ସୌରଭଙ୍କୁ ରାଜଧାନୀରେ ସ୍ବାଗତ, ବାରବାଟୀରେ ଦେଖିବେ ମ୍ୟାଚ

1 min read

ଭୁବନେଶ୍ୱର: ରାଜଧାନୀରେ ପହଞ୍ଚିଲେ BCCI ସଭାପତି ସୌରଭ ଗାଙ୍ଗୁଲି  । ବିମାନବନ୍ଦରରେ ସୌରଭ ଗାଙ୍ଗୁଲି ପହଞ୍ଚିବା ପରେ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ୱର ବିମାନବନ୍ଦରରୁ କଡା ସୁରକ୍ଷା ବଳୟ ମଧ୍ୟରେ ସୌରଭ ଗାଙ୍ଗୁଲିଙ୍କୁ ହୋଟେଲ ନିଆଯାଇଛି। ହୋଟେଲରେ କିଛି ସମୟ ରେଷ୍ଟ ନେଲା ପରେ ଅପରାହ୍ନ 5 ଟାରେ ଗାଙ୍ଗୁଲି ନବୀନଙ୍କୁ ଭେଟିବେ।

ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିବେ ଗାଙ୍ଗୁଲି । ଏହାପରେ କଟକ ଯାଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ବାରବାଟୀରେ ମ୍ୟାଚ ଉପଭୋଗ କରିବେ ବିସିସିଆଇ କିଙ୍ଗ  ।  ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେଲାଣି ଟି-ଟ୍ବେଣ୍ଟି କାଉଣ୍ଟଡାଉନ୍ । ସନଡେରେ ହେବ ସୁପର ଫାଇଟ୍ । ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ କ୍ରିକେଟପ୍ରେମୀ ।

ଅପରାହ୍ନ ୩ଟାରୁ ଗେଟ୍ ଖୋଲିବା ପରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରୁଛନ୍ତି ଦର୍ଶକ । ଗାଇଡଲାଇନ ଅନୁସାରେ ଦର୍ଶକଙ୍କୁ ଷ୍ଟାଡିୟମ ଭିତରେ ପ୍ରବେଶ ପାଇଁ ମିଳୁଛି ଅନୁମତି । ସବୁଠି କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା  । ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜିତି ଥିବାରୁ ଦକ୍ଷିଣ ଆଫ୍ରିକା ଟିମର ମନୋବଳ ଦୃଢ଼ ରହିଛି । ଆଜି ଦ୍ବିତୀୟ ମ୍ୟାଚରେ କିପରି ଟିମ୍ ଇଣ୍ଡିଆକୁ ମାତ୍ ଦେବେ, ଏନେଇ ରଣନୀତି ପ୍ରସ୍ତୁତ କରିଛି ଭ୍ରମଣକାରୀ ଦଳ । ସେହିପରି ବାରବାଟୀରେ ଭାରତ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଶା ରଖିଛି  ।