ଆନ୍ଧ୍ରପ୍ରଦେଶରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ୭ ଚାଷୀ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସତ୍ୟସାଇ ଜିଲ୍ଲାରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ୭ ଚାଷୀ । ଅଟୋରେ ଯିବା ବେଳେ ଏହା ଉପରେ ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ପଡ଼ିଥିଲା । ଫଳରେ ସଙ୍ଗେ ସଙ୍ଗେ ଅଟୋଟି ଜଳିଯାଇଥିଲା । ଅଟୋରେ ଥିବା ୭ ଜଣ ଚାଷୀ ବି ପ୍ରାଣ ହରାଇଛନ୍ତି । ତେବେ କୌଣସି ମତେ ଅଟୋ ଚାଳକ ବର୍ତ୍ତି ଯାଇଛନ୍ତି । ସେହିପରି ଜଣେ ମହିଳା ଯାତ୍ରୀଙ୍କୁ ପୋଲିସ ଉଦ୍ଧାର କରିଛି । ତେବେ କେଉଁ ପରିସ୍ଥିତିରେ ଏପରି ଅଘଟଣ ହେଲା, ସେନେଇ ଅଟୋ ଚାଳକଙ୍କୁ ପଚରାଉଚରା କରୁଛି ପୋଲିସ ।