ଅଗ୍ନିପଥ ଯୋଜନା: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୩ ସେନା ମୁଖ୍ୟ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ବାବଦରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଜି ତିନିସେନାର ମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି  । ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ନୌସେନା ମୁଖ୍ୟ ଆଡମିରାଲ ହରି କୁମାର ଓ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଭି.ଆର ଚୌଧୁରୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ବିରୋଧ ପରେ ଭାରତୀୟ ସେନା ପକ୍ଷରୁ ଯୋଜନା ସଂପର୍କରେ ସ୍ପଷ୍ଟୀକରଣ ଦିଆଯାଉଛି ।

ତେବେ ଅଗ୍ନିପଥ ଯୋଜନାକୁ ଫେରାଇ ନିଆଯିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଏନଏସଏ ଅଜିତ ଡୋଭାଲ ସ୍ପଷ୍ଟ କରିସାରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସେନାରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି, ଏହା ଅନୁଯାୟୀ ୬ଟି କ୍ୟାଟେଗୋରୀରେ ଭର୍ତ୍ତି କରାଯିବ । ଏଥିରେ ଅଗ୍ନିବୀର ଜେନେରାଲ ଡ୍ୟୁଟି, ଅଗ୍ନିବୀର ଟେକ୍ନିକାଲ, ଅଗ୍ନିବୀର କ୍ଲର୍କ, ଅଗ୍ନିବୀର ଟ୍ରେଡ୍ସମ୍ୟାନ ସାମିଲ ରହିଛି ।