ଓଡ଼ିଶା ବିଧାନସଭାରେ ନୂପୁର ନିଆଁ, ଶୂନ୍ୟକାଳରେ କେନ୍ଦ୍ର ସରକାରଙ୍କୁ ନରସିଂହ ମିଶ୍ରଙ୍କ ଟାର୍ଗେଟ

ଭୁବନେଶ୍ୱର: ନୂପୁର ଶର୍ମାଙ୍କ ବୟାନକୁ ନେଇ ଓଡ଼ିଶା ବିଧାନସଭାରେ ଝଡ଼ । ବିରୋଧୀ ବିଜେପି କଂଗ୍ରେସ ମୁହାଁମୁହିଁ । ଗୃହ ମଧ୍ୟଭାଗରେ ହୋହଲ୍ଲା କଲେ ବିରୋଧୀ । ପ୍ରଥମେ ୧୦ ମିନିଟି ପରେ ଅପରାହ୍ନ ୪ଟା ଯାଏ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଶୂନ୍ୟ କାଳରେ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଟାର୍ଗେଟ କରିଥିଲେ । ଯିଏ ଦେଶକୁ ବିଭାଜନ କରିବା ପାଇଁ ଚାହୁଁଛି ସେ ଦଳ ଶାସନରେ ରହିବା ଯୋଗ୍ୟତା ନାହିଁ କହି କେନ୍ଦ୍ର ସରକାରଙ୍କୁ ତୀର ମାରିଥିଲେ ନରସିଂହ ।

ସେପଟେ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ବାହାର ପ୍ରସଙ୍ଗକୁ କ’ଣ ପାଇଁ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ରହିଛି । ବିଜେପି ନୂପୁରଙ୍କୁ ନିଲମ୍ବିତ କରିଛି । ଆଉ କ’ଣ ତାଙ୍କୁ ଫାଶୀ ଦେଇଦେବୁ  ବୋଲି ପ୍ରଶ୍ନ କରିଛନ୍ତି ବିଷ୍ମୁ ସେଠୀ । ଓଡ଼ିଶା ଏକ ଶାନ୍ତ ପ୍ରିୟ ରାଜ୍ୟ । ସେ ପ୍ରସଙ୍ଗ ଆଣି କ’ଣ ରାଜ୍ୟରେ ହିଂସା କରିବାକୁ କଂଗ୍ରେସ ଚାହୁଁଛି ବୋଲି ବିଷ୍ଣୁ ସେଠୀ ପ୍ରଶ୍ନ କରିଥିଲେ ।