spot_img
Home Blog Page 4351

ମେ’ ୩ ପରେ ସମସ୍ତେ ପ୍ରସ୍ତୁତ ରୁହନ୍ତୁ, ରାଜ ଠାକରେଙ୍କ ଚେତାବନୀ

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକରେ ଜୁନ୍ ୫ ଅଯୋଧ୍ୟା ଗସ୍ତ କରିବେ । ଏହା ସହିତ ସେ ଆସନ୍ତା ମେ’ ୧ରେ ଐରଙ୍ଗାବାଦରେ ତାଙ୍କର ପରବର୍ତ୍ତୀ ସାଧାରଣ ସଭା କରିବାକୁ ଘୋଷଣ କରିଛନ୍ତି । ରାଜ୍ ଠାକରେ କହିଛନ୍ତି ଆମେ ମହାରାଷ୍ଟ୍ରରେ ଦଙ୍ଗା ଚାହୁଁନାହୁଁ । ନମାଜ କରିବାକୁ ଆମେ କେହି ବିରୋଧ କରୁନାହୁଁ । କିନ୍ତୁ ଯଦି ଆପଣ ଏହାକୁ ଲାଉଡ ସ୍ପିକରରେ କରନ୍ତି ତେବେ ଆମେ ମଧ୍ୟ ଲାଉଡ ସ୍ପିକର ବ୍ୟବହାର କରିବୁ ।

ରାଜ ଠାକେର କହିଛନ୍ତି ଯେ ମୁସଲମାନମାନେ ବୁଝିବା ଉଚିତ୍ ଯେ କୌଣସି ଧର୍ମ ଆଇନଠାରୁ ବଡ଼ ନୁହେଁ । ସେ ଆହୁରି କହିଛନ୍ତି ଯେ ମେ’ ୩ ପରେ ମୁଁ କ’ଣ କରିବି ଦେଖିବି । ହନୁମାନ ଜୟନ୍ତୀ ଅବସରରେ ଦିଲ୍ଲୀର ଜାହାଙ୍ଗୀରପୁରରେ ହୋଇଥିବା ହିଂସା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରାଜ୍ ଠାକରେ । ସେ କହିଛନ୍ତି ଏହି ସବୁ ଘଟଣାରେ ଏହି ପରି ଭାବରେ ଉତ୍ତର ଦିଆଯିବା ଉଚିତ୍ । ନଚେତ ଏହି ଲୋକମାନେ ବୁଝିବେ ନାହିଁ ।

ରାଜ ଠାକରେ ଦେଶର ସମସ୍ତ ହିନ୍ଦୁମାନଙ୍କୁ ପ୍ରସ୍ତୁତ ରହିବାକୁ ନିବେଦନ କରିଛନ୍ତି । ଯଦି ମୁସଲିମ୍ ସମାଜର ଲୋକମାନେ ୧’ ୩ ସୁଦ୍ଧା ମସଜିଦରୁ ଲାଉଡ ସ୍ପିକର ହଟାନ୍ତି ନାହିଁ, ତେବେ ଆମେ ବି ହନୁମାନ ଚାଳିସା ଲାଉଡ ସ୍ପିକରରେ ବଜାଇବୁ । ତେବେ ଏହି ଲାଉଡ ସ୍ପିକର ପାଇଁ କେବଳ ହିନ୍ଦୁ ସମାଜର ଲୋକ ଅସୁବିଧାର ସମ୍ମୁଖୀନ ହେଉନାହିଁନ୍ତି ବରଂ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏଥିସହ ଶିବସେନା ମନ୍ତ୍ରୀ ତଥା ମନ୍ତ୍ରୀ ଆଦିତ୍ୟ ଠାକରେ ହିନ୍ଦୁତ୍ୱ ପ୍ରସଙ୍ଗରେ ନିଜର ଗଡ଼କୁ ଯାଇ ବିଜେପିକୁ ଉତ୍ତର ଦେବାକୁ ପ୍ରସ୍ତୁତ ହେଉଛନ୍ତି । ସେ ଖୁବ୍ ଶୀଘ୍ର ଅଯୋଧ୍ୟା ପରିଦର୍ଶନ କରିବେ ବୋଲି ଆଦିତ୍ୟ ଠାକରେ ଶନିବାର ଘୋଷଣା କରିଛନ୍ତି । ସେ ମେ’ ମାସ ଆରମ୍ଭରେ ଅଯୋଧ୍ୟା ଯାଇପାରନ୍ତି । ସେ କହିଛନ୍ତି ଯେ ଅଯୋଧ୍ୟା ଯାତ୍ରା ସମ୍ପର୍କରେ ସାଂସଦ ସଞ୍ଜୟ ରାଉତଙ୍କ ସହ ତାଙ୍କର ଆଲୋଚନା ହୋଇଛି । ଅଯୋଧ୍ୟା ଯାତ୍ରା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଘୋଷଣା କରାଯିବ ।

ସାଲୁଙ୍କି ନଦୀରେ ବୁଡ଼ି ଭାଇ ଭଉଣୀ ମୃତ

କନ୍ଧମାଳ: ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଦୁଇ ଭାଇ ଭଉଣୀଙ୍କ ମୃତ l କନ୍ଧମାଳ ଜିଲ୍ଲା ଟିକାବାଲି ଅନ୍ତର୍ଗତ ଛତିଝାର ଗାଁରେ ଘଟିଛି ଅଘଟଣ l ମୃତ ବରଣ କରିଥିବା ଦୁଇ ଜଣ ହେଉଛନ୍ତି ଯୁଧିଷ୍ଠିର ଦେହୁରିଙ୍କ ନାବାଳିକା ଝିଅ ଓ ନାବାଳିକା ପୁଅ । ଦୁହେଁ ସକାଳ ୯ ଟାରେ ନିଜ ବଡ଼ ମାଆଙ୍କ ସାଙ୍ଗରେ ପାଖ ଶାଲୁଙ୍କି ନଦୀରେ ଗାଧେଇବା ବେଳେ ଗୋଡ଼ ଖସି ପାଣିରେ ବୁଡ଼ି ଯାଇଥିଲେ । ପାଣିରେ ବୁଢ଼ିବାର କିଛି ସମୟ ପରେ ପାଣିରେ ଭାସୁଥିଲେ । ପାଣିରେ ଭାସୁଥିବା ଦେଖି ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରି ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟ ଭାଇ, ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପାଇ ଟିକାବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇବ ସହ ଏକ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

୫ ଦିନିଆ ରିମାଣ୍ଡରେ ଠକ ଡାକ୍ତର ରମେଶ ସ୍ବାଇଁର ଅସଲି ଡାକ୍ତରାଣୀ ପତ୍ନୀ

ଭୁବନେଶ୍ୱର: ଠକ ଡାକ୍ତର ରମେଶ ସ୍ବାଇଁ ଗିରଫ ମାମଲା । ସ୍ତ୍ରୀ ଖୋଲିବେ ସ୍ୱାମୀର ଠକେଇ ଗୁମର । ପାଞ୍ଚ ଦିନିଆ ରିମାଣ୍ଡରେ ରମେଶ ସ୍ବାଇଁର ଅସଲି ଡାକ୍ତରାଣୀ ପତ୍ନୀ କମଳା ସ୍ବାଇଁ । ବିଭିନ୍ନ ଦିଗକୁ ନେଇ ତାଙ୍କୁ ଝାଳ ବୁହା ପ୍ରଶ୍ନ କରିଛି ପିଙ୍କ ଟିମ୍ । ରମେଶକୁ କେବେ ଠାରୁ ବିବାହ କରିଥିଲ? ବିବାହ କରିବା ପରେ ସମ୍ପର୍କ କିପରି ଥିଲା ? ରମେଶ ଜଣେ ଅଣ୍ଡ ମ୍ୟାଟ୍ରିକ ଜାଣି ବି କେମିତି ବିବାହ କରିଥିଲେ ? ବିବାହ କଲା ପରେ କେମିତି ମିଳିମିଶି ଠକୁଥିଲେ ?  ଠକେଇ ଟଙ୍କା କେଉଁଠାରେ ଇନଭେଷ୍ଟ ହୋଇଛି ? ଠକେଇ ଟଙ୍କାରେ କ’ଣ କ’ଣ ସବୁ ସମ୍ପତ୍ତି କରିଛନ୍ତି ?  ରମେଶଙ୍କ ଏକାଧିକ ବିବାହରେ ତୁମର ଭୂମିକା କେମତି ଥିଲା ? ଏଭଳି ଅକାଧିକ ପ୍ରଶ୍ନ କରିଛି ପିଙ୍କ ଟିମ୍ । ପଲିଗ୍ରାଫ ଟେଷ୍ଟ ବେଳେ ପଚରା ଯାଇଥିବା ପ୍ରଶ୍ନକୁ ନେଇ ମଧ୍ୟ ଦ୍ବିତୀୟ ପତ୍ନୀକୁ କ୍ରସ୍ ଚେକ୍ କରିଛି ପୋଲିସ । ସେପଟେ ଆହ୍ଲାବାଦରୁ କମଳା ସ୍ବାଇଁଙ୍କ ଏକ ଦାମୀ କାର ଓ ଫିକ୍ସ ଜବତ କରିଛି ପୋଲିସ ।

ରାଉରକେଲାରେ ଆଇପିଏଲ ବେଟିଂ ବେଳେ ପୋଲିସ ରେଡ୍, ଧରାପଡ଼ିଲେ ୯ ଅଭିଯୁକ୍ତ

ରାଉରକେଲା: ମହଙ୍ଗା ପଡ଼ିଲା ଆଇପିଏଲ ବେଟିଂ । ୯ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ବିରମିତ୍ରପୁର ଥାନା ଯମୁନାନାକୀ ଗାଁର ଏକ ଘରେ ଚାଲିଥିଲା ଆଇପିଏଲ ବେଟିଂ । ଆଇପିଏଲ ବେଟିଂ ଖବର ପାଇ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପକ୍ଷରୁ ୧୮ଟି ମୋବାଇଲ ଫୋନ, ଗୋଟିଏ ଲାପଟପ୍ ଏବଂ ଗୋଟିଏ ଟ୍ୟାବଲେଟ ଜବତ କରାଯାଇଛି । ଗିରଫ ସମସ୍ତ ୯ ଜଣଙ୍କୁ ଥାନାରେ ରଖି ଅଧିକ ପଚାରାଉଚରା କରୁଛି ପୋଲିସ । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଭିଲାଇ ଦୁର୍ଗ ଅଞ୍ଚଳର । ସମସ୍ତଙ୍କ ବୟସ ୨୦ରୁ ୨୫ ବର୍ଷ ହେବ ବୋଲି ସୂଚନା ମିଳିଛି ।

ଗତ ସପ୍ତାହରେ ହାଇଦ୍ରାବାଦ ପୋଲିସ ଏକ ବଡ଼ ଧରଣରେ ଆଇପିଏଲ ବେଟିଂ ଗ୍ୟାଙ୍ଗ ଉପରେ ଚଢ଼ାଉ କରିଥିଲା । ଚଢ଼ାଉ କରି ସେମାନଙ୍କୁ ଗିରଫ କରିବା ସହ ୫୬ ଲକ୍ଷ ଟଙ୍କା ଜବତ କରିଥିଲା । ସୂଚନା ଅନୁସାରେ ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇସାରିଛି ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଲିଗ୍ ଆଇପିଏଲ । ଚଳିତ ଥର ଆଇପିଏଲରେ ଆଉ ଦୁଇଟି ନୂଆ ଦଳ ସାମିଲ ହୋଇଛନ୍ତି । ଅର୍ଥାତ ୧୦ଟି ଟିମକୁ ନେଇ ଖେଳାଯାଉଛି ଚଳିତ ଆଇପିଏଲ । ଆଇପିଏଲ ଆରମ୍ଭ ହେବା ସହ ଆରମ୍ଭ ହୋଇସାରିଛି ଆଇପିଏଲ ବେଟିଂ । ବେଟିଂ କରୁଥିବା ସମୟରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଇ କରି ବୁକିମାନଙ୍କୁ ଗିରଫ କରିବା ସହ ଲକ୍ଷ ଲକ୍ଷ ଟଙ୍କା ଜବତ ମଧ୍ୟ କରିଛି ।

ଆମେରିକାରେ ପୁଣି ବଡ଼ ଧରଣର ଗୁଳିକାଣ୍ଡ, ୧୨ରୁ ଅଧିକ ଆହତ

ଓ୍ୱାଶିଂଟନ: ଆମେରିକା ସାଉଥ କାରୋଲିନାରେ ପୁଣି ବଡ଼ ଧରଣର ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଜନଗହଳି ପୂର୍ଣ୍ଣ କଲମ୍ବିଆନ ସେଣ୍ଟରର ଏକ ମଲରେ ଅକସ୍ମାତ ଗୁଳିମାଡ଼ ଯୋଗୁ ଆତଙ୍କ ପ୍ରକାଶ ପାଇଛି । ଆଗ୍ନେୟାସ୍ତ୍ର ଧରିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଲୋକଙ୍କ ଉପରକୁ ଗୁଳି ମାରିଥିବା ପୋଲିସ କହିଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି କଲମ୍ବିଆ ପୋଲିସ ମୁଖ୍ୟ । ଆହତ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଭିଯୁକ୍ତଙ୍କ ବୟସ ୧୫ରୁ ୭୩ ବର୍ଷ ବୟସ ମଧ୍ୟରେ ।

ଗୁଳିକାଣ୍ଡ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ପ୍ରକାଶ ପାଇଥିଲା ଏବଂ ଲୋକମାନେ ବିଭିନ୍ନ ସ୍ଥାନରେ ଲୁଚିଯାଇଥିଲେ । ଗତ ବୁଧବାର ଦିନ ବ୍ରୁକଲିନର ଆଟଲାଣ୍ଟିକ ଟର୍ମିନାଲ ମଲରେ ଜଣେ ବାଳକକୁ ଗୁଳି କରାଯାଇଥିଲା । ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ସେହିପରି ଭାବରେ ଗତ ୧୨ ତାରିଖରେ ନ୍ୟୁୟର୍କ ବ୍ରୁକଲିନ ସବଓ୍ବେରେ ଗୁଳିକାଣ୍ଡ ହୋଇଥିଲା । ଏହି ଗୁଳିକାଣ୍ଡରେ ୧୩ ଜଣ ଆହତ ହୋଇଥିଲେ । ଏହି ଗୁଳିକାଣ୍ଡ ପରେ ଗ୍ୟାସ ମାସ୍କ ପିନ୍ଧି ଗୁଳି ମାରିଥିବା ଅଭିଯୁକ୍ତ ଫ୍ରାଙ୍କ ଜେମସକୁ ପରେ ଗିରଫ କରିଥିଲା ପୋଲିସ ।

ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣା, ୨ ଲୁଟେରାଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ କଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ବର ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣାରେ କ୍ରାଇମ୍ ସିନ୍ ରିକ୍ରିଏଟ କରିଛି ପୋଲିସ । ୨ ଲୁଟେରାଙ୍କୁ ନେଇ ଲୁଟର ଡେମୋ କରିଛି ପୋଲିସ । ଏଟିଏମ୍ ସ୍ଥଳ, ଶିଶୁଭବନ, ଲିଙ୍ଗିପୁର ପେଟ୍ରୋଲ ପମ୍ପ, ଦୟାନଦୀ କୂଳକୁ ନେଇ ଡେମୋ କରିଛି ପୋଲିସ । ଏଟିଏମ୍ ଭାଙ୍ଗିଥିବା ସ୍ଥାନରୁ ଶାବଳ, ହାମର, ସ୍କ୍ରୁ ଡାଇଭର ମିଳିଛି । ଏହି ମାମଲାରେ ୨ ଲୁଟେରାଙ୍କଠାରୁ ଅଧିକ ତଥ୍ୟ ହାସଲ ପାଇଁ 7 ଦିନ ରିମାଣ୍ଡ ଆବେଦନ କରିବ ପୋଲିସ ।

ଗତକାଲି ୨ ଅନ୍ତର୍ଜାତୀୟ ଲୁଟେରାଙ୍କୁ ଗିରଫ କରିଥିଲା ପୋଲିସ । ଟଙ୍କା ଲୁଟ କରି କୋରିୟରରେ ବାଂଲାଦେଶ ପଠାଉଥିଲେ ଏହି ଲୁଟେରା । ଏଟିଏମ ଲୁଟ କରି ଭୁବନେଶ୍ବରରୁ ବସ୍‌ ଯୋଗେ ବିଶାଖାପାଟନମ୍ ଦେଇ ବାଙ୍ଗାଲୋର ଖସି ପଳାଇଥିଲେ ଏହି ଲୁଟେରାମାନେ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ବେଳେ ଲୁଟ୍ ପଛରେ ଅଣ ଓଡିଆ ଲୁଟେରା ଥିବା ସନ୍ଦେହ କରିଥିଲା ପୋଲିସ । ଏହି ଗ୍ୟାଙ୍ଗ ବାଙ୍ଗାଲୋରର ଏକ ଏଟିଏମକୁ ଟାର୍ଗେଟ କରୁଥିବା ବେଳେ ମାଡ଼ି ବସିଥିଲା ପୋଲିସ । କମିଶନରେଟ୍ ପୋଲିସର ମିଶନ ଅମ୍ପସିବଲ ହୋଇଛି ପସିବୁଲ । ଘଟଣାରେ ସମ୍ପୃକ୍ତ ଆଉ ୪ ଜଣଙ୍କୁ ଖୁବଶୀଘ୍ର ଧରିବ ବୋଲି ପୋଲିସ କହିଛି ।

ହୁବଳିରେ ସାଂପ୍ରଦାୟିକ ଉତ୍ତେଜନା ଘଟଣାରେ ୪୦ ଗିରଫ

ହୁବଳି: କର୍ଣ୍ଣାଟକ ହୁବଳିରେ ମଧ୍ୟ ସାଂପ୍ରଦାୟିକ ଉତ୍ତେଜନା  । ପୋଲିସ ଥାନା ଉପରେ ଆକ୍ରମଣ କରିଛନ୍ତି ଉତ୍ତ୍ୟକ୍ତ ଲୋକେ  । ପୁରୁଣା ହୁବଲି ପୋଲିସ ଷ୍ଟେସନରେ ଗତରାତିରେ ଉତ୍ତ୍ୟକ୍ତ ଲୋକେ ଟେକାପଥର ମାଡ କରିଛନ୍ତି  । ଏହି ଘଟଣା ପରେ ୪୦ ଜଣଙ୍କୁ ଗିରଫ କରାଯାଇଛି  । କିଛି ପୋଲିସ ଗାଡି ମଧ୍ୟ ଭଙ୍ଗାରୁଜା କରିଛନ୍ତି ଲୋକେ  । ଢେଲାପଥର ମାଡ ଯୋଗୁଁ ଜଣେ ଇନ୍ସପେକ୍ଟରଙ୍କ ସମେତ ୧୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି  । ଲୋକଙ୍କୁ ଘଉଡାଇବା ପାଇଁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା  ।

ହିଂସାକାଣ୍ଡ ପରେ ହୁବଳିରେ ଜାରି କରାଯାଇଛି ୧୪୪ ଧାରା ।  ସୋସିଆଲ ମିଡିଆରେ ସଂଖ୍ୟାଲଘୁ ସଂପ୍ରଦାୟକୁ ଟାର୍ଗେଟ କରି ଜଣେ ବ୍ୟକ୍ତି ଆପତ୍ତିଜନକ ପୋଷ୍ଟ କରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ମାମଲା ରୁଜୁ କରିଥିଲା ପୋଲିସ ।  କିନ୍ତୁ ପୋଲିସ କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ନ ହୋଇ ବହୁସଂଖ୍ୟାରେ ଲୋକେ ଥାନା ଉପରେ ଆକ୍ରମଣ କରିଥିବା ହୁବଲି -ଧାରଓ୍ବାର୍ଡ ପୋଲିସ କମିଶନର କହିଛନ୍ତି  ।

ପୁଣି ଭାରତ ବିରୋଧରେ ଚୀନର ଚାଲାକି, ଲଦାଖ ଚୁସୁଲରେ ପ୍ରତିଷ୍ଠା କଲା ୩ଟି 4-G ମୋବାଇଲ ଟାଓ୍ୱାର

ଲଦାଖ: ପୁଣି ସାମ୍ନାକୁ ଆସିଲା ଚୀନର ଚାଲାକି । ପଙ୍ଗୟୋଙ୍ଗ ହ୍ରଦରେ ବେଆଇନ ପୋଲ ନିର୍ମାଣ କରିବା ପରେ ଏବେ ଲଦାଖ ଅନ୍ତର୍ଗତ ଚୁସୁଲ ନିକଟରେ ପ୍ରତିଷ୍ଠା କରିଛି ମୋବାଇଲ ଟାଓ୍ୱାର । ଭାରତ-ଚୀନ ସୀମାର ଅତି ନିକଟରେ ୩ଟି ଟାଓ୍ବାର ପ୍ରତିଷ୍ଠା ହୋଇଛି । ୧୯୬୨ରୁ କିଛି ଅଞ୍ଚଳକୁ ଚୀନ ବେଆଇନ ଭାବେ ଅକ୍ତିଆର କରି ରଖିଥିବାବେଳେ ବିଭିନ୍ନ ଅଞ୍ଚଳରେ ବେଆଇନ ପ୍ରତିଷ୍ଠାମାନ କରିବାରେ ଲିପ୍ତ ରହିଛି ଚୀନ ।

ଭାରତୀୟ ସୀମା ତଥା ହଟସ୍ପ୍ରିଙ୍ଗ ନିକଟରେ ୩ଟି ମୋବାଇଲ ପ୍ରତିଷ୍ଠା କରିବା ଯୋଗୁ ଭାରତୀୟ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଚୁସୁଲ କାଉନସିଲର କୋନଚୋକ ଷ୍ଟାନଜିନ କହିଛନ୍ତି- ସ୍ଥାନୀୟ ଅଞ୍ଚଳରେ ଥିବା ୧୧ଟି ଗ୍ରାମରେ ଫୋର-ଜି ସେବା ନଥିବାବେଳେ ଚୀନ ପକ୍ଷରୁ ମୋବାଇଲ ସେବା ଆରମ୍ଭ କରାଯାଇଛି । ପ୍ରକୃତ ନିୟନ୍ତ୍ରଣ ରେଖାଠାରୁ ପ୍ରାୟ ୮ କିଲୋମିଟର ମଧ୍ୟରେ ଏହି ଟାଓ୍ବାର ପ୍ରତିଷ୍ଠା ହୋଇଛି ।

ଆଞ୍ଚଳିକ ଦଳକୁ ଭୋଟ ଦେବାକୁ ସୁରଙ୍କ ଅପିଲ

ଭୁବନେଶ୍ୱର: କଂଗ୍ରେସ କାହିଁକି କୌଣସି ଜାତୀୟ ଦଳକୁ ଭୋଟ୍ ଦିଅନି । ଆଞ୍ଚଳିକ ଦଳକୁ ଭୋଟ ଦିଅ । ଜାତୀୟ ରାଜନୀତିରେ ଆଞ୍ଚଳିକ ଦଳର ପ୍ରଭାବ ବଢ଼ୁଥିବାବେଳେ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଦଳ ଭଲ ପ୍ରଦର୍ଶନ କରୁଛି । ଆଞ୍ଚଳିକ ଦଳ ଆଗରେ ମାଟି କାମୁଡିଛନ୍ତି ଜାତୀୟ ଦଳ । ଭୋଟର ଆଞ୍ଚଳିକ ଦଳ ଆଡ଼କୁ ମୁହାଁଉଥିବାବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ସୁରେଶ ରାଉତରାୟ ।

ସାରା ଦେଶରେ ଏବେ ଜାତୀୟ ଦଳକୁ ଗ୍ରହଣ କରୁନାହାନ୍ତି ଭୋଟର । ଜାତୀୟ ଦଳ କଂଗ୍ରେସ ଓ ବିଜେପି ଛାଡି ଆଞ୍ଚଳିକ ଦଳ ମୁହାଁ ଭୋଟର । ତେବେ ଦେଶରେ ବିଭିନ୍ନ ରାଜ୍ୟରେ ଜାତୀୟ ଦଳର ପତନ ଓ ଆଞ୍ଚଳିକ ଦଳର ଏହି ଉତଥାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ସେ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ଜାତୀୟ ଦଳକୁ ଗ୍ରହଣ କରିବା ଉଚିତ୍ ନୁହେଁ । ଏବେ ସବୁ ଆଞ୍ଚଳିକ ଆଞ୍ଚଳିକ ଦଳକୁ ସୁଦୃଢ଼ କର ଏବଂ ପରିବର୍ତ୍ତନ ଆଣିବାକୁ କହିଛନ୍ତି ସୁରେଶ ରାଉତରାୟ ।

ସୂଚନା ଅନୁସାରେ ଏବେ ନିକଟରେ ଶେଷ ହୋଇଛି ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ । ଏହି ୫ ରାଜ୍ୟରୁ ୪ ରାଜ୍ୟରେ ସରକାର କରିଛି ବିଜେପି ଏବଂ ଗୋଟିଏ ରାଜ୍ୟ ପଞ୍ଜାବରେ ସରକାର ଗଢ଼ିଛି ଆମ୍ ଆଦମୀ ପାର୍ଟି । ସବୁଠାରୁ ବଡ଼ କଥା ହେଉଛି ଏହି ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ନୈରାଶଜନକ ପ୍ରଦଶର୍ନ କରିଛି କଂଗ୍ରେସ । ଯଦିଓ ୫ ରାଜ୍ୟରୁ ୪ ରାଜ୍ୟରେ ସରକାର କରିଛି ଜାତୀୟ ଦଳ ଭାରତୀୟ ଜନତା ପାର୍ଟି । କିନ୍ତୁ ବିଭିନ୍ନ ରାଜ୍ୟରେ ଏବେ ଜାତୀୟ ଦଳ ଅପେକ୍ଷା ଆଞ୍ଚଳିକ ଦଳ ବେଶ୍ ଭଲ ପ୍ରଦଶର୍ନ କରୁଛି । ଆଞ୍ଚଳିକ ଦଳ ଆଗରେ ମାଟି କାମୁଡି ପଡ଼ୁଛି ଜାତୀୟ ଦଳ । ତେବେ ଏପ୍ରିଲ ୧୨ରେ ଦେଶର ଗୋଟିଏ ଲୋକସଭା ଆସନ ଓ ୪ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ମଧ୍ୟ ବାଜି ମାରିଛି ଆଞ୍ଚଳିକ ଦଳ ।

ଦେଶରେ ବିଭିନ୍ନ ରାଜ୍ୟରେ ଏବେ ଆଞ୍ଚଳିକ ଦଳ ସୁଦୃଢ଼ ହେବାରେ ଲାଗିଛି । ଓଡ଼ିଶାରେ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଆଗରେ ହାର୍ ମାନିଛି ଜାତୀୟ ଦଳ । ଜାତୀୟ ଦଳକୁ ପଛରେ ପକାଇ ବିଜେଡି ୨୦୦୦ ମସିହାରୁ ରାଜ୍ୟର ଶାସନ ଭାର ଚଲାଇଛି । ସେହିପରି ଭାବରେ ପଶ୍ଚିମବଙ୍ଗରେ ମଧ୍ୟ ଜାତୀୟ ଦଳକୁ ମାତ୍ ଦେଇ ସରକାର କରିଛି ତୃଣମୂଳ କଂଗ୍ରେସ । ଅନ୍ୟପକ୍ଷରେ ଦିଲ୍ଲୀ, ପଞ୍ଜାବରେ ମଧ୍ୟ କ୍ଲିନ୍ ସୁଇପ କରି ସରକାର କରିଛି ଆଞ୍ଚଳିକ ଦଳ ଆମ୍ ଆଦମୀ ପାର୍ଟି । ସେହିପରି ତାମିଲନାଡୁରେ ଡିଏମକେ, ମହାରାଷ୍ଟ୍ରରେ ଏନସିପି ଓ ଶିବସେନା, ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି, ବିହାରରେ ଆରଜେଡି, ଝାଡ଼ଖଣ୍ଡରେ ଜେଏମଏମ ଦଳ ମଧ୍ୟ ଜାତୀୟ ଦଳକୁ ଚେକ୍ ଦେଇପାରିଛି ।

ଝଡ଼ର ଇଗଲଙ୍କୁ ଝୁରୁଛି ଓଡ଼ିଶା, ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମନେ ପଡ଼ନ୍ତି ବିଜୁ ବାବୁ । ଝଡ଼ର ଇଗଲଙ୍କୁ ଝୁରୁଛି ଓଡ଼ିଶା । ଇତିହାସ ଯେତିକି ପଢ଼ିଥିଲେ, ତାହାଠାରୁ ଅଧିକ ଇତିହାସ ରଚିଥିଲେ ପ୍ରବାଦ ପୁରୁଷ ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ । ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ । ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ରାଜ୍ୟର କୋଣ ଅନୁକୋଣରେ ହେଉଛି ତାଙ୍କ ସ୍ମୃତିଚାରଣ । ଏହି ଅବସରରେ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ଜାତିର ସ୍ବାଭିମାନ ବିଜୁ ବାବୁ । ସେ ଦେଖାଇଥିବା ମାର୍ଗ ଏବେ ଓଡ଼ିଶାକୁ ବିକାଶର ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ କରିଛି । ତାଙ୍କ ନୀତି ଆଦର୍ଶ ସର୍ବଦା ଆମକୁ ଲୋକଙ୍କ ସେବା ପାଇଁ ଅନୁପ୍ରାଣିତ କରିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ସେପଟେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସକୁ ନେଇ ରାଜଧାନୀରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଫରେଷ୍ଟ ପାର୍କରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଏହି ଅବସରରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମେୟର ସୁଲୋଚନା ଦାସ, ବିଧାୟକ ସୁଶାନ୍ତ ରାଉତ, ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ସହ ଦଳୀୟ କର୍ମୀ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଓଡ଼ିଶା ମୋ ପରିବାର ପକ୍ଷରୁ ପ୍ରତି ନିର୍ବାଚନ ମଣ୍ଡଳୀରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ୧୫ଦିନ ଧରି ରକ୍ତଦାନ ଶିବିର ଚାଲିବ ।