋଇଥିବା ବେଳେ କଟକ ଓ ଭୁବନେଶ୍ୱରରେ ମଧ୍ୟ ଆରମ୍ଭ ହୋଇଛି । ପରେ ଏହି ଯୋଜନାକୁ ବ୍ରହ୍ମପୁରରେ ମଧ୍ୟ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି ।

ସାରା ଦେଶରେ ପୁରୀ ସହରର ପ୍ରତ୍ୟେକ ଘରେ ୨୪ ଘଣ୍ଟିଆ ଉଚ୍ଚମାନର ଜଳ ଯୋଗାଇବାର ପ୍ରଥମ ସହର ଭାବରେ ଖ୍ୟାତି ଲାଭ କରିଛି । ପୁରୀରେ ଶତକଡା ୧୦୦ ଭାଗ ଘରେ ମିଟର ଲଗାଯାଇ ଦିନରାତି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଲଣ୍ଡନ, ସିଙ୍ଗାପୁର ଓ ନ୍ୟୁୟର୍କ ଭଳି ବିଶ୍ୱସ୍ତରୀୟ ସହରଗୁଡିକର ସମକକ୍ଷ ହୋଇପାରିଛି । ଦିଲ୍ଲୀ ସରକାରଙ୍କର ଅଧିକ୍ଷଣ ଯନ୍ତ୍ରୀ ଅଜୟ ଗୁପ୍ତା ପୁରୀର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଏହି ଅତ୍ୟାଧୁନିକ ଜଳ ଯୋଗାଣ ବ୍ୟବସ୍ଥା ଅନୁଧ୍ୟାନ କରି ଏହି ପ୍ରକାର ବ୍ୟବସ୍ଥା ଏକ ସୁଚିନ୍ତିତ ଯୋଜନା ଓ କାର୍ଯ୍ୟକାରୀତାର ପ୍ରତିଫଳନ ବୋଲି ମତାମତ ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌’ ମିଶନ ଦ୍ୱାରା ପୁରୀର ପ୍ରତିଟି ଘରେ ଗୁଣାତ୍ମକ ପାନୀୟ ଜଳ ପହଂଚାଇବାର ଯୁଗାନ୍ତକାରୀ ପଦକ୍ଷେପ ଏବଂ ଜଗନ୍ନାଥ ଧାମ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟପୂର୍ଣ୍ଣ ସହର ଭାବରେ ପରିଣତ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବଳିଷ୍ଠ ପଦକ୍ଷେପ ।

ପୁରୀବାସୀଙ୍କ ସହିତ ଏଠାକୁ ଆସୁଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ସହରରେ ଥିବା ଟ୍ୟାପ ଦ୍ୱାରା ପାଣି ପାଇପାରୁଛନ୍ତି । ଏହା ସହିତ ପୁରୀକୁ ଆସୁଥିବା ତୀର୍ଥଯାତ୍ରୀମାନେ ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟ ରାଜପଥରେ ସ୍ଥାପିତ ଏବଂ ପୁରୀର ଅନ୍ୟ ସ୍ଥାନ ମାନଙ୍କରେ ଥିବା ଜଳ ଉତ୍ସଗୁଡିକରୁ ଏହି ପାଣି ପାଇପାରିବେ ଯାହାକି ବିମାନବନ୍ଦରରେ ଉପଲବ୍ଧ ଜଳ ଉତ୍ସ ସହ ସମାନ ।

ଏଥିସହିତ ପଢ଼ନ୍ତୁ: ଯୁବତୀ ଜଣଙ୍କ ଡାକୁଛନ୍ତି ବୋଲି କବାଟ ଖୋଲିଲେ, ବନ୍ଧୁକ ଦେଖାଇ ସବୁ ଲୁଟିନେଲେ

ଯୁବତୀ ଜଣଙ୍କ ଡାକୁଛନ୍ତି ବୋଲି କବାଟ ଖୋଲିଲେ, ବନ୍ଧୁକ ଦେଖାଇ ସବୁ ଲୁଟିନେଲେ

ଜଗତସିଂହପୁର: ତିର୍ତ୍ତୋଲରେ ଲେଡି ଲୁଟେରାଙ୍କ ଆତଙ୍କ । ଅଧ୍ୟାପକଙ୍କ ଘରୁ ଲୁଟ୍‌ । ସ୍ପଷ୍ଟ ଦିବାଲୋକରେ ମୁଁହରେ କପଡ଼ା ଗୁଡ଼ାଇ ଜଣେ ଅଧ୍ୟାପକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିଛନ୍ତି‌ । ଜଣେ ଯୁବତୀଙ୍କ ସହ ଆଉ ଜଣେ ଯୁବକ ଅଧ୍ୟାପକଙ୍କ ଘର କବାଟ ବାଡେଇ ସାର ସାର ବୋଲି ଡାକିଲେ । ଯୁବତୀଙ୍କୁ କବାଟ ବାଡେଇବା ଦେଖି ଅଧ୍ୟାପକଙ୍କ ସ୍ତ୍ରୀ କବାଟ ଖୋଲି ଥିଲେ । ସେମାନେ ସାଙ୍ଗେ ସାଙ୍ଗେ ଘରେ ପଶିବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଏକୁଟିଆ ଥିବା ଅଧ୍ୟାପକଙ୍କ ସ୍ତ୍ରୀଙ୍କ ବେକ ଓ କାନରୁ ସମସ୍ତ ସୁନା ଗହଣା ଲୁଟି ନେଇଥିଲେ ।

ଏଥିସହ ଗୋଡ଼ ହାତ ବାନ୍ଧି ଆଲମିରାରୁ ୧୩ ହାଜର ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ଫେରାର ହୋଇଯାଇଛନ୍ତି । ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦ୍ୱୀପ ରାସ୍ତା କଡରେ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଗତସିଂହପୁର ଜିଲ୍ଲା ମହିଳା କଲେଜରେ ଅଧ୍ୟାପକ ଥିବା ବିଭୂତିଭୂଷଣ ଦାସ ତିର୍ତ୍ତୋଲ କେନାଲ ଛକ ନିକଟରେ ଭଡାଘରେ ରହିଆସୁଥିଲେ । ଅଧ୍ୟାପକ କୌଣସି କାମରେ ରାହାମା ଯାଇଥିବା ବେଳେ ଏଭଳି ଘଟଣା ଘଟିଛି । ତିର୍ତ୍ତୋଲ ଥାନା ପୋଲିସ ଘଟଣାର ଅନୁସନ୍ଧାନ କରୁଛି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରେ ଫାଙ୍କା ଗୁଳିମାଡ଼ ଘଟଣା, ଅଭିଯୁକ୍ତ ବିନୟ ଆଚାର୍ଯ୍ୟକୁ ଗିରଫ କଲା ପୋଲିସ

 

ଆରମ୍ଭ ହେଲା ବିଶ୍ବର ଅଗ୍ରଣୀ କାନ୍ସ ଫିଲ୍ମ ଫେଷ୍ଟିଭଲ, ଭାରତକୁ ଏଥର କଣ୍ଟ୍ରି ଅଫ ଅନରର ମାନ୍ୟତା

ପ୍ୟାରିସ: ବିଶ୍ବର ଅଗ୍ରଣୀ କାନ୍ସ ଫିଲ୍ମ ଫେଷ୍ଟିଭଲ ଆରମ୍ଭ ହୋଇଛି । ଏଥର କାନ୍ସ ଫିଲ୍ମ ଫେଷ୍ଟିଭଲର ୭୫ତମ ସଂସ୍କରଣ ଆୟୋଜିତ ହେଉଛି । ଫ୍ରେଞ୍ଚ ରିଭିଏରାରେ ଜମିଛି ସିନେ ସେଲିବ୍ରିଟିଙ୍କ ଭିଡ଼ । ଏଥର ଭାରତକୁ ଫେଷ୍ଟିଭଲର ସମ୍ମାନିତ ଦେଶର ମାନ୍ୟତା ମିଳିଛି । ଏହି ଚଳଚ୍ଚିତ୍ର ଉତ୍ସବ ଆସନ୍ତା ୨୮ ତାରିଖରେ ଉଦଯାପିତ ହେବ । ଚଳିତ ଥର ଏହି ଚଳଚ୍ଚିତ୍ର ଉତ୍ସବରେ ଦୀପିକା ପାଦୁକୋନ କାନ୍ସ ଜୁରୀରେ ସ୍ଥାନ ପାଇଛନ୍ତି ।

ବ୍ରିଟିଶ ନିର୍ମାତା, ନିର୍ଦ୍ଦେଶକ ରେବେକା ହଲ୍, ସ୍ବିଡେନର ଅଭିନେତା ନୁମି ରାପେସ ଓ ଇରାନ ଫିଲ୍ମ ନିର୍ମାତା ଅସଘର ଫରହାଦି ମଧ୍ୟ ଜୁରୀ ସଦସ୍ୟ ଅଛନ୍ତି । କଂଟ୍ରି ଅଫ୍ ଅନରର ମାନ୍ୟତା ପାଇଥିବାରୁ ଏଥର ଫେଷ୍ଟିଭଲରେ ଭାରତୀୟ ସିନେମା ଉପରେ ଆଲୋକପାତ କରାଯିବ । ଏଥର କିଛି ଭାରତୀୟ ଫିଲ୍ମ ପ୍ରିମିୟର ମଧ୍ୟ ହେବ । ସତ୍ୟଜିତ ରାୟ ଓ ଜି. ଅରବିନ୍ଦନଙ୍କ ଭଳି କିଛି ଫିଲ୍ମ ମଧ୍ୟ ପ୍ରଦର୍ଶିତ ହେବ । ଏଥର କାନ୍ସରେ ଐଶ୍ବର୍ଯ୍ୟା ରାୟ, ତମନ୍ନା, ପୂଜା ହେଗଡେ ଓ ଅନ୍ୟ ଅଭିନେତ୍ରୀଙ୍କୁ ରେଡ୍ କାର୍ପେଟରେ ଦେଖିବାକୁ ମିଳିଛି ।

ଗୁଜରାଟର ମୋର୍ବି ଜିଲ୍ଲାରେ ଅଘଟଣ, କାରଖାନା କାନ୍ଥ ଭୁଶୁଡ଼ି ୧୨ ଶ୍ରମିକ ମୃତ

ଗାନ୍ଧୀନଗର: ଗୁଜରାଟର ମୋର୍ବି ଜିଲ୍ଲାରେ ଅଘଟଣ । କାରଖାନାର କାନ୍ଥ ଭୁଶୁଡ଼ି ୧୨ ଜଣ ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି । ଲୁଣ କାରଖାନାରେ କାମ କରୁଥିବାବେଳେ ବଡ଼ ଅଘଟଣ । ଗୁଜରାଟର ମୋର୍ବି ଜିଲ୍ଲାର ଥିବା ଲୁଣ କାରଖାନାରେ ୩୦ ଜଣ ଶ୍ରମିକ କାମ କରୁଥିଲେ । ତେବେ ଏହି ଅଘଟଣ ପରେ ୯ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି ।

ବଦଳିବ ଶ୍ରୀଲଙ୍କା ସମ୍ବିଧାନ, ସମ୍ବିଧାନ ବଦଳାଇ ରାଷ୍ଟ୍ରପତିଙ୍କ ପାଓ୍ବର କମାଇବାକୁ ନୂଆ ପ୍ରଧାନମନ୍ତ୍ରୀଙ୍କ ଯୋଜନା

କଲମ୍ବୋ: ଶ୍ରୀଲଙ୍କାରେ ସଙ୍କଟର ସମାଧାନ ପାଇଁ ବଦଳିବ ସମ୍ବିଧାନ । ଦେଶରେ ଦେଖାଦେଇଥିବା ଘୋର ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ପାଇଁ ରାଜପକ୍ଷ ପରିବାରକୁ ଦାୟୀ କରାଯାଉଥିବା ବେଳେ ନୂଆ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ଦେଶର ସମ୍ବିଧାନ ବଦଳାଇବାକୁ ଯୋଜନା କରୁଛନ୍ତି । ବିଦେଶୀ ଅର୍ଥ ପରିଚାଳନାରେ ଘୋର ଅନିୟମିତତା ଯୋଗୁ ପଡ଼ୋଶୀ ରାଷ୍ଟ୍ର ଅତି ଦୟନୀୟ ସ୍ଥିତି ଦେଇ ଗତି କରୁଛି । ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫାକୁ ନେଇ ଦେଶବ୍ୟାପୀ ଜୋରଦାର ବିକ୍ଷୋଭ ଜାରି ରହିଛି । ରାଷ୍ଟ୍ରପତିଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଥିବା ବେଳେ ସମ୍ବିଧାନ ସଂଶୋଧନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ରାଷ୍ଟ୍ରପତିଙ୍କ ପାଖରେ ଥିବା ସମସ୍ତ କ୍ଷମତା ସଂସଦ, କ୍ୟାବିନେଟ ଓ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆଣିବାକୁ ଯୋଜନା କରାଯାଉଛି । ସମ୍ବିଧାନ ବଦଳାଇ ରାଷ୍ଟ୍ରପତିଙ୍କ ପାଓ୍ୱାରକୁ କମାଇବାକୁ ନୂଆ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ଯୋଜନା କରିଛନ୍ତି । ନୂଆ ସମ୍ବିଧାନରେ ସଂସଦ, କ୍ୟାବିନେଟ ଓ ପ୍ରଧାନମନ୍ତ୍ରୀ ହେବେ ଡିସିସନ ମେକର ହେବେ ।

ରାଜଧାନୀରେ ଫାଙ୍କା ଗୁଳିମାଡ଼ ଘଟଣା, ଅଭିଯୁକ୍ତ ବିନୟ ଆଚାର୍ଯ୍ୟକୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ସିଆରପି ଛକରେ ଫାଙ୍କା ଗୁଳିମାଡ଼ ଘଟଣା । ସ୍ତ୍ରୀଙ୍କ ବନ୍ଧୁକରୁ ଗୁଳି ଫୁଟାଇଲେ ସ୍ବାମୀ । ଅଭିଯୁକ୍ତ ବିନୟ ଆଚାର୍ଯ୍ୟକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ପରେ ଗୁଳି ମାଡ଼ କରିଥିଲା ବିନୟ । ଘଟଣା ସ୍ଥଳରୁ ଦୁଇଟି ଖୋକା ଜବତ ହୋଇଛି । ବିଭୁ ପ୍ରସାଦ ଜେନା ଓ ବିନୟ ଆଚାର୍ଯ୍ୟ ଦୋକାନ ନିକଟରେ ଉପସ୍ଥିତି ଥିଲେ । ବିନୟ ଆସି ଗଣ୍ଡଗୋଳ କରିବା ସହ ବିଭୁ ଉପରକୁ ଗୁଳି ଚଳାଇଥିଲେ । ଥାନାରେ ବିଭୁଙ୍କ ଏତଲା ପରେ ବିନୟଙ୍କୁ ଗିରଫ କରିଛି ପୋଲିସ । ବିନୟଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯିବ ।

ଗିରଫ ପରେ ପୋଲିସ ଆଗରେ ସବୁ କଥା ମାନିଛି ବିନୟ । ନିଜ ସ୍ତ୍ରୀର ବନ୍ଧୁକରୁ ଗୁଳି ଚଳାଇ ଥିଲେ ବିନୟ । ବିନୟ ଠାରୁ ଗୋଟିଏ ବନ୍ଧୁକ, ୫ ରାଉଣ୍ଡ ଗୁଳି ଜବତ ହୋଇଛି । ବିନୟଙ୍କ ପତ୍ନୀ ହେଉଛନ୍ତି ନ୍ୟାସନାଲ ସ୍ତରର ସୁଟର ସ୍ଥିତପ୍ରଜ୍ଞା ରାୟ । ବନ୍ଧୁକଟି ସ୍ଥିତପ୍ରଜ୍ଞାଙ୍କ ନାମରେ ଅଛି । ତେବେ ଏହି ବନ୍ଧୁକ ଲାଇସେନ୍ସକୁ ବାତିଲ କରିବାକୁ ପୋଲିସ କମିଶନରଙ୍କୁ ଚିଠି ଲେଖିବେ ଡିସିପି ପ୍ରତୀକ ସିଂ ।

ବହୁଚର୍ଚ୍ଚିତ ଶିନା ବୋରା ହତ୍ୟା ମାମଲା, ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ମିଳିଲା ବେଲ୍

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶିନା ବୋରା ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ଦେଇଛନ୍ତି । ସାଢେ ୬ ବର୍ଷ ଜେଲରେ ରହିବା ପରେ ଇନ୍ଦ୍ରାଣୀଙ୍କୁ ଜାମିନ ମିଳିଛି । ସାଢେ ୬ ବର୍ଷ ଏକ ଲମ୍ବା ସମୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲା କେବଳ ପାରିପାର୍ଶ୍ବିକ ପ୍ରମାଣ ଉପରେ ଜାରି ରହିଛି । ଶୁଣାଣି ଶୀଘ୍ର ଶେଷ ହେବା ଭଳି ଲାଗୁନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେଣୁ ଇନ୍ଦ୍ରାଣି ଜାମିନର ହକଦାର ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଏହି ମାମଲାରେ ସୁପ୍ରିମକୋର୍ଟ ସହ ଅଭିଯୁକ୍ତ ପିଟର ମୁଖାର୍ଜୀଙ୍କୁ ୨୦୨୦ରେ ଜାମିନ ଦେଇସାରିଛନ୍ତି । ତେବେ CBI ଇନ୍ଦ୍ରାଣୀଙ୍କ ଜାମିନକୁ ବିରୋଧ କରିଥିଲା । ନିଜର ହିଁ ଝିଅ ଶିନା ବୋରାଙ୍କ ହତ୍ୟା ପାଇଁ ଷଡଯନ୍ତ୍ର ଓ ହତ୍ୟା ଭଳି ଜଘନ୍ୟ କାର୍ଯ୍ୟ କରିଛନ୍ତି । ଶିନା ବୋରା ଜୀବିତ ଅଛନ୍ତି ବୋଲି ଯାହା କୁହାଯାଉଛି, ତାହା କେବଳ ଇନ୍ଦ୍ରାଣୀଙ୍କ କଳ୍ପନା ମାତ୍ର ବୋଲି ସିବିଆଇ ସୁପ୍ରିମକୋର୍ଟରେ କହିଥିଲା । କିନ୍ତୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଇନ୍ଦ୍ରାଣୀଙ୍କ ଜାମିନ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ । ଗତ ଦେଢ ବର୍ଷରେ କୌଣସି ସାକ୍ଷୀଙ୍କ ପରୀକ୍ଷଣ ହୋଇନାହିଁ ।

ରାଜୀବଙ୍କ ହତ୍ୟାକାରୀଙ୍କୁ ମୁକ୍ତି, ଏଜି ପାରାରିବାଲାନଙ୍କୁ ଖଲାସ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତି ନିର୍ଦ୍ଦେଶ । ୩୧ ବର୍ଷ ପରେ ଜେଲରୁ ମୁକୁଳିବେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏଜି ପେରାରିଭାଲନ । ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ସେ ଆଜୀବନ କାରାଦଣ୍ଡ ଭୋଗୁଥିଲେ । ଆଜି ତାଙ୍କୁ ମୁକ୍ତି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଧାରା ୧୪୨ ଆଧାରରେ ପେରାରିଭାଲନଙ୍କୁ ମୁକ୍ତ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

୧୯୯୧ ମସିହା ମେ’ ୨୧ ତାରିଖରେ ତାମିଲନାଡ଼ୁର ଶ୍ରୀପେରୁମ୍ବୁଡୁରଠାରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ୧୯୯୯ ମସିହା ମେ’ ମାସରେ କୋର୍ଟ ୪ ଅଭିଯୁକ୍ତ ପେରାରିଭାଲନ, ମୁରୁଗାନ, ସାନ୍ଥମ ଏବଂ ନଳିନୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ପେରାରିଭାଲନଙ୍କ ମୁକ୍ତି ପାଇଁ ତାମିଲନାଡୁ ସରକାର ପ୍ରସ୍ତାବ ଗୃହୀତ ହୋଇଥିଲେ ବି ରାଜ୍ୟପାଳ ଏହାକୁ ଅଟକାଇ ଦେଇଥିଲେ । ତେବେ ଏ ନେଇ କୋର୍ଟ ରାଜ୍ୟପାଳଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ମାନିବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।