ବଡ଼ ଖବର ଅଫିସରେ ଚଢ଼ାଉ ଶେଷ, ୬ ଘଣ୍ଟାର ରେଡ୍ ପରେ ବାହାରିଲା EOW ଟିମ୍‌

1 min read

ଭୁବନେଶ୍ୱର: ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ନାମରେ ଏକ କୋଟି ଠକେଇ ମାମଲା । ବଡ଼ ଖବର ଅଫିସରେ ସରିଲା EOWର ରେଡ୍‌ । ୬ ଘଣ୍ଟାର ମାରାଥନ ରେଡ୍ ପରେ ବାହାରିଲା ଟିମ୍‌ । EOWର ୬ ଜଣିଆ ଟିମ୍ ବଡ଼ ଖବର ଅଫିସରେ ଯାଞ୍ଚ କରୁଥିଲେ । EOW ସହିତ ଅଭିଯୋଗକାରୀ ଗଗନଦୀପ ସିଂ ଚାଓ୍ୱଲା ଓ ୨ ଜଣ ସାକ୍ଷୀ ମଧ୍ୟ ଥିଲେ । ଗଗନଦୀପ  ଦେଇଥିବା ଇଲେକ୍ଟ୍ରିକାଲ ଇକ୍ୟୁପମେଣ୍ଟ ଅଫିସରେ ଲାଗିଛି କି ନା ନାହିଁ ତା’ର ଯାଞ୍ଚ ହୋଇଥିଲା । ଗଗନଦୀପ ଦେଇଥିବା ଯନ୍ତ୍ରାଂଶ ବଡ଼ ଖବର ଅଫିସ ବ୍ୟବହାର ହୋଇଛି ।

କେଉଁ କେଉଁ ସବୁ ଜିନିଷ ବ୍ୟବହାର ହୋଇଛି EOW ଲିଷ୍ଟ କଲା । ଗତ ୨୩ ତାରିଖରେ ଅର୍ଦ୍ଧେନ୍ଦୁ ଦାସଙ୍କ ନାମରେ ଠକେଇ ନେଇ ଦିଲ୍ଲୀର ସଲ୍ୟୁସନ୍‌ ବ୍ରୋଡ୍‌କାଷ୍ଟ ସଂସ୍ଥା EOWରେ ଅଭିଯୋଗ କରିଥିଲା । ଠକେଇ ବାବଦରେ ଖୋଲତାଡ଼ ପାଇଁ ଅର୍ଦ୍ଧେନ୍ଦୁ ଦାଶଙ୍କୁ ନୋଟିସ କରିଥିଲା EOW । ୨ ଥର ନୋଟିସ ପରେ ବି ସେ ହାଜର ହୋଇ ନଥିଲେ । ଯାହାକୁ ନେଇ ଗତ ମଙ୍ଗଳବାର EOW ଅର୍ଦ୍ଧେନ୍ଦୁଙ୍କ ଜାଗମରା ଘରେ ରେଡ୍ ମାରିଥିଲା । ଏବେ ସୁଦ୍ଧା କଟକ ଓ ଭୁବନେଶ୍ୱରରେ ଅର୍ଦ୍ଧେନ୍ଦୁଙ୍କ ନାମରେ ୪ଟି ଠକେଇ ଅଭିଯୋଗ ଆସିଛି ।