ବଡ଼ ଖବରର ବଡ଼ ଠକେଇ ମାମଲା, ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କଲା EOW

1 min read

ଭୁବନେଶ୍ୱର: ବଡ଼ ଖବରର ବଡ଼ ଠକେଇ ଘଟଣା । ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଗିରଫ । ନୟାଗଡ଼ ଓଡ଼ଗାଁରୁ ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରି ଜେରା କରୁଛି ଇଓଡବ୍ଲୁ । ଏନେଇ ସୂଚନା ଦେଇଛନ୍ତି EOW ଏସପି । ଗତକାଲି ବଡ଼ ଖବର ଅଫିସରେ ମାରାଥନ ରେଡ୍‌ କରିଥିଲା EOW । EOW ଓ କମିଶନରେଟ ପୋଲିସରେ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ରହିଛି ୪ଟି ମାମଲା । ୬ ଘଣ୍ଟାର ମାରାଥନ ରେଡ୍ କରିଥିଲା ୬ ଜଣିଆ ଟିମ୍ । EOW ସହିତ ଅଭିଯୋଗକାରୀ ଗଗନଦୀପ ସିଂ ଚାଓ୍ୱଲା ଓ ୨ ଜଣ ସାକ୍ଷୀ ମଧ୍ୟ ଥିଲେ । ଗଗନଦୀପ ଦେଇଥିବା ଇଲେକ୍ଟ୍ରିକାଲ ଇକ୍ୟୁପମେଣ୍ଟ ଅଫିସରେ ଲାଗିଛି କି ନା ନାହିଁ ତା’ର ଯାଞ୍ଚ ହୋଇଥିଲା । ଗଗନଦୀପ ଦେଇଥିବା ଯନ୍ତ୍ରାଂଶ ବଡ଼ ଖବର ଅଫିସ ବ୍ୟବହାର ହୋଇଛି । କେଉଁ କେଉଁ ସବୁ ଜିନିଷ ବ୍ୟବହାର ହୋଇଛି EOW ଲିଷ୍ଟ କଲା ।

ଗତ ୨୩ ତାରିଖରେ ଅର୍ଦ୍ଧେନ୍ଦୁ ଦାସଙ୍କ ନାମରେ ଠକେଇ ନେଇ ଦିଲ୍ଲୀର ସଲ୍ୟୁସନ୍‌ ବ୍ରୋଡ୍‌କାଷ୍ଟ ସଂସ୍ଥା EOWରେ ଅଭିଯୋଗ କରିଥିଲା । ଠକେଇ ବାବଦରେ ଖୋଲତାଡ଼ ପାଇଁ ଅର୍ଦ୍ଧେନ୍ଦୁ ଦାଶଙ୍କୁ ନୋଟିସ କରିଥିଲା EOW । ୨ ଥର ନୋଟିସ ପରେ ବି ସେ ହାଜର ହୋଇ ନଥିଲେ । ଯାହାକୁ ନେଇ ଗତ ମଙ୍ଗଳବାର EOW ଅର୍ଦ୍ଧେନ୍ଦୁଙ୍କ ଜାଗମରା ଘରେ ରେଡ କରିଥିଲା । ଏବେ ସୁଦ୍ଧା କଟକ ଓ ଭୁବନେଶ୍ୱରରେ ଅର୍ଦ୍ଧେନ୍ଦୁଙ୍କ ନାମରେ ୪ଟି ଠକେଇ ଅଭିଯୋଗ ଆସିଛି ।