ପ୍ରେମିକାକୁ କନ୍ଦାଇ ପ୍ରେମ କରିଥିଲେ ରାଇମୋହନ

1 min read

ନନ୍ଦିଘୋଷ ବ୍ୟୁରୋ: ଧଳା-କଳା ଟିଭିରେ ଏଇ ଆବାଜ ସେତେବେଳେ ଆତଙ୍କ ରଚାଏ । କେବଳ ସ୍ୱର ଶୁଣିଲେ ଡରି ଛାନିଆ ହୁଅନ୍ତି ପିଲାଏ । କାରଣ ନାଁ ଟି ହେଉଛି ରାଇମୋହନ ପରିଡ଼ା । ଦର୍ଶକଙ୍କ ପାଇଁ ବାସ, ଗୋଟିଏ ଡାଇଲଗ ହିଁ ଜାଣିବା ପାଇଁ ଯଥେଷ୍ଟ । ମଞ୍ଚ ନାଟକରୁ ଚଳଚ୍ଚିତ୍ର ଏବଂ ଯାତ୍ରା ପେଣ୍ଡାଲ । ସବୁଠି ଦର୍ଶକଙ୍କୁ ଭିଡିଆଣେ ଏହି ପରିଚିତ ମୁହଁ ଟି ।

ରାଇମୋହନଙ୍କ ବାସ୍ତବ କାହାଣୀ କିଛି ଭିନ୍ନ । ତାଙ୍କ ପ୍ରେମ କାହାଣୀ ବି ଡାଇଲଗରୁ ଆରମ୍ଭ ହୋଇଥିଲା । ହିରୋ ହୋଇ ନୁହେଁ ବଂର ଭିଲିୟାନରୁ ସାଜିଥିଲେ ଅସଲି ପ୍ରେମିକ । ସଂଗୀତ ମହା ବିଦ୍ୟାଳୟରେ ପାଠ ପଢୁଥିବାବେଳେ ସେ ବେସ ବାଳୁଙ୍ଗା ଥିଲେ । ବଦମାସ ବୋଲି ପରିଚିତ ଥିଲେ । ରାଇମୋହନଙ୍କ ଏହି ବଦମାସୀକୁ ସାଥି ପିଲାଏ ଡରିଥାନ୍ତି । ଆଉ ଏହାରି ଭିତରେ ଆରମ୍ଭ ହୋଇଥିଲା ପ୍ରେମ । ସେଦିନ ଉତ୍କଳ ସଙ୍ଗୀତ ମହା ବିଦ୍ୟାଳୟରେ କ୍ଲାସ ଥାଏ । ଗୋଟେ ସିଧା ସାଧା ଝିଅ ଟି ଟେବୁଲ ଉପରେ ବସିପଡିଥାଏ । ଆଉ ସେହି ସମୟରେ ରୁମକୁ ଏଣ୍ଟ୍ରି କରନ୍ତି ରାଇମୋହନ ।

ଓ ମଡାମ, ଟେବୁଲ ଟା ପଢିବା ପାଇ ହୋଇଛି, ବସିବା ପାଇଁ ନୁହେଁ । ଟେବୁଲ ଉପରେ ବସିଥିବା ଝିଅଟିର ଉତ୍ତର ଥିଲା । ତମର କଣ ଗଲା । ଝିଅଟିର ଏହି ଉତ୍ତରରେ ରାଗିଯାଇଥିଲେ ରାଇମୋହନ । କାନ୍ଦିକି ସେଦିନ ଚାଲିଯାଇଥିଲେ । ଆଉ ତା ପରଠାରୁ କଲେଜ ଆସିନଥିଲେ ସେଇ ଝିଅ ଟି । କିନ୍ତୁ ମନେ ମନେ ଖୋଜି ହେଉଥିଲେ ବଦମାସୀ ରାଇମୋହନ । ଶେଷରେ ଖୋଜି ଖୋଜି ତାଙ୍କ ଘରେ ପହଁଚିଥିଲେ । ଆଉ ଭୁଲ ବି ମାଗିଥିଲେ । ଏଇ ବଦମାସୀ ରାଇମୋହନର ସରଳ ଭୁଲ ମାଗିବାର ଜାଲରେ ଫସି ଯାଇଥିଲେ ସେଦିନ ଟେବୁଲ ଉପରେ ବସିଥିବା ଝିଅଟି । ପରେ ପ୍ରେମିକା ଆଉ ପତ୍ନୀ ସାଜିଥିଲେ ରଞ୍ଜିତା ପରିଡା ।

ପ୍ରେମ ପାଇଁ ପରିବାରରେ ଝଡ ଉଠିଥିଲା । ଘର ଲୋକ ରାଜି ନଥିଲେ । ତା ସ୍ୱତେ ପ୍ରେମିକାକୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଥିଲେ । ଅନେକ ଘାତ-ପ୍ରତିଘାତ, ଦୁଃଖ-ଦୁର୍ଦଶାର ପାହାଡ ଚଢି ପରିଚୟ ହାସଲ କରିଥିଲେ ରାଇମୋହନ । କିନ୍ତୁ ନଭିଲି ନଭିଲି ଡାଇଲଗରେ ମନ କିଣୁଥିବା ଏହି କଳାକାର ଆଜି ଅବିଳମ୍ବେ ଲିଭିଗଲେ ।