ଦୁଇ ବର୍ଷ ପରେ ଆରମ୍ଭ ହେଲା ଅମରନାଥ ଯାତ୍ରା, ପ୍ରଥମ ପର୍ଯ୍ୟାୟରେ ଗଲେ ୪ ହଜାର ୮୯୦ ଯାତ୍ରୀ

1 min read

ଶ୍ରୀନଗର: ଆରମ୍ଭ ହୋଇଛି ଅମରନାଥ ଯାତ୍ରା । କରୋନା ମହାମାରୀ ପାଇଁ ୨ ବର୍ଷ ବନ୍ଦ ଥିଲା ଅମରନାଥ ଯାତ୍ରା । ୨ ବର୍ଷ ପରେ ବର୍ଷର ପ୍ରଥମ ଅମରନାଥ ଯାତ୍ରା ଆରମ୍ଭ ହୋଇଛି । ଜମ୍ମୁ ବେସ୍ କ୍ୟାମ୍ପରୁ ପ୍ରଥମ ପର୍ଯ୍ୟାୟରେ ୪ ହଜାର ୮୯୦ ଯାତ୍ରୀଙ୍କୁ ନେଇ ପହଲଗାମ ବେସ୍ କ୍ୟାମ୍ପକୁ ଆରମ୍ଭ ହୋଇଛି ଯାତ୍ରା । କଡ଼ା ସୁରକ୍ଷା ବଳୟରେ ଆରମ୍ଭ ହୋଇଛି ତୀର୍ଥଯାତ୍ରୀଙ୍କ ଅମରନାଥ ଯାତ୍ରା । ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀଙ୍କୁ ଜମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଶୁଭେଚ୍ଛା ଜଣାଇଛନ୍ତି ।

ବମ୍ ବମ୍ ଭୋଲେ ଧ୍ୱନୀରେ ପ୍ରକମ୍ପତି ହୋଇଥିଲା ପରିବେଶ । ଶ୍ରଦ୍ଧାଳୁଙ୍କୁ ପାଇଁ ବିଶେଷ ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କ ଖାଇବା ପାଇଁ ଲଙ୍ଗର କାର୍ଯ୍ୟକର୍ତ୍ତା ବ୍ୟସ୍ତ ଅଛନ୍ତି । ପ୍ରତିଦିନ ଏକ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯିବ । ତୀର୍ଥଯାତ୍ରୀଙ୍କ ଗତିବିଧି ତଥା ଉପରେ ନଜର ରଖିବା ପାଇଁ ଚଳିତ ବର୍ଷ ସରକାର ଏକ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ବ୍ୟବସ୍ଥା କରିଛନ୍ତି ।