ନୂଆଦିଲ୍ଲୀ: ଖରିଫ ଫସଲ ଲାଗି ବଢ଼ିଲା ସର୍ବନିମ୍ନ ସହାୟକ ମୂଲ୍ୟ ବା ଏସଏସପି । ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ୧୭ଟି ଫସଲ ଲାଗି ଏମଏସପି ନେଇ ନୀତି ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର । ୨୦୨୨-୨୩ ଲାଗି ଖରିଫ ଫସଲ ଲାଗି ବୃଦ୍ଧି ଲାଗୁ ହୋଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୧୯୪୦ଟଙ୍କା ଥିବାବେଳେ ଏବେ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ବଢ଼ିଛି । ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା । ଧାନ ସହ ମୁଗ, ହରଡ଼, ସୂର୍ଯ୍ୟମୁଖୀ ଆଦି ତୈଳବୀଜ ଲାଗି ମଧ୍ୟ ଏମଏସପି ବୃଦ୍ଧି ହୋଇଛି । ଧାନ ପରି ମୁଗ ଲାଗି ମଧ୍ୟ କୁଇଣ୍ଟାଲ ପିଛା ୪୮୦ ଟଙ୍କା ବୃଦ୍ଧି ହୋଇଥିବାବେଳେ ସୂର୍ଯ୍ୟମୁଖୀ ଲାଗି କୁଇଣ୍ଟାଲ ପିଛା ୩୮୫ ଟଙ୍କା ବଢ଼ାଯାଇଛି ।
ମାସ୍କ ନପିନ୍ଧିଲେ ବିମାନ ଯାତ୍ରା ମନା
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିଥିବା ପରିପ୍ରେକ୍ଷୀରେ ମାସ୍କ ପିନ୍ଧିବା ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏର କଡ଼ା ଆଭିମୁଖ୍ୟ । ବିମାନଯାତ୍ରୀମାନେ ମାସ୍କ ନ ପିନ୍ଧିଲେ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ । ଏଥିସହିତ ସେମାନଙ୍କୁ ବିଶୃଙ୍ଖଳିତ ଯାତ୍ରୀ ଭାବେ ବିବେଚନା କରାଯିବ ବୋଲି ଡିଜିସିଏ କହିଛି । ଯାତ୍ରୀମାନେ ମାସ୍କ ପିନ୍ଧିବା ନିୟମର ପାଳନ କରୁଛନ୍ତି ନା ନାହିଁ, ତାହାର ତଦାରଖ ସିଆଇଏସଏଫ କରିବ । ବାରମ୍ବାର ଚେତାବନୀ ପରେ ମଧ୍ୟ ଯଦି ବିମାନଯାତ୍ରୀମାନେ କୋଭିଡ ନିୟମ ପାଳନ ନ କରନ୍ତି, ତାହା ହେଲେ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ ।
ବିମାନଯାତ୍ରୀମାନେ କୋଭିଡ ନିୟମ ପାଳନ କରୁନଥିବାରୁ କିଛି ଦିନ ତଳେ ଦିଲ୍ଲୀ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ । ଏଥି ସହିତ ଏହି ଯାତ୍ରୀମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଦେଶରେ ଗତ କିଛି ଦିନ ଧରି ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବାଲେ ଲାଗିଛି । ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି । ତିନି ମାସରେ ପ୍ରଥମ ଥର ପାଇଁ ଦେଶରେ ଦୈନିକ କରୋନା ସଂକ୍ରମଣ ୫ ହଜାର ଟପିଛି ।
ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବର୍ଦ୍ଧିତ କଲେ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଓ ହକର ସଂଘ
ଟାଙ୍ଗୀ: ନବ ନିର୍ବାଚିତ ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜଙ୍କୁ ଭବ୍ୟ ସ୍ବାଗତ । ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଓ ହକର ସଂଘ ପକ୍ଷରୁ ସ୍ବାଗତ କରାଯାଇଥିଲା । ସାମ୍ବାଦିକମାନେ ପୁଷ୍ପଗୁଚ୍ଛ ଦେଇ ସାଂସଦଙ୍କୁ ପାଛୋଟି ନେଇଥିଲେ । ଟାଙ୍ଗୀ ବନ ବିଭାଗ ଡାକ ବଙ୍ଗଳା ପରିସରରେ ସାମ୍ବାଦିକ ସଂଘ ପକ୍ଷରୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହା ସହ ଟାଙ୍ଗୀ ସରପଞ୍ଚ କିଶୋର କୁମାର ବେହେରା ପୁଷ୍ପଗୁଚ୍ଛ ଦେଇ ସାଂସଦଙ୍କୁ ସମ୍ବର୍ଦ୍ଧିତ କରିଥିଲ । ଏହି କାର୍ଯ୍ୟକ୍ରମରେ ସାମ୍ଵାଦିକ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ, ଉପ ସଭାପତି ମନୋଜ କୁମାର ନାଇଡୁ, ସଂପାଦକ ମନୋଜ କୁମାର ପଟ୍ଟନାୟକ, ଉପଦେଷ୍ଟା ପ୍ରଦୋଷ କୁମାର ଦାସ, ପ୍ରବକ୍ତା ସରୋଜ କୁମାର ପାଇକରାୟ, ପ୍ରମୁଖ ସାମିଲ ହୋଇଥିଲେ ।
ଜାମିଆ ନଗରରେ ଭୟାବହ ଅଗ୍ନିକାଣ୍ଡ; ୭୦ କାର୍ ନଷ୍ଟ
ନୂଆଦିଲ୍ଲୀ: ଦିଲ୍ଲୀର ଜାମିଆ ନଗରସ୍ଥିତ ଇଲେକ୍ଟ୍ରିକ୍ ମୋଟର ପାର୍କିଂରେ ଭୟାବହ ଅଗ୍ନିକାଣ୍ଡ । ଶତାଧିକ ଇ-ରିକ୍ସା ଏବଂ ଅନ୍ୟାନ୍ୟ ଗାଡ଼ି ପୋଡ଼ିଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା କହିଛି । ଦିଲ୍ଲୀ ଅଗ୍ନିଶମ ବାହିନୀର ସୂଚନା ମୁତାବକ, ଜାମିଆ ନଗର ଅନ୍ତର୍ଗତ ମେନ୍ ତିକୋନା ପାର୍କରେ ଥିବା ଗାଡ଼ି ପାର୍କିଂ ସ୍ଥଳରେ ନିଆଁ ଲାଗିଛି ବୋଲି ଭୋର୍ ପ୍ରାୟ ୫.୦୨ ସମୟରେ ଫୋନ୍ ପାଇଥିଲୁ । ତୁରନ୍ତ ଘଟଣାସ୍ଥଳକୁ ସମୁଦାୟ ୭ଟି ଦମକଳ ପଠାଯାଇଥିଲା। କିଛି, ସମୟ ପରେ ନିଆଁ ଲିଭାଇ ଦିଆଯାଇଥିଲା। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ଖବର ଏପର୍ଯ୍ୟନ୍ତ ମିଳିନାହିଁ।
Delhi | Fire broke out at the electric motor parking Jamia Nagar. Seven fire tenders have reached the spot. The fire has been brought under control. Many vehicles have been damaged in the fire, and several e-rickshaws were burnt to ashes: Delhi Fire Service pic.twitter.com/HgKtTbY7wR
— ANI (@ANI) June 8, 2022
ସମୁଦାୟ ୧୦ଟି କାର୍, ୧ଟି ମଟର୍ସାଇକେଲ୍, ୨ଟି ସ୍କୁଟି, ୩୦ଟି ନୂଆ ଓ ୫୦ଟି ପୁରୁଣା ଇ-ରିକ୍ସାରେ ନିଆଁ ଲାଗିଥିବା ବେଳେ ସେଗୁଡ଼କ ମଧ୍ୟରୁ ଅନେକ ଭସ୍ମୀଭୂତ ହୋଇଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା କହିଛି।
ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ଗତ କେତେ ସପ୍ତାହ ହେବ ଦିଲ୍ଲୀରେ କ୍ରମାଗତ ଅଗ୍ନିକାଣ୍ଡ ଘଟଣା ରିପୋର୍ଟ ଆସିଛି ।
ଏଥିସହିତ ପଢ଼ନ୍ତୁ: ଜୁନ ୧୩ରେ ହେବ ରାଜ୍ୟ ବିଧାନସଭା ନେଇ ବାଚସ୍ପତି ନିର୍ବାଚନ


