spot_img
Home Blog Page 4324

ଉଦ୍ଧବଙ୍କୁ ଚ୍ୟାଲେଂଜ୍ କରୁଥିବା ନବନୀତ ରାଣା କିଏ ? କ’ଣ ପାଇଁ ଚର୍ଚ୍ଚାରେ ରାଣା ଦମ୍ପତ୍ତି ?

ମୁମ୍ବାଇ: ମହାରାଷ୍ଟ୍ରରେ ହନୁମାନ ଚାଳିଶାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ନିର୍ଦ୍ଦଳୀୟ ବିଧାୟକ ରବି ରାଣା ଓ ତାଙ୍କର ସାଂସଦ ପତ୍ନୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିବା ପରେ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି ।

ତେବେ ଉଦ୍ଧବଙ୍କୁ ଚ୍ୟାଲେଞ୍ଚ କରୁଥିବା  ଏହି ନବନୀତ ରାଣା କିଏ, କ’ଣ ପାଇଁ ସେ ଚର୍ଚ୍ଚାରେ ଜାଣନ୍ତୁ…

 

ଉଭୟ ରବି ରାଣା ଏବଂ ନବନୀତ୍ ରାଣା ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳର ଅଟନ୍ତି। ରବି ବଦନେରାର ତିନିଥର ସ୍ବାଧିନ ବିଧାୟକ ହୋଇଥିବାବେଳେ ନବନୀତ ପ୍ରଥମ ଥର ପାଇଁ ସାଂସଦ ଭାବରେ ଅମରାବତୀ (ଏସସି) ଆସନରୁ ଆସିଛନ୍ତି। ୩୬ ବର୍ଷିୟ ନବନୀତ  ଏବଂ ତାଙ୍କ ସ୍ୱାମୀ ‘ୟୁବା ସ୍ବାଭିମାନ’ ନାମକ ଏକ ପାର୍ଟି ଚଲାନ୍ତି | ଅମରାବତୀର ମୂଳ ବାସିନ୍ଦା ରବି ରାଣା ଅମରାବତୀ କଲେଜରୁ ବି.କମ୍ ଡିଗ୍ରୀ ହାସଲ କରିଛନ୍ତି।

ରବି ୨୦୦୯, ୨୦୧୪ ଏବଂ ୨୦୧୯ ମସିହାରେ ବଦନେରାରୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ଜିତିଥିଲେ | ସେ ୨୦୧୪ ରୁ ୨୦୧୯ ମଧ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ବର୍ତ୍ତମାନ ସେ ବିରୋଧୀଦଳ ନେତା ଦେବେନ୍ଦ୍ର ଫଡନାଭିସଙ୍କ ନିକଟତର ବୋଲି କୁହାଯାଉଛି। ୨୦୧୯ ରେ, ଯେତେବେଳେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ କୌଣସି ଦଳକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳିନଥିଲା ସେତେବେଳେ ରବି ରାଣା ବିଜେପି ପାଇଁ ସ୍ବାଧିନ ତଥା ଛୋଟ ଦଳର ସମର୍ଥନ ହାସଲ କରିବାକୁ ଚେଷ୍ଟା କରିଥିଲେ। ତେବେ ତାଙ୍କର ଏହି ଉଦ୍ୟମ ସଫଳ ହୋଇପାରିଲା ନାହିଁ ଏବଂ ଉଦ୍ଧବ ଠାକରେ କଂଗ୍ରେସ ଏବଂ ଏନସିପି ସହାୟତାରେ ସରକାର ଗଠନ କରିଥିଲେ।

 

ନବନୀତଙ୍କ ବିଷୟରେ କହିବା ଯଦି, ସେ ରାଜନୀତିରେ ଯୋଗଦେବା ପୂର୍ବରୁ ଅଭିନେତ୍ରୀ ଥିଲେ। ୨୦୧୪ ରେ, ନବନୀତ ଏନସିପି ଟିକେଟ୍ ରେ ଅମରାବତୀରୁ ସାଂସଦ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ତାଙ୍କୁ ସେତେବେଳେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା | 2019 ମସିହାରେ, ତାଙ୍କୁ ଏନସିପିରୁ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ | ଏହାପରେ ସେ ସ୍ବାଧିନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଶିବସେନା ଭେଟେରାନ ଆନନ୍ଦ ଆଡସୁଲଙ୍କୁ ପରାସ୍ତ କରି ଲୋକସଭା ନିର୍ବାଚନରେ ​​ଜିତିଥିଲେ। ନିର୍ବାଚନ ସମୟରେ ସେ ଏନସିପି ଏବଂ କଂଗ୍ରେସର ସମର୍ଥନ ମଧ୍ୟ ପାଇଥିଲେ। ନବନୀତ ଏବଂ ରବି ରାଣା ୩ ଫେବୃଆରୀ ୨୦୧୧ ରେ ବିବାହ କରିଥିଲେ। ସେ ପ୍ରାୟ ୩୨୦୦ ଦମ୍ପତିଙ୍କ ସହ ଏକ ଜନ ବିବାହ ସମାରୋହରେ ବିବାହ କରିଥିଲେ | ଏହି ସମୟରେ ବାବା ରାମଦେବ ମଧ୍ୟ ଆସି ତାଙ୍କୁ ଆଶୀର୍ବାଦ ଦେଇଥିଲେ। ବିସିସିଆଇ ଅନୁଯାୟୀ, ଯୋଗ ଗୁରୁ ସ୍ବାମୀ ରାମଦେବଙ୍କ ଆଶ୍ରମରେ ନବନୀତ ଏବଂ ରବିଙ୍କୁ ଭେଟିଥିବା କୁହାଯାଉଛି। ନବନୀତ୍ ଏବଂ ରବିଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି |

ମୁମ୍ବାଇର ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିବା ନଭନୀତ ଉଚ୍ଚ ବିଦ୍ୟାଳୟରୁ ପାଠ ସମାପ୍ତ କରି ମଡେଲିଂର ରାସ୍ତା ଆପଣେଇଲେ ।  ସେ ହିନ୍ଦୀ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ପଞ୍ଜାବୀ ଚଳଚ୍ଚିତ୍ରରେ କାମ କରିଛନ୍ତି।  ନବନୀତ ରାଣାଙ୍କ ଜାତି ସମ୍ପର୍କରେ ମଧ୍ୟ ବିବାଦ ଲାଗି ରହିଛି। ଶିବସେନାର ପୂର୍ବତନ ସାଂସଦ ଆନନ୍ଦ୍ରା ଓ ଆଡସୁଲ ନକଲି ପ୍ରମାଣପତ୍ର ଦେଇ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅଭିଯୋଗ କରିଛନ୍ତି। ଜୁନ୍ ୨୦୨୧ ରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ତାଙ୍କର ଜାତି ପ୍ରମାଣପତ୍ର ବାତିଲ କରାଯାଇଥିଲା । ଏଥିସହ ୨ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଥିଲା।

ଫାଣ୍ଡି ଆଗରେ ଡ୍ରାଇଭରଙ୍କୁ ଆଣ୍ଠେଇଲେ ବସ୍ ମାଲିକ, ଜାଣନ୍ତୁ କାହିଁକି

ଢେଙ୍କାନାଳ: ବସ୍ ମାଲିକଙ୍କ ତାଲିବାନୀ ଶାସନ । ନିଜ ବସ୍ ଟାଇମିଂରେ ଆଉ ଜଣେ ବସ୍ ଚଳାଇବାରୁ ଡ୍ରାଇଭରଙ୍କୁ ଆଣ୍ଠେଇ ଦେଲେ ବସ୍ ମାଲିକ । ତାହା ପୁଣି ଫାଣ୍ଡି ଆଗରେ । ଏଭଳି ଘଟଣା ଦେଖିବାକୁ ମିଳିଛି ତାଳଚେର ବସଷ୍ଟାଣ୍ଡ ନିକଟରେ ।

ଘଟଣାନୁଯାୟୀ, ଢେଙ୍କାନାଳରୁ ତାଳଚେର ଆଗପଛ ହୋଇ ଅନେକ ବସ ଚାଲେ । ତେବେ କିଏ କାହା ଆଗରେ ଚାଲିଲା, କିଏ କାହା ସମୟରେ ଚାଲିଲା ଏହାକୁ ନେଇ ବାଦ ବିବାଦ ଅନେକ ସମୟରେ ଦେଖା ଦେଇଥାଏ । ତେବେ ଏଭଳି ଏକ ବିବାଦକୁ ନେଇ ଢେଙ୍କାନାଳର ଜଣେ ବସ୍ ମାଲିକ କରିଥିବା କାର୍ଯ୍ୟ ସମସ୍ତଙ୍କୁ ତାଜୁବ୍ କରିଛି । ତାଳଚେର ଆସି ବସ୍ ମାଲିକ ଜଣଙ୍କ ଅନ୍ୟ ବସ୍‌ର ଡ୍ରାଇଭରଙ୍କୁ ତାଙ୍କ ବସ୍ ଟାଇମରେ କାହିଁକି ଗାଡ଼ି ଚଳାଇ ଆଣିଲ ବୋଲି ଗାଳି କରିବା ସହ ଆଣ୍ଠେଇ ଦେଇଥିଲେ । ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ନିଜର ହାକିମାତି ଜାହିର କରି ଭବିଷ୍ୟତରେ ଏଭଳି ଘଟଣା ଘଟିଲେ ମାଡ଼ ମାରିବାର ଧମକ ଦେଇଥିଲେ । ଯାହାର ଭିଡିଓ ମୋବାଇଲରୁ ମୋବାଇଲରୁ ଘୂରି ବୁଲୁଛି । ତେବେ ସବୁଠାରୁ ବଡ଼ କଥା ହେଲା ବସଷ୍ଟାଣ୍ଡ ନିକଟରେ ଥିବା ଫାଣ୍ଡି ସମ୍ମୁଖରେ ହିଁ ଘଟିଥିଲା ଏହି ସବୁ ଘଟଣା । ପୋଲିସକୁ ଖାତିର ନକରି ସେ ଫାଣ୍ଡି ଆଗରେ ଡ୍ରାଇଭରକୁ ଆଣ୍ଠେଇ ଦେଇ ଗାଳି କରୁଥିଲେ । ଫାଣ୍ଠି ଆଗରେ ବିଚ୍ ରାସ୍ତାରେ ମାଲିକଙ୍କ ଏଭଳି କାର୍ଯ୍ୟ ରାସ୍ତାରେ ଯାଆ ଆସ କରୁଥିବା ଲୋକଙ୍କ ମନରେ ଆଲୋଡ଼ନ ସୃଷ୍ଟି କରିଥିଲେ । ହେଲେ ସମସ୍ତେ କେବଳ ଦେଖଣାହାରୀ ହୋଇ ରହିଥିଲେ ।

ଏଥିସହିତ ପଢ଼ନ୍ତୁ: ସ୍ୱାମୀଙ୍କ ପାଇଁ ସୁପାରୀ ଦେବା ମାମଲା: NHRC ଚେୟାର ପର୍ସନ କହି ଟଙ୍କା ଆଦାୟ କରୁଥିଲେ ସ୍ତ୍ରୀ

ଏଭଳି ଭୁଲ୍‌ କଲେ ବନ୍ଦ ହୋଇଯିବ ଟିଭି ଚ୍ୟାନେଲ

0

ନୂଆଦିଲ୍ଲୀ:  ଜାହାଙ୍ଗୀରପୁର ହିଂସା ଏବଂ ୟୁକ୍ରେନ୍‌ ସମ୍ବଦ୍ଧିତ କଭରେଜକୁ ନଜରରେ ରଖି କେନ୍ଦ୍ର ସରକାର ଶନିବାର ସମସ୍ତ ଟିଭି ଚ୍ୟାନେଲକୁ ଏକ କଡ଼ା ଚେତାବନୀ ଦେଇଛନ୍ତି । ଯଦି କୌଣସି ଟିଭି ଚ୍ୟାନେଲ ଆପତ୍ତିଜନକ, ଭ୍ରମାତ୍ମକ ବା କୌଣସି ତଥ୍ୟ ଯାହା  ନିୟମର ଉଲଙ୍ଘନ କରୁଥିବ, ଯଦି ସେହିଭଳି କିଛି ଦୃଶ୍ୟ ଦେଖାନ୍ତି ତେବେ ଉକ୍ତ ଟିଭି ଚ୍ୟାନେଲ ବନ୍ଦ ହୋଇଯିବ ।

ଋଷ୍‌ ୟୁକ୍ରେନ୍‌ ଯୁଦ୍ଧ, ଉତ୍ତର- ପଶ୍ଚିମ ଦିଲ୍ଲୀର କିଛି ଘଟଣା, କିଛି ବିତର୍କ ଉରକୁ ଯାଇଥିଲା କେନ୍ଦ୍ର ସରକାରଙ୍କ ନଜର ।  ମିନିଷ୍ଟ୍ରି ଅଫ୍‌ ଇନଫର୍ମେସନ୍‌ ଆଣ୍ଡ୍‌ ବ୍ରଡକାଷ୍ଟିଂର ଅଧିକାରୀଙ୍କ କହିବା ହେଉଛି ନିକଟ ଅତୀତରେ ଏହିଭଳି କିଛି ଘଟଣା ସାଟେଲାଇଟ୍‌ ଚ୍ୟାନେଲ ଗୁଡ଼ିକରେ ଦେଖିବାକୁ ମିଳିଛି, ଯାହା ବିଭ୍ରାନ୍ତିକର, ସମ୍ବେଦନଶୀଳ, ସମାଜ ପାଇଁ ଅଗ୍ରାହ୍ୟ, ସୁଶାସନର ଅପମାନ,ଅଶ୍ଲୀଳ, ଅପମାନଜନକ ଏବଂ ସାମ୍ପ୍ରଦାୟିକତାର ଉଲଙ୍ଘନ  । ଆଡଭାଇଜାରି ଅନୁସାରେ, ଟେଲିଭିଜନ ନେଟଓ୍ୱର୍କ ଅଧିନିୟମ, ୧୯୯୫ର ଧାରା ୨୦, ଟିଭି ଚ୍ୟାନେଲ ଗୁଡ଼ିକ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ । ତେଣୁ ଯଦି କୌଣସି ଟିଭି ଚ୍ୟାନେଲ ଉପଯୁକ୍ତ ନିୟମାବଳୀ ପାଳନ ନ କରନ୍ତି ତେବେ ତାଙ୍କୁ ସେହି ପଦକ୍ଷେପ ମହଙ୍ଗା ପଡ଼ିବ ।

ଋଷିଆ ୟୁକ୍ରେନ୍‌ ଯୁଦ୍ଧକୁ ନେଇ ସରକାର କହିଛନ୍ତିଯେ, ଏଭଳି କିଛି ହେଡଲାଇନ୍, ଟ୍ୟାଗଲାଇନ ଏବଂ ମିଥ୍ୟା ତଥ୍ୟ ଉପସ୍ଥାପନ କରାଯାଇଛି ଯାହା  ଖବର ସହିତ ସମ୍ପୂର୍ଣ୍ଣ ଜଡ଼ିତ ନୁହେଁ । କିଛି ଚ୍ୟାନେଲର ଆଙ୍କର ଏବଂ ରିପୋର୍ଟର ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ମନଗଢ଼ା କଥା ସବୁ କହିଥିଲେ । ଠିକ୍‌ ସେହିଭଳି ଘଟଣା ଜାହାଙ୍ଗୀରପୁରୀ ମାମଲାରେ ମଧ୍ୟ ଦେଖିବାକୁ ମିଳିଛି । ଯାହା ଆଡଭାଇଜରିଙ୍କ ନଜରକୁ ଆସିଛି । କିଛି ଚ୍ୟାନେଲ ହିଂସା ଉସୁକାଉଥିବା ଦେଖିବାକୁ ମିଳିଛି । ଏହା ସହିତ ଖବରରେ ତଡ଼କା ଦେବାପାଇଁ ଭ୍ରମାତ୍ମକ ହେଡଲାଇନର ବ୍ୟବହାର ହୋଇଛି । ତେବେ ଯଦି ପୁନର୍ବାର କୌଣସି ଟିଭି ଚ୍ୟାନେଲ ଏଭଳି ଭୁଲ୍‌ କରନ୍ତି ତେବେ ତୁରନ୍ତ ସେହି ଚ୍ୟାନେଲକୁ ବନ୍ଦ କରି ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ସରକାର ।

ଦୁବାଇରେ ୭୦ କୋଟିରେ ନିଲାମ ହେଲା ବିଶ୍ୱର ୩ୟ ସର୍ବାଧିକ ଖର୍ଚ୍ଚ ହୋଇଥିବା ‘ନମ୍ବର ପ୍ଲେଟ୍‌’

ନୂଆଦିଲ୍ଲୀ: ଦୁବାଇର  ‘ମୋଷ୍ଟ ନୋବେଲ ନମ୍ବର୍ସ’ ଚ୍ୟାରିଟି ନିଲାମୀରେ ବିଶ୍ୱର ସବୁଠାରୁ ଅଧିକ ଖର୍ଚ୍ଚ ହୋଇଥିବା ଏକ ନମ୍ବର ପ୍ଲେଟ୍‌ ୭୦ କୋଟିରେ ବିକ୍ରି ହୋଇଛି । ଏହା ବିଶ୍ୱର ତୃତୀୟ ମହଙ୍ଗା ନମ୍ବର ପ୍ଲେଟର ରେକର୍ଡ଼ କରିଛି । ଗତ ବର୍ଷ AA9 ନମ୍ବର ପ୍ଲେଟ୍‌ ୭୯ କୋଟି ମୂଲ୍ୟରେ ବିକ୍ରି ହୋଇଥିଲା । AA8  ଦୁବାଇ ନିଲାମୀରେ ୭୦ କୋଟି ରୋଜଗାର କରିଛି ।

ଭୟଙ୍କର ବୋଲି ବା ଡାକ ପରେ  ନିଲାମୀ ‘୧ ବିଲିୟନ୍‌ ମିଲ୍’ ଅଭିଯାନକୁ ସମର୍ଥନ କରି ୭୦ କୋଟି ଏକାଠି କରିଛି । ଏହାଦ୍ୱାରା ‘୧ ବିଲିୟନ୍‌ ମିଲ୍’ ଅଭିଯାନକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ୫୦ରୁ ଉର୍ଦ୍ଧ୍ୱରେ ଥିବା ଅସହାୟ ସମ୍ପ୍ରଦାୟକୁ ଖାଦ୍ୟ ଯୋଗାଇ ଦିଆଯିବାର ଏହା ଏକ ଅନନ୍ୟ ପ୍ରୟାସ ।ସୂଚନାଯୋଗ୍ୟ ଦୁବାଇସ୍ଥିତ ‘ଏମିରେଟ୍‌ସ୍‌ ଅକ୍ସନ୍‌’ ଆଣ୍ଡ୍ ‘ରୋଡ୍‌ସ୍‌ ଆଣ୍ଡ୍‌ ଟ୍ରାନ୍‌ସପୋର୍ଟ ଅଥରିଟି’ଙ୍କ ଦ୍ୱାରା ଆୟୋଜିତ ଏହି ନିଲାମରେ ଉକ୍ତ ନମ୍ବର ପ୍ଲେଟ୍‌ କିଣିବାକୁ ପରସ୍ପର ମଧ୍ୟରେ ଚାଲିଥିବା ପ୍ରତିଯୋଗିତାରେ ସମସ୍ତେ ନିଜ ନିଜକୁ କଡ଼ା ଟକ୍କର ଦେଇଥିଲେ ।

ସୂଚନାଯୋଗ୍ୟ, ଏହି ନିଲାମରେ ସ୍ୱତନ୍ତ୍ର ଗାଡ଼ି ନମ୍ବର, ସ୍ୱତନ୍ତ୍ର ମୋବାଇଲ୍‌ ନମ୍ବର ଆଦି ନିଲାମ ଡକାଯାଏ। ଏହି ନିଲାମରେ ବିକ୍ରୟ ହୋଇଥିବା ଅନ୍ୟ ଗାଡ଼ି ନମ୍ବର ପ୍ଲେଟ୍‌ ମଧ୍ୟରେ ରହିଛି: ଦୁଇ ଅଙ୍କ ବିଶିଷ୍ଟ ଦୁବାଇ କାର୍‌ ନମ୍ବର ପ୍ଲେଟ୍‌ ‘ଏଫ୍‌୫୫’ (ଟ. ୮.୨୩ କୋଟିରୁ ଅଧିକ), ‘ଭି୬୬’ (ଟ. ୮.୨୩ କୋଟିରୁ ଅଧିକ) ଏବଂ ‘ୱାଇ୬୬’। ଏ ସବୁକୁ ଯଥାକ୍ରମେ: ଟ. ୮.୨୩ କୋଟି, ଟ. ୮.୨୩ କୋଟି ଏବଂ ଟ. ୭.୯୧ କୋଟିରେ ବିକ୍ରୟ କରାଯାଇଛି।

ସ୍ୱାମୀଙ୍କ ପାଇଁ ସୁପାରୀ ଦେବା ମାମଲା: NHRC ଚେୟାର ପର୍ସନ କହି ଟଙ୍କା ଆଦାୟ କରୁଥିଲେ ସ୍ତ୍ରୀ

ଭୁବନେଶ୍ୱର: ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ସ୍ତ୍ରୀ ସୁପାରୀ ଦେବା ମାମଲା । ଇଲେକ୍ଟ୍ରିକାଲ ଇଂଜିନିୟରଙ୍କ ପତ୍ନୀଙ୍କର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ୨୦୨୦ ମସିହାରେ ନିଜକୁ ଏନଏଚଆରସିର ଚେୟାର ପର୍ସନ କହି ୩ ଲକ୍ଷ ଟଙ୍କା ମାଗୁଥିବା ନେଇ ତାଳଚେର ଥାନାରେ ଅଭିଯୋଗ ହୋଇଥିଲା । କେନ୍ଦ୍ର ମାନବ ସମ୍ବଳ ଅଧିକାର କମିଶନଙ୍କ ଲୋଗୋ ଗାଡ଼ିରେ ବ୍ୟବହାର କରି ବିଭିନ୍ନ ସ୍ଥାନରୁ ଟଙ୍କା ହଡ଼ପ କରୁଥିଲେ । ଯାହାକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ ।

ଏନେଇ ଅନୁଗୁଳ ଏସପିଙ୍କୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା । ଇଞ୍ଜିନିୟର ସ୍ୱାମୀକୁ ହତ୍ୟା ପାଇଁ ସୁପାରୀ ଦେଇଥିବା ସ୍ତ୍ରୀ ଓ ସୁପାରି କିଲରକୁ ଖୋଜୁଛି ପୋଲିସ । ସ୍ୱାମୀର ଅଭିଯୋଗ ଆଧାରରେ ପ୍ରେମିକ ଡ୍ରାଇଭରକୁ ଗିରଫ କରାଯାଇଥିଲା । ଡ୍ରାଇଭର ପ୍ରେମରେ ପଡିଥିଲେ ରେଲଓ୍ୱେ ସିନିୟର ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ପତ୍ନୀ । ନିଜ ମଥା ସିନ୍ଦୁର ପୋଛିବା ପାଇଁ ରଚିଥିଲେ ସାଂଘାତିକ ଷଡଯନ୍ତ୍ର । ସ୍ୱାମୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ୧ ଲକ୍ଷ ଟଙ୍କାର ସୁପାରୀ ଦେଇଥିବା ଅଭିଯୋଗ ।

ପାଇଖାନାଠୁ ବି ଛୋଟ ଅଫିସ୍, ଟାଇଲ ତଳୁ ବାହାରିଲା କୋଟି କୋଟି

ମୁମ୍ବାଇ: ଗୋଟିଏ କମ୍ପାନୀର ପାଇଖାନା ଆକାରର ଅଫିସ ଘରୁ ଜବତ ହୋଇଛି କୋଟି କୋଟି ଟଙ୍କା । ଏହି କମ୍ପାନୀ ବାର୍ଷିକ ୧୭୬୪ କୋଟି ଟଙ୍କର ବ୍ୟବସାୟ କରୁଥିଲା । ମାତ୍ର ୩୫ ବର୍ଗ ଫୁଟର ଘରୁ ଜିଏସଟିର ରେଡ ବେଳେ ନଗଦ ୧୦ କୋଟି ଟଙ୍କା ଜବତ କରିଛି ମହାରାଷ୍ଟ୍ରର ଜିଏଟି ବିଭାଗ ।

କମ୍ପାନୀର କାର୍ଯ୍ୟକଳାପରେ ସନ୍ଦେହ ଉପୁଜିବାରୁ ଜିଏସଟି ବିଭାଗ ରେଡ୍ କରିଥିଲା । କେବଳ ଟଙ୍କା ନୁହଁ ରୁପା ଇଟା ବି ଜବତ କରିଛି ଜିଏସଟି ବିଭାଗ । ଏପ୍ରିଲ ୧୬ରୁ ବିଭାଗ ପକ୍ଷରୁ ବିଭାଗ ପକ୍ଷରୁ ଚାମୁଣ୍ଡା ବୁଲିୟନ ନାମକ ଗୋଟିଏ କମ୍ପାନୀର ଦକ୍ଷିଣ ମୁମ୍ବାଇର ଜାଭେରି ବଜାରରେ ଥିବା ଠିକଣା ସମେତ ଏକାଧିକ ସ୍ଥାନରେ ରେଡ୍‌ କରାଯାଇଥିଲା।

ପାଇଖାନାଠାରୁ ଛୋଟ ଅଫିସ ରହିଥିଲା ଏହି କମ୍ପାନୀର । ଏପ୍ରିଲ ୨୦ରେ କମ୍ପାନୀର ଗୋଟିଏ ଗୁପ୍ତ ଠିକଣାରେ ଅଧିକାରୀମାନେ ପହଞ୍ଚିଥିଲେ। ଏହା ଗୋଟିଏ ଛୋଟିଆ ଘର ହୋଇଥିଲେ ମଧ୍ୟ ସେଠାରୁ ୯.୭୮ କୋଟିର ନଗଦ ଟଙ୍କା ଓ ୧୯ କେଜି ଓଜନର ରୁପା ଇଟା ମିଳିଥିଲା। ଏହି ରୁପା ଇଟାଗୁଡ଼ିକର ବଜାର ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ। ଟଙ୍କା ଓ ରୁପା ଇଟାକୁ ଛୋଟ ଘରର କାନ୍ଥ ଓ ଚଟାଣରେ ଅତି ଚାଲିଖିର ସହ ଲୁଚାଇ ରଖାଯାଇଥିଲା।

ଏକାଥର ଏତେ ଟଙ୍କା ଦେଖି କମ୍ପାନୀର କାର୍ଯ୍ୟକଳାପ ଉପରେ ଜିଏସଟି ଅଧିକାରୀମାନେ ସନ୍ଦେହ ପ୍ରକାଶ କରିଛନ୍ତି। କମ୍ପାନୀର ଆକାଉଣ୍ଟ ଯାଞ୍ଚ କରିବା ପରେ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଯାଞ୍ଚ ବେଳେ ଜଣାପଡ଼ିଛି ଯେ, ୨୦୧୯-୨୦ରେ କମ୍ପାନୀର ବାର୍ଷିକ ଆୟ ୨୨.୮୩ ଲକ୍ଷ ଟଙ୍କା ଥିଲା। ୨୦୨୦-୨୧ରେ ହଠାତ୍‌ ଏହା ୬୫୨ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା। ତେବେ ୨୦୨୧-୨୨ରେ ଏହା ସିଧା ୧୭୬୪ କୋଟିରେ ପହଞ୍ଚିଥିବାରୁ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ରେଡ୍‌ ବେଳେ ନଗଦ ଟଙ୍କା ମିଳିବାରୁ ଘରର ମାଲିକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ପଚରା ଯାଇଥିଲା। ଟଙ୍କା ଏଠାକୁ କେମିତି ଆସିଲା, ସେକଥା ସେମାନେ ଜାଣିନଥିବା କହିଛନ୍ତି। ଏଥିପାଇଁ ଜିଏସ୍‌ଟି ଅଧିକାରୀମାନେ ଘରକୁ ସିଲ୍‌ କରିବା ସହ ଆୟକର ବିଭାଗକୁ ଖବର ଦେଇଥିଲେ। ଘର ଭିତରୁ କୋଟି କୋଟି ଟଙ୍କା ମିଳିବା ପରେ ଏହାର ଗଣତି କରାଯାଇଥିଲା। ଏଥିପାଇଁ ଜିଏସଟି ଅଧିକାରଙ୍କୁ ୬ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

୧୫ ଦିନ ମଧ୍ୟରେ ଆସିବ କରୋନାର ୪ର୍ଥ ଲହରୀ: ଟିକା ନେଇଥିବା ବ୍ୟକ୍ତି ମଧ୍ୟ ପୁଣି ସଂକ୍ରମିତ ହୋଇପାରନ୍ତି

ଭୁବନେଶ୍ୱର: ଆସନ୍ତା ୧୫ଦିନ ଭିତରେ ଆସିବ ଚତୁର୍ଥ ଲହର । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ ସମସ୍ୟା ସୃଷ୍ଟି କରିପାରେ । ଟିକା ନେଇନଥିବା ବର୍ଗ ଏବଂ ଗୁରୁତର ରୋଗୀ ଏହି ଲହରରେ ପୁଣି ଆକ୍ରାନ୍ତ ହୋଇପାରନ୍ତି । ଯେଉଁମାନେ ଦ୍ୱିତୀୟ ଡୋଜ ଏବଂ ପ୍ରିକସନ ଡୋଜ ନେଇନାହାନ୍ତି ତୁରନ୍ତ ନେଇଯିବା ଦରକାର ବୋଲି ସ୍ୱାସ୍ଥ୍ୟ  ବିଶେଷଜ୍ଞ ନିରୋଜ ମିଶ୍ର ।

ଏହି ଭାରିଆଣ୍ଟ ଦ୍ରୁତ ସଂକ୍ରମଣ ରହିଥିଲେ ମଧ୍ୟ ମୃତ୍ୟୁହାର ବହୁତ କମ ରହିବ । ଭାରତରେ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଚିହ୍ନଟ ହୋଇଥିବା ଭାରିଆଣ୍ଟ ଓଡିଶାକୁ ଆସିବାର ସମ୍ଭବନା ଅଧିକ ରହିଛି । ଓଡ଼ିଶାରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ପରିମାଣରେ ରହିଛି । ଏଣୁ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ନିରୋଜ ମିଶ୍ର କହିଛନ୍ତି ।

ଅନ୍ୟପକ୍ଷରେ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ୨୪ ଘଣ୍ଟାରେ ଦେଶରେ ୨ ହଜାର ୫୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଗତ ୨୪ ଘଣ୍ଟାରେ ଦେଶରେ ୩୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଲଗାତାର ଚତୁର୍ଥ ଦିନ ଲାଗି ଦେଶରେ କରୋନା ସଂକ୍ରମଣ ୨ ହଜାରରୁ ଅଧିକ ରହିଥିବାରୁ ଆଶଙ୍କା ପ୍ରକାଶ ପାଇଛି । ଏହି ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୦୭୯ ରହିଛି । ସେହିପରି ପଜିଟିଭିଟି ହାର କଥା ଯଦି କହିବା ତାହାଲେ ବର୍ତ୍ତମାନ ଦେଶରେ ପଜିଟିଭିଟି ରେଟ ୦.୫୬ ରହିଛି । ତେବେ ଗତ ୨୪ ଘଣ୍ଟାରେ ୧ ହଜାର ୬୫୬ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି ।

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟରେ କିନ୍ତୁ ଆଶ୍ୱସ୍ତିକର ସ୍ଥିତି ଦେଖିବାକୁ ମିଳିଛି । ୨୪ ଘଣ୍ଟାରେ ରାଜ୍ୟରେ ଜଣେ ମାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରର ଜଣେ କରୋନା ସଂକ୍ରମିତ ହୋଇଥିବା ବେଳେ ସେ କ୍ବାରେଣ୍ଟାଇନରେ ଥିଲେ । ଶୂନରୁ ୧୮ ବର୍ଷ ବୟସର କେହି ବି ସଂକ୍ରମିତ ହୋଇନାହାନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଆକ୍ଟିଭ କେସ୍ ଶହେ ତଳେ ରହିଛି । ରାଜ୍ୟରେ ସକ୍ରିୟ ମାମଲା ୮୫ ଥିବା ବେଳେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୭ ଆକ୍ରନ୍ତ ।

ଏଥିସହିତ ପଢ଼ନ୍ତୁ: କଲବଲ କରୁଛି ତାତି, ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା

ଭୁଲ ଇଞ୍ଜେକସନ୍ ଯୋଗୁଁ ଗଲା ଦୁଇ ଗୋରୁଙ୍କ ଜୀବନ: ପଶୁ ଡାକ୍ତରଙ୍କୁ ଉଠାଇନେଲା ପୋଲିସ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ନକଲି ପଶୁଚିକିତ୍ସକଙ୍କ ଦ୍ୱାରା ଭୁଲ୍ ଇଞ୍ଜେକସନ୍ ଦିଆଯାଇଥିବା ଯୋଗୁଁ ଦୁଇଟି ଗୋରୁଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ପରେ ଏବେ ନକଲି ପଶୁଚିକିତ୍ସକଙ୍କୁ ବାନ୍ଧି ନେଇଛି ପୋଲିସ୍  ।

ଆନନ୍ଦପୁର କଣ୍ଟାପାଳ ଗାଁର ବାଇନ ନାହକ ନିଜ ଗୋରୁ ଅସୁସ୍ଥତା ଯୋଗୁଁ ଗାଁର ବୀରକିଶୋର ଦାସଙ୍କୁ ଡକାଇଥିଲେ । ସ୍ଥାନୀୟ ଅଞ୍ଚଳରେ ସେ ଗାଁ ଗାଁ ବୁଲି ଗୋରୁ ଗାଈଙ୍କ ଚିକିତ୍ସା କରୁଥିବା ଓ ନିଜ ମୋଟର ସାଇକେଲରେ ମଧ୍ୟ ପଶୁଚିକିତ୍ସା ବିଭାଗ ସିମ୍ବଲ ଲଗାଇଥିବାରୁ ବାଇନ ତାଙ୍କ ଉପରେ ଭରସା କରିଥିଲେ । ହେଲେ ୪ଟି ଇଞ୍ଜେକ୍ସନ ଲଗାତର ଦେବାପରେ ଗାଇଟି ଆହୁରି ଅସୁସ୍ଥ ହୋଇ ମରିଯାଇଥିଲା । ବୀରକିଶୋର ତାଙ୍କ ଠାରୁ ଏ ବାବଦରେ ୪ହଜାର ଟଙ୍କା ନେଇଥିବା ଅଭିଯେଗ ହୋଇଛି । ସମାନ ଭାବେ ଗାଁର ଖିଲାର ସାହିର ଜଗନ୍ନାଥ ବାରିକ ଗାଈକୁ ମଧ୍ୟ ଚିକିତ୍ସା କରିଥିଲା ବୀରକିଶୋର  । ଗତ କାଲି ରିତିରେ ସେ ଗାଇଟି ମଧ୍ୟ ମରି ଯାଇଛି । ବୀର କିଶୋରଙ୍କ ବିରୋଧରେ ବାଇନ ଥାନାରେ ଅଭିଯେଗ କରିବାପରେ ପୋଲିସ୍ ବୀରକିଶୋରକୁ ଉଠାଇଆଣି ଅଟକରଖି ତଦନ୍ତ ତଳାଇଛି । ମୃତ ଗାଈଙ୍କ କ୍ଷତିପୂରଣ ଦାବି କରିଛନ୍ତି ଗାଁ ଲୋକେ ।

ଏଥିସହିତ ପଢ଼ନ୍ତୁ: ବଲାଙ୍ଗୀର ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା: ଭୀମଭୋଇ ମେଡିକାଲ କଲେଜରେ ପହଞ୍ଚିଲେ ମୃତକଙ୍କ ବାପା-ମାଆ

ଦେବଦୂତ ମହିଳା ପୋଲିସ୍: ତତଲା ବାଲିରେ ବୃଦ୍ଧାଙ୍କୁ କାନ୍ଧରେ ବୋହିଲେ ୫ କିମି

ଜୟପୁର: ତାତି ଏତେ ଯେ, ବାଲିରେ ପାଦ ଥୋଇ ହେବନି । ତତଲା ବାଲିରେ ପାଦ ଫୋଟକା ହେଇଯାଉଥିଲାବେଳେ ଜଣେ ମହିଳା ପୋଲିସ୍ ଏପରି କିଛି କାମ କରିଛନ୍ତି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମରୁଭୂମୀର ତତଲା ବାଲିରେ ଚାଲି ଚାଲି ଜଣେ ବୃଦ୍ଧାଙ୍କୁ ୫ କିମି କାନ୍ଧରେ ବୋହିଛନ୍ତି ମହିଳା ପୋଲିସ୍ । ବୃଦ୍ଧା ଜଣଙ୍କ ରାମକଥା ଶୁଣିବା ପାଇଁ ଗୁଜୁରାଟର କୁଚ୍ ସ୍ଥିତ ଏକ ମନ୍ଦିରକୁ ଯାଇଥିଲେ । ପ୍ରବଳ ଖରା ଏବଂ ଗରମ ହେଉଥିବାରୁ ସେ ଚାଲିକି ଫେରି ପାରି ନ ଥିଲେ ।

କଚ୍ଛର ଖାଦିର ଦ୍ୱୀପରେ ଥିବା ଭଞ୍ଜଡା ଦାଦାଙ୍କ ମନ୍ଦିରରେ ମୋରାରିବାପୁଙ୍କ ରାମ କଥା ଚାଲିଥିଲା । ବହୁକଷ୍ଟରେ ଚାଲି ଚାଲି ମନ୍ଦିରରେ ଯାଇ  ପହଞ୍ଚିଥିଲେ ୮୬ ବର୍ଷ ବୃଦ୍ଧା। ହେଲେ ଫେରିବା ବେଳେ ପ୍ରବଳ ଖରା ହେଉଥିବାରୁ ସେଠାରୁ ଚାଲିଚାଲି ଫେରିବା ତାଙ୍କପାଇଁ କଷ୍ଟକର ହେଉଥିଲା ।  ଖରା ଏତେ ଥିଲା ଯେ ସେ ଏହାକୁ ସହ୍ୟ କରିପାରିନଥିଲେ । ଏ ବିଷୟରେ ମହିଳା କନଷ୍ଟେବଳ ବର୍ଷାବେନ୍‌ ପରମାର ଜାଣିବା ପରେ ତୁରନ୍ତ ବୃଦ୍ଧ ମହିଳାଙ୍କ ନିକଟରେ ପହଞ୍ଚିଥିଲେ ।

ଏହାପରେ କନଷ୍ଟେବଳ କାନ୍ଧରେ ମହିଳାଙ୍କୁ ବୋହି ୫ କିଲୋମିଟର ଚାଲି ଚାଲି ଘରେ ପହଞ୍ଚାଇଥିଲେ । ଏବେ ସେହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ସାରା ଦେଶର ଲୋକେ ମହିଳା ପୋଲିସ କର୍ମଚାରୀଙ୍କୁ ପ୍ରଶଂସା କରୁଥିବାର ମଧ୍ୟ ଦେଖାଯାଉଛି । ଏହି ଘଟଣାକୁ ନିଜେ ଗୃହମନ୍ତ୍ରୀ ଟ୍ୱିଟ୍ କରି ମହିଳା ପୋଲିସଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ପାକିସ୍ତାନର ରେକର୍ଡ଼ ଭାଙ୍ଗିଲା ଭାରତ: ଅମିତ ଶାହଙ୍କ ଉପସ୍ଥିତିରେ ଫରଫର ଉଡ଼ିଲା ୭୭ ହଜାର ୭ ଶହ ତ୍ରିରଙ୍ଗା

ପାଟନା: ବିହାର ଅମିତ ଶାହଙ୍କ ଉପସ୍ଥିତିରେ ୭୭ ହଜାର ୭ ଶହ ତ୍ରିରଙ୍ଗ. ଉଡ଼ାଇ ପାକିସ୍ତାନର ରେକର୍ଡ଼ ଭାଙ୍ଗିଛି । ସ୍ୱାଧୀନତା ସଂଗ୍ରାମର ମହାନାୟକ ବାବୁ ବୀର କୁମ୍ବର ସିଂ ବିଜଉ ଉତ୍ସବରେ ଭୋଜପୁରର ଜଗଦୀଶପୁରରେ ଏହି ରେକର୍ଡ଼ କରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ଼ ପାକିସ୍ତାନ ନାଁରେ ଥିଲା । ଏହି କାର୍ଯ୍ୟକ୍ରମରେ ୫ ମିନିଟ୍‌ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡ଼ାଗଲା ।

‘ଭାରତ ମାତା କି ଜୟ’ କହି ସମ୍ବୋଦ୍ଧନ କଲେ ଅମିତ ଶାହ । ସେ କହିଲେଯେ ମୁଁ ହେଲିକପ୍ଟରରେ ଆସିବାବେଳେ ଦେଖିଲି ୫ କିଲୋମିଟର ପର୍ଯ୍ୟନ୍ତ ଲୋକେ ହାତରେ ତ୍ରିରଙ୍ଗା ଧରି ଉଡ଼ାଉଛନ୍ତି । କାର୍ଯ୍ୟକ୍ରମଠାରୁ ଅଧିକ ଏଭଳି ଦୃଶ୍ୟ ରାସ୍ତାରେ ଦେଖିବାକୁ ମିଳିଛି । ବୀର କୁମ୍ବର ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଲେ, ଇତିହାସ ତାଙ୍କ ସହିତ ଅନ୍ୟାୟ କରିଛି । ତାଙ୍କ ବୀରତା ଅନୁସାରେ ଉଚିତ୍‌ ସ୍ଥାନ ମିଳିନାହିଁ । ୫୮ ବର୍ଷରେ ଅନେକ ରାଲିକୁ ଯାଇଛି, କିନ୍ତୁ ଏଭଳି ରାଲି କେବେ ମଧ୍ୟ ଦେଖିନାହିଁ ।  ତେବେ ଏହି ସମୟରେ ସେ ଜଗଦୀଶପୁରରେ କୁମ୍ବର ସିଂଙ୍କ ସ୍ମୃତିରେ ଭବ୍ୟ ସ୍ମାରକ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଲେ ।  ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି କହିଲେଯେ, ଯଦି ପ୍ରଧାନମନ୍ତ୍ରୀ ୧୨୩ କୋଟି ଲୋକଙ୍କୁ ମାଗଣାରେ ଟିକା ଦେଇନଥାନ୍ତେ, ତେବେ କେତେ ଲୋକଙ୍କ ଜୀବନ ଯାଇଥାନ୍ତା ତାହା କହିହେବ ନାହିଁ । ଧନୀ ଲୋକ ତ ଟିକା ନେଇଥାନ୍ତେ, କିନ୍ତୁ ଗରିବର କ’ଣ ହୋଇଥାନ୍ତା? ଏଠାରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ ମଧ୍ୟ କରିଥିଲେ ।

ଏହା ପୂର୍ବରୁ ଏକାଥରକେ ୫୭ ହଜାର ୫ ଶହ ଜାତୀୟ ପତାକା ଉଡ଼ାଇବାରେ ରେକର୍ଡ଼ କରିଥିଲା ।