ଆଦିବାସୀ ବହୁଳ ଅଞ୍ଚଳରୁ ଦିଲ୍ଲୀ ଯାତ୍ରା , ଜାଣନ୍ତୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିଷୟରେ ସବୁ କିଛି

1 min read

ନନ୍ଦିଘୋଷ ବ୍ୟୁରୋ: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦ୍ରୌପଦୀ ମୁର୍ମୁଙ୍କ ନାଁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି  । ଦ୍ରୌପଦୀ ମୁର୍ମୁଙ୍କ ନାଁ ଶୁଣିବା ପରେ ସାଧାରଣ ଲୋକଙ୍କ ମନରେ ଗୋଟିଏ ଉତ୍ସାହ ସୃଷ୍ଟି ହୋଇଛି  । କିଏ ଏହି ମହିଳା ଏବଂ ବିଜେପି କାହିଁକି ତାଙ୍କୁ ଯୋଗ୍ଯ ପ୍ରାର୍ଥୀ ଭାବେ ଚୟନ କଲା  । ସାମାନ୍ୟ ୱାର୍ଡ ସଭ୍ୟାରୁ କେମିତି ଏକ ଚର୍ଚ୍ଚିତ ଚେହେରା ହେଲେ ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା  ।

ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ୨୦ ଜୁନ ୧୯୫୮ ମସିହାରେ ଓଡିଶଆର ମୟୂରଭଞ୍ଜର ଏକ ଆଦିବାସୀ ପରିବାରରେ ହୋଇଥିଲା  । ୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ ଦ୍ରୌପଦୀ ମୁର୍ମୁ । ୧୯୯୭ରେ ଓ୍ବାର୍ଡ ସଭ୍ୟ ଭାବେ ନିର୍ବାଚିତ ହେବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ମେଣ୍ଟ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ । ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା ।୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି ।

ଜଣେ ଦକ୍ଷ ରାଜନୀତିଜ୍ଞ ଭାବେ ସେ ଖ୍ୟାତି ଅର୍ଜନ କରିବା ସହ ୨୦୧୫ରୁ ୨୦୨୧ଯାଏ ହୋଇଥିଲେ ଝାଡଖଣ୍ଡ ରାଜ୍ୟପାଳ । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର ଅର୍ଥାତ ୨୦୦୦ ଏବଂ ୨୦୦୪ ପର୍ଯ୍ୟନ୍ତ ହୋଇଥିଲେ ବିଧାୟକ । ସେ ବିଜେପି ଓ ବିଜେଡିର ମେଣ୍ଟ ସରକାରରେ ବାଣିଜ୍ୟ ଓ ଗମନାଗମନ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ୬ ମାର୍ଚ୍ଚ ୨୦୦୦ରୁ ୬ ଅଗଷ୍ଟ ୬ ୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ମନ୍ତ୍ରୀ ଥିଲେ । ସେ ୨୦୦୨ରୁ ୨୦୦୪ ଯାଏ ଥିଲେ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଥିଲେ ।

ଆଉ ଏବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେଇ ଓଡିଶା ପାଇଁ ଗର୍ବ ଆଉ ଗୌରବ ଆଣିଛନ୍ତି  । ଯଦି ସେ ରାଷ୍ଟ୍ରପତି ନିର୍ବାଚନ ଜିତନ୍ତି ତେବେ ସେ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ବା ଦ୍ବିତୀୟ ମହିଳା ରାଷ୍ଟ୍ରପତି ଭାବେ ଉତିହାସ ରଚିବେ  ।