ବିଜେବି କଲେଜରେ ଯୁକ୍ତ ତିନି ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ବିଜେବି କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା  । ହଷ୍ଟେଲ ଭିତରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି  । ମିଳିଥିବା ସୂଚନା ମୁତାବକ
ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ରୂଚିକା ମହାନ୍ତି ବିଜେବି କଲେଜରେ ପାଠ ପଢୁଥିଲେ  । ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ହୋଇଥିବାବେଳେ ସେ ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିଲେ  ।

କିନ୍ତୁ କାହିଁକି ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ଓ କେଉଁ କାରଣରୁ ସେ ଏଭଳି ନିଷ୍ପତି ନେଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜମାପଡ଼ିନାହିଁ  । ସେପଟେ ଖବର ପାଇ ଘଟଣା ସ୍ଥଳରେ ପହଁଚିଛି ବଡଗଡ଼ ଥାନା ପୋଲିସ  । ଘଟଣାର ପ୍ରତିଟି ଦିଗ ଉପରେ ନଜର କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ  ।  ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି  ।