ମୃତ୍ୟୁ ପୂର୍ବରୁ ବାପାଙ୍କୁ ରମ୍ ପିଆଇ ଶେଷ ଇଚ୍ଛା ପୂରଣ କଲେ ଝିଅ

କାନବେରା: ଆଜିର ଦିନରେ ବୃଦ୍ଧ ମାତାପିତାଙ୍କୁ ବାରଦୂଆର ହେବାକୁ ବହୁ ଲୋକ ରାସ୍ତାରେ ଛାଡ଼ି ଦେଉଛନ୍ତି । ଯାହାର ଉଦାହରଣ ଆମେ ପ୍ରତିଦିନ ଦେଖୁଛନ୍ତି । ହେଲେ ଦୁନିଆରେ ଏମିତି ପି ପିଲା ଅଛନ୍ତି ଯେଉଁମାନେ ନିଜ ପିତାମାତାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ସବୁକିଛି କରିପାରନ୍ତି । ଆଷ୍ଟ୍ରେଲିଆର ଏମିତି ଏକ ଝିଅର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯିଏ ହସ୍ପିଟାଲ ବେଡରେ ପଡ଼ିଥିବା ବାପାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ତାଙ୍କୁ ଇଞ୍ଜେକ୍ସନରେ ରମ୍ ପିଆଉଛନ୍ତି । ଏହାର କିଛି ସମୟ ପରେ ତାଙ୍କ ପିତା ଶେଷ ନିଶ୍ବାସ ତ୍ୟାଗ କରୁଛନ୍ତି । ଭିଡିଓଟିକୁ ଝିଅ ସେୟାର କରିବା ସହ କ୍ୟାପସନରେ ‘ଆପଣଙ୍କ ସହ ଶେଷ ଡ୍ରି’ ବୋଲି ଲେଖିଛନ୍ତି ।

ବାପଝିଅଙ୍କ ଏହି ଇମୋସନାଲ ଭିଡିଓଟିକୁ ବହୁତ ପସନ୍ଦ କରାଯାଉଛି । ବାପଝିଅଙ୍କ ସମ୍ପର୍କକୁ ନେଇ ୟୁଜର୍ସ ଭଲ କମେଣ୍ଟ ଦେବା ସହ ବାପାଙ୍କ ଶେଷ ଇଚ୍ଛା ପୂରଣ କରିଥିବାରୁ ଝିଅକୁ ମନ ଖୋଲି ପ୍ରଶଂସା କରୁଛନ୍ତି । ତେବେ ଆସନ୍ତୁ ନଜର ପକାଇବା ପୂରା ଘଟଣା ଉପରେ ।

ପେନୋଲୋପ ଅନ ନାମକ ଯୁବତୀ ତାଙ୍କ ବାପାଙ୍କୁ ରମ୍ ପିଆଉଥିବା ଭିଡିଓ ଟିକଟକରେ ସେୟାର କରିଛନ୍ତି । ଏଥିରେ ସେ ତାଙ୍କ ବେମାର ବାପାଙ୍କୁ ରମ୍ ପିଆଉ ଥିବା ଦେଖିବାକୁ ମିଳୁଛି । ଭିଡିଓରେ ତାଙ୍କ ବାପା ହସ୍ପିଟାଲ ବେଡରେ ଶୋଇଛନ୍ତି । ପାଖରେ ପେନୋଲୋପ ଛିଡ଼ା ହୋଇଛନ୍ତି । ଏକ ଇଞ୍ଜେକ୍ସନରେ ପେନୋଲୋପ ରମ୍ ଭରି ତାଙ୍କ ପାଟିରେ ଦେଉଛନ୍ତି । ଏହାର କିଛି ସମୟ ପରେ ତାଙ୍କ ବାପାଙ୍କ ପରଲୋକ ହୋଇ ଯାଉଛି । ଏଥିରେ ସେ କ୍ୟାପସନ ଦେଇଛନ୍ତି, ‘ବାପାଙ୍କ ସହ ଶେଷ ଡ୍ରିଙ୍କ… ସେ ଦୁନିଆ ଛାଡ଼ିବା ପୂର୍ବରୁ… ଆଇ ଲଭ୍ ୟୁ…’ । ଏହାପରେ ସେ ଭିଡିଓରେ ଇସାରା ଦେଇ କହୁଛନ୍ତି, ରମ୍ ତାଙ୍କ ବାପାଙ୍କ ସନ୍ଦ ଆସିଛି ।